ଆଜିର ରାଶିଫଳ

୨୦୨୬ମସିହା, ଅଗଷ୍ଟମାସ, ୮ ତାରିଖ, ଶନିବାର🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୮/୧୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୧୬/୨୦ଶ୍ରାବଣ ମାସ ,କୃଷ୍ଣପକ୍ଷ ,ଶୌରି ବାସ,ତିଥି- ଦଶମୀ ଦିବା ଘ୨/୨୬ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ।ନକ୍ଷତ୍ର- ରୋହିଣୀ ନକ୍ଷତ୍ର ସନ୍ଧ୍ୟା ଘ୫/୫୩ମି ପର୍ଯ୍ୟନ୍ତ ତଦନ୍ତେ ମୃଗଶିରାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୨/୨୬ମି ପରେ ଆଗ୍ନେୟ କୋଣରେ । ଶନିବାର, ବିଷ୍ଟିକରଣ, ପାପଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ,କର୍କଟ, ସିଂହ, ଧନୁ, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୪/୫୨ମିପରେ ମେଷ, ମିଥୁନ, କର୍କଟ, ସିଂହ, ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ବିଛା ରାଶିର ଏବଂ ରାତ୍ରି ଘ୪/୫୨ମିପରେ କନ୍ୟାରାଶିର ଘାତଚନ୍ଦ୍ର ।ଘାତବାର-ବୃଷ,ସିଂହ ଓ କନ୍ୟାରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ସନ୍ଧ୍ୟା ଘ୫/୫୩ମି ପରେ ୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- କଳମ୍ବୀ(କଳମଶାଗ),ଦିବା ଘ୨/୨୬ମିପରେ ଶିମ୍ବିକା(ଶିମ୍ବ) ଭକ୍ଷଣନିଷେଧ ।ଅଶୁଭ ବେଳା-(କାଳବେଳା) ପ୍ରାତଃ ଘ୫/୨୮ମି ରୁ ଘ୭/୪ମିମଧ୍ୟେ,ଦିବା ଘ୪/୩୯ମିରୁ ଘ୬/୧୬ମି ପର୍ଯ୍ୟନ୍ତ ।(ବାରବେଳା)ଦିବା ଘ୧/୨୬ମି ରୁ ଘ୨/୫୦ମିପର୍ଯ୍ୟନ୍ତ(କାଳରାତ୍ରି)ସୂର୍ଯ୍ୟାସ୍ତରୁ ଘ୬/୩୦ମିମଧ୍ୟେ,ରାତ୍ରି ଘ୪/୫ମି ରୁ ନିଶାନ୍ତ ଘ୫/୨୯ମି ପର୍ଯ୍ୟନ୍ତ।ଶୁଭ ବେଳା–(ଅମୃତବେଳା)ଦିବା ଘ୯/୩୧ମି ରୁ ଘ୧୨/୪୩ମିମଧ୍ୟେ, ରାତ୍ରି ଘ୮/୩୫ମି ରୁ ଘ୧୦/୫୯ମି ମଧ୍ୟେ,ଘ୧୨/୩୫ମି ରୁ ଘ୨/୧୧ମି ମଧ୍ୟେ,ଘ୨/୫୯ମି ରୁ ଘ୪/୩୫ମିପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା)ନାହିଁ ।ପୁଷ୍କର ଦୋଷ-ମୃତବ୍ୟକ୍ତିଙ୍କ ୧ପାଦବାର ପୁଷ୍କରଦୋଷ ।ଫଳଂ କୃଷିହାନି ।ଭୂମିଦାନ ସହିତ ହୋମାଦି ଶାନ୍ତିବିଧେୟ ।ପ୍ରଥମ ରଜୋଶ୍ଚକ୍ରେ-ରଜଶ୍ଚକ୍ରେ ଶ୍ରୀମତୀ ଲକ୍ଷ୍ମୀଯୁକ୍ତା (ଶୁଭ)ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ),ଦିବା ଘ୨/୨୬ମିଗତେ ବାର ଓ ତିଥିଦୋଷ ହେତୁ(ଶିବଙ୍କଠାରେ ଜଳାଭିଷେକ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ)ଶୁଭକର୍ମ- ନାସ୍ତି ।
ମେଷ-ଆଜି ଗୁରୁତ୍ୱପୂର୍ଣ୍ଣକାର୍ଯ୍ୟ ହାସଲ ସକାଶେ ଦୂରଯାତ୍ରା କରିପାରନ୍ତି।କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ଆଶାନୁଯାୟୀସାହାଯ୍ୟ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଚନ୍ଦ୍ରଙ୍କସହ ରାହୁ ସଂଯୋଗରୁ ଦୂରେଇ ଯାଉଥିବା କୌଣସି ଆତ୍ମୀୟଙ୍କପାଇଁ ମନ ଛଟପଟ ହୋଇପାରେ। ପାରିବାରିକସ୍ଥିତି ଓ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ।
ବୃଷ-ଯାହା ଭାବୁଛନ୍ତି ତାହାକୁ ଯଥାଶୀଘ୍ର ଆରମ୍ଭ କରିନେବା ଭଲ।ଅନ୍ୟମାନଙ୍କ ସହଯୋଗର ଅଭାବ ରହିବ ନାହିଁ।କର୍ମକ୍ଷେତ୍ରରେ ଦାୟିତ୍ୱ ହାତକୁ ନେଇ ଚିନ୍ତିତ ରହିପାରନ୍ତି। ମଙ୍ଗଳରାଶିରେ ଥିବାରୁ ବ୍ୟବସାୟ କ୍ଷେତ୍ରରେ ଉନ୍ନତମାନର ଫଳପାଇବେ।ପୁରାତନ ରୋଗର ପ୍ରାଦୁର୍ଭାବ ବଢ଼ିବାକାରଣରୁ ମାନସିକ ଦୁର୍ବଳତା ଅନୁଭବ କରିବେ।
ମିଥୁନ-ସମ୍ପର୍କୀୟଙ୍କ ସହ ମିତ୍ରତା ବଢ଼ାଇବା ସକାଶେ ଚେଷ୍ଟାକଲେ ମଧ୍ୟ ସେମାନେ ଆପଣଙ୍କୁ ଅସ୍ବୀକାର କରିପାରନ୍ତି। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ପ୍ରସ୍ତୁତିରେ ବନ୍ଧୁମାନଙ୍କସହ ଆଲୋଚନା ଜାରିରହିବ। ପ୍ରଶାସନିକ କିମ୍ବା ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା ଅବ୍ୟାହତ ରହିବ। ଆଜିରଯାତ୍ରା ସାଙ୍ଗକୁ ବ୍ୟବସାୟିକସଫଳତା ମିଳିବ।
କର୍କଟ-ଆଜି ଗୋଟାଏ ନୂଆ କାମ ଆରମ୍ଭ କରିବାକୁ ମନରେ ଚିନ୍ତା କରିବେ। ଅଭାବ ନଥିଲେ ମଧ୍ୟ ଖୋଲା ମନନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହୋଇପାରନ୍ତି। ବିବାଦୀୟ ପରିସ୍ଥିତିରେ ନିଜ ଲୋକଙ୍କୁ ସନ୍ଦେହ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ। ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ପରିବାରରେ ସମସ୍ୟାର ଆଶଙ୍କା ରହିଛି।
ସିଂହ-ଆପଣଙ୍କୁ ନିଜ ଲୋକମାନଙ୍କ ବ୍ୟତୀତ ଅନ୍ୟଜାତିର ବ୍ୟକ୍ତିବିଶେଷ ସହାୟତା କରିବେ। କଠୋର ପରିଶ୍ରମ ଓ ବିଶେଷ ଭ୍ରମଣ ଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ ା ସନ୍ତାନମାନଙ୍କର କିଛି ରହିଥିବାସମସ୍ୟାର ସମାଧାନ ସକାଶେ ବ୍ୟସ୍ତତା ବଢ଼ିପାରେ।
କନ୍ୟା-ଆଜି ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ବାଣିଜ୍ୟ,ବ୍ୟବସାୟ ଓ ପ୍ରତିଦ୍ୱନ୍ଦ୍ୱିତା ସମ୍ବନ୍ଧୀୟ ଆଲୋଚନା କରିବେ। ପରିସ୍ଥିତିର ସାମ୍ନାନ କରିବାକୁ ଯାଇ ବନ୍ଧୁଙ୍କ ସାହାଯ୍ୟ ଓ ପରାମର୍ଶ ପାଇଁ ବିଚାର କରିପାରନ୍ତି। ପିଲାଙ୍କ ଜଞ୍ଜାଳ କ୍ରମଶଃ ବୃଦ୍ଧି ପାଇବା ହେତୁ ଦୁଶ୍ଚିନ୍ତାଗ୍ରସ୍ତ ହେବେ।ଶତ୍ରୁତା କରୁଥିବା ଲୋକମାନେ ହଠାତ୍‍ ନିଜର ଫାଇଦା ହାସଲ ପାଇଁ ଅପଚେଷ୍ଟା କରିପାରନ୍ତି।
⚖️ତୁଳା-କୌଣସି ନୂତନ କର୍ମାରମ୍ଭ ସକାଶେ ଦିନଟି ପ୍ରଶସ୍ତ ରହିବ। ଦୀର୍ଘଦିନରୁ ଚେଷ୍ଟା କରୁଥିବା କାମଟି ସମ୍ପନ୍ନ ହେବାରେ କୌଣସି ବନ୍ଧୁ ସାହାଯ୍ୟ କରିବେ। ଅର୍ଥସଙ୍କଟ ସାଙ୍ଗକୁ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ। ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି।
