୨୦୨୬ ମସିହା,ଜୁଲାଇମାସ,୧୦ତାରିଖ,ଶୁକ୍ରବାର,ଶ୍ରୀମନ୍ଦିରେ ଅନବସର ଚକାବିଜେ।🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୧୭/୫୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/୩୮,ଆଷାଢ଼ମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି-ଦଶମୀ ଦିବା ଘ୮/୩୧ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର-ଦ୍ଵିଜା ନକ୍ଷତ୍ର ଦିବାଘ୨/୪ମି ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଦିବା ଘ୮/୩୧ମିପରେ ଆଗ୍ନେୟ କୋଣରେ । ବିଷ୍ଟିକରଣ, ପାପମଧ୍ୟପରେ ପାପଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ବୃଷ,ମିଥୁନ,କର୍କଟ,ତୁଳା,ବିଛା,ମକର ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୭/୩୩ମିପରେ ବୃଷ,ମିଥୁନ,କର୍କଟ,ସିଂହ,ଧନୁ,କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର–ମେଷରାଶିର ଏବଂ ରାତ୍ରି ଘ୭/୩୩ମି ପରେ ବିଛାରାଶିର ଘାତଚନ୍ଦ୍ର।ଘାତବାର–ବିଛା,ଧନୁ ଓ ମୀନରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୨/୪ମି ପରେ ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-କଳମ୍ବୀ (କଳମଶାଗ)ଦିବା ଘ୮/୩୧ମିପରେ ଶିମ୍ବିକା(ଶିମ୍ବ)ଭକ୍ଷଣ ନିଷେଧ ।ଅଶୁଭବେଳା-(ବାର ଓ କାଳବେଳା)ଦିବା ଘ୮/୩୭ମିରୁ ଘ୧୧/୫୩ମି ପର୍ଯ୍ୟନ୍ତ ।(କାଳରାତ୍ରି)ରାତ୍ରି ଘ୯/୯ମି ରୁ ଘ୧୦/୩୧ମିପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା)ସୂର୍ଯ୍ୟୋଦୟରୁ ଦିବା ଘ୬/୫୬ମିମଧ୍ୟେ,ଘ୭/୪୫ମି ରୁ ଘ୨/୧୯ମି ମଧ୍ୟେ,ଘ୩/୫୫ମି ରୁ ଘ୫/୩୧ମିମଧ୍ୟେ,ରାତ୍ରି ଘ୮/୦ମି ରୁ ଘ୯/୩୬ମି ମଧ୍ୟେ,ଘ୩/୪୦ମିରୁ ଘ୪/୨୮ମିପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ରାତ୍ରି ଘ୧୧/୧୨ମି ରୁ ଘ୧୨/୦ମିମଧ୍ୟେ, ଘ୪/୨୬ମିରୁ ରାତ୍ରିଶେଷ ଘ୫/୧୮ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ମୃତବ୍ୟକ୍ତିଙ୍କ ଦିବାଘ୨/୪ମିପରେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ।ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିରବିନାଶ । ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାର ଦଶମାସ ଏବଂ ଦିବା ଘ୨/୪ମିପରେ ସମ୍ବତ୍ସର ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା ଏବଂ ଦିବା ଘ୨/୪ମିପରେ ଦରିଦ୍ରା।ଘୃତକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର ତିଳସୁବର୍ଣ୍ଣ,ତଣ୍ଡୁଳଦାନ କରଣୀୟ।ବାରଦୋଷ ହେତୁ(ଶିବଙ୍କଠାରେ ଜଳାଭିଷେକ)ଏବଂ ଦିବା ଘ୮/୩୧ମିଗତେ ବାର ଓ ତିଥିଦୋଷହେତୁ (ଶିବଙ୍କ ଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ନାହିଁ ।
