ଆଜିର ରାଶିଫଳ

୨୦୨୩ ମସିହା ମାର୍ଚ୍ଚ ମାସ ୨୮ ତାରିଖ ମଙ୍ଗଳବାର।ପୀଠ ଦେବୀ ଓ ବାସନ୍ତିକ ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା, ମା’ ମଙ୍ଗଳା ଓଷା ତୃତୀୟ ପାଳି ,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୭/୫୯ ,ସୂର୍ଯ୍ୟାସ୍ତ- ଘ୫/୫୬/୧ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ସପ୍ତମୀ ସନ୍ଧ୍ୟା ଘ୬/୪୭ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ। ,ନକ୍ଷତ୍ର- ମୃଗଶିରା ଅପରାହ୍ନ ଘ୫/୫୯ମି ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ, ସନ୍ଧ୍ୟା ଘ୬/୪୭ମି ପରେ ଐଶାନ୍ୟ କୋଣରେ। ମଙ୍ଗଳଯୁକ୍ତ ଅଗନ୍ତବ୍ୟ ତିଥି ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରା ନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, ମିଥୁନ, ସିଂହ, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–କନ୍ୟା ରାଶିର ଘାତଚନ୍ଦ୍ର।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ତାଳ, ସନ୍ଧ୍ୟା ଘ୬/୪୭ମି ପରେ ନାରିକେଳ (ନଡ଼ିଆ) ଭକ୍ଷଣ ନିଷେଧ।ଅଶୁଭବେଳା-(ବାରବେଳା) ଦିବା ଘ୭/୧୫ମି ରୁ ଘ୮/୪୭ମି ପର୍ଯ୍ୟନ୍ତ।(କାଳବେଳା) ଦିବା ଘ୧/୨୨ମି ରୁ ଘ୨/୫୩ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୭/୨୫ମି ରୁ ଘ୮/୫୩ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ଦିବା ଘ୮/୮ମି ରୁ ଘ୧୦/୩୨ମି ମଧ୍ୟେ, ଘ୧୨/୫୬ମି ରୁ ଘ୨/୩୨ମି ମଧ୍ୟେ, ଘ୩/୨୦ମି ରୁ ଘ୪/୫୬ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୫/୫୬ମି ରୁ ସନ୍ଧ୍ୟା ଘ୬/୪୫ମି ମଧ୍ୟେ, ରାତ୍ରି ଘ୯/୯ମି ରୁ ଘ୧୧/୩୩ମି ମଧ୍ୟେ, ଘ୧/୫୭ମି ରୁ ଘ୩/୩୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା:- ନାହିଁ ।
