ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୩ତାରିଖ ସୋମବାର।ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗୁରୁପୂଜା, ଆଷାଢ଼ ପୂର୍ଣ୍ଣିମା, ବ୍ୟାସ (ଗୁରୁ) ପୂର୍ଣ୍ଣିମା, ଗୋବର୍ଦ୍ଧନ ପୀଠେ ଓ ସର୍ବତ୍ର ଗୁରୁପୂଜା, ବେଦବ୍ୟାସ ଜୟନ୍ତୀ, ଗୌରୀ ବ୍ରତ ସମାପନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୫/୩୦ ,ସୂର୍ଯ୍ୟାସ୍ତ- ଘ୬/୨୫/୪୨ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ଅପରାହ୍ନ ଘ୫/୫ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଘାତଚନ୍ଦ୍ର–ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ଆମିଷ, ଅପରାହ୍ନ ଘ୫/୫ମି ପରେ କୁଷ୍ମାଣ୍ଡ (ପାଣିକଖାରୁ) ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ଘ୬/୫୮ମି ରୁ ଘ୮/୩୬ମି ପର୍ଯ୍ୟନ୍ତ। କାଳରାତ୍ରି ରାତ୍ରି ଘ୧୦/୩୧ମି ରୁ ଘ୧୧/୫୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୮/୨୮ମି ରୁ ଘ୧୦/୪ମି ମଧ୍ୟେ, ରାତ୍ରି ଘ୯/୧୮ମି ରୁ ଘ୧୨/୫୦ମି ମଧ୍ୟେ, ଘ୨/୨୬ମି ରୁ ଘ୪/୨ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା ରାତ୍ରି ଘ୪/୫୦ମି ରୁ ରାତ୍ରିଶେଷ ଘ୫/୧୬ମି ପର୍ଯ୍ୟନ୍ତ। ଶୁଭକର୍ମ:- ନାହିଁ ।
ମେଷ- ଚିନ୍ତାମୁକ୍ତ ହୋଇପାରନ୍ତି। ମନରେ ସେବା ଭାବନା ଜାଗ୍ରତ ହେବ। ଆକସ୍ମିକ ଭାବେ ବ୍ୟବସାୟରୁ ଲାଭ ପାଇବେ। କୃଷି କ୍ଷେତକୁ ତ୍ବରାନ୍ବିତ କରିବେ। ଯାନବାହନ ଲାଭ ହେବ। ଗୃହ ପରିବେଶ ଠିକ୍‌ ରହିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ବୃଷ- ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବେ। କର୍ମକ୍ଷେତ୍ର ଏପରିକି ସର୍ବସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅର୍ଥ ଓ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ମଉଜ ମଜଲିସ୍‌ କରିବେ।
ମିଥୁନ- ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ହୃଷ୍ଟଚିତ୍ତ ଓ ଅତିସୁଖୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।
କର୍କଟ-ପ୍ରୀତି ଭୋଜନ ମିଳିପାରେ। ଦେବ ଦର୍ଶନ ଓ ପୂଜାର୍ଚ୍ଚନାରେ ଲିପ୍ତ ରହିବେ। ଆୟ ପରିମାଣ ବୃଦ୍ଧି ପାଇବ। ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ସିଂହ- କର୍ମକ୍ଷେତ୍ରରୁ ପ୍ରତିବନ୍ଧକ ଦୂରୀଭୂତ ହେବ। ଅତିଥି ସତ୍କାର ପାଇଁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମନସ୍କାମନାପୂର୍ଣ୍ଣ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ବିବାଦର ସୁସମାଧାନ ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ମଧୁରଭାଷୀ ହେବେ।
କନ୍ୟା- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ହସଖୁସିରରେ ସମୟ ବିତାଇ ପାରନ୍ତି। ବିଭିନ୍ନ ସ୍ତରରୁ ସ୍ନେହ-ଶ୍ରଦ୍ଧା ଲାଭ କରିବେ। ଲୋକପ୍ରିୟତା ବୃଦ୍ଧି ହେବ। ସମ୍ମାନିତ ହେବେ। ଯାନବାହନ ସୁଖ ମିଳିବ। ପ୍ରସନ୍ନତା ଲାଭ କରିବେ।
ତୁଳା-ହଜି ଥିବା ଦ୍ରବ୍ୟ ପୁନର୍ବାର ହସ୍ତଗତ ହେବ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ମନରେ ସେବା ଭାବନା ଜାଗରିତ ହେବ। ପୂଜାର୍ଚ୍ଚନାରେ ନିମଜିତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଗୃହରେ ଶାନ୍ତି ବିରାଜମାନ କରିବ।
ବିଛା- ସଫଳତାର ସୂଚନା ମିଳିପାରେ। ଭ୍ରମଣ ଯୋଗ ରହିଛି। ପ୍ରତିଯୋଗିତାରେ ବିଜୟୀ ହେବେ। ଯଶସ୍ବୀ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳା ସାହାଯ୍ୟ କରିପାରନ୍ତି।
ଧନୁ-ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନ କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ମାନସିକ ସ୍ତରରେ କ୍ଳେଶ ଉପୁଜିବାର ସମ୍ଭାବନା ଅଛି। ସ୍ବାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମକର-ପିତାଙ୍କ ସ୍ବାସ୍ଥ୍ୟପାଇଁ ଚିନ୍ତିତ ହୋଇପାରନ୍ତି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। କର୍ତ୍ତବ୍ୟ ପରାୟଣ ହେବେ। ପଡ଼ୋଶୀଙ୍କ ସହ ବୁଝାମଣା ଉତ୍ତମ ସ୍ଥିତିରେ ରହିବ। ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ରହିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ମିଳିବ।
କୁମ୍ଭ- ପିଲାଙ୍କ ପଢ଼ାପଢ଼ି ପାଇଁ ବ୍ୟସ୍ତ ରହିବେ। କଳ୍ପନା ବିଳାସୀ ହୋଇପାରନ୍ତି। ମନରେ ସରସତା ଆସିବ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଚଞ୍ଚଳ ଚେଷ୍ଟିତ ହେବେ।