ବିଛା-ଅଟକି ଥିବା କାମର ପୁନଃ ଆରମ୍ଭ ସାଙ୍ଗକୁ ବନ୍ଧୁଙ୍କ ସହ ଆଲୋଚନାରୁ ଖୁସି ହେବେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ପଡ଼ୋଶୀଙ୍କ ସହ ଆଲୋଚନା କରିପାରନ୍ତି ା ବ୍ୟବସାୟ, ପରିବହନ, ଦୋକାନବାଡି, ନିର୍ମାଣ,ଆଇନ ଓ ଧର୍ମକାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟିହେବ। ପରିବାରରେ ନୀରବ ସମର୍ଥନ ଦେବେ।
ଧନୁ-ଯାତ୍ରା ଓ ବନ୍ଧୁଙ୍କ ଆଲୋଚନା ସମୟରେ ସତର୍କତାର ସହ କାମ କରିବା ଭଲ। ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଅମନୋଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ। ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ କୌଣସି ପଦକ୍ଷେପ ନେଇପାରିବେ ନାହିଁ। ଆଶା କରିଥିବା ଦିଗରୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ।
ମକରପ୍ରତ୍ୟୁଷ ଯାତ୍ରା, ସଭାସମିତି, କର୍ମାରମ୍ଭ ବିନା ବାଧାବିଘ୍ନରେ ସମାପନ ହେବ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଅତୀତରେ ଘଟିଯାଇଥିବା କେତେକ ଘଟଣାକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ବୁଦ୍ଧିଜୀବୀଙ୍କ ନିକଟରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ।
କୁମ୍ଭ-ପାରିବାରିକକ୍ଷେତ୍ରରେ କୌଣସି ବ୍ୟତିକ୍ରମକୁ ବାରମ୍ବାର ଚିନ୍ତାକରି ମନ ଅଶାନ୍ତ ହୋଇଯାଇପାରେ। ଲକ୍ଷ୍ୟହୀନ ଭ୍ରମଣହେତୁକ ସାମୟିକ କ୍ଳାନ୍ତି ଓ ଅବସାଦ ଅନୁଭବକରିବେ। ବନ୍ଧୁମାନଙ୍କ ନିକଟରୁ କିଛି ଖରାପ ଖବରପାଇ ସାମୟିକଭାବରେ ବିବ୍ରତ ହୋଇପାରନ୍ତି। ରୋଗଣା ସ୍ବାସ୍ଥ୍ୟରେଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ତି ମିଳିବ।
ମୀନ-ଜଣେ ବିଜାତୀୟ ବ୍ୟକ୍ତି ନିଜ ଆଡୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ସାନ୍ତ୍ୱନା ଦେବାରେ ସହାୟକ ହେବ। ସଭାସମିତିରେ,ଆଲୋଚନା ପରିସରରେ, ରାଜନୈତିକ ସ୍ଥିତିରେ, ପ୍ରଶାସନିକ ସ୍ତରରେ ଆଶା ପୂରଣ ହେବ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସଫଳତା ପାଇବେ।
ନୀତିବାଣୀ-ନିଜ ଉପରେ ସବୁବେଳେ ଭରସା ରଖିଥିବ,କାରଣ ଏତେବାଟ ଆସିଛମାନେ ନିଶ୍ଚିତ ଆଗକୁ ଯାଇପାରିବ।ସଫଳତା ନିଶ୍ଚିତଭାବରେ ପାଇବ।
ସମ୍ପର୍କକୁ କେବେବି ଧନରତ୍ନରେ ମାପିବନି କାରଣ ଆମ ଦୁଃଖରେ ସାଥ ଦେଉଥିବା ଲୋକ ପ୍ରାୟତଃ ଗରିବ ହିଁ ହୋଇଥାଏ।ମାଟି ପଥର କାଠ ବା ଧାତୁରେ ମୁର୍ତ୍ତି ତିଆରି ହୋଇପାରେ ପୂଜାକରିବାର ନିଷ୍ଠା ହିଁ ଶ୍ରେଷ୍ଠ ନୈବେଦ୍ୟ ଆତ୍ମାର ଶ୍ରଦ୍ଧା ସବୁଠାରୁ ବଡପୂଜା।ବିଷୟ ବାସନାଭୋଗ ଲାଳସା ସବୁ ଅଧର୍ମର ମୂଳବୀଜ ଏସବୁଠାରୁ ନିଜକୁ ଦୂରେଇ ରଖିବା ବିଜ୍ଞତାର ପରିଚୟ

Comments (0)
Add Comment