ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୧୪ ତାରିଖ (ସୋମବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃଘ୦୫/୫୮/୧୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୪/୨୧ ,ମିଥୁନରାଶିeଘାତବାର , ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନିମ୍ବ ଭକ୍ଷଣ ନିଷେଧ
🐏ମେଷ-ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ସୁସ୍ଵାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ଵର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
🐮ବୃଷ-ବନ୍ଧୁମେଳରେ ଦିନ ବିତାଇ ପାରନ୍ତି। କାର୍ଯ୍ୟରେ ବାଧା ଉପୁଜିପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହେବା ଆଶା କରାଯାଏ।
👩❤️👨ମିଥୁନ-ଆୟର ମାତ୍ରା ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହାନ ସୁଖ ମିଳିବ।
🦀କର୍କଟ-କାର୍ଯ୍ୟରେ ସଫଳତା ଲାଭ କରିବେ। ପରିବାର ମଧ୍ୟରେ ମର୍ଯ୍ୟାଦା ସମ୍ପନ୍ନ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
🦁ସିଂହ-ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
🙎♀️କନ୍ୟା-ପ୍ରିୟଜନ ଆଡ଼ ହେବାର ସୂଚନା ମିଳୁଛି। ହୃଦୟରେ ଈର୍ଷା ଜାତ ହୋଇପାରେ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ।
⚖️ତୁଳା-ଦୂରଯାତ୍ରା ଲାଭଜନକ ହୋଇପାରେ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ଲାଗି ପଡ଼ିବେ।

🦂ବିଛା-ଶତ୍ରୁର ଆକ୍ରମଣ ପାଇଁ ଭୟଭୀତ ନ ହୋଇ ସଜାଗ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ଶାନ୍ତିମାନ ହୋଇ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବ। ମନ୍ଦାଗ୍ନି ଭୋଗ କରିପାରନ୍ତି।
🏹ଧନୁ-ବନ୍ଧୁ ସହଯୋଗ ମିଳିପାରେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହୋଇପାରନ୍ତି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।
🐊ମକର-ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମକୁ ପାଥେୟ କରି ସେବା ମନୋଭାବର ହେବେ। ବ୍ୟକ୍ତିତ୍ୱର ବିକାଶ ଘଟିବ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି ଉପରେ ଗୁରୁତ୍ୱାରୋପ କରିପାରନ୍ତି। ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନର ପରିଚୟ ଦେବେ।
🏺କୁମ୍ଭ-କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର, ସମ୍ମାନ ମିଳିବ। ତପସ୍ୱୀ ହେବେ।
🐟ମୀନ-ଭୂମି ଲାଭର ସୁଯୋଗ ଅଛି। ଧନାଗମର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ।
ନୀତିବାଣୀ-କଠିନ ପରିଶ୍ରମ ବିନା ଦୁନିଆରେ କିଛି ମିଳେନାହିଁ,ତୁମେ ବାହାରକୁ ଆସିବାପରେ ସୂର୍ଯ୍ୟଙ୍କ କିରଣ ପଡ଼ିଲେ ହିଁ ତୁମର ଛାୟା ପାଇବ !!
ବାସ୍ତୁ ଟିପ୍ପଣୀ-ଏହି ଦିଗରେ ଅଛି କି କିଚେନ୍, ଗେଷ୍ଟ୍ ରୁମ୍ ଏବଂ ପୂଜାସ୍ଥଳ ! ହୋଇଯାଆନ୍ତୁ ସାବଧାନ?
