୨୦୨୨ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ (ଶୁକ୍ରବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ଷଷ୍ଠୀ ଦିବା ଘ୧୧/୫୮ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୭/୩୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୫/୨୬ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ବିଛା ରାଶିର ଘାତଚନ୍ଦ୍ର ,ଷଷ୍ଠୀର ଏକୋଦିଷ୍ଟ ଶ୍ରାଦ୍ଧ ମହାଳୟା ବିଧିରେ ହେବ , ନିମ୍ବ ଦିବା ଘ୧୧/୫୮ ଗତେ ତାଳ ଭକ୍ଷଣ ନିଷେଧ ।
ମେଷ-ନିଜର ଭାବନା ଉପାରେ,ବିଶେଷ କରିକି ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ , ଯାହାଦ୍ୱାରା ଆଜି ଆପଣ ଋଣମୁକ୍ତ ହୋଇପାରିବେ । ଆପଣଙ୍କ ପ୍ରିୟଜନ ଖୁସି ଅଛନ୍ତି ଓ ଆପଣଙ୍କୁ ସନ୍ଧ୍ୟା ବେଳେ ବସି ତାଙ୍କସହିତ ନୂତନ ଯୋଜନା ଗଢ଼ିବା ଉପକାରୀ ରହିବ । ସମୟ, କାମକର୍ଯ୍ୟ, ପଇସା,ବନ୍ଧୁ-ବାନ୍ଧବ, ସମ୍ପର୍କ ସବୁ ଗୋଟେ ପଟେ ଓ ଆପଣଙ୍କ ପ୍ରେମ ଗୋଟେ ପଟେ, ଦୁଇଜଣ ନିଜଭିତରେ ହଜିଯିବେ- କିଛି ଏମିତି ହି ଅବସ୍ଥା ରହିବ ଆପଣଙ୍କର । କାମକର୍ଯ୍ୟ ଦୃଷ୍ଟିରୁ ଆଜି ଆପଣଙ୍କକଥା ସମସ୍ତେ ଶୁଣିବେ, ଆଜି ନିଜ ହିସାବରେ କିଛି ବି କାମ ହେବନାହିଁ କିନ୍ତୁ ତାହାଯୋଗୁଁ ମନଦୁଃଖ କରନ୍ତୁ ନାହିଁ । ଜୀବନସାଥୀ କାରଣରୁ ଆପଣଙ୍କୁ ଅନୁଭବ ହେବ କି ତାଙ୍କ ପାଇଁ ଦୁନିଆରେ ଆପଣ ହିଁ ସବୁଠୁ ମହତ୍ଵପୁର୍ଣ ।
ବୃଷ-ନିଜର ମନଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ,ବିଶେଷ କରିକି କୌଣସି ସମାରୋହ କିମ୍ବା ପାର୍ଟିରେ । କାରଣ ଏହା ନକରିବା ସେଠାର ପରିବେଶ ଚାପଗ୍ରସ୍ତ ହୋଇ ପାରେ । ଅର୍ଥପକ୍ଷରେ ଲାଭ ମିଳିବନାହିଁ ତେଣୁ ନିଜଅର୍ଥ ଅବସ୍ଥା ପରଖନ୍ତୁ ଓ ନିଜର ଖର୍ଚ୍ଚ ଉପରେ ନିଯନ୍ତ୍ରଣ ରଖନ୍ତୁ । ଘରର ସଜବାଜ କରିବା ପାଇଁ ଖାଲି ସମୟର ଉପଯୋଗ କରନ୍ତୁ । ଏହା ପାଇଁ ଆପଣ ପରିବାର ଲୋକଙ୍କ ଠୁ ପ୍ରଶଂସା ପାଇବେ । ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧକୁ ଗୁରୁତ୍ୱ ଦିୟନ୍ତୁ ନାହିଁ । କୌଣସି ଛୋଟ କିମ୍ବା ମଧ୍ୟ-କାର୍ଯ୍ୟକାଳ ପାଠ୍ୟକ୍ରମରେ ନାମ ଲେଖନ୍ତୁ ଓ ନିଜର କ୍ଷମତାରେ ବୃଦ୍ଧି ଅଣାନ୍ତୁ । କାର୍ଯ୍ୟକ୍ଷେତ୍ରରେ କୌଣସି କାମ ଅଟକିଯିବା ହେତୁ ଆଜି ସଂଧ୍ୟାର ବହୁମୂଲ୍ୟ ସମୟ ଆପଣଙ୍କର ଖରାପ ହୋଇପାରେ । ଆପଣଙ୍କ ଜୀବନସାଥୀ ଆପଣଙ୍କ ଆବଶ୍ୟକତାକୁ ଅଦେଖା କରିପାରେ, ଯାହାକାରଣରୁ ଆପଣ ବିରକ୍ତ ହୋଈ ପାରନ୍ତି
ମିଥୁନ-ଖୁସିରହନ୍ତୁ, କାରଣ ସବୁଅସୁବିଧା ପାଇଁ ଏହା ବିଷ ନିରୋଧକ ଅଟେ । ଆଜିଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇପାରୋ ପିଲାମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇବାକୁ ଚେଷ୍ଟାକରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ । ସାବଧାନ ରୁହନ୍ତୁ, କାରଣ କେହି ଆପଣଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରିପାରେ । ନୂଆକାର୍ଯ୍ୟ ଲୋଭେଇବା ଓ ଲାଭ ଦେବା ପରି ଲାଗିବ । ଦିନଶେଷରେ ଆଜିଆପଣ ଆପଣଙ୍କ ପରିବାରକୁ ସମୟ ଦେବାପାଇଁ ଇଛା କରିପାରନ୍ତି । କିନ୍ତୁ କୌଣସିସଦସ୍ୟଙ୍କ ସହିତ ଯୁକ୍ତିତର୍କ ଯୋଗୁଁ ଆପଣଙ୍କ ମୁଡ଼ ଖରାପ ହୋଇଯାଇପାରେ । ହୋଇପାରେକି ବୈବାହିକ ଜୀବନରେ ବିରାମ ଲାଗିବ କାରଣରୁ ଆପଣ ନିଜର ଜୀବନ-ସାଥୀ ଉପରେ କ୍ରୋଧିତ ହୋଇ ପାରନ୍ତି ।
କର୍କଟ-ଅସୁବିଧା ପୁଣିଥରେ ଉପରକୁ ଆସିପାରେ ଯାହାଯୋଗୁଁ ଆପଣଙ୍କୁ ମାନସିକ ଚାପ ପଡ଼ିପାରେ । ଆଜି ଆପଣ ବିନାକୌଣସି ସହାୟତାରେ ଧନଅର୍ଜନ କରିପାରିବେ ।ଆଜିରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି । ବନ୍ଧୁ-ବାନ୍ଧବ ଆପଣଙ୍କ ଦୟା ସ୍ଵଭାଵର ଲାଭପାରନ୍ତି ।