ମୀନ- ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। ହଠାତ୍‌ କିଛି ଅର୍ଥ ପାଇ ଚିନ୍ତାମୁକ୍ତ ହେବେ। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି। ବାଣିଜେ ବସତି ଲକ୍ଷ୍ମୀ ଯୋଗ ଅଛି। ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ। ସୁଖୀ ହୋଇପାରନ୍ତି

ନୀତିବାଣୀ-ଜୀବନ ନୌକାରେ ଦେଖିକି ପାଦରଖ ବନ୍ଧୁ,କାରଣ ଏଠି ଏମିତିବି ଲୋକଅଛନ୍ତି ଯିଏ ତୁମକୁ ବୁଡେଇବାପାଇଁ ଚେ଼ଷ୍ଟାକରନ୍ତି,ଯାହାକୁ ତୁମେ ହିଁ ଦିନେ ପହଁରିବା ଶିଖେଇଥିଲ।
ବାସ୍ତୁଟିପ୍ପଣୀସ୍ଵସ୍ତିକର ଏହି ଅଦ୍ଭୁତ ଉପାୟଦ୍ଵାରା ହେବ ସମସ୍ତକଷ୍ଟର ଅନ୍ତ, ଜୀବନରେ ଭରିଯିବ ସୁଖ ଓ ସମୃଦ୍ଧି ।ହିନ୍ଦୁ ଧର୍ମରେ ସ୍ଵସ୍ତିକର ବହୁତ ମହତ୍ଵରହିଛି । ହିନ୍ଦୁ ଧର୍ମରେ କିଛିବିପୂଜା ସ୍ଵସ୍ତିକ ବିନା ହୋଇନଥାଏ । ସବୁ ପୂଜାପାଠର ଆରମ୍ଭ ସ୍ଵସ୍ତିକଚିହ୍ନିରୁ ହିଁ ହୋଇଥାଏ । ସ୍ଵସ୍ତିକକୁ ଶୁଭ ଓ ମଙ୍ଗଳଭାବର ପ୍ରତୀକ କୁହାଯାଏ । ସ୍ଵସ୍ତିକଶବ୍ଦକୁ ‘ସୁ’ ଏବଂ ‘ ଅସ୍ତି’ର ମିଶ୍ରଣ ଯୋଗକୁହାଯାଏ ।
‘ସୁ’ରଅର୍ଥ ଶୁଭ ଓ ‘ଅସ୍ତି’ରଅର୍ଥ –ମାନେ ହେଉ ଅର୍ଥାତ ‘ଶୁଭହେଉ ,କଲ୍ୟାଣ ହେଉ । ସ୍ଵସ୍ତିକ ଅର୍ଥାତ କୁଶଳ ଏବଂ କଲ୍ୟାଣ ।ସ୍ଵସ୍ତିକକୁ ଘରବାସ୍ତୁକୁ ଠିକ କରିବାପାଇଁ ପ୍ରୟୋଗକରାଯାଏ । ସ୍ଵସ୍ତିକ ପ୍ରୟୋଗଦ୍ଵାରା ଘରେ ନକରାତ୍ମକଊର୍ଜା ବାହାରକୁ ଚାଲିଯାଇଥାଏ । ବାସ୍ତୁଦୋଷ ଦୂର କରିବା ପାଇଁ ସ୍ଵସ୍ତିକର ଉପାୟ-ସବୁପ୍ରକାର ବାସ୍ତୁଦୋଷ ଦୂର କରିବାପାଇଁ ଘର ମୁଖ୍ୟଦ୍ବାରର ଦୁଇ ପାଖରେ ଅଷ୍ଟଧାତୁ ଓ ଉପରମଧ୍ୟରେ ତମ୍ବାରସ୍ଵସ୍ତିକ ଲଗେଇବା ଉଚିତ । ଏହାଛଡା ପାଞ୍ଚଧାତୁର ସ୍ଵସ୍ତିକ ବନେଇକି ପ୍ରାଣପ୍ରତିଷ୍ଠା କରିବାପରେ ଚଉଖଟରେ ଲଗେଇବାଦ୍ଵାରା ବହୁତ ଫଳପ୍ରଦ ହୋଇଥାଏ ।
ସାତଗୁରୁବାରରେ ଇଶାନକୋଣକୁ ଗଙ୍ଗାଜଳରେ ଧୋଇ ଓ ଶୁଖିଲାହkଦିରେ ସ୍ଵସ୍ତିକବନାନ୍ତୁ ଓ ତାର ପଞ୍ଚୌପଚାରପୂଜା କରନ୍ତୁ । ଏହାପରେ ସେଠାରେ ଅଧାତଉଲା ଗୁଡରଭୋଗ ଲଗାନ୍ତୁ । ସେଠାରେ ବର୍କପ୍ଲେସର ଉତ୍ତରଦିଗରେ ହଳଦୀରସ୍ଵସ୍ତିକ ବନେଇବା ବହୁତଶୁଭ ହୋଇଥାଏ ।
ଯଦି ଆପଣଚାହୁଁଛନ୍ତି ଆପଣଙ୍କର ସବୁମନୋକାମନା ପୂର୍ଣହେଉ ସ୍ଵସ୍ତିକର ଏହିଉପାୟ ଆପଣାନ୍ତୁ । ଦେବସ୍ଥାନରେ ସ୍ଵସ୍ତିକବନାନ୍ତୁ ଓ ତାଉପରେ ପାଞ୍ଚଧାନ୍ୟ ବା ଦୀପ ଲଗେଇକିରଖନ୍ତୁ । ଏହାର ଚମତ୍କାରୀପ୍ରଭାବ ହେବ ଓ ଆପଣଙ୍କ ମନୋକାମନା ପୂର୍ଣହେବ। ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment