ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୨୮ ତାରିଖ ରବିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୧/୧୮ ,ସୂର୍ଯ୍ୟାସ୍ତ- ଘ୬/୧୬/୬ ,ଜ୍ୟେଷ୍ଠ ମାସ ,ଶୁକ୍ଳପକ୍ଷ ,ଆଦିତ୍ୟ ବାସ ,ତିଥି- ଅଷ୍ଟମୀ ଦିବା ଘ୧୦/୧୭ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ। ଦିବା ଘ୧୦/୧୭ମି ପରେ ପୂର୍ବ ଦିଗରେ। ଅଗନ୍ତବ୍ୟ ପରେ ରିକ୍ତାତିଥି ଓ ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ । ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତବାର–ମେଷ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନଡ଼ିଆ ଦିବା ଘ୧୦/୧୭ମି ପରେ ଲାଉଭକ୍ଷଣ ନିଷେଧ।ଅଶୁଭବେଳା-  ବାର ଓ କାଳବେଳା ଦିବା ଘ୧୦/୬ମି ରୁ ଘ୧/୨୩ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୬ମି ରୁ ଘ୨/୨୮ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୪୭ମି ରୁ ଘ୯/୧୧ମି ମଧ୍ୟେ, ଘ୧୧/୩୫ମି ରୁ ଘ୧/୫୯ମି ମଧ୍ୟେ, ଅସ୍ତରୁ ରାତ୍ରି ଘ୭/୫୪ମି ମଧ୍ୟେ, ଘ୧୧/୬ମି ରୁ ଘ୧୨/୩୦ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା:- ଦିବା ଘ୩/୩୫ମି ରୁ ଘ୪/୨୩ମି ପର୍ଯ୍ୟନ୍ତ। ଶୁଭକର୍ମ:- ରାତ୍ରି ଘ୩/୨୪ମି ପରେ ରାତ୍ରି ଶେଷ ପର୍ଯ୍ୟନ୍ତ ୧୨ ନକ୍ଷତ୍ରେ ବିବାହ (ପାଣିଗ୍ରହଣ)। ଚ଼ନ୍ଦ୍ର ମିତ୍ର କ୍ଷେତ୍ରସ୍ଥ ହେତୁ ପାପସପ୍ତ ଦୋଷ ନୁହେଁ। ଅଦ୍ୟ ବାଣିଜ୍ୟ କରଣ, ଦୂରଯାତ୍ରା, କ୍ରୟବିକ୍ରୟ, ଯାନପୂଜା, ବିଦ୍ୟାରମ୍ଭ, ନବବସ୍ତ୍ରପରିଧାନ, ରାଜଦର୍ଶନ।

ମେଷ-ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।

ବୃଷ-ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ରଣାଙ୍ଗନ ବୀରତ୍ବ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେବେ। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ଧନଲାଭ ହେବ।

ମିଥୁନ- ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପଥରୋଧ ହୋଇପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। କଥାବାର୍ତ୍ତାର ମାଧୁର୍ଯ୍ୟରେ ଅନ୍ୟମାନେ ମୋହିତ ହୋଇପାରନ୍ତି। ଜ୍ଞାନ-ଗରିମା, ସାହସୀ ଓ ଗୁଣଜ୍ଞ ହେବେ।

କର୍କଟ- କାର୍ଯ୍ୟଭାର ଲାଘବ ହେବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହନ ସୁଖ ମିଳିବ।

ସିଂହ-ପରିବେଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ସରକାରଙ୍କ କୃପାପାତ୍ର ହେବେ।

କନ୍ୟା- ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ବାନ୍‌ ଓ ସାହସୀ ହେବେ।

ତୁଳା- ଦାୟିତ୍ବରେ ପରିବର୍ତ୍ତନ ଘଟିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।

ବିଛା-ଅର୍ଜନ କରିଥିବା ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲଗାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ।

ଧନୁ-ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି। ସମ୍ମାନ କୁ ଜଗି ଚଳିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇ ପାରନ୍ତି।ଚାକିରିକ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ମକର-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପାଇଁ ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ପତ୍ନୀଙ୍କ ସହାୟତା ମିଳିବ।

କୁମ୍ଭ- ବିପଦକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଉଦାର ସ୍ବଭାବର ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। କୃଷିକର୍ମ ଉପରେ ଆଲୋକପାତ କରିପାରନ୍ତି।

ମୀନ-ଅଘଟଣ ଘଟିବ। ପୂର୍ବରୁ ସତର୍କ ହେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହ ରହିବ।

ନୀତିବାଣୀ-ସୂର୍ଯ୍ୟଙ୍କ ” ତାପ ” ଆଉ ବାପାଙ୍କ ” ରାଗ ” ସହ୍ୟ କରିବା ଶିଖନ୍ତୁ … କାରଣ ସୂର୍ଯ୍ୟ ବୁଡିଗଲେ ଦୁନିଆଁ ଅନ୍ଧକାର ଆଉ ବାପା ହଜିଗଲେ ଜୀବନ ଅନ୍ଧକାର !!

