ଆଜିର ରାଶିଫଳ

ମଇମାସ ୨୩ତାରିଖ ୨୦୨୬ମସିହା(ଶନିବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,
ତିଥି-ଅଷ୍ଟମୀ ରାତ୍ରିଘ୦୪/୨୭ଗତେ ନବମୀ,ନକ୍ଷତ୍ର-ମଘା ରାତ୍ରୀ ଘ୦୨/୫୦ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃଘ୦୫/୧୩/୦୭,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୫/୦୭,ଯୋଗିନୀ ଐଶ।ନ୍ୟେ ରାତ୍ରି୦୪/୨୭ଗତେ ପୂର୍ବେ,ବୃଷ,ସିଂହ ଓ କନ୍ୟାରାଶିରଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୬/୫୧ମଧ୍ୟେ ଓ ଘ୦୪/୩୫ଗତେ ଘ୦୬/୧୫ମଧ୍ୟେ,ବାରବେଳା-ଦିବା ଘ୦୧/୨୩ଗତେ ଘ୦୩/୦୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୩/୦୧ଗତେ ଘ୦୪/୩୪ମଧ୍ୟେ ଓ ରାତ୍ରି ଘ୦୭/୦୩ ଗତେ ଘ୦୭/୫୧ମଧ୍ୟେ ଓ ରାତ୍ରି ଘ୧୧/୫୦ଗତେ ଘ୦୨/୧୬ମଧ୍ୟେ,
ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୯/୧୩ ଗତେ ଘ୧୧/୪୦ମଧ୍ୟେ,ଅଦ୍ୟ ନଡ଼ିଆଭକ୍ଷଣ ନିଷେଧ।
ମେଷ-ଆଜି ଯାତ୍ରା,ବ୍ୟବସାୟ, ନୂତନବନ୍ଧୁ ସମ୍ପର୍କ ସ୍ଥାପନଦିଗରେ ସହାୟକ ହେବ।ପାରିବାରିକ ସମସ୍ୟା ସମାଧାନ ହେବାସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି।ସଭାସମିତି ଓ ନୂତନକାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ।କର୍ମକ୍ଷେତ୍ରରେ ସାଧାରଣଘଟଣାରେ ମନସ୍ତାପ କରିବାକୁ ପଡିପାରେ।
ବୃଷ-ଆଜି କୌଣସି କର୍ମାରମ୍ଭପାଇଁ ମନ୍ଦନହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବନାହିଁ।ଏପରିକି ପ୍ରତ୍ୟେକକ୍ଷେତ୍ରରେ ମାପିଚୁପି ଚଳିବା ଭଲ,ନତୁବା ଆକସ୍ମିକଭାବରେ କଳହ ଲାଗିପାରେ।ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନପାଇଁ ବିଶେଷ ଅସୁବିଧା ହେବନାହିଁ।
ମିଥୁନ -ଆଜି ଯାହା ପାଇବାସକାଶେ ଆଶାରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରାନକ୍ଷତ୍ର ସନ୍ତାନ ହେତୁକ କୌଣସିସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।
କର୍କଟ-ଆଜି ବିଳମ୍ବିତ ସମୟରେ ସମସ୍ତକାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତିପ୍ରକାଶ କରିପାରନ୍ତି।ବ୍ୟବସାୟ କିମ୍ବା ପରିବହନରେ ଲାଭହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।
ସିଂହ-ଆଜି ପ୍ରତ୍ୟେକପରିସ୍ଥିତିକୁ ଲାଘବ କରିବାଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ।ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା,କଳା,ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତାଖୋଜି ବାହାର କରିବାରେ ସମର୍ଥ ହେବେ।
କନ୍ୟା-ଆଜି ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷାକରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତାଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ତୁଳା-ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।
ବିଛା-ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି।ଆର୍ଥିକଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି,ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ-ଆଜି ଦିନଟି ଆପଣଙ୍କପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମକର-ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ।ଆଜି ଆପଣ ଯେତେ ପ୍ରକାରର ଚେଷ୍ଟାକଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେନାହିଁ।ନିକଟ ଅତୀତରବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ।କଥାଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।
କୁମ୍ଭ-ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ।କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟାଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ।
ମୀନ-ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନପ୍ରକାରର ସମସ୍ୟାକୁ ସାମ୍‌ନା କରି ନପାରି ବିବ୍ରତ ବୋଧ କରି ପାରନ୍ତି।ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବନାହିଁ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।

Comments (0)
Add Comment