୯-୫-୨୦୨୬(ଶନିବାର)ଅଦ୍ୟ ମେଷ ଦି୨୬ନ, ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ଦ୨୩।୧ ଦିଘ ୨।୩୦,ଶ୍ରବଣା ଦ୪୮।୨ ରାଘ୧୨।୩୦,ମକର ଚନ୍ଦ୍ର ଦ୬୦।
ଭାରତୀୟ ସାଧାରଣସମୟ ଅନୁସାରେ (I.S.T.)ମେଷ ଦ୩/୨୮/୩୨ ଇଂଘ ୫/୧୮/୩୨ ଗତେ ଉଦୟ,ତୁଳା ଦ୪/୧୧/୫୦ ଇଂଘ ୬/୧୦/୦ ଗତେ ଅସ୍ତ,ଯୋଗିନୀ ବାୟବ୍ୟେ।ଦିବା ଘ୨।୩୦ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭକର୍ମ ନାସ୍ତି।ଅଦ୍ୟ ରାତ୍ରି ଶ୍ରବଣା ନକ୍ଷତ୍ରେ ଓ ଧନିଷ୍ଠା ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହରାଶିର ଘାତଚନ୍ଦ୍ର।ବୃଷ ସିଂହ ଓ କନ୍ୟାରାଶିର ଘାତବାର ରାତ୍ରି ଘ୧୨।୩୦ ଗତେ ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତାସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ଦିବା ଘ୬।୫୩ମଧ୍ୟେ ଘ୪।୩୫ ଗତେ ଘ୬।୧୦,ମଧ୍ୟେ କାଳବେଳା। ଘ୧।୨୬ ଗତେ ଘ୩।୧ମଧ୍ୟେ ବାରବେଳା।ରାତ୍ରି ଘ୭।୩୪ ମଧ୍ୟେ ଘ୩।୫୪ ଗତେ ଘ୫।୧୮ମଧ୍ୟେ କାଳରାତ୍ରି ।ମୃତେ ଦ୍ବିପାଦଦୋଷ ଫଳଂ କୃଷି ଓ ପଶୁହାନି।ଭୂମି ଓ ଅନ୍ନଦାନ।ଦିବା ଘ୨ ।୩୦ ଗତେ ପାଦଦୋଷ।ଫଳଂ କୃଷିହାନି ଭୂମିଦାନ।ରଜଷ୍ଚକ୍ରେ ବିଧବା।ରାତ୍ରି ଘ୧୨।୩୦ ଗତେ ସର୍ବସମ୍ପନ୍ନା । ସପ୍ତମୀର ଏକୋଦ୍ଦିଷ୍ଟଶ୍ରାଦ୍ଧ।ତାଳ ଦିବା ଘ୨।୩୦ଗତେ ନାରିକେଳ (ନଡ଼ିଆ) ଭକ୍ଷଣ ନିଷେଧ।ଶରଣଂ ।(ଅମୃତ)- ଦିବା ଘ୯ ।୧୮ଗତେ ଘ୧୨ ।୩୦ ମଧ୍ୟେ ରାତ୍ରି ଘ୮।୩୪ଗତେ ଘ୧୦।୫୮ ମଧ୍ୟେ ଘ୧୨ ।୩୪ଗତେ ଘ୨।୧୦ ମଧ୍ୟେ ଘ୨।୫୮ ଗତେ ଘ୪।୩୪ ମଧ୍ୟେ(ମାହେନ୍ଦ୍ର)-ନାସ୍ତି
ମେଷ:-ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ଆପଣଙ୍କ କାମରେ ଅଧିକାରୀବର୍ଗ ଖୁସି ରହିବେ। ପାରିବାରିକ ଜୀବନ ସୁଖମୟ ହେବ।
ବୃଷ:-ବେପାରରେ ଦ୍ବିଗୁଣ ବୃଦ୍ଧି ହେବାର ଯୋଗ ରହିଛି। ଅଧିକାରୀଙ୍କ ନିକଟରେ ସାବଧାନ ରୁହନ୍ତୁ।ବନ୍ଧୁ ଆସିବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ।
ମିଥୁନ:-ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକକାର୍ଯ୍ୟରେ ଲାଗିବ।ଇଂଜିନିୟର ନୂଆ ପ୍ରକଳ୍ପରେ କାମକରିବେ।ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କର ସାହାଯ୍ୟ ମିଳିବ।
କର୍କଟ:-କାମ ସଂପୂର୍ଣ୍ଣ ହେବାରେ ବିଳମ୍ବ ହୋଇପାରେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ। ଘରକୁ କୌଣସି ନୂଆ ବନ୍ଧୁଙ୍କ ଆଗମନ ହେବ।
ସିଂହ:-ଆୟ ବୃଦ୍ଧିପାଇଁ କୌଣସି ବରିଷ୍ଠଙ୍କ ସାହାଯ୍ୟପାଇବେ।ବନ୍ଧୁ ସହିତ ବାହାରେଖାଇବାର ଯୋଜନା କରିପାରନ୍ତି।ଅଫିସରେ କାମ ଭଲଭାବେ ସଂପୂର୍ଣ୍ଣ ହେବ।
କନ୍ୟା:-ଭାଇ ଭଉଣୀଙ୍କ ଉତ୍ସାହରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ନୂଆ ଲୋକଙ୍କ ସହିତ ସାକ୍ଷାତ ଭବିଷ୍ୟତପାଇଁ ଲାଭଦାୟକ ହେବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଭଲ ରହିବ।
ତୁଳା:-କାମ ଅଧିକକଲେ ବି କମ୍ ଲାଭ ମିଳିପାରେ।ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନକରନ୍ତୁ।ଚାକିରିଜୀବୀ ଆଶା କରୁଥିବା ସ୍ଥାନଙ୍କୁ ବଦଳି ହୋଇପାରନ୍ତି।
ବିଛା:-ଆଖପାଖର ଲୋକଙ୍କ ସାହାଯ୍ୟ ପାଇବେ।ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବିଦେଶରେ ଅଧ୍ୟୟନ କରୁଥିବା ଛାତ୍ରଙ୍କ ଲାଗି ଦିନଟି ଭଲ।
ଧନୁ:-ପୂର୍ବ କଥାକୁ ନେଇ ଚିନ୍ତିତରହିବେ।ପାରିବାରିକ କାମପାଇଁ ଯାତ୍ରା ଲାଭଦାୟକ ହେବ।ପୁରୁଣା ବନ୍ଧୁ ସହିତ ଦେଖାହେବ।ବଡ଼କଂପାନି ସହିତ ଡିଲ୍ କରିବାର ସୁଯୋଗ ଆସିବ।
ମକର:-ମାତା-ପିତାଙ୍କପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ସାମାଜିକ ପରିସର ବୃଦ୍ଧି ପାଇବ। ସରକାରୀଅଫିସରେ କାମକରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ।
କୁମ୍ଭ:-କିଛି ନୂଆ କରିବାପାଇଁ ଭାବିବେ।ବକେୟାଅର୍ଥ ପାଇବେ। ଅଫିସରେ ସିନିୟରଙ୍କର ସାହାଯ୍ୟ ପାଇବେ।ଦାମ୍ପତ୍ୟଜୀବନ ପ୍ରୀତିମୟ ହେବ।
ମୀନ:-ଆର୍ଥିକସ୍ଥିତି ମଜଭୁତ ରହିବ।କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ।ଜୀବନସାଥୀ ଆପଣଙ୍କ ମନର କୌଣସି ବିଶେଷ ଆଶା ପୂରା କରିବେ।
ଛୋଟ ମଞ୍ଜିର ବଡ଼ ଉପକାରିତା💪
ଆମ ଦୈନନ୍ଦିନ ଖାଦ୍ୟରେ କିଛି ବିଶେଷ ମଞ୍ଜି ସାମିଲ କରି ଆମେ ଅନେକ ରୋଗରୁ ମୁକ୍ତି ପାଇପାରିବା। ଆଜି ଜାଣିବା କେଉଁ ମଞ୍ଜି ଆମ ଶରୀର ପାଇଁ କିପରି କାମ କରେ:-
🎃 କଖାରୁମଞ୍ଜି:-ହୃଦୟକୁ ସୁସ୍ଥ ରଖିବାସହ ମୂତ୍ରାଶୟ ସମ୍ବନ୍ଧୀୟ ସମସ୍ୟା ଦୂର କରେ।
🌿 ଅଳସୀମଞ୍ଜି:-ଯଦି ଆପଣଙ୍କର ହଜମସମସ୍ୟା ଅଛି କିମ୍ବା ଚର୍ମରେ ଚମକ ଚାହୁଁଛନ୍ତି,ତେବେ ଅଳସୀ ନିଶ୍ଚୟ ଖାଆନ୍ତୁ।
🥤 ଚିଆ ମଞ୍ଜି:-ଓଜନ କମାଇବାପାଇଁ ଏହା ସବୁଠାରୁ ଭଲବିକଳ୍ପ।ଏହା ହାଡ଼ ଓ ମସ୍ତିଷ୍କକୁ ମଧ୍ୟ ଶକ୍ତିଶାଳୀ କରେ।
🌻 ସୂର୍ଯ୍ୟମୁଖୀ ମଞ୍ଜି:-ସୁନ୍ଦରକେଶ ଓ ଚର୍ମପାଇଁ ଏହା ବରଦାନ ସଦୃଶ। ଏହା ଥାଇରଏଡ୍କୁ ମଧ୍ୟ ନିୟନ୍ତ୍ରଣରେ ରଖେ।।।ଜୟଜଗନ୍ନାଥ,ଜୟସୋମନାଥ, ଜୟ ମାଯୋଗମାୟା।।