🐐ମେଷ👉ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳ ଓ କେତୁଙ୍କ ସ୍ଥିତିଜନିତ କଠୋର ବ୍ୟବହାର ସାଙ୍ଗକୁ ବିଚାରଧାରାରେ ବ୍ୟତିକ୍ରମ ରହିପାରେ।ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ।କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ଦେଖାଦେବ। ସାହିତ୍ୟ,ସଭାସମିତି,ସଂଗଠନ ଓ ରାଜନୀତି କ୍ଷେତ୍ରରେ ସୁଫଳ ପାଇବେ।
🐂ବୃଷ👉ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। କର୍ମକ୍ଷେତ୍ରରେ ଯେତେ ଭଲକାମ କଲେ ମଧ୍ୟ ପ୍ରଶଂସାବଦଳରେ ଅଭିଯୋଗ ପାଇବେ।ବନ୍ଧୁମାନଙ୍କ ଗହଣରେ ମନର ଦୁଃଖକୁ ଲୁଚାଇରଖି ହସି ହସି କଥା କହିବାର ଅପଚେଷ୍ଟା ଧରାପଡିଯିବ।ବିବାଦୀୟ ପାରିବାରିକ ଜୟ୍ାଳ କିମ୍ବା ବ୍ୟବସାୟିକ ସମସ୍ୟା ବୃଦ୍ଧି ପାଇପାରେ।
👩❤️👨 ମିଥୁନ👉କର୍ମକ୍ଷେତ୍ରର ପରିସ୍ଥିତିକୁ ଆଖିଆଗରେ ରଖି ଯେସାକୁ ତେସା ନୀତିରେ କାମ କରିବେ।ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋ଼ଣ ପରିଶୋଧର ମାର୍ଗ ଉନ୍ମୁକ୍ତ ହୋଇପାରିବନାହିଁ।ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। କୌଣସି ଦୂରାଗତବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି ା ସାମାନ୍ୟ କାରଣରୁ ମନ ଅଶାନ୍ତ ରହିବ।
🦀କର୍କଟ👉ଚନ୍ଦ୍ରଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ କିନ୍ତୁ କର୍ମକ୍ଷେତ୍ର ସନ୍ତୋଷଜନକ ରହିନପାରେ।ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି।କଳା,ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ଭୁଲ୍ ବୁଝାମଣା ଓ ସନ୍ଦେହଜନିତ ପାରିବାରିକ ସମସ୍ୟା ଗୁରୁତର ହୋଇପାରେ। ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।
🦁 ସିଂହ👉ପାପଗ୍ରହ ଯୁକ୍ତରାଶି ହେତୁ ଆର୍ଥିକ ସ୍ବଚ୍ଛଳତା ନରହିବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ। ଯାହାକଲେ ମଧ୍ୟ ସୁଫଳ ମିଳିବନାହିଁ ବରଂ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ହିତୈଷୀମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍ସଙ୍ଗସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନବଳିପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
🧕କନ୍ୟା👉ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।ବନ୍ଧୁମାନେ ସହଯୋଗର ପ୍ରତିଶ୍ରୁତି ଦେଇ ନିର୍ଦ୍ଦିଷ୍ଟ ସମୟରେ ଦୂରେଇ ରହିବେ।ଆତ୍ମୀୟଙ୍କ ସ୍ବାସ୍ଥ୍ୟପାଇଁ ଚିନ୍ତା ବଢିବ କିନ୍ତୁ ବିଶେଷ କିଛି ଅସୁବିଧା ହେବ ନାହିଁ। ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ଆଇନ ଅଦାଲତରୁ ସୁଫଳ ପାଇ ସମସ୍ୟା ସମାଧାନ ହୋଇଯିବ।
⚖️ତୁଳା👉ଯାତ୍ରା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି।ଚତୁର୍ଥଭାବରେ ଚନ୍ଦ୍ରଙ୍କ ସ୍ଥିତି କାରଣରୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ।ସଭାସମିତିରେ ଯୋଗ ଦେଇ ଲାଭବାନ ହେବା ସାଙ୍ଗକୁ ରପ୍ତାନି ବାଣିଜ୍ୟରେ ଉନ୍ନତିଘଟିବ।ଚନ୍ଦ୍ର କ୍ଷେତ୍ରସ୍ଥ ଶୁକ୍ରଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ।
🦂ବିଛା👉ଅବହେଳାରୁ ହାତମୁଠାରୁ ସୁ୍ଯୋଗ ଖସିଯାଇପାରେ। କେତେକ କ୍ଷେତ୍ରରେ ମନକଥା ମନରେମାରି ରହିବେ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ ଏବଂ ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ।ନୀଚାରୋହୀ ମଙ୍ଗଳଙ୍କଯୋଗୁ ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ଯଦ୍ଦ୍ବାରା କି ଦୁଶ୍ଚିନ୍ତା ବୃଦ୍ଧି ପାଇବ।
🏹ଧନୁ👉ଭାଗ୍ୟାଧିପ କର୍ମାଧିପଙ୍କ ସହିତ ସଂଯୋଗ କାରଣରୁ ଆଜି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ।ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇପାରେ। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ ରୋଗରେ କଷ୍ଟ ପାଇପାରନ୍ତି।
🐊ମକର👉ଆଜି ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟଅସୁବିଧା ଥିବାର ଅନୁଭବ କରିବେ।ପରୋକ୍ଷ ଶତ୍ରୁତାକାରଣରୁ କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।ପରିବାରରେ ପୁତ୍ରକନ୍ୟାଙ୍କହେତୁକ ସମସ୍ୟା ଲାଗିରହିବ। ସପ୍ତମଭାବରେ ଏକାଧିକ ଗ୍ରହରହିଥିବାରୁ ଯାତ୍ରା,ବ୍ୟବସାୟରେ ଲାଭବାନ୍ ହେବେ।
🏺କୁମ୍ଭ👉ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ କିନ୍ତୁ ବହୁତ ଝିନଝଟ୍ ମଧ୍ୟରେ କାର୍ଯ୍ୟସମ୍ପନ୍ନ ହେବ।ଶୁକ୍ରଙ୍କ ସଂସ୍ଥିତିଜନିତ ଆନୁଷ୍ଠାନିକ କ୍ଷେତ୍ରରେ ସାହିତ୍ୟ,ସଙ୍ଗୀତ,କ୍ରୀଡା ପ୍ରଭୃତିରୁ ପ୍ରଶଂସିତ ହୋଇପାରନ୍ତି।ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ଫଳତଃ ସ୍ବାସ୍ଥ୍ୟହାନିର ଆଶଙ୍କା ରହିବ।
🐟ମୀନ👉ସମସ୍ତ ପ୍ରକାରର ସୁବିଧାଥାଇ ମଧ୍ୟ ଚେଷ୍ଟା କରୁଥତ୍ବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।ଶନିଙ୍କ ଦୃଷ୍ଟି ପ୍ରଭାବରୁ ପରକଥାକୁ ପ୍ରାଧାନ୍ୟ ଦେଇ ପାରିବାରିକ ଜୀବନରେଝଡ ସୃଷ୍ଟି ହେବ।ଜମିଜମା କାରବାର, ଆଲୋଚନା,ସଭାସମିତି,କଳା,ସାହିତ୍ୟାଦି କ୍ଷେତ୍ରରେ ସୁଫଳ ପାଇବେ।
🕉️【ନୀତିବାଣୀ】🕉️
ନିଜର ଭାବିକି କଥାପଦେ ହେଲେ
ନଭାବନ୍ତି ସେତ ଭଲ,
ସାମାନ୍ୟ କଥାରେ ଆଘାତ ଦେବେ ସେ
ସରିଯିବ ତୁମ ଗେଲ…
ଯେତେବି ଶକ୍ତିସାମର୍ଥ୍ୟ ଥାଉନା କାହିଁକି ଗର୍ବ ନକରିବା ଆପଣ ସାଗରଠାରୁ ଶିଖି ପାରିବେ।ଅଳ୍ପ ବୁଦ୍ଧି,ଅଳସୁଆ,ମଠୁଆ,ନିଚଲୋକ,ଖୋସାମନ୍ତିଆ, କୁଜା,କାଲ,ଅନ୍ଧ,ବାମନ,ଛୋଟା ଏମାନଙ୍କ ସହିତ କୈାଣସି ଗୁରୁତର ବିଷୟରେ ଆଲେଚନା କରିବେନାହିଁ ।
ଯେଉଁ ଲୋକ Timeକୁ ବରବାଦ୍ କରେ Timeଆସିଲେ Timeମଧ୍ୟ ତାକୁ ବରବାଦ୍ କରିଦିଏ।ତେଣୁ Timeକୁ ବରବାଦ୍ନକରି ତାକୁ ସମ୍ମାନ କରନ୍ତୁ Timeମଧ୍ୟ ଆପଣଙ୍କୁ ସମ୍ମାନ କରିବ…