ସତର୍କରୁହନ୍ତୁ, ନଚେତ ପରେ ଆପଣ ଠକ ଅନୁଭବ କରିବେ । ଦୟା ଗୋଟେ ସୀମା ଯାଏଁ ଠିକ ଅଛି, କିନ୍ତୁ ଯଦି ଆପଣଙ୍କ ସୀମା ପାରକରିଦିଏ ତାହେଲେ ବିପଦ ହୋଇପାରେ । ଆଜି ଆପଙ୍କପ୍ରିୟ ଆପଣଙ୍କଠୁ ବଚନ ମାଗିପାରନ୍ତି । ଯଦି କୌଣସି ସମସ୍ୟା ଅଛି ତାହାକୁ କାଲି ପାଇଁ ରଖନ୍ତୁ ନାହିଁ, ବରଂ ଅତିଶୀଘ୍ର ତାହାର ପରିଣାମ ଖୋଜିବାକୁ ଚେଷ୍ଟା କରନ୍ତୁ । ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ । କୋଉପିଲା କିମ୍ବା ବରିଷ୍ଠପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣ ଚିନ୍ତାରେ ରହିବେ ଓ ତାହାର କୁପ୍ରଭାବ ଆପଣଙ୍କ ବିବାହଜୀବନରେ ପଡ଼ିପାରେ ।
ସିଂହ-ମନ ଶାନ୍ତି ପ୍ରାପ୍ତ କରିବାପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ ଜ୍ଝା ନିଜ ପାଇଁ ଧାନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ । ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ । ଆଜି ନିଜ ଘରର ସାଜ-ସଜ୍ଜାରେ ସମୟ କଟେଇ ପାରନ୍ତି । ପ୍ରେମ ଏକ ଝରଣା,ଫୁଲ,ଆଲୋକ ଓ ପ୍ରଜାପତି ପରି । ଆଜି ଆପଣଙ୍କ ପ୍ରେମରେ ଭରା ରୂପ ସାମନାକୁ ଆସିବା । ଦରମା ବଢ଼ିବା କାରଣରୁ ଆପଣ ଉତ୍ସାହରେ ଭାରି ପଡ଼ିବେ । ଏହି ସମୟ ନିଜର ସବୁ ନିରାଶା ଓ ବିପଦକୁ ଲିଭେଇବା ପାଇଁ ଅଛି । ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ ଅଟେ । ଆପଣଙ୍କ ଜୀବନ ବୈବାହିକ ଦୃଷ୍ଟିରୁ ଆଜି ଉତ୍ତମ ରହିବ ।
କନ୍ୟା-ଆଜି ପୁରାଦିନ କାମରେ ଲାଗି ରହିଥିବାପରେ ବି ଶକ୍ତିରେ ଭରା ଅନୁଭବ କରିବେ । ବାଣିଜ୍ୟ ବ୍ୟାପାରରକୁ ସଶକ୍ତ କରିବାପାଇଁ ଆଜି ଆପଣ କୌଣସି କଡା ନିଷ୍ପତ୍ତି ନେଇପାରନ୍ତି, ଯେଉଁଥିରେ ଆପଣଙ୍କର କୌଣସି ନିକଟ ବନ୍ଧୁପରିଜନ ସହାୟତା କରିପାରନ୍ତି । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇପାରେ । କେହି ଆପଣଙ୍କୁ ଆପଣଙ୍କ ପ୍ରେମଠୁ ଅଲଗା କରିପାରିବନାହିଁ । ଖୁଚୁରାବିକ୍ରେତା ଓ ପାଇକାରୀ ବେପାରୀମାନଙ୍କ ପାଇଁ ଶୁଭଦିନ ଅଟେ । ଆଜି କେହିଜଣେ ଆଧ୍ୟାତ୍ମିକନେତା କିମ୍ବା ଗୁରୁଜନୋଚିତଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି । ଆପଣଆପଣଙ୍କର ସାଥୀଙ୍କର ସାହାଯ୍ୟ ନେଇ ଜୀବନର ପ୍ରତେକଟି ବିପଦର ଅତି ସହଜରେ ସମ୍ମୁଖୀନ ହୋଇପାରିବେ ।
ତୁଳା-ଆଜିଦିନଟା ଏମିତିଆ କାର୍ଯ୍ୟକରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ । ଆପଣଙ୍କଜୀବନସାଥୀ ଓ ସହଭାଗୀଙ୍କ ସହିତ ଧନକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ଆପଣଆପଣଙ୍କର ଶାନ୍ତସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ । ଘରୋଇକଥାରେ ଶୀଘ୍ରଧ୍ୟାନ ଦେବା ଆବଶ୍ୟକ ଅଛି । ଆପଣଙ୍କସାଥୀ ଆଜି ଆପଣଙ୍କପାଇଁ ଦେବଦୁତ୍ତ ପରି ଲାଗିବେ, ଯଦି ଆପଣ ଟିକେ ଭଲପାଇବା ଦେବେ । ସେବକ ଓ ସହକର୍ମୀ ମାନଙ୍କଠୁ ହଇରାଣ ହବାର ସମ୍ଭାବନା ଅଛି । ଆଜି ଆପଣଆପଣଙ୍କର ବଳକାସମୟ ସେହି ସବୁକାମରେ ସଦୁପଯୋଗ କରିବେ ଯାହା ଆପଣ ବିଗତଦିନମାନଙ୍କରେ କରିନଥିଲେ । ବୈବାହିକଜୀବନର ଦୃଷ୍ଟିରୁ ଆଜିଦିନ ଉତ୍ତମ ରହିବ ।
ବିଛା- ଆପଣଙ୍କର ଉର୍ଜାସ୍ତର ଉଚ୍ଚରହିବ । ଯେଉଁମାନେ ବିନାଚିନ୍ତାରେ ଅର୍ଥ ଖର୍ଚ୍ଚକରନ୍ତି , ସେମାନଙ୍କୁ ଆଜି ଅର୍ଥର ଆବଶ୍ୟକତା ପଡ଼ିପାରେ ଏବଂ ଆଜି ଆପଣ ଆବଶ୍ୟକତା ସମୟରେ ଅର୍ଥର ମହତ୍ୱ ବୁଝିପାରିବେ । କୌଣସି ନୂତନସମ୍ପର୍କ ଲମ୍ବାସମୟ ଯାଏଁ ଚାଲିବା ସହିତ,ଲାଭକାରୀ ମଧ୍ୟ ରହିବ । ନିଜର ମନରକଥା ପ୍ରକାଶିତକରି ଆପଣ ବହୁତ ହାଲ୍କା ଓ ଅଭିବୃତ ଅନୁଭବ କରିବେ । ବଡ ବ୍ୟବସାୟ ଆଦାନ-ପ୍ରଦାନ କଲାବେଳେ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ଆଜି ଆପଣଙ୍କର ସମୟ ଅନାବଶ୍ୟକ ଏବଂ କୌଣସି ମହତ୍ୱନଥିବା କାମରେ କଟିପାରେ । ଅନ୍ୟମାନଂକର ହସ୍ତକ୍ଷେପ ଯୋଗୁଁ ବିପଦ ଆସିପାରେ ।
ଧନୁ- ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ ଖୁସି ଅନୁଭବ କରିବେ । ବିବାହିତା ଦମ୍ପତି ମାନଙ୍କୁ ଆଜି ସେମାନଙ୍କ ପିଲାମାନଙ୍କ ପଢ଼ା ପାଇଁ ଆଛା ଖାସା ଧାନ ଖର୍ଚ୍ଚ କରିବାକୁ ପଡ଼ିପାରେ । ବନ୍ଧୁ ମାନଙ୍କ ସହିତ ସମୟ କାଟିବା ଆପଣଙ୍କ ପାଇଁ ଅତି ଲାଭକାରୀ ରହିବ । ଯେଉଁ ଲୋକ ମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହି ମାନେ ଏହି ସୁରା-ତାଳର ଆନନ୍ଦ ନେଇ ପାରିବେ । ଆଜିକା ଦିନ ଆପଣ ବି ସେଇ ସଂଗୀତକୁ ଶୁଣି ପାରିବେ, ଯାହା ଦୁନିଆର ବାକି ଗୀତକୁ ବୁଲେଇ ଦବ । ଆପଣ ନିହାତି ସଫଳ ହେବେ – ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି । ଆଜି ଘର ସଜାଡ଼ିବା ପାଇଁ ଭାବିପାରନ୍ତି କିନ୍ତୁ ଆପଣ ଏଥିପାଇଁ ସମୟ ପାଇବେନି । ଆଜି ଦିନ ଆପଣଙ୍କ ପାଇଁ ବେଶୀ ଭଲ ରହିବ ନାହିଁ କାରଣ କିଛି କଥାରେ ଆପଣଙ୍କ ଭିତରେ ଅସହମତି ମଧ୍ୟ ହୋଇ ପାରେ, ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇ ପାରେ
ମକର-ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ । ଯେଉଁ ବ୍ୟକ୍ତିମାନେ ଅକାରଣ ଧାନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ । । ବୁଲା-ବୁଲି କରିବାକୁ ଯିବାର ଯୋଜନା କରି ପାରନ୍ତି , ଯାହା ଆପଣଙ୍କୁ ଉର୍ଜା ଓ ଉତ୍ସାହରେ ଭରି ଦେବ । ଆପଣ ନିଜେ ଅପମାନିତ ହେଲେ ବୋଲି ଭାବନ୍ତୁ ନାହିଁ, ଯଦି ଆପଣଙ୍କର ସାଥୀ ନିଜ କଥା ରଖି ପାରିନାହାନ୍ତି , ଆପଣ ତାଙ୍କୁ ଶାନ୍ତି ରେ ବସିକି ବୁଝାନ୍ତୁା ଯିଏବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ । ବହୁତ କାମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣିପାରିବେ । ଆଜିଦିନରେ ଆପଣ ବୈବାହିକ ଜିବନର ପ୍ରକୃତ ମଜା ନେଇପାରିବେ ।
କୁମ୍ଭ-ଆପଣଙ୍କ ଆଶା ଗୋଟେ ଶୁଂଗନ୍ଧିତ ସୁନ୍ଦରଫୁଲ ପରିଫୁଟିବ । ଯେଉଁବ୍ୟକ୍ତି ମାନେ ଅକାରଣ ଧାନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁପଡ଼ିବ । ପାରିବାରିକ ଦାଇତ୍ୱର ଭାରବଢ଼ିବ । ଯାହାଆପଣଙ୍କୁ ମାନସିକଚାପ ଦେଇପାରେ । ବ୍ୟକ୍ତିଗତ ସମ୍ବନ୍ଧ ସଂବେଦନଶୀଳ ଓ ସୁକ୍ଷ୍ମ ରହିବ । ବ୍ୟବସାୟିକମାନଙ୍କ ପାଇଁ ଉତ୍ତମଦିନ ଅଟେ, କାରଣ ତାଙ୍କୁ ହଠାତ ବଡ ଲାଭ ମିଳିପାରେ । ଆଜିକାମ ସବୁଭଲରେ ସରିବ, କିନ୍ତୁ ଦିନଯାକ ଆପଣ ବିରକ୍ତ ହେବା ସାଙ୍ଗରେ ଥକା ଓ କ୍ଳାନ୍ତିକର ଅନୁଭବ କରିବେ । ବୈବାହିକ ଜୀବନ ଦୃଷ୍ଟିରୁ ଏହା ଟିକେ ଖରାପ ସମୟ ଚାଲିଛି ।
ମୀନ-ମାଡ଼ ଠୁ ରକ୍ଷା ପାଇବାପାଇଁ ସାବଧାନ ହୋଇବସନ୍ତୁ । ତାସହିତ ଠିକଭାବରେ ଅଂଟା ସିଧା କରି ବସିଲେ ନା କେବଳ ବ୍ୟକ୍ତିତ୍ୱରେ ବୃଦ୍ଧି ଆସିବ, ତାଛଡ଼ା ସ୍ୱାସ୍ଥ୍ୟ ଓ ଆତ୍ମ-ବିଶ୍ୱାସର ସ୍ତରକୁ ବି ଉପରକୁ ନେଇଯିବ । ବିଗତଦିନରେ ଆପଣ ଯେଉଁଧନ ବିନିଯୋଗ କରିଥିଲେ. ଏବେତାହା ଆପଣଙ୍କୁ ଲାଭଦେବ । ଆପଣଙ୍କ ବେଖାତିର ବ୍ୟବହାର ଆପଣଙ୍କମାତା-ପିତାଙ୍କୁ ଦୁଖୀ କରିପାରେ ।କୌଣସି ନୂତନଯୋଜନା ଆରମ୍ଭ କରିବା ପୂର୍ବରୁ ତାଙ୍କ ବିଚାର ବି ଜାଣିନିଅନ୍ତୁ । ଆଜିଆପଣଙ୍କ ପ୍ରିୟଙ୍କ ଏକ ଅଲଗାରୂପ ଦେଖିବାକୁ ମିଳିପାରେ । ଆପଣଙ୍କ ବରିଷ୍ଠଅଧିକାରୀଙ୍କୁ ଜଣାପଡ଼ିବା ପୂର୍ବରୁ, ବହୁତ ସମୟରୁ ରହିଥିବା କାର୍ଯ୍ୟକୁ ଶେଷ କରିଦିଅନ୍ତୁ । ଆପଣଙ୍କୁ ଏମିତି ଯାହଠୁ ମାହାତ୍ତ୍ୱପୁର୍ଣ ଡାକରା ଆସିପାରେ, ଯୋଉଁ ଠୁ ଆପଣ କେବେ କଳ୍ପନା ବି କରିନଥିବେ । ଆଖିମନର କଥା କହିଦିଏ । ଆଜିଦିନ ଆପଣଙ୍କ ଜୀବନସାଥୀ ସହିତ ଏହି ଭାଷାରେ କଥାହେବାର ଅଛି ।
ନିତୀବାଣୀ-ଯଦି କାହା କଥା ଖରାପ୍ ଲାଗେ ତାହେଲେ ନିରବ ହେଇଯାଅ ।କାରଣ ନିରବତା ପୃଥିବୀର ସବୁଠାରୁ ବଡ଼ ଔଷଧ ।
ବାସ୍ତୁ ଟିପ୍ପଣୀ-ଘରେ କେଉଁ ସବୁ ଗଛଲଗାଇବା ଉଚିତ ନୁହେଁ…
୧-ତେନ୍ତୁଳୀ ଗଛ:-ଯେଉଁଲୋକ ଘରେ ତେନ୍ତୁଳୀଗଛ ଲଗାଇଥାନ୍ତି ସେହିଘରେ ଖରାପ ଶକ୍ତିର ବାସ ରହିଥାଏ । ଯାହା ରାତିସମୟରେ ଏହା ଅନୁଭବ ହୋଇଥାଏ । ଏହିଗଛରେ ନାକାରାତ୍ମକ ଶକ୍ତି ରହିଥାଏ । ଏମିତିଜାଗାରେ ତେନ୍ତୁଳୀଗଛ ପାଖରେ ଥିଲେ ଘରତିଆରି କରିଲେ ବରବାତ ହେବା ନିଶ୍ଚିନ୍ତ ଅଟେ । ତେଣୁ ଏହି ଗଛଠାରୁ ଦୂରେଇରହିବା ଉଚିତ ।
୨-ମେହେନ୍ଦି ଗଛ:- ଏମିତି କିଛିଲୋକ ଅଛନ୍ତି ଯେଉଁମାନେ ଘରେ ମେହେନ୍ଦିଗଛ ଲଗାଇଥାନ୍ତି । ବାସ୍ତୁଶାସ୍ତ୍ରଅନୁଯାୟୀ ଏହିଗଛ ଘରେଲଗାଇବା ଦ୍ଵାରା ଖୁସିଭଙ୍ଗ ହୋଇଥାଏ । ଏମିତି ମାନାଯାଏ ମେହେନ୍ଦିଗଛ ପାଖରେ ଖରାପଶକ୍ତି ବାସକରିଥାଏ । ଯେଉଁଠି ଏହିଗଛ ରହିଥିବ ସେଠାରେ କେବେ ବି ଖୁସି ଆସେନାହି । ସବୁବେଳେ ଅଶାନ୍ତି ଲାଗିରହିଥାଏ । ତେବେ ଯଦି ଆପଣ ଏହିଗଛ ଲଗାଇବାକୁ ଚାହୁଁଛନ୍ତି ତେବେ ଘରେ ନଲଗାଇ ଘରଠାରୁ ଦୂରରେ ଲଗାଇପାରିବେ ।
୩-କଣ୍ଟାଜାତୀୟଗଛ ଓ କପାସ ଗଛ:– ଏମିତି ମାନାଯାଏ କି ଯେଉଁଠି କଣ୍ଟା ଜାତୀୟ ଗଛ ବା ନାଗଫେଣୀ ଲଗାଯାଏ ସେଠାରେ ଚୁମ୍ବକ ଭଳି ଖରାପଶକ୍ତି ବାସକରିଥାଏ । ଯେଉଁଘରେ ଏହି ଗଛ ଲାଗିଥାଏ ସେଠାରେ ଖରାପପ୍ରଭାବ ପଡିଥାଏ । ସେହିଘରେ ଅଭିଶାପ ଲାଗିଥାଏ । ଯେଉଁଲୋକ ଘର ଆଖପାଖରେ କପାସଗଛ ଲଗାଇଥାନ୍ତି ତାହା ଅଶୁଭ ମାନାଯାଏ ।
ତେଣୁ ଏହି ସବୁଗଛଠାରୁ ଦୂରେଇ ରହିବା ଉଚିତ । ତେବେ କଣ୍ଟାଜାତୀୟଗଛ ଘରେ ରହିବାଦ୍ଵାରା ପରିବାର ଲୋକଙ୍କ ମଧ୍ୟରେ କଳହ ଲାଗିରହିଥାଏ । ଯାହାଦ୍ଵାରା ମନରେ ଅଶାନ୍ତି ସୃଷ୍ଟି ହୋଇଥାଏ । ତେବେ ଏହି ସବୁଗଛ ଘରେଲଗାଇବା ଭୁଲରେ ବି କରନ୍ତୁ ନୁହେଁ । ଏହା ମଣିଷଜୀବନ ପାଇଁ କ୍ଷତିକାରକ ହେବା ସହ ହାନିଆକାରକ ହୋଇଥାଏ ।
ଆଜିର ଦିନଟି ମଙ୍ଗଳମୟ ହେଉ !!ଶାରଦୀୟ ନବରାତ୍ରୀର ନଅ ଦିନ!!
ନବରାତ୍ରୀ ପ୍ରଥମ ଦିନ: ୨୬ ସେପ୍ଟେମ୍ବର, ମା ଶୈଳପୁତ୍ରୀ ପୂଜା
ଦ୍ୱିତୀୟ ଦିନ: ୨୭ ସେପ୍ଟେମ୍ବର, ମା ବ୍ରହ୍ମଚାରିଣୀ ପୂଜା
ତୃତୀୟ ଦିନ: ୨୮ ସେପ୍ଟେମ୍ବର, ମା ଚନ୍ଦ୍ରଘଣ୍ଟା ପୂଜା
ଚତୁର୍ଥ ଦିନ: ୨୯ ସେପ୍ଟେମ୍ବର, ମା କୁଷ୍ମାଣ୍ଡ ପୂଜା
ପଞ୍ଚମ ଦିନ: ୩୦ ସେପ୍ଟେମ୍ବର, ମା ସ୍କନ୍ଦମାତା ପୂଜା
ଷଷ୍ଠ ଦିନ: ୧ ଅକ୍ଟୋବର, ମା କାତ୍ୟାୟନୀଙ୍ ପୂଜା
ସପ୍ତମ ଦିନ: ୨ ଅକ୍ଟୋବର, ମା କାଳରାତ୍ରୀ ପୂଜା
ଅଷ୍ଟମ ଦିନ: ୩ ଅକ୍ଟୋବର, ମା ମହାଗୌରୀ ପୂଜା
ନବମ ଦିନ: ୪ ଅକ୍ଟୋବର, ମା ସିଦ୍ଧିଦାତ୍ରୀ ପୂଜା
ଦଶହରା ବା ବିଜୟାଦଶମୀ:-୫ଅକ୍ଟୋବର,ରାବଣବଦ୍ଧ(ଜୟମା ଦୁର୍ଗା)