ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ୭ତାରିଖଶୁକ୍ରବାର।ମନସା ପଞ୍ଚମୀ (ନାଗପୂଜା), ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୬/୪୭ ,ସୂର୍ଯ୍ୟାସ୍ତ- ଘ୬/୨୫/୪୯ ,ଶ୍ରାବଣମାସ,କୃଷ୍ଣପକ୍ଷ ,ଭୃଗୁ ବାସ ,ତିଥି- ପଞ୍ଚମୀ ରାତ୍ରି ଘ୧୨/୩୯ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ । ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ। ରାତ୍ରି ଘ୧୨/୩୯ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟ, ଶନିଯୁକ୍ତ ଓ ମଙ୍ଗଳସପ୍ତ ଦୋଷ ହେତୁ ଯାତ୍ର ନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବେଲ ଭକ୍ଷଣ ନିଷେଧ।ଅଶୁଭ ବେଳା-ବାର ଓ କାଳବେଳା ଦିବା ଘ୮/୩୫ମି ରୁ ଘ୧୧/୫୧ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୯/୮ମି ରୁ ଘ୧୦/୩୨ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୧୧/୪୨ମି ରୁ ଘ୨/୬ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୬/୨୫ମି ରୁ ରାତ୍ରି ଘ୮/୫୦ମି ମଧ୍ୟେ, ଘ୧/୩୮ମି ରୁ ଘ୪/୨ମି ମଧ୍ୟେ, ଘ୪/୫୦ମି ରୁ ରାତ୍ରିଶେଷ ଘ୫/୧୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୬/୬ମି ରୁ ଘ୬/୫୪ମି ମଧ୍ୟେ, ଘ୯/୧୮ମି ରୁ ୧୦/୬ମି ପର୍ଯ୍ୟନ୍ତ। ଶୁଭକର୍ମ:- ଆବଶ୍ୟକସ୍ଥଳେ ବ୍ରତୋପନୟନ, ଗୃହାରମ୍ଭ, ଗୃହପ୍ରବେଶ, ବାଣିଜ୍ୟକରଣ, ନାମକରଣ, ଦୂରଯାତ୍ରା, ରାଜଦର୍ଶନ, ବୃକ୍ଷରୋପଣ, ଔଷଧକରଣ, ନବବସ୍ତ୍ରାଳଙ୍କାରଧାରଣ, ଯାନକ୍ରୟ, କ୍ରୟବିକ୍ରୟ, ହଳପ୍ରବାହ ଓ ବୀଜବପନ।
ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳଗୁଣର ଆଧାରହେବେ। ସୁଖରେ ଦିନଟିବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
ବୃଷ-ଅର୍ଥପ୍ରାପ୍ତି ପାଇଁ ଆଶାବାଦୀହେବେ। ବିତ୍ତପ୍ରାପ୍ତିର ସୂଚନାମିଳୁଛି। ବିଳାସ-ବ୍ୟସନଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।
ମିଥୁନ-ରିଶ୍ରମର ଉଚିତମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ମିଷ୍ଟାନ୍ନଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।
କର୍କଟ-ସଙ୍କଟରେପଡିଲେ ବି ମୁକାବିଲାକରି କୃତକାର୍ଯ୍ୟ ହେବେ। ଏନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।
ସିଂହ-ଗୁରୁଜନ ତଥା ପିତାମାତାଙ୍କ ସ୍ୱାସ୍ଥ୍ୟପାଇଁ ଚିନ୍ତିତହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
କନ୍ୟା-ଦୂରବନ୍ଧୁଙ୍କଦ୍ୱାରା ଉପକୃତହେବେ। କର୍ମଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା- ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁସୁଖ ଭୋଗକରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
ବିଛା-କର୍ମକ୍ଷେତ୍ରରେ ମତାନ୍ତରଘଟିପାରେ। ଶାରୀରିକଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି।
ଧନୁ-ବହୁଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସନ୍ମା ର୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
ମକର-ଅଟକିଥିବା କାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖପାଇ ଉତ୍ଫୁୟଲ୍ଲିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗିରହିଥିବା ତତ୍ପରତା ଧିମେଇଯାଇପାରେ। ବହୁଧନରଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।
କୁମ୍ଭ-ଦେବ-ଗୁର-ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶ ଦେବେ।
ମୀନ-ଠାକୁରଆଶୀର୍ବାଦ ପାଇ ଆଶ୍ୱସ୍ତହେବେ। ବିବାଦୀୟଘଟଣାରେ ବିଜୟୀହେବେ। ସର୍ବଦା ସତ୍ପେଥ ଅନୁସରଣ କରିବେ। କଥାବାର୍ତ୍ତାରେ ଶାଳୀନତା ରକ୍ଷାକରିବେ। ବିବେକୀବ୍ୟକ୍ତିର ପରିଚୟସୃଷ୍ଟି କରିବେ। କୃଷି କାର୍ଯ୍ୟରେ ମନଦେବେ।

ନିତୀବାଣୀ-ଗୋଟିଏ ଗଣିତକୁ Solve କରିବାପାଇଁ ଅନେକପ୍ରକାର Solution ଅଛି କିନ୍ତୁ ଜୀବନରେ ଅନେକପ୍ରକାର Problem ପାଇଁ କେବଳଗୋଟିଏ Solveର ବାଟ ହେଉଛି Self Confidence ….
ବାସ୍ତୁଟିପ୍ପଣୀ-ଜାଣିଛନ୍ତି କି ? ଶୁଭକାର୍ଯ୍ୟରେ କେଉଁ କାରଣରୁ ଭଙ୍ଗାଯାଏ ନଡିଆ…
ହିନ୍ଦୁଧର୍ମରେ ଯେକୌଣସି ଶୁଭକାର୍ଯ୍ୟପୂର୍ବରୁ ନଡିଆ ଭାଙ୍ଗିବାର ପରମ୍ପରା ବହୁ ପୁରାତନକାଳରୁ ଚାଲୁରହିଛି।
ଦେବାଦେବୀଙ୍କ ଆରାଧନା,ଗୃହପ୍ରବେଶ,ବିବାହସମାରୋହ, ବ୍ରତଘର ଭଳି ପ୍ରତ୍ୟେକ ମାଙ୍ଗଳିକକାର୍ଯ୍ୟରେ ନଡିଆର ନିଶ୍ଚିତଭାବେ ପ୍ରୟୋଗ କରାଯାଇଥାଏ।
କୁହାଯାଏ ନଡିଆବିନା କୌଣସି ଧାର୍ମିକ ଓ ଶୁଭକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥାଏ। ଆଜି ଜାଣିବା ଶୁଭକାର୍ଯ୍ୟରେ କେଉଁ କାରଣରୁ ନଡିଆ ଭଙ୍ଗାଯାଇଥାଏ। ହିନ୍ଦୁଧର୍ମରେ ନଡିଆକୁ ପବିତ୍ରଫଳ ବୋଲି କୁହାଯାଏ। ସମସ୍ତ ଧାର୍ମିକ ଆୟୋଜନ,ଅନୁଷ୍ଠାନରେ ନଡିଆର ବ୍ୟବହାର କରାଯାଇଥାଏ।ନଡିଆ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ। ଦେବାଦେବୀଙ୍କୁ ନଡିଆଭୋଗ ଖୁବପ୍ରିୟ ବୋଲି ମାନ୍ୟତାରହିଛି। ତେଣୁ ପୂଜାରେ ନଡିଆ ଅର୍ପଣପରେ ଏହାକୁ ସଭିଁଙ୍କୁ ବଣ୍ଟାଯାଏ। ନଡିଆପାଣି ମଧ୍ୟ ଖୁବ ପବିତ୍ର ଓ ଶୁଦ୍ଧ। ନଡିଆପାଣି ଘରୁ ନକରାତ୍ମକଶକ୍ତିକୁ ନଷ୍ଟ କରିଥାଏ। ନଡିଆପାଣି ପିଇବାଦ୍ୱାରା ଅନେକରୋଗ ମଧ୍ୟ ଦୂରହୋଇଥାଏ।
ନଡିଆକୁ ଶ୍ରୀଫଳ ମଧ୍ୟ କୁହାଯାଏ। ଭଗବାନଙ୍କର ଏହା ପ୍ରିୟଫଳ। ନଡିଆର ବାହାରଅଂଶ ଶକ୍ତ ଓ ଭିତରଅଂଶ ନରମ ଓ ଶାନ୍ତିରପ୍ରତୀକ। ଏହିକାରଣରୁ ଶୁଭକାର୍ଯ୍ୟରେ ନଡିଆ ଭାଙ୍ଗିବାର ଅର୍ଥ ନିଜର ଶକ୍ତ ସଦୃଶ ଅହଂକାରକୁ ଭଗବାନଙ୍କ ସମ୍ମୁଖରେ ତ୍ୟାଗକରିବା ସହ ଶାନ୍ତିଭାବ ଆଣିବା। ନଡିଆରେ ଦେଖାଯାଉଥିବା ୩ଟିଦାଗକୁ ଭଗବାନ ଶିବଙ୍କର ୩ଟିନୟନ କୁହାଯାଏ। ଏହାଦ୍ୱାରା ଯଶ, ବୈଭବ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଭଗବାନ ଗଣେଶଙ୍କୁ ନଡିଆ ଖୁବପସନ୍ଦ। ମାନ୍ୟତା ଅନୁଯାୟୀ,ନଡିଆବିନା ଶୁଭକାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇଥାଏ। ନଡିଆ ଭାଙ୍ଗିବାଦ୍ୱାରା କାର୍ଯ୍ୟରେଥିବା ସମସ୍ତବାଧା ଦୂରହୋଇଥାଏ। ଏକାକ୍ଷୀନଡିଆ ମାଲକ୍ଷ୍ମୀଙ୍କୁ ଖୁବପ୍ରିୟ। ଏହାକୁ ଅର୍ପଣ କରିବାଦ୍ୱାରା ମାଲକ୍ଷ୍ମୀଙ୍କର ବିଶେଷକୃପା ପରିବାର ସଦସ୍ୟଙ୍କୁ ମିଳିଥାଏ। ଘରେ ସୁଖସମୃଦ୍ଧି, ଧନସମ୍ପତ୍ତିର ଆଗମନ ହୋଇଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment