ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀମାସ ୧୨ତାରିଖ (ଗୁରୁବାର)ମାଘମାସ -କୃଷ୍ଣପକ୍ଷ ,ତିଥି- ପଞ୍ଚମୀ ଦିବା ଘ୪/୫୨ ପର୍ୟ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୩୧,ସୂର୍ୟ୍ୟାସ୍ତ ସନ୍ଧ୍ୟା ଘ୦୫/୨୧/୨୬,ତୁଳା ଓ କୁମ୍ଭ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ ଶ୍ରାଦ୍ଧ,ବେଲ ଦିବା ଘ୪/୫୨ ଗତେ ନିମ୍ବ ଭକ୍ଷଣ ନିଷେଧ।
🐏ମେଷ-ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇ ପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକ ସ୍ଥଳକୁ ଯାତ୍ରା କରିପାରନ୍ତି।
🐮ବୃଷ-ଆଜିର ଦିନ, ଚାକିରି କରୁଥିବା ଲୋକମାନଙ୍କ ପାଇଁ ଶୁଭ ଅଟେ। ନୂଆ କାର୍ୟ୍ୟର ଆୟୋଜନ ସଫଳତାପୂର୍ବକ କରି ପାରିବେ। ଉଚ୍ଚାଧିକାରି ମାନଙ୍କର କୃପାଦୃଷ୍ଟି ଆପଣ ଉପରେ ରହିବ। ପ୍ରମୋସନ ମଧ୍ୟ ହୋଇପାରେ। ଗୃହସ୍ଥଜୀବନରେ ମଧୁରତା ଆସିବ। ଆପଣଙ୍କ ଅଧୂରା କାର୍ୟ୍ୟ ପୂର୍ଣ୍ଣ ହେବ। ସରକାରୀ ଲାଭ ମିଳିବ।
👩❤️👨ମିଥୁନ-କୌଣସି ନୂଆ କାର୍ୟ୍ୟର ପ୍ରାରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଶରୀରରେ ବ୍ୟଥା ଏବଂ ଆଳସ୍ୟ ରହିବାରୁ କାର୍ୟ୍ୟ କରିବାପାଇଁ ଉତ୍ସାହ ହେବନାହିଁ। ପେଟ ସମ୍ବନ୍ଧିତ ରୋଗରେ ଯନ୍ତ୍ରଣା ହୋଇପାରେ। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ।
🦀କର୍କଟ-ଆଜି ସାବଧାନ ପୂର୍ବକ ବ୍ୟବହାର କରିବାକୁ ପଡ଼ିବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ବାଣୀ ତଥା କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅଧିକ ଖର୍ଚ୍ଚ ହେବାର ଆଶଙ୍କା ଅଛି। ଈଶ୍ଵରଙ୍କର ସ୍ମରଣ ତଥା ଆଧ୍ୟାତ୍ମିକତା ଲାଭଦାୟୀ ରହିବ।
🦁ସିଂହ-ବୈବାହିକ ଜୀବନରେ ନିଜନିଜ ଭିତରେ କଳହ ହେବାରୁ ପତି-ପତ୍ନୀଙ୍କ ମଧ୍ୟରେ ଚିନ୍ତା ହୋଇପାରେ। ଜୀବନସାଥୀଙ୍କର ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ନିଜର ଭାଗିଦାରୀ ତଥା ବ୍ୟାପାରିମାନଙ୍କ ସହିତ ଶାନ୍ତ ମନରେ କାମ କରନ୍ତୁ। ସମ୍ଭବ ହେଲେ ନିରର୍ଥକ ଚର୍ଚ୍ଚା କିମ୍ବା ବିବାଦରେ ପଡ଼ନ୍ତୁ ନାହିଁ।
🙎♀️କନ୍ୟା-ଆଜିର ଦିନ ଆପଣ ଫୂର୍ତ୍ତି ତଥା ସୁସ୍ଥ ଅନୁଭବ କରିବେ। ଘର ତଥା ଚାକିରି ସ୍ଥଳର ବାତାବରଣ ଆନନ୍ଦଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ। ଶ୍ୱଶୁରଘର ପକ୍ଷରୁ ଭଲ ସମାଚାର ମିଳିବ। କାର୍ୟ୍ୟ ସଫଳ ହେବାଯୋଗୁଁ ଆପଣଙ୍କୁ ଯଶ ମିଳିବ। ଖର୍ଚ୍ଚ ଅଧିକ ହୋଇପାରେ।
