ଆଜିର ରାଶିଫଳ

୨୦୨୩ମସିହା ଜୁନ୍ ମାସ ୨୩ତାରିଖ ଶୁକ୍ରବାର।ମଘାପଞ୍ଚମୀ ସ୍ନାନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୨/୩୯ ,ସୂର୍ଯ୍ୟାସ୍ତ-ଘ୬/୨୪/୨୭ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ଭୃଗୁ ବାସ ,ତିଥି- ପଞ୍ଚମୀ ରାତ୍ରି ଘ୮/୨ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ରାତ୍ରି ଘ୮/୨ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟ ତିଥି, ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତ ବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ ,ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବେଲ, ରାତ୍ରି ଘ୮/୨ମି ପରେ ନିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୮/୩୫ମି ରୁ ଘ୧୧/୫୩ମିପର୍ଯ୍ୟନ୍ତ ।କାଳରାତ୍ରି ରାତ୍ରି ଘ୯/୭ମି ରୁ ୧୦/୨୮ମିପର୍ଯ୍ୟନ୍ତ ।ଶୁଭବେଳା–ଅମୃତସୂର୍ଯ୍ୟାସ୍ତରୁ ରାତ୍ରି ଘ୮/୪୯ମି ମଧ୍ୟେ, ଘ୧/୩୭ମି ରୁ ଘ୪/୧ମି ମଧ୍ୟେ, ଘ୪/୪୯ମି ରୁ ରାତ୍ରିଶେଷ ଘ୫/୧୩ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ପ୍ରାତଃ ଘ୬/୧ମି ରୁ ଘ୬/୪୯ମି ମଧ୍ୟେ, ଘ୯/୧୩ମି ରୁ ଘ୧୦/୧ମିପର୍ଯ୍ୟନ୍ତ । ଶୁଭକର୍ମ:- ମଘା ନକ୍ଷତ୍ରେ ସୂଯ୍ୟୋଦୟ ଠାରୁ ରାତ୍ରି ଘ୪/୨୭ମି ମଧ୍ୟେ ବିବାହ ପାଣିଗ୍ରହଣ, ବ୍ରତୋପନୟନ, ଗୃହାରମ୍ଭ, ଗୃହପ୍ରବେଶ, ଗୃହପ୍ରତିଷ୍ଠା, ଭୂମିପୂଜା, ବାଣିଜ୍ୟକରଣ, ଦେବତାଗଠନ ଓ ପ୍ରତିଷ୍ଠା, ବିଦ୍ୟାରମ୍ଭ, ଚୂଡ଼ାକରଣ, ଅନ୍ନପ୍ରାଶନ, ଦୂରଯାତ୍ରା, ନବବସ୍ତ୍ର ପରିଧାନ, ହଳପ୍ରବାହ, ବୀଜବପନ, ରାଜଦର୍ଶନ, କ୍ରୟବିକ୍ରୟ, ବୃକ୍ଷରୋପଣ।
ମେଷ-ଆଜି ଗୃହଉପକରଣ ଓ କିଛିଦରକାରି ଦ୍ରବ୍ୟକ୍ରୟକରି ଖର୍ଚାନ୍ତହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କରହିଁ କିଛିସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁଟିକେ ସାବଧାନରହିବାକୁ ହେବ ।
ବୃଷ-ବହୁଦିନଧରି ଥିବା ସମସ୍ୟାର ସମାଧାନ ଓ ଅଚାନକ ଅର୍ଥଲାଭପାଇଁ ଆପଣ ଖୁସିରହିବେ । ଆପଣ ଅନ୍ୟମାନଙ୍କସହିତ ମତାନ୍ତରଥିବାର ଏ ସମସ୍ୟାରସମାଧାନ ଦେଇପାରିନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।
ମିଥୁନ-ଆପଣଙ୍କୁ ଯେଉଁକାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । କାରଣ ଆପଣଙ୍କପରିବାର ଏହାବଦଳରେ ଆପଣଙ୍କୁସବୁଦିନ ସାହାଯ୍ୟକରିବ ଏହିସମୟରେ ହୁଏତ ଆପଣଙ୍କପରିବାର ଆପଣଙ୍କପାଖରୁ କିଛିଆଶା କରୁଛି ।
କର୍କଟ-ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର‌୍ୟ୍ୟ ସ୍ୱତଃ ଠିକ୍ ହୋଇଯିବ ।
ସିଂହ-ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।କର୍ମକ୍ଷେତ୍ର ରେ ଉନ୍ନତି ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗରହିଛି।
କନ୍ୟା-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ହଠାତ ଦେବପୂଜା ଓଦର୍ଶନ କରିବାର ସୁଯୋଗ ପାଇବେ।
ତୁଳା-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ବିଛା-ଆଜି ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ।ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ଶତୃମାନେ ପଛଘୁଞ୍ଚା ଦେବେ ।
ଧନୁ-ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିଳେ ମଧ୍ୟ ସାମୟିକ ଦେହପୀଡା ହୋଇପାରେ ।ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ ।
ମକର-ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କରକାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।
କୁମ୍ଭ-ଆଜି ମନ ଅଶାନ୍ତ ରହିବ।ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ନିଜ ଜୀବନର ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିବା ପାଈଁ ବାଟ ବାହାର କରିବାରେ ବିଫଳ ହୋଇପାରନ୍ତି ।
ମୀନ-ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନମାନଙ୍କ ସହ ବୁଲିବାକୁଯାଆନ୍ତି ଏହିସମୟଟି ପ୍ରକୃଷ୍ଟ ଅଟେ ।ସେଥିପାଇଁ ବିଧିବୋଧ ଯୋଜନାକରନ୍ତୁ । ପର୍ଯ୍ୟଟନବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମଆନନ୍ଦ ମିଳିବ ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment