ଆଜିର ରାଶିଫଳ

୨୦୨୩ ମସିହା ଜୁନ୍ ମାସ ୨୯ ତାରିଖ ଗୁରୁବାର।ଶ୍ରୀମନ୍ଦିରରେ ଓ ରାମାନୁଜ ଭିନ୍ନ ସର୍ବସମ୍ମତ ପଦ୍ମା ହରିଶୟନ (ବଡ଼) ଏକାଦଶୀ/ଶ୍ରୀଲକ୍ଷ୍ମୀ ନାରାୟଣ ଏକାଦଶୀ ବ୍ରତ,ଗରୁଡ଼ ଶୟନ, ରଥ ଉପରେ ଶ୍ରୀଜୀଉଙ୍କର (ବଡ଼ତଢାଉ) ସୁନାବେଶ, ଗୌରୀ ବ୍ରତ, ଚତୁର୍ମାସ୍ୟାରମ୍ଭ, ଅଶୁଦ୍ଧ କାଳ ଆରମ୍ଭ।
ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୪/୧୧,ସୂର୍ଯ୍ୟାସ୍ତ- ଘ୬/୨୫/୨୭,ଆଷାଢ଼ ମାସ,ଶୁକ୍ଳପକ୍ଷ,ବୃହସ୍ପତି ବାସ,ତିଥି- ଏକାଦଶୀ ରାତ୍ରି ଘ୨/୫୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଘାତଚନ୍ଦ୍ର–ନାହିଁ,ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–
ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧ ଖାଦ୍ୟ- ଶିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା) ଦିବା ଘ୩/୯ମି ରୁ ଘ୬/୨୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୫୧ମି ରୁ ଘ୧/୧୨ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୨/୫୧ମି ରୁ ଘ୫/୧୫ମି ମଧ୍ୟେ, ରାତ୍ରି ଘ୭/୧୩ମି ରୁ ଘ୯/୩୭ମି ମଧ୍ୟେ, ଘ୧୨/୪୯ମି ରୁ ଘ୩/୧୩ମି ମଧ୍ୟେ, ଘ୪/୪୯ମି ରୁ ରାତ୍ରିଶେଷ ଘ୫/୧୫ମି ପର୍ଯ୍ୟନ୍ତ।
ମାହେନ୍ଦ୍ରବେଳା ସୂର୍ଯ୍ୟୋଦୟରୁ ଦିବା ଘ୬/୩ମି ମଧ୍ୟେ, ଘ୯/୧୫ମି ରୁ ଘ୧୦/୫୧ମି ପର୍ଯ୍ୟନ୍ତ।ଶୁଭକର୍ମ:- ଅଦ୍ୟ ଦିବା ଘ୧୧/୧୨ମି ପରେ ଦିବା ଘ୩/୧୪ମି ମଧ୍ୟେ ୧୫ ନକ୍ଷତ୍ରେ ବିବାହ ଓ (ପାଣିଗ୍ରହଣ)। ସୂର୍ଯ୍ୟୋଦୟରୁ ଦିବା ଘ୩/୧୪ମି ମଧ୍ୟେ ୧୫ ନକ୍ଷତ୍ରେ ଚତୁର୍ବେଦୀ ବ୍ରତ (ଉପନୟନ), ଗୃହାରମ୍ଭ ଓ ପ୍ରବେଶ (ପ୍ରତିଷ୍ଠା), ଦେବତା ଗଠନ ଓ ଦେବତା ପ୍ରତିଷ୍ଠା, ନବଦୋଳାଦ୍ୟାରୋହଣ, ଜଳାଶୟ ପ୍ରତିଷ୍ଠା, ବିଷ୍ଣୁ ପ୍ରତିଷ୍ଠା, ତଋ ଓ ଋଦ୍ର ପ୍ରତିଷ୍ଠା, ନୌକାଗଠନ, ନାମକରଣ, ନିଷ୍କ୍ରାମଣ, ଔଷଧକରଣ ଓ ସେବନ, ବାଣିଜ୍ୟ କରଣ, କର୍ଣ୍ଣବେଧ, ବିଦ୍ୟାରମ୍ଭ, ଗ୍ରହଯାଗ, ହୋମାଦିସ୍ବସ୍ତ୍ୟୟନ, ନବବସ୍ତ୍ର ପରିଧାନ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ।
🐏ମେଷ-ନିଜର କାର୍ଯ୍ୟସାଧନ ସକାଶେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବବୋଧ ବିଶେଷ ବାଧିବ ନାହିଁ । ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
🐮ବୃଷ-ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ପରିବାର ଓ କର୍ମକ୍ଷେତ୍ରର ସମସ୍ୟା ମଧ୍ୟରେ ଗତି କଲେ ମଧ୍ୟ କିଛି ଅସୁବିଧା ହେବନି। ସହକର୍ମୀଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
👩‍❤️‍👨ମିଥୁନ-ଲୁଚି ରହିଥିବା ମନର ଦୁଃଖକୁ ଲୁଚାଇ ବନ୍ଧୁ ମାନଙ୍କ ସମ୍ମୁଖରେ ହସି ହସି କଥା କହିବେ। କର୍ମକ୍ଷେତ୍ରରେ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପାରିବାରିକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ।
🦀କର୍କଟ-ଆକସ୍ମିକ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟାଗୁଡ଼ିକର ମୁକାବିଲା କରିବାରେ ସମର୍ଥ ହେବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି।
🦁ସିଂହ-ପାରିବାରିକ କ୍ଷେତ୍ରର ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। କେତେକ କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି। ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।
🙎‍♀️କନ୍ୟା-ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ। ଈର୍ଷାା ପରାୟଣ ମନୋଭାବ ନେଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ଜଣେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
⚖️ତୁଳା-ପରିସ୍ଥିତିକୁ ସମ୍ଭାଳିବା ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିବେ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ଅଶାନ୍ତି କାରଣରୁ ଅନ୍ୟମନସ୍କ ରହିପାରନ୍ତି।
🦂ବିଛା-ସାଧାରଣ ଘଟଣାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସହକର୍ମୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେଇପାରେ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ଜ୍ୟେଷ୍ଠାନକ୍ଷତ୍ର ସକାଶେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ।
🏹ଧନୁ-ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ଉତ୍ତରାଷାଢ଼ା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ଅଫିସିଆଲି କାମରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ।
🐊ମକର-ପ୍ରିୟଜନଙ୍କ ସହ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଅବଶ୍ୟ ପାରିବାରିକ ସ୍ଥିତିରେ ଉନ୍ନତି କରିବେ। ତଥାପି ମାନସିକ ଅସ୍ଥିରତା କାରଣରୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହୋଇପାରନ୍ତି। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହି ସମାଲୋଚିତ ହୋଇପାରନ୍ତି।
🏺କୁମ୍ଭ-କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ବନ୍ଧୁଙ୍କ ସହାୟତାରେ ହଠାତ୍‌ ହୋଇଯିବ। ବନ୍ଧୁମାନଙ୍କ ଗହଣରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
🐟ମୀନ-ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜିବାରେ ସମର୍ଥ ହେବେ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦୀର୍ଘଦିନର କ୍ରନିକ୍‌ ରୋଗର ପ୍ରାଦୁର୍ଭାବ ଫଳରେେ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁମାନେ ସମ୍ମୁଖରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ସମାଲୋଚ ନାମତ୍କ କଥା କହିପାରନ୍ତି।

ନୀତିବାଣୀ-ସମୟ ଏଠି ପ୍ରତିମୁହୂର୍ତ୍ତରେ ଆମମାନଙ୍କ ସହ ଲୁଚକାଳି ଖେଳୁଛି,କେବେ ସମୟ ଭିତରେ ନିଜକୁ ଛନ୍ଦି ଦିଅ ସମୟର ତାଳରେ ନିଜ ଗୋଡହାତ ବାନ୍ଧି ଦିଅ ଦେଖ ସମୟ ଖୁବ୍‌ ଆପଣାର ଲାଗିବ।
ବାସ୍ତୁଟିପ୍ପଣୀଆସନ୍ତୁ ଜାଣିବା ଏପରିକିଛି ବସ୍ତୁ ବିଷୟରେ, ଯାହାକୁ ଦାନକଲେ ଆପଣଙ୍କର ଲାଭ ବଦଳରେ ହୋଇଥାଏ କ୍ଷତି…ସନାତନ ହିନ୍ଦୁ ଧର୍ମରେ ଦାନ ଓ ଧର୍ମର ବିଶେଷ ମହତ୍ତ୍ବ ରହିଛି। କୁହାଯାଏ ଯେ, ଦାନ କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହେବା ସହ ମୋକ୍ଷ ମିଳିଥାଏ। ଶାସ୍ତ୍ରରେ କୁହାଯାଇଛି ଯେ, ନିଜର ସକ୍ଷମତା ଅନୁଯାୟୀ ଦାନକଲେ ଜୀବନକାଳ ମଧ୍ୟରେ ସମସ୍ତ ସୁଖ ମିଳିବା ସହ ପରବର୍ତ୍ତୀ ସମୟରେ ପରିତ୍ରାଣ ମିଳିଥାଏ। କିନ୍ତୁ, ଏପରି କିଛି ବସ୍ତୁ ଅଛି, ଯାହା ଦାନ କଲେ ଲାଭ ବଦଳରେ କ୍ଷତି ହୋଇଥାଏ।
କାହାକୁ କଷ୍ଟ ଦେଇ ରୋଜଗାର କରିଥିବା ଧନ ଦାନ କରିବା ଉଚିତ ନୁହେଁ। ଏହି ଦାନର କିଛି ଲାଭ ନାହିଁ। ଏହାର କୌଣସି ସୁଫଳ ମଧ୍ୟ ମିଳି ନ ଥାଏ।
ଦାନ ସବୁବେଳେ ପାତ୍ରରେ ହିଁ କରିବା ଉଚିତ। ଅର୍ଥାତ୍‌ ଆବଶ୍ୟକୀୟ ଏବଂ ଅଭାବୀ ଲୋକଙ୍କୁ ହିଁ ଦାନ କରିବା ଉଚିତ। ଯେଉଁମାନେ ଦାନ ନେଇ ସନ୍ତୁଷ୍ଟ ହୋଇ ନ ଥାନ୍ତି ଏବଂ ଆହୁରି ଅଧିକ ଆଶା କରନ୍ତି, କିମ୍ବା ଦାତାଙ୍କୁ ଅପମାନିତ କରନ୍ତି, ସେମାନଙ୍କୁ ଦାନ ଦିଆଯିବ ଉଚିତ ନୁହେଁ।
ପୁରୁଣା ଏବଂ ନିଜ ଉପଯୋଗରେ ନ ଆସୁଥିବା ପୁରୁଣା ଜିନିଷ କେବେ କାହାକୁ ଦାନ କରନ୍ତୁନାହିଁ।
ଘରେ ବ୍ୟବହୃତହେଉଥିବା ପ୍ଲାଷ୍ଟିକ କିମ୍ବା ଷ୍ଟିଲ୍‌ର କୌଣସି ବି ଜିନିଷ ଅନ୍ୟକୁ ଦାନ ଦିଅନ୍ତୁନାହିଁ ଏହାଦ୍ୱାରା ଅଶୁଭ ହେବାସହ ଧନହାନି ମଧ୍ୟ ହୋଇଥାଏ।
ଯଦି କାହାର ଶନିଦଶା ପଡିଥାଏ ତେବେ, ତେଲ ଦାନ ଦ୍ୱାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ । କିନ୍ତୁ କାହାକୁ ଖରାପ ତେଲ ଦାନ କରିବା ଦ୍ବାରା ଅନେକ କ୍ଷତି ହେଇଥାଏ ।ଘରେ ଅଶାନ୍ତି ଲାଗିରୁହେ।ଗୁଡ଼, ଅଟା, ତମ୍ବା ଆଦି ଦାନ କରିବା ଅନୁଚିତ। ଏପରି କଲେ ଘରେ ଅମଙ୍ଗଳ ହେଇଥାଏ ଏବଂ ପରିବାର ସଦସ୍ୟଙ୍କ ଶରୀର ଖରାପ ହେଇଥାଏ।ଝାଡ଼ୁ ମଧ୍ୟ ଦାନ କରିବା ଅନୁଚିତ। ଏହା ଦ୍ୱାରା ମାଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ ବୋଲି ବିଶ୍ବାସ ରହିଛି।!!ଜୟ ଜଗନ୍ନାଥ, ଜୟସୋମନାଥ, ଜୟମା ଯୋଗମାୟା!!

 

Comments (0)
Add Comment