ମେଷ-ପରିବାରର ସମସ୍ତ ଆଶାପୂରଣ କରିବାକୁ ସାମର୍ଥ୍ୟ ହେବେ । ମହିଳାମାନେ ପୁରାତନରୋଗର ପୀଡାରୁ ଉପସମପାଇବେ । ନିଜେଅସୁବିଧାଭିତରେ ଚଳୁଥିଲେମଧ୍ୟ ବନ୍ଧୁଙ୍କୁ ଯଥାସାଧ୍ୟସାହାଯ୍ୟ କରିବେ । ସନ୍ତାନଙ୍କ ଶୁଭସୂଚନାଶୁଣି ଆନନ୍ଦିତହେବେ । ରାଜନୀତିରେ ଆବଶ୍ୟକତା ପୂରଣକରି ପ୍ରଶଂସାପାଇବେ । ମହିଳାମାନେ ଆତ୍ମୀୟଙ୍କୁ ସାହାଯ୍ୟକରି ପାରିବାରିକଶାନ୍ତିକୁ ବଜାୟରଖିବେ । ବିଦ୍ୟାକ୍ଷେତ୍ରରେ ମନଯୋଗଦେଇ ସଫଳହେବେ । କୃଷିଦ୍ରବ୍ୟବାଣିଜ୍ୟରେ ଆଶାତୀତଲାଭ ପାଇବେ ।
ବୃଷ-ଅଟକିଥିବାକାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନହେବ । ବ୍ୟବସାୟକ୍ଷେତ୍ରରେ ପରିବର୍ତ୍ତନଆଣିବାର ଯୋଜନା ପ୍ରସ୍ତୁତକରିବେ । ଗଛିତଅର୍ଥ ବୃଦ୍ଧି କରିବାପାଇଁ ଚେଷ୍ଟିତ ହେବେ । ପାରିବାରିକସମସ୍ୟା ବୁଝାମଣାମଧ୍ୟରେ ସମାଧାନହେବ । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ କର୍ମରତଥିବା ବ୍ୟକ୍ତିମାନେ ସମସ୍ୟାକୁ ସୁଧାରିନବା ଫଳରେ କର୍ମକ୍ଷେତ୍ର ସୁଦୃଢ଼ହେବ । ମହିଳାମାନଙ୍କରଆଶା ପୂରଣହେବ ଓ ବନ୍ଧୁବାନ୍ଧବଙ୍କନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କପାଖରେ ଆଦୃତ ହେବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତହେବେ । ରାଜନୀତିରେ ବିବେକବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ ।
ମିଥୁନ-ପରିବାରରସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କରହିବ । ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କଠାରୁ ସାହାଯ୍ୟସହଯୋଗ ପାଇବେ । ସାମାନ୍ୟ ପରିଶ୍ରମକରି ଅଧିକଲାଭ ପାଇବେ । ଆକସ୍ମିକ ଧନପ୍ରାପ୍ତି ହେବ । କୌଣସି ଆନୁଷ୍ଠାନିକ, ସାମାଜିକ ଓ ସାଙ୍ଗଠନିକକାର୍ଯ୍ୟରେ ଯୋଗଦେବେ । ଆର୍ଥିକସ୍ଥିତିରେ ବହୁପରିମାଣରେ ଅଭିବୃଦ୍ଧିରହାର ବଢ଼ିଯିବ । ଲେଖାପଢ଼ାରୁ, ସଭାସମିତିରୁ, ବନ୍ଧୁମିଳନରୁ ଶୁଭଫଳ ପାଇବେ । ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ସମସ୍ୟାକୁ ସୁଧାରି ନେବେ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତାକ୍ଷେତ୍ରରେ ବିଜୟଲାଭ କରିବେ । ଉତ୍ସାହଉଲ୍ଲାସରେ ସମୟ ଅତିବାହିତ କରିବେ ।
କର୍କଟ-ଉଧାରଦେଇଥିବା ଟଙ୍କା ମିଳିଯିବାଫଳରେ ପରିବାରରେ ନିଜରପଦଗରିମା ବଜାୟରହିବ । ବିଦ୍ୟାରେଉନ୍ନତି, କୃଷିରେଉନ୍ନତି, ରାଜନୀତିରେଉନ୍ନତି ହେବାସହ ପ୍ରତିଷ୍ଠାପ୍ରତ୍ତିପତ୍ତି, ମାନସମ୍ମାନ ପ୍ରାପ୍ତିହେବ । ବୁଦ୍ଧିମତାକାରଣରୁ ପ୍ରଚୁରଅର୍ଥ ଲାଭହେବ । ପୁରୁଣାପ୍ରାପ୍ୟ ଆଦାୟହେବାଫଳରେ ବନ୍ଧୁ, ମିତ୍ର ଏବଂ ସହକର୍ମୀମାନଙ୍କ ଦ୍ଵାରା ଲାଭବାନ ହେବେ । ରାଜନୈତିକକ୍ଷେତ୍ରରେ ଶତୃତା କମିଯିବାଫଳରେ ପ୍ରତିଷ୍ଠିତହୋଇପାରିବେ । ସହକର୍ମୀ ଓ ପଡୋଶୀମାନଙ୍କ ସାହାଯ୍ୟ ମିଳିବ । ମହିଳାମାନେ ଦୀର୍ଘଦିନର ଯୋଜନାକୁ କାର୍ଯ୍ୟକାରୀ କରିବେ । ଖେଳ ଓ ବିଦ୍ୟାରେ ଉନ୍ନତିହେବ ।
ସିଂହ-ସନ୍ତାନମାନଙ୍କର ଉନ୍ନତ୍ତି ଓ ଅଗ୍ରଗତିଘଟିବ ବିଦ୍ୟାକ୍ଷେତ୍ରରେ ମଧ୍ୟ ସଫଳହେବେ । ଆୟ ଉତ୍ତମହେବ ଆର୍ଥିକସ୍ଥିତି ସ୍ଵଛଳରହିବ ଓ କେତେକ ମୁଲ୍ୟବାନ ଆସବାବପତ୍ର କ୍ରୟ କରିବେ । ନିଜଲୋକଙ୍କ ତରଫରୁ ଆଶ୍ଵାସନା ବା ସହାନୁଭୂତିପାଇବେ । ସ୍ୱାସ୍ଥ୍ୟଦିଗରୁ ବିଶେଷସତର୍କ ରହିବା ଉଚିତ୍ । ଖର୍ଚ୍ଚବଢ଼ିବାଯୋଗେ ପରିବାରରେ ଅସନ୍ତୋଷ ଦେଖାଦେବ । ମନୋରଞ୍ଜନ କରିବାପାଇଁ ସମୟମିଳିବ । ବ୍ୟବସାୟରେ ଭାଗିଦାରୀଙ୍କପାଇଁ କ୍ଷତିରୁ ବଞ୍ଚିଯିବେ । ମହିଳାମାନେ ବନ୍ଧୁବାନ୍ଧବଙ୍କନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କପାଖରେ ଆଦୃତହେବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ ।
କନ୍ୟା-ପରିବହନବ୍ୟବସାୟିକସ୍ଥିତି ସୁଦୃଢ ହେବ । ପରିବାରରସାହାଯ୍ୟରେ ଉପକୃତ ହେବେ । ରାଜନୀତିରେ ଈର୍ଷାପରାୟଣବ୍ୟକ୍ତିମାନେ ପ୍ରତିବନ୍ଧକ ସୃଷ୍ଟିକଲେମଧ୍ୟ ପ୍ରଶଂସାପାଇବେ । ମହିଳାମାନଙ୍କର ବୁଦ୍ଧିମତାକାରଣରୁ ପ୍ରଚୁରଅର୍ଥ ଲାଭହେବ ଓ ପରିସ୍ଥିତିରେ ଉନ୍ନତିଘଟିବ । ପ୍ରତ୍ୟେକକ୍ଷେତ୍ରରେ ଧୈର୍ଯ୍ୟ ନହରାଇ କାର୍ଯ୍ୟକଲେ ଭଲହେବ । ସାବଧାନତା ଅବଲମ୍ବନ ନକଲେ ଧନହାନି ହେବ । ସ୍ୱାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ଭୁଲବୁଝାମଣା ସୃଷ୍ଟି ନହେଲାଭଳି କାମକଲେ ଭଲହେବ । ଛାତ୍ରଛାତ୍ରୀମାନେ ଧାର୍ମିକକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକକାମରେ ଭ୍ରମଣପ୍ରିୟ ହେବେ ।