ଏହି ଦିଗରେ ରହିଛି କି ଆପଣ ମାନଙ୍କ କିଚେନ୍ , ବାଥରୁମ୍ , ଏବଂ ପୂଜାସ୍ଥଳ ତେବେ ସାବଧାନ ହୋଇଜାଆନ୍ତୁ , ଏହି ଉପରେ ବାସ୍ତୁଶାସ୍ତ୍ର କଣ କହୁଛି ସେହି ବିଷୟରେ ଆଜି ଜାଣିବା।
ବହୁତ ସମୟରେ ଲୋକ ମାନେ ମୂଖ୍ୟଦ୍ୱାର ବ୍ୟତିତ ଘର ର ଅନ୍ୟଗୃହ ମାନେ ରୋଷେଇ ଘର ଠାକୁରଘର କେଉଁ ସ୍ଥାନ ରେ ରଖିବେ ତାହା ଉପରେ ସେମାନେ କେବେ ବି ନଜର ଦେଇ ନଥାନ୍ତି, ଜାହାଫଳରେ ସେମାନଙ୍କୁ ପରେ ଏହା ପାଇଁ ପସ୍ତେଇବା ପାଇଁ ପଡେ ଏବଂ ସେମାନଙ୍କ ଘରେ ବିଭିନ୍ନ ପ୍ରକାର ଘୋରେଇ ସମସ୍ୟା ବି ଦେଖିବା ପାଇଁ ମିଳେ , ବାସ୍ତୁଶାସ୍ତ୍ରରେ ଉତ୍ତର ମୂଖୀ ଘରକୁ ଭଲ ବୋଲି କୁହାଯାଏ , ଘରର ଉତ୍ତରଦିଗ କୁ ବାସ୍ତୁମୁକ୍ତି ହେବା ସହିତ ଆପଣମାନଙ୍କ ଘରେ ଧନ ସଂମ୍ପତୀର ବୃଦ୍ଦି ହୋଇ ଥାଏ।
ସେହିପରି ଘରର ଉତ୍ତର ଦିଗରେ ଗେଷ୍ଟ ରୁମ୍ ରହିବା ଶୁଭ ହୋଇଥାଏ , ଘର ର ଆଗ୍ନିୟକୋଣ ଅର୍ଥାତ୍ ଦକ୍ଷିଣ ପୂର୍ବକୋଣ ରୋଷେଇ ଘର ହେବା ଉଚିତ୍ ହୋଇଥାଏ , ଘର ର ଐଶାନ୍ୟକୋଣରେ ପୂଜାସ୍ଥଳ କରନ୍ତୁ ଦେଖିବେ ଆପଣମାନଙ୍କ ପରିବାରକୁ ସବୁ ସମୟରେ ଶୁଭଫଳ ମିଳିବ ଏବଂ ସେହି ପରିକ୍ଷେତ୍ରରେ ଆପଣମାନେ କେବେବି ଘରର ଉତ୍ତରଦିଗରେ ବାଥରୁମ୍ ବା ଟୋଇଲେଟ୍ ବନାନ୍ତୁନାହିଁ , ଏବଂ ଘରର ସୁଖ ଶାନ୍ତି ପାଇଁ କେବେ ବି ଆପଣ ମାନେ ଘରର ଉତ୍ତର ଦିଗରେ ରୋଷେଇ ଘର କରନ୍ତୁନାହିଁ , ଘରର ମଣିଷଙ୍କ ମଧ୍ୟ ପ୍ରେମ ସଂମ୍ପର୍କ ବଜେଇ ରଖିବା ପାଇଁ ଆପଣମାନେ ଉତ୍ତର ଦିଗରେ କେବେ କୈଣସି ଭଙ୍ଗା କାନ୍ଥକୁ ରଖନ୍ତୁନାହିଁ ।ଭୂମିଗତ ଟାୱାର୍ ଏବଂ ଟେଙ୍କ୍ କୁ ଆପଣମାନେ ସବୁବେଳେ ଉତ୍ତର ପୂର୍ବଦିଗରେ ହିଁ ବସେଇ ପାରିବେ ।ଏହାଦ୍ୱାରା ଘରର ଲୋକ ମାନଙ୍କ ଧନସଂମ୍ପତୀ ସଞ୍ଚୟ କରିବାରେ ସହାୟତା ମିଳି ଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Comments (0)
Add Comment