⚖️ତୁଳା-ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ସନ୍ତାନମାନଙ୍କର ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଦ-ବିବାଦ କିମ୍ବା ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ନୂଆ କାର୍ୟ୍ୟର ପ୍ରାରମ୍ଭ ଆଜି କରିବା ପରେ, ତାହା ସଫଳ ହେବାର ସମ୍ଭାବନା କମ ହେବ। କୌଣସି ପ୍ରିୟଜନଙ୍କର ସହିତ ଭେଟ ହେବ। ମାନଭଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ।
🦂ବିଛା- ନିଜ-ସମ୍ବନ୍ଧୀମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଆର୍ଥିକ କ୍ଷତିର ଆଶଂକା ଅଛି। କୌଣସି ପ୍ରକାରର କାଗଜପତ୍ରକୁ ସମ୍ଭାଳିକରି ରଖିବେ। ନକାରାତ୍ମକ ବିଚାର ଆପଣଙ୍କ ଉପରେ ପ୍ରଭାବ ପକାଇପାରେ, ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହୋଇପାରେ।
🏹ଧନୁ-ନୂଆ କାର୍ୟ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଶୁଭ ଅଟେ। ଭାଇ-ବନ୍ଧୁଙ୍କ ସହିତ ମିଳାମିଶାରେ ବୃଦ୍ଧି ହେବ ତଥା ପରିଜନମାନଙ୍କର ସହିତ ଯାତ୍ରାକରିବାପାଇଁ ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି। କାର୍ୟ୍ୟରେ ସଫଳତା ମିଳିବ।
🐊ମକର-ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିଲେ ଆପଣଙ୍କୁ ପ୍ରତ୍ୟେକ ଅସୁବିଧା ଦୂର ହେବ। ଶେୟାର-ସଟ୍ଟାରେ ପୁଞ୍ଜି-ନିବେଶ କରିବାର ଆୟୋଜନ ଆପଣ କରି ପାରିବେ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ଆଖିରେ ପୀଡ଼ା ହେବାର ଆଶଂକା ଅଛି।
🏺କୁମ୍ଭ-ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଶାରୀରିକ ତଥା ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ଭୌତିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ଆପଣଙ୍କୁ ଭଲ ଅନୁଭବ ହୋଇପାରେ। ପରିଜନମାନଙ୍କ ସହିତ ପ୍ରବାସରେ ଭୋଜନ କରିବା ତଥା ଉପହାର ମିଳିବା ଉପରେ ଆପଣ ଆନନ୍ଦିତ ହେବେ।
🐟ମୀନ-ଲୋଭ କରନ୍ତୁ ନାହିଁ। ଆର୍ଥିକ ବିଷୟରେ ବହୁତ ସାବଧାନ ରୁହନ୍ତୁ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ଏକାଗ୍ରତା ମଧ୍ୟ କମ ହୋଇପାରେ। ଧାର୍ମିକ କାର୍ୟ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କ ସହିତ ମତଭେଦ ହେବାର ଆଶଙ୍କା ଅଛି।

ନୀତିବାଣ-ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ। ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ !
ବାସ୍ତୁଟିପ୍ପଣୀ-ଭୁଲିରେ ବି ପର୍ସରେ ରଖନ୍ତୁ ନାହିଁ ଏହି ଜିନିଷ,ଅନ୍ୟଥା କାଙ୍ଗାଳ ନିଶ୍ଚିତ।
ଲାଇଫ ଷ୍ଟାଇଲ-ସମସ୍ତେ ଚାହାଁନ୍ତି ଯେ, ପର୍ସରେ ସର୍ବଦା ଟଙ୍କା ଭରି ରହିଥାଉ। ଯାହା ଦ୍ବାରା ସହଜରେ ଆରାମଦାୟକ ଜିନିଷ କିଣି ପାରିବା। କିନ୍ତୁ ବେଳେବେଳେ ଏମିତି ହୁଏ, ବହୁତ କଠିନ ପରିଶ୍ରମ ପରେ ସତ୍ତ୍ବେ ଅର୍ଥର ଅଭାବ ଦେଖାଦିଏ। ତେବେ ଜାଣିଶୁଣି କିମ୍ବା ଅଜାଣତରେ ଆପଣ କିଛି ଭୁଲ୍ ଏହାର କାରଣ ହୋଇପାରେ। ଅନେକ ଥର ଆମେ ଏପରି ଜିନିଷକୁ ଆମ ପର୍ସରେ ରଖୁ, ଯାହାର ଆବଶ୍ୟକ ନଥାଏ ଏବଂ ଉଚିତ୍ ମଧ୍ୟ ନୁହେଁ। ବାସ୍ତୁଶାସ୍ତ୍ରୀ ଅନୁଯାୟୀ, ଏପରି କିଛି ଜିନଷ ରହିଛି ଯାହା ପର୍ସରେ ବିଲକୁଲ୍ ରହିବା ଉଚିତ୍ ନୁହେଁ।
ଦେବୀ-ଦେବତାଙ୍କର ଚିତ୍ର?..ପ୍ରାୟତଃ ଲୋକମାନେ ପର୍ସରେ ଦେବତା ଏବଂ ଦେବୀଙ୍କ ଚିତ୍ର ରଖନ୍ତି। ଏହାକୁ ରଖିବାରେ କିଛି ଭୁଲ୍ ନାହିଁ । କିନ୍ତୁ ଧ୍ୟାନ ରଖିବା ଉଚିତ ଯେ, ଫଟୋଟି ଯେପରି କୌଣସି ସ୍ଥାନରେ ଛିଣ୍ଡା କିମ୍ବା ଫଟା ହୋଇନଥିବ । ଏହା ବ୍ୟତୀତ ପୁରୁଣା ଫଟୋ ରଖିବା ମଧ୍ୟ ଅନୁଚିତ୍ ।
ସ୍ବର୍ଗୀୟ ପିତୃପୁରୁଷଙ୍କ ଫଟୋ?…ପ୍ରାୟତଃ ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଲୋକ ଅଛନ୍ତି ଯେଉଁମାନେ ସ୍ବର୍ଗୀୟ ପିତୃପୁରୁଷଙ୍କ ଫଟୋଚିତ୍ର ନିଜ ପର୍ସରେ ରଖନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ହିସାବରେ, ତାହା କରିବା ଅଶୁଭ ବୋଲି ଧରାଯାଏ। ଏହା କାର୍ୟ୍ୟରେ ବାଧା ଏବଂ ବିଫଳତାକୁ ଟାଣି ଆଣେ ବୋଲି କୁହାଯାଏ।
ନୋଟ୍ ଏବଂ ମୁଦ୍ରା ଏକାଠି ରଖିବା?..ସାଧାରଣତଃ ଲୋକମାନେ ପର୍ସରେ ନୋଟ୍ ଏବଂ ମୁଦ୍ରା ଏକାଠି ରଖନ୍ତି । କିନ୍ତୁ ଏହା ଦ୍ବାରା ଅର୍ଥ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ପରିସ୍ଥିତିରେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ନୋଟ୍ ଏବଂ ମୁଦ୍ରାକୁ ପର୍ସର ଅଲଗା ଅଲଗା ପକେଟରେ ରଖନ୍ତୁ। ଏଥିସହ ଧ୍ୟାନ ଦିଅନ୍ତୁ ଯେ ପର୍ସରେ ପଡ଼ିଥିବା ଏହି ମୁଦ୍ରାଗୁଡ଼ିକ ଯେପରି ଶବ୍ଦ ନ କରେ, ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପାରେ।
ଅନାବଶ୍ୟକ କାଗଜ?..କଦାପି ଅଦରକାରୀ ଏବଂ ଅନାବଶ୍ୟକ କାଗଜପତ୍ର ପର୍ସରେ ରଖନ୍ତୁ ନାହିଁ। ଏହା ପର୍ସରେ ନକାରାତ୍ମକତା ଉର୍ଜା ସୃଷ୍ଟି କରେ। ଏଥିସହ ହାତକୁ ଟଙ୍କା ଆସିବା ପରିବର୍ତ୍ତେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ଆଜିର ଦିନଟି ମଙ୍ଗଳମୟ ହେଉ।🙏ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା🙏

Comments (0)
Add Comment