ତୁଳା-ବିଦ୍ୟୁତ୍ ଯନ୍ତ୍ରଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲକ୍ଷେତ୍ରରେ କର୍ମରତବ୍ୟକ୍ତିମାନଙ୍କର ଆକସ୍ମିକ ଧନପ୍ରାପ୍ତି ହେବ । ପରୀକ୍ଷାପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ରାଜନୈତିକକ୍ଷେତ୍ରରେ ବିଳାସବ୍ୟସନ ଖାଦ୍ୟପେୟପାଇଁ ଅଧିକ ଖର୍ଚ୍ଚାନ୍ତହେବେ । ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କଯୋଗେ ଲାଭପାଇବେ । ସାମାଜିକକାର୍ଯ୍ୟରେ ଭାଗ ନେବେ । ପିତାଙ୍କସ୍ୱାସ୍ଥ୍ୟରେ ପରିବର୍ତ୍ତନନେଇ ଖୁସିହେବେ । ପରିବାରର ସମସ୍ତସଦସ୍ୟଙ୍କର ସହଯୋଗପାଇବେ । ମାନସିକଦୁଶ୍ଚିନ୍ତା ଦୂରହେବ । ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟପାଇବେ । ରାଜନୀତିକ୍ଷେତ୍ରରେ ଯଶମାନ ବୃଦ୍ଧିହେବ।
ବିଛା-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନମିଳିବ । ବ୍ୟବସାୟରେ ସାହାଯ୍ୟସହଯୋଗ ମିଳିବ । ଶିକ୍ଷା ଓ ପ୍ରତିଦ୍ୱନ୍ଦିତାକ୍ଷେତ୍ରରେ ବିଜୟୀହେବେ । ପାରିବାରିକ ସମସ୍ୟାସତ୍ତ୍ୱେ ଶାନ୍ତି ବିରାଜମାନକରିବ । ରାଜନୈତିକକ୍ଷେତ୍ରରେ ପ୍ରତିଦ୍ୱନ୍ଦିତାରେ ବିଜୟୀହେବେ । ଦାମ୍ପତ୍ୟଜୀବନ ସୁଖମୟହେବ । କାର୍ଯ୍ୟରେ ପରିଶ୍ରମଦ୍ୱାରା ଲାଭପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କସହ ସମ୍ପର୍କସ୍ଥାପନ ହେବ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ସଂପତ୍ତିକ୍ରୟ ଓ ବିକ୍ରୟଦ୍ୱାରା ପ୍ରଚୁରଲାଭ ପାଇବେ । ମହତ୍ୱପୂର୍ଣ୍ଣକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ।ନୂଆନିଯୁକ୍ତିର ସମ୍ଭାବନାଅଛି । ବିଦ୍ୟା ଓ ଖେଳରେ ଉନ୍ନତିହେବ ।
ଧନୁ-ବ୍ୟବସାୟୀମାନଙ୍କର ବହୁତଦିନର ବାକିପଡିଥିବାଅର୍ଥ ପାଇବେ ଓ ଆୟରମାର୍ଗ ପ୍ରଶସ୍ତହେବ । ରାଜନୀତିରେ ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳହେବ ଓ ବନ୍ଧୁମିତ୍ର, ଭାଇ ଭଳିବ୍ୟକ୍ତିମାନେ ସହଯୋଗକରିବେ । ଖେଳରେ ଓ ବିଦ୍ୟାରେ ଉନ୍ନତିହେବ ଏବଂ ଦୂରଯାତ୍ରାରେ ସୁଖମିଳିବାସହ ଲାଭବାନ୍ ହେବେ । ପରିବାରରେ ଆନନ୍ଦଲହରୀ ଖେଳିଯିବ । ଯାନବାହାନକ୍ରୟ ଓ ବିକ୍ରୟ କରିବେ । ବାଦବିବାଦ ମାଲିମୋକଦ୍ଦମା ପ୍ରତିଯୋଗିତା ପରୀକ୍ଷାରେ ସଫଳହେବେ । ମହିଳାମାନେ ସମସ୍ୟାସମାଧାନ କରି ଶାନ୍ତି ପାଇବେ । ମିତ୍ରମାନଙ୍କସହ ସୁସମ୍ପର୍କ ରହିବାଫଳରେ ଅନେକକାର୍ଯ୍ୟରେ ସଫଳହେବେ ।
ମକର-ବ୍ୟବସାୟବାଣିଜ୍ୟ ମାମଲାରେ ଦୂରସ୍ଥାନଯିବାକୁ ପଡିବ ଓ ଲାଭହେବ । ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କହୋଇ ଚଳପ୍ରଚଳହେବା ଅତ୍ୟନ୍ତ ଜରୁରୀ । ଶତୃମାନେ କ୍ଷତିକରିବାକୁ ଚେଷ୍ଟାକରି ଅପଦସ୍ତହେବେ । ରାଜନୀତିକ୍ଷେତ୍ରରେ ମାନସିକଦୁଶ୍ଚିନ୍ତା ଦୂରହୋଇ ଯଶମାନବୃଦ୍ଧିହେବ । ସମୟକୁ ହାତଛଡ଼ା ନକରିବା ଉଚିତ୍ । ସନ୍ତାନମାନଙ୍କରଉନ୍ନତି, ସମସ୍ତକାର୍ଯ୍ୟରେ ଶୁଭଫଳପ୍ରାପ୍ତି ହେବ । ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟ ପାଇବେ । ଋଣଭରଣାରେ କଷ୍ଟହେବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନହେବେ । ପରୀକ୍ଷାପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚପ୍ରଶଂସିତ ହେବେ ।
କୁମ୍ଭ-ଉତ୍ସାହଉଲ୍ଲାସରେ ସମୟ ଅତିବାହିତକରିବେ । କର୍ମକ୍ଷେତ୍ରରେ ନିଜେ କଠିନପରିଶ୍ରମକରି ପତିଆରା ରକ୍ଷାକରିବେ । ଉପରିସ୍ଥଅଧିକାରୀଙ୍କ କୃପାଦୃଷ୍ଟିରେ ରହିପାରିବେ । ନିମ୍ନବର୍ଗରସହକର୍ମୀ କେହି ଉଦ୍ଦେଶ୍ୟପ୍ରଣୋଦିତ ହାନି ପହଞ୍ଚାଇବାର ଉଦ୍ୟମକରି ଅପଦସ୍ତହେବେ । ପରିବାରରେ ଚେଷ୍ଟା ସାର୍ଥକହେବ ଓ ସୁଖଶାନ୍ତି ଫେରିଆସିବ । ରାଜନୈତିକକ୍ଷେତ୍ରର ସାବଧାନତାପୂର୍ବକ ପାଦବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । ଆର୍ଥିକପରିସ୍ଥିତି ଉତ୍ତମଥିଲେ ମଧ୍ୟ ବସନଭୂଷଣରେ କିଛିବ୍ୟୟ ଘଟିବ । ମହିଳାମାନଙ୍କର କାର୍ଯ୍ୟ ସହଜସରଳରେ ସମାଧାନହେବ ଓ ପ୍ରସିଦ୍ଧବ୍ୟକ୍ତିମାନଙ୍କ ସହ ସମ୍ପର୍କସ୍ଥାପନ ହେବ ।
ମୀନ-କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ଆଶ୍ୱସ୍ତିସୂଚକ କଥାଶୁଣି ମନ ଖୁସିରହିବ । ମହିଳାମାନେ ସମ୍ପର୍କୀୟମାନଙ୍କଦ୍ୱାରା ସୁବିଧାପାଇବେ । ରାଜନୀତିରେ ପ୍ରଶଂସା, ବିଦ୍ୟାକ୍ଷେତ୍ରରେ ସଫଳ, କୃଷିଦ୍ରବ୍ୟ ବାଣିଜ୍ୟରେଲାଭ । ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା, ଖେଳ ଓ ବିଦ୍ୟାରେ ସଫଳତାମିଳିବ । ଅଟକିଥିବାଧନ ପ୍ରାପ୍ତିହେବ । ବ୍ୟବସାୟ,ବାଣିଜ୍ୟରେ ଲାଭପାଇବେ । ପାରିବାରିକ ଶୃଙ୍ଖଳା ରକ୍ଷାକରିବାସହ ଆର୍ଥିକସ୍ଥିତି ପ୍ରାୟତଃ ଭଲରହିବ । ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସିହେବେ ।

ନିତୀବାଣୀ-ଜୀବନରେ ଗୋଟିଏକଥା ସବୁବେଳେ ମନେରଖିଥିବେ,ଯଦି କଲମହୋଇ କାହାରସୁଖ ଲେଖିପାରୁନାହଁ ତାହେଲେ ଚେଷ୍ଟାକର ରବରହୋଇ କାହାରଦୁଃଖ ଲିଭାଇବାପାଇଁ।
ବାସ୍ତୁଟିପ୍ପଣୀ-ସ୍ଵସ୍ତିକର ଏହି ଅଦ୍ଭୁତଉପାୟଦ୍ଵାରା ହେବ ସମସ୍ତକଷ୍ଟରଅନ୍ତ, ଜୀବନରେ ଭାରିଜିବ ସୁଖ ଓ ସମୃଦ୍ଧି ।ହିନ୍ଦୁଧର୍ମରେ ସ୍ଵସ୍ତିକର ବହୁତ ମହତ୍ଵରହିଛି ।ହିନ୍ଦୁଧର୍ମରେ କିଛିବିପୂଜା ସ୍ଵସ୍ତିକବିନା ହୋଇନଥାଏ । ସବୁ ପୂଜାପାଠର ଆରମ୍ଭ ସ୍ଵସ୍ତିକ ଚିହ୍ନିରୁହିଁ ହୋଇଥାଏ । ସ୍ଵସ୍ତିକକୁ ଶୁଭ ଓ ମଙ୍ଗଳଭାବର ପ୍ରତୀକ କୁହାଯାଏ । ସ୍ଵସ୍ତିକ ଶବ୍ଦକୁ ‘ସୁ’ ଏବଂ ‘ ଅସ୍ତି’ର ମିଶ୍ରଣ ଯୋଗ କୁହାଯାଏ ।
ସ୍ଵରଅର୍ଥ ଶୁଭ ଓ ଅସ୍ତିର ଅର୍ଥ- ମାନେହେଉ ଅର୍ଥାତ ‘ଶୁଭହେଉ,କଲ୍ୟାଣ ହେଉ । ସ୍ଵସ୍ତିକ ଅର୍ଥାତ କୁଶଳ ଏବଂ କଲ୍ୟାଣ ।ସ୍ଵସ୍ତିକ କୁ ଘରବାସ୍ତୁକୁ ଠିକ କରିବାପାଇଁ ପ୍ରୟୋଗ କରାଯାଏ । ସ୍ଵସ୍ତିକ ପ୍ରୟୋଗଦ୍ଵାରା ଘରେ ନକରାତ୍ମକଊର୍ଜା ବାହାରକୁ ଚାଲିଯାଇଥାଏ । ସ୍ଵସ୍ତିକର ଏହିଉପାୟ ଯାହାକୁ ଆପଣ ବ୍ୟବହାରକରି ଆପଣଙ୍କ ଜୀବନରେ ସୁଖସମୃଦ୍ଧି ଆଣିପାରିବେ ।ବାସ୍ତୁଦୋଷ ଦୂରକରିବାପାଇଁ ସ୍ଵସ୍ତିକରଉପାୟ;-ସବୁପ୍ରକାର ବାସ୍ତୁଦୋଷ ଦୂର କରିବାପାଇଁ ଘର ମୁଖ୍ୟଦ୍ବାରର ଦୁଇପାଖରେ ଅଷ୍ଟ ଧାତୁ ଓ ଉପରମଧ୍ୟରେ ତମ୍ବାରସ୍ଵସ୍ତିକ ଲଗେଇବା ଉଚିତ । ଏହାଛଡା ପାଞ୍ଚଧାତୁର ସ୍ଵସ୍ତିକ ବନେଇକି ପ୍ରାଣପ୍ରତିଷ୍ଠା କରିବାପରେ ଚଉଖଟରେ ଲଗେଇବାଦ୍ଵାରା ବହୁତ ଫଳପ୍ରଦହୋଇଥାଏ ।ବ୍ୟାପାରରେ ସଫଳ ହେବାପାଇଁ ଉପାୟ;-ସାତଗୁରୁବାରରେ ଇଶାନକୋଣକୁ ଗଙ୍ଗାଜଳରେ ଧୋଇ ଓ ଶୁଖିଲା ହଲଦିରେ ସ୍ଵସ୍ତିକ ବନାନ୍ତୁ ଓ ତାର ପଞ୍ଚୌପଚାର ପୂଜାକରନ୍ତୁ । ଏହାପରେ ସେଠାରେ ଅଧାତଉଲା ଗୁଡରଭୋଗ ଲଗାନ୍ତୁ । ସେଠାରେ ବର୍କପ୍ଲେସର ଉତ୍ତରଦିଗରେ ହଳଦୀରସ୍ଵସ୍ତିକ ବନେଇବା ବହୁତ ଶୁଭହୋଇଥାଏ ।ସବୁମନସ୍କାମନା ପୂର୍ଣହୋଇଥାଏ;-ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ସବୁମନୋକାମନା ପୂର୍ଣହେଉ ସ୍ଵସ୍ତିକର ଏହିଉପାୟ ଆପଣାନ୍ତୁ । ଦେବସ୍ଥାନରେ ସ୍ଵସ୍ତିକବନାନ୍ତୁ ଓ ତାଉପରେ ପାଞ୍ଚଧାନ୍ୟ ବା ଦୀପ ଲଗେଇକିରଖନ୍ତୁ । ଏହାର ଚମତ୍କାରୀ ପ୍ରଭାବ ହେବ ଓ ଆପଣଙ୍କ ମନୋକାମନା ପୂର୍ଣ ହେବ ।ନିଦ ଭଲ ହେବାପାଇଁ ଉପାୟ;-ଏହି ସମସ୍ୟା ବହୁତ ଲୋକଙ୍କର ହୋଇଥାଏକି ରାତିସମୟରେ ନିଦ ଠିକସେ ହୋଇନଥାଏ ଓ ରାତିସାର ଆପଣ ଏପଟସେପଟ ହୋଇଥାନ୍ତି । ଯଦି ଆପଣଏହାକୁ ଦୂରକରିବାକୁ ଚହୁଁଛନ୍ତିତ ଶୋଇବାପୂର୍ବରୁ ସ୍ଵସ୍ତିକକୁ ତର୍ଜନୀରେ ବନେଇକି ସୁଅନ୍ତୁ । ଏହି ଉପାୟ କରିବାଦ୍ଵାରା ନିଦଭଲ ଆସିଥାଏ ।
‼ମା କାଳରାତ୍ରୀ ‼
ମାଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି i¯cଦିବସ। ଆରମ୍ଭ ହୋଇଯାଇଛି ପାର୍ବଣରଋତୁ ।ଧରାବତରଣ କରିସାରିଛନ୍ତି ମାଦୁର୍ଗତିନାଶିନୀଦୁର୍ଗା।ପୃଥିବୀର ସବୁଶକ୍ତିଅପେକ୍ଷା ମାତୃଶକ୍ତିଶ୍ରେଷ୍ଠ । ମାଦୁର୍ଗା ଏହି ମାତୃଶକ୍ତିରପ୍ରତୀକ ।ଜଗତଜନନୀ ମାଆଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି ।ବିଶ୍ୱର କଲ୍ୟାଣମୟୀସେ ।ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା,ତୃଷ୍ଣା,ଶ୍ରଦ୍ଧା,ଲକ୍ଷ୍ମୀ,ଦୟା, ଭ୍ରାନ୍ତିରୂପରେ ସେ ସଂସ୍ଥିତା। ଆଜି ହେଉଛି ମହାମାୟୀଙ୍କ ନବଦିନାତ୍ମକ ପୂଜାରi¯cଦିବସ । କାଳରାତ୍ରୀରୂପରେ ମାଆ ଆଜି ଆରାଧିତା ହେବେ ।
କାଳରାତ୍ରୀ:-ନବରାତ୍ର ସପ୍ତମଦିବସରେ ଦେବୀଙ୍କୁ ଏହିସ୍ୱରୂପରେ ଉପାସନାକରାଯାଏ।ଏହା ଦେବୀଙ୍କ ବିକଟାଳରୂପ। ଏହିରୂପରେ ତ୍ରୀନେତ୍ରଧାରିଣୀ, ଶରୀରରବର୍ଣ୍ଣ ଅନ୍ଧକାରଭଳି ଗାଢ଼କଳା ଚତୁର୍ଭୁଜାଦେବୀ ଗର୍ଦଭଉପରେ ଆରୁଢହୋଇ ହାତରେ ଲୌହଖଡ୍ଗ ଧାରଣ କରିଥାନ୍ତି।ଆଜିର ଦିନଟି ମଙ୍ଗଳମୟ ହେଉା !!ଜୟଜଗନ୍ନାଥ ,ଜୟସୋମନାଥ, ଜୟମାଯୋଗମାୟା !!ଜୟମାଦୁର୍ଗା!!

 

 

 

 

 

Comments (0)
Add Comment