ବାସ୍ତୁଟିପ୍ପଣୀ-ଘରେ କୌଣସି ପକ୍ଷୀ ଆଘାତ ପାଇ ପଡିବା ଦେଇଥାଏ ଦୃଘଟଣାର ସଙ୍କେତ, ସେସବୁ ସୂଚନା କଣ ଆସନ୍ତୁ ଜାଣିବା…ହିନ୍ଦୁଧର୍ମରେ ପ୍ରକୃତିରେ ଥିବା ପ୍ରତ୍ୟକ ଜିନିଷ ଜୋତିଷବାସ୍ତୁ ଶାସ୍ତ୍ରର ଅଂଶ ହେଇଥାଏ I ଯାହା ଦ୍ୱାରାକି ପ୍ରକୃତିରେ ଘଟିବାକୁ ଥିବା ଘଟଣାର କୌଣସି ନା କୌଣସି ସଂକେତ ରହିଥାଏ I ଆଜି ଆମେ ଆପଣ ଙ୍କୁ ପ୍ରକୃତିର କିଛି ଏପରି ସଂକେତ ବିଷୟ ରେ ହିଁ କହିବାକୁ ଯାଉଛୁ I ଏପରି କିଛି ସଂକେତ ଦେଖି ଆପଣ ଆଗାମୀ ଜୀବନରେ ଘଟିବାକୁ ଥିବା ଅଘଟଣ ବିଷୟରେ ଜାଣିପାରିବେ I

ଘରଉପରେ ଯଦି ପେଚା ବସିବା ଆରମ୍ଭ କରିବ ତେବେ ସେହି ଘରେ ନାନାସମସ୍ୟା ଆସିଥାଏ I ଧନ ର ଅଭାବ ରହିବ , ଶାରୀରିକ କଷ୍ଟ ଲାଗି ରହିବ Iଚିଲପକ୍ଷୀ ଯଦି ଘରଉପରେ ବୁଲେ କିଆସି ବସେ ତେବେ ଏହା ଅଶୁଭ ସଂକେତ ହେଇଥାଏ Iଘରେ ବୁଢିଆଣୀ ଜାଲ ରହିବା ଉଚିତ ନୁହେଁ I ଏହା ଶୁଭ ଲକ୍ଷ୍ୟଣ ହେଇ ନଥାଏ Iଯେଉଁ ଘରେ କଙ୍କଡାବିଛା ରହିଥାନ୍ତି ସେହିଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହେଇଥାଏ Iଯେଉଁଘରେ କଳା ମୂଷାଙ୍କର ବୃଦ୍ଧି ହେଇଥାଏ ସେହି ଘରେ ଅଚାନକ ରୋଗବ୍ୟାଧି ବୃଦ୍ଧି ହେବାରର ଏହା ସଂକେତ ଅଟେ Iକୌଣସି ପକ୍ଷୀ ଆପେଆପେ ଆଘାତପାଇ ଆସି ଆପଣଙ୍କ ଅଗଣାରେ ପଡିଯିବା ବହୁତ ବଡ଼ ଅଶୁଭ ସଂକେତ ହେଇଥାଏ Iଏହି ପକ୍ଷୀ ମରିକି ଆସି ପଡିବା ମଧ୍ୟ ଆହୁରି ଅଶୁଭ ହେଇଥାଏ Iଯେଉଁ ଘରେ ବିଲେଇ ଝଗଡା କରିଥାନ୍ତି , ସେହି ଘରେ ଅଚାନକ କୌଣସି ବିଘ୍ନ ଲାଗି ରହିଥାଏ I ସେହି ଘରେ ବିବାଦ ବୃଦ୍ଧି ହେଇଥାଏ Iଆପଣଙ୍କ ଘର ଆଡ଼କୁ କେହି କୁକୁର ଅନେକ କାନ୍ଦିବା ଏହା ଅସୁଭତ୍ୱର ସଂକେତ ହେଇଥାଏ I ଏହି ଘରର କୌଣସି ବ୍ୟକ୍ତିଙ୍କ ର ଆକସ୍ମିକ ମୃତ୍ୟୁର ମଧ୍ୟ  ସଂକେତ ହେଇଥାଏ I

କୌଣସି ଘର ଛାତଉପରେ ଯଦି କୌଣସି କାଉ କିମ୍ବା ପେଚା ବୋବାଇଥାଏ ତେବେ ସେହି ଘରକୁ କୌଣସି ବିପତି ଆସିଥାଏ I ଅଥବା କୌଣସି ବାଧା ସୃଷ୍ଟି ହେଇଥାଏ Iଘରେ ବାଦୁଡ଼ି ବସା କରିବା ଅଶୁଭ ହେଇଥାଏ Iକଳା କିମ୍ବା ନୀଳରଙ୍ଗର ଚଢେଇ ଆସି ଘରେ ରହିବା ଦରିଦ୍ରତାର ସଂକେତ ହେଇଥାଏ I ଯଦି କୋଇଲି ଆପଣଙ୍କ ଘର ପାଖରେ ବସି ବୋବାଇଥାଏ ତେବେ ଏହା ସୁଖଦ ଜୀବନର ସଂକେତ ହେଇଥାଏ I ଯଦି କୋଇଲି ପୂର୍ବ ଓ ଉତ୍ତର ଦିଗରେ ବୋବାଇ ଥାଏ ତେବେ ଏହାଦ୍ୱାରା ଘରର ଯଶ ଓ ପ୍ରତିଷ୍ଠା ବୃଦ୍ଧି ପାଇଥାଏ Iସକାଳୁସକାଳୁ ଆସି କାଉ ଵୋବାଇବା କୌଣସି ଅତିଥିଙ୍କ ର ଆଗମନର ସଂକେତ ହେଇଥାଏ I ଯଦି ପୂର୍ବଦିଗରେ କୌଣସି କାଉ ବୋବାଇଥାଏ ତେବେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆଗମନ ହେଇଥାଏ I କିନ୍ତୁ କାଉ ଆସି ଯଦି ଆପଣଙ୍କ ଘରଉପରେ କୌଣସି ହାଡ଼ , ମାଛ , ମାଂସ ପକାଇଥାଏ ତେବେ ଏହା ଶୁଭସଂକେତ ହେଇଥାଏ Iଯଦି କୌଣସି ପାଖିଦ୍ୱାରା ଘରେ ଚାନ୍ଦି , ତମ୍ବା , ଗହଣା କିମ୍ବା କୌଣସି ଧାତୁ ହାତରୁ ଖସି ଯାଇଥାଏ ତେବେ ସେହି ବ୍ୟକ୍ତିଙ୍କୁ ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଥାଏ I କୋଣସି କୋର୍ଟକଚେରୀ ମାମଲାରେ ସେମାନେ ସଫଳ ହେଇଥାନ୍ତି I

ମୟୁର ଘରେ ନାଚିବା ଅତ୍ୟନ୍ତ ଶୁଭ ହେଇଥାଏ I ମୟୁରର ଶବ୍ଦ ମଧ୍ୟ ଆପଣଙ୍କର ଆଗାମୀ ଜୀବନର ସୁଖମୟ ହେବାର ସଂକେତ ହେଇଥାଏI  କିନ୍ତୁ ମୟୁର କାନ୍ଦିବା କୌଣସି ଦୁଃଖ ର କାରଣ ହେଇଥାଏ Iମହୁମାଛି ଘରେ ଆସି ବସା କରିବା ଶୁଭ ହେଇଥାଏ କିନ୍ତୁ ଜନ୍ଦା ଘରେ ବସାବାନ୍ଧିବା ଦ୍ୱାରା ଘରେ ନାନାବିବାଦ ଉତ୍ପନ ହେଇଥାଏ Iଛୋଟ ପାଖି ଏକତ୍ରହେଇ ପାଟି କରିବାର ଅର୍ଥ ହେଇଥାଏ ସେହି ପାଖରେ କୌଣସି ବିଷାକ୍ତ ଜୀଵ ରହିଛିI ଘର ଉପରେ ଆସି ଚଢେଇ ଡେଇଁବା ସମ୍ପତି ପ୍ରାପ୍ତିର ସଂକେତ ହେଇଥାଏI  ସମାଜରେ ମାନସଂମାନ ମଧ୍ୟ ବୃଦ୍ଧି ପାଇଥାଏ Iଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment