ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୨୬ ତାରିଖ (ମଙ୍ଗଳବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ତ୍ରୟୋଦଶୀ ସଂ ଘ୬/୨୫ ପର‌୍ୟ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୩/୪୫ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୫୭ ,ମକର ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବାଇଗଣ ସନ୍ଧ୍ୟା ଘ୬/୨୫ ଗତେ ବିରି ଭକ୍ଷଣ ନିଷେଧ ।
ମେଷ- ଧୈର‌୍ୟ୍ୟର ସହ ଆଶୁ ବିପଦର ମୁକାବିଲା କରିପାରନ୍ତି। ଜିତେନ୍ଦ୍ରିୟ ହେବେ। ପରାକ୍ରମୀ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର‌୍ୟ୍ୟ ସ୍ଥଗିତ ରଖିବେ। ସତର୍କରେ ଚଳିବେ।
ବୃଷ-ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସପତ୍ନୀକ ଆନନ୍ଦ ଉପଭୋଗ କରିପାରନ୍ତି। ଭୋଜନ କେବଳ ସୁସ୍ବାଦୁ ନୁହେଁ; ସ୍ବାସ୍ଥ୍ୟପ୍ରଦ ହେବ।
ମିଥୁନ- କଳ, କୌଶଳ ପ୍ରୟୋଗରେ ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବେ। ପରୋପକାର କରି କୃପା ନିଧାନଙ୍କ କୃପାପାତ୍ର ଓ ସୁଖୀ ହେବେ। ସୁସ୍ଥ ଓ ନିରାମୟ ରହିବେ।
କର୍କଟ- ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥାଗମ ହେବ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇପାରନ୍ତି। କାର‌୍ୟ୍ୟରେ ନିରଳସ ହେବେ।
ସିଂହ-ଶ୍ରମ ଓ ନିଷ୍ଠାର ମୂଲ୍ୟାଙ୍କନ ହେବ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ଯାନବାହନ ସୁଖ ମିଳିବ। କୃଷି ବିଶାରଦ ହେବେ। ଧର୍ମ ଧ୍ବଜାଧାରୀ ହୋଇପାରନ୍ତି।
କନ୍ୟା- ଈଶ୍ବରୀୟ ଚେତନାରେ ଉଦ୍‌ବୃଦ୍ଧ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିଭାଗୀୟ ସ୍ତରରୁ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ସତ୍‌ସଙ୍ଗରୁ ପାଇବେ ଶାନ୍ତି ଓ ସୁଖର ସୂତ୍ର। ସତ୍ୟପ୍ରଜ୍ଞ ହେବେ।
ତୁଳା-ସନ୍ମାର୍ଗୀ ହେବେ। ଈପ୍‌ସିତ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇପାରନ୍ତି। ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। ପ୍ରତି ଆହ୍ବାନଗୁଡ଼ିକୁ ଉତ୍କର୍ଷର ଶିଡ଼ିକରି ଦେଲେ ଲକ୍ଷ୍ୟସ୍ଥଳରେ ଉପନୀତ ହେବେ।
ବିଛା-ଆୟ ଆଶାନୁରୂପ ହେବ। ବନ୍ଧୁ ଓ ସରକାରୀ ସହାୟତାରୁ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ। ଜୀବନର ପ୍ରମୁଖ ଆଧାର ଋଚିପୂର୍ଣ୍ଣ ଆହର ପ୍ରାପ୍ତ ହେବେ।
ଧନୁ-କ୍ଷଣଭଙ୍ଗୁର ଜୀବନ ଭିତରେ ନିର୍ଭୀକ ଥିବାରୁ ଶୀର୍ଷାସନ ପ୍ରାପ୍ତ ହେବେ। ପରର ଦୁଃଖ ଅନୁଭବ କରି ମଣିଷପଣିଆର ପରିଚୟ ଦେବେ। ଜନ କଲ୍ୟାଣ ପାଇଁ ଅଧିକ ବ୍ୟୟ କରିପାରନ୍ତି। ଭାଷା ଲଳିତ ଓ ମଧୁର ହେବ।
ମକର-ସଦ୍‌ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନଧ୍ୟାନରେ ଦୀପ ପ୍ରଜ୍ବଳନ କରି ଚଲାପଥକୁ ଉଳ କରିବେ।
କୁମ୍ଭ-ରଚନା ପ୍ରାଣବନ୍ତ ଓ ଅମୃତମୟ ହୋଇପାରେ। ଶ୍ରମଜୀବୀମାନଙ୍କ ଦୁଃଖ ଅନୁଭବ କରି ମଣିଷପଣିଆର ପରିଚୟ ସୃଷ୍ଟି କରିବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ମୀନ-କାର‌୍ୟ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ। କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ; ସେହି କର୍ମ ତତ୍ପରତା ଆପଣଙ୍କୁ ଯଶସ୍ବୀ କରିବ।
ନିତୀବାଣୀ- ପରର ଘର ଭାଙ୍ଗି ଆନନ୍ଦ ପାଉଥିବା ଲୋକଟି କେବେ ବୁଝିପାରେ ନାହିଁ ତା ନିଜର ଘର ସଂସାର ଅଛି ବୋଲି। ସମୟର ପଶାପାଲି ବଦଳି ଗଲେ ତାଘରକୁ କେତେବେଳେ ଯେ ଦଇବ ଭାଙ୍ଗି ଦେବ ସେ ଜାଣିପାରିବ ନାହିଁ। ତେଣୁ ଏଭଳି କର୍ମରୁ ନିଜକୁ ଦୂରେଇ ରଖିବା ଦରକାର।
ବାସ୍ତୁ ଟିପ୍ପଣୀ-ଘରର ମୁଖ୍ୟ ଦ୍ୱାର ସାମ୍ନାରେ କେବେବି ଚପଲ,ଜୋତା ପକାନ୍ତୁ ନାହିଁ କିମ୍ବା ଜୋତାକୁ କେବେବି ଓଲଟା ପକାନ୍ତୁ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ଉତ୍ପନ ହୋଇଥାଏ।
ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୂଜା ସକାଳ ୬ ଟାରୁ ୮ଟା ଭିତରେ କରିବା ଉଚିତ। ଏବଂ କୁଶ ଆସନରେ ବସି ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ପୂଜା କରନ୍ତୁ।
ଘରେ ସବୁବେଳେ ଖାଇବା ପାଇଁ ତିଆରି କରୁଥିବା ରୁଟିକୁ ପ୍ରଥମେ ଗାଈକୁ ଖାଇବକୁ ଦିଅନ୍ତୁ। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧ ହୋଇଥାଏ। ଆପଣଙ୍କ ଜୀବନ ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା!!

Comments (0)
Add Comment