ଭୁବନେଶ୍ୱର,୧୩।୩(ଏସଏସନିଉଜ)ତେଲ, ଗ୍ୟାସ୍ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି।ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମାଙ୍କ ସୂଚନା ଆଧାରରେ କଳାବଜାରୀ କିମ୍ବା ବେଆଇନ୍ ଭାବେ ଗଚ୍ଛିତ ରଖିଲେ କଡ଼ା ଆକ୍ସନ ହେବ ବୋଲି କହିଛନ୍ତି।ଏହାସହ କଡ଼ା ଆକ୍ସନ ନେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶରେ ଆକ୍ସନ ହୋଇଛି।ଏବେ ଦୈନିକ ୭୫ ଲକ୍ଷ ଗ୍ୟାସ୍ ବୁକିଂ ହେଉଛି, ପୂର୍ବରୁ ୫୦ ଲକ୍ଷ ହେଉଥିଲା।ଆତଙ୍କିତ ହୋଇ ଆଦୌ ଗ୍ୟାସ୍ ବୁକିଂ କରନ୍ତୁ ନାହିଁ।ଦେଶରେ ତେଲ ଓ ଗ୍ୟାସ୍ର କୌଣସି ଅଭାବ ନାହିଁ।କୌଣସି ଗୁଜବ ଉପରେ ଆଦୌ ବିଶ୍ବାସ କରନ୍ତୁ ନାହିଁ।ବିଶୋଧନାଗାର ଗୁଡ଼ିକରେ ଅଶୋଧିତ ତୈଳର ପର୍ଯ୍ୟାପ୍ତ ପରିମାଣ ରହିଛି ବୋଲି ଶର୍ମା ସୂଚନା ଦେଇଛନ୍ତି।ଅନ୍ୟପଟେ ରାଜ୍ୟରେ ବେଆଇନ ଭାବେ ଗଚ୍ଛିତ ୯୨ଟି ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି।ଝାରସୁଗୁଡ଼ାରେ ୯୨ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଯୋଗାଣ ବିଭାଗ।୨୮ଟି ଭର୍ତ୍ତି ଥିବା ଗ୍ୟାସ୍ ସିଲିଣ୍ଡର ଜବତ।
ଗୋଟିଏ ବ୍ୟବସାୟିକ ଭର୍ତ୍ତି ଥିବା ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ଚଢ଼ଉ କରି ବେହେରାମାଲ ଛକ ନିକଟରେ ଥିବା ସାହୁ ଗ୍ୟାସ୍ ସର୍ଭିସରୁ ବେଆଇନ ଭାବେ ଗଚ୍ଛିତ ଥିବା ଗ୍ୟାସ୍ ସିଲିଣ୍ଡର ଜବତ କରିଛି।