ଏପ୍ରିଲମାସ ୨୬ତାରିଖ ୨୦୨୬ମସିହା(ରବିବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ଦଶମୀ ସନ୍ଧ୍ୟା ଘ୦୬/୧୫ଗତେ ଏକାଦଶୀ,ନକ୍ଷତ୍ର-ମଘା ରାତ୍ରି ଘ୦୯/୧୪ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃଘ୦୫/୨୬/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୫୪,ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୬/୧୫ ଗତେ ଅଗ୍ନିକୋଣେ,ମକରରାଶିର ଘ।ତଚନ୍ଦ୍ର,ମେଷରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୨୨ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୧ ୪ଗତେ ଘ୦୯/୨୪ମଧ୍ୟେ ଓ ରାତ୍ରି ଘ୦୭/୪୦ଗତେ ଘ୦୯/୧୮ମଧ୍ୟେ ଓ ରାତ୍ରି ଘ୧୨/୩୦ଗତେ ଘ୦୨/୦୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୧୩ମଧ୍ୟେ ଓ ରାତ୍ରି ଘ୦୬/୫୦ଗତେ ଘ୦୭/୩୮ମଧ୍ୟେ ଓ ରାତ୍ରି ଘ୧୨/୨୦ଗତେ ଘ୦୩/୪୫ମଧ୍ୟେ,ଅଦ୍ୟ କଳମଶାଗ ସନ୍ଧ୍ୟା ଘ୦୬/୧୫ଗତେ ଶିମ୍ବ ଭକ୍ଷଣ ନିଷେଧ।
ମେଷ👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣାଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ଦୀର୍ଘସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି।ସାଧାରଣ କଥାକୁନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯିବ।ପାରିବାରିକ ଚାପ ଦୃଷ୍ଟିରୁ ମାନସିକସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ👉ଆଜି ଆପଣଙ୍କର ମାନସିକସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣକ୍ଷେତ୍ରରେ ଅସୁବିଧା ମନେ କରିବେ।କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟକରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି।ପଡୋଶୀଙ୍କକଥାରେ ପ୍ରଭାବିତହୋଇ କୌଣସି ଭୁଲ୍କାମ କରିପାରନ୍ତି।
ମିଥୁନ👉ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗିପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍ର ପ୍ରତ୍ୟେକଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ।ପ୍ରତୀକ୍ଷିତଖବରଟି ଆଜି ପାଇପାରନ୍ତି।ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ।କର୍ମକ୍ଷେତ୍ରରେ ସୁବିଧାରେ କାମହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ👉ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି।ବନ୍ଧୁଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତହୋଇପାରେ।ବିଭିନ୍ନପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।
ସିଂହ👉ନିକଟ ଅତୀତରେ ସୃଷ୍ଟିହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେକରିବେ।କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟଉପରେ ବିରକ୍ତିପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା👉ପାରିବାରିକ ସ୍ତରରେବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବାସକାଶେ ବ୍ୟଥିତହୋଇପାରନ୍ତି।ଅପରାହ୍ନରେ ପୁରାତନ ରୋଗରପୀଡା ଅନୁଭବ କରିପାରନ୍ତି।ସାହିତ୍ୟ,କଳାକ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା👉ଆନୁଷ୍ଠାନିକକାମରେ ସାଙ୍ଗଠନିକକାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।ସାମାଜିକସ୍ତରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ।ପ୍ରତ୍ୟେକ କ୍ଷେତ୍ରରେ ଜିଦ୍ଖୋର ମନୋଭାବ ତ୍ୟାଗକଲେ କେତେକାଂଶରେ ଉପକୃତ ହୋଇପାରନ୍ତି।ପ୍ରତ୍ୟୁଷଯାତ୍ରା ସମୟରେ ଯାନ୍ତ୍ରିକତ୍ରୁଟିଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା👉ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।ସଭାସମିତିରେ ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ।ପାରିବାରିିକ ସମସ୍ୟାର ସରଳସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ।ଗତକାଲିଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।
ଧନୁ👉ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବକରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତିତହେବାକୁ ପଡିବ।ଘରେ ଭୁଲ୍ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ।ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର👉ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ।କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରାଦମରେ କରିବାପାଇଁ ନିଷ୍ପତିନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମକରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ👉ସରଳ ଭାବରେ କୌଣସିକଥାକୁ ଗ୍ରହଣ ନକରି ପରୀକ୍ଷାକରି କାମରେ ଲଗାଇଲେ ଉପକୃତ ହୋଇପାରିବେ।ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ👉ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ।କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍ ହେବନାହିଁ।ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ପାରିବାରିକ ଅଶାନ୍ତି ଦେଖାଦେଇପାରେ।।ଜୟ ଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା