ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୮ତାରିଖ ଶନିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୭/୧୦ ,ସୂର୍ଯ୍ୟାସ୍ତ- ଘ୬/୨୫/୪୬ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରିଘ୧୦/୧୮ମିପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ। ରାତ୍ରିଘ୧୦/୧୮ମିପରେ ବାୟବ୍ୟକୋଣରେ। ଶନିବାର, ଅଗନ୍ତବ୍ୟ ତିଥି, ବଷ୍ଟିକରଣ, ଶନିଯୁକ୍ତ ଓ ମଙ୍ଗଳସପ୍ତଦୋଷ ହେତୁ ଯାତ୍ରନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ଦିବାଘ୪/୧ମିପରେ ଧନୁରାଶିରଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ନିମ୍ବ ଏବଂ ରାତ୍ରି ଘ୧୦/୧୮ମିପରେ ତାଳଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ରୁ ଦିବା ଘ୬/୫୬ମି ମଧ୍ୟେ, ଦିବାଘ୪/୪୭ମି ରୁ ଘ୬/୨୬ମିପର୍ଯ୍ୟନ୍ତ।ବାରବେଳା ଦିବା ଘ୧/୩୦ମି ରୁ ଘ୩/୯ମି ପର୍ଯ୍ୟନ୍ତ।କାଳରାତ୍ରି ସନ୍ଧ୍ୟାଘ୬/୨୬ମି ରୁ ଘ୭/୪୭ମି ମଧ୍ୟେ, ରାତ୍ରି ଘ୩/୫୬ମି ରୁ ନିଶାନ୍ତ ଘ୫/୧୮ମି ପର୍ଯ୍ୟନ୍ତ।ଶୁଭବେଳା–
ଅମୃତ ଦିବା ଘ୨/୫୪ମି ରୁ ଘ୫/୧୮ମି ମଧ୍ୟେ, ରାତ୍ରି ଘ୭/୧୪ମି ରୁ ଘ୮/୨ମି ମଧ୍ୟେ, ଘ୧୨/୨ମି ରୁ ଘ୨/୨୬ମି ମଧ୍ୟେ, ଘ୪/୨ମି ରୁ ରାତ୍ରିଶେଷ ଘ୫/୧୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟୋଦୟରୁ ଘ୬/୬ମି ମଧ୍ୟେ, ଘ୯/୧୮ମିରୁ ୧୦/୪୨ମି ପର୍ଯ୍ୟନ୍ତ। ଶୁଭକର୍ମ:-୨୬ନକ୍ଷତ୍ରର ୪ର୍ଥପାଦ ବିଦ୍ଧହେତୁ ରାତ୍ରି ଘ୯/୩୮ମିପରେ ରାତ୍ରିଘ୧୦/୧୯ମି ମଧ୍ୟେ ୨୬ନକ୍ଷତ୍ରେ ବିବାହ (ପାଣିଗ୍ରହଣ)।
ମେଷ- ପାରିବାରିକଜୀବନ ସୁଖମୟ ରହିବ। ହଜିଯାଇଥିବା କୌଣସିବସ୍ତୁ ଆଜି ମିଳିବାର ସମ୍ଭାବନାଅଧିକ ଅଟେ। ନିଜରବିଚାର ଏବଂ ଇଚ୍ଛାକୁ ଅଂକୁଶରେ ରଖିବେ। ବିଦେଶୀବ୍ୟାପାରରେ ଜଡ଼ିତ ହୋଇଥିବା ଲୋକମାନଙ୍କୁ ସଫଳତା ଏବଂ ଲାଭ ମିଳିବ।
ବୃଷ- ଆଜି ସମଗ୍ରଦିନ ଆନନ୍ଦପୂର୍ଣ୍ଣ ରହିବ। ନିଜର କାର୍ଯ୍ୟ ବ୍ୟବସ୍ଥିତ ରୂପରେ କରି ଆପଣ ଆଗକୁ ବଢ଼ି ପାରିବେ ଏବଂ ଯୋଜନାଅନୁସାରେ କାର୍ଯ୍ୟ କରି ପାରିବେ। ଅସଂପୂର୍ଣ୍ଣ କାର୍ଯ୍ୟକୁ ସଫଳତା ପୂର୍ବକ ପୂର୍ଣ୍ଣ କରି ପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କର ସହଯୋଗ ଭଲ ମିଳିବ।
ମିଥୁନ-ଆଜିରଦିନ ମଧ୍ୟମ ରହିବ। ଜୀବନସାଥୀ ଏବଂ ସନ୍ତାନମାନଙ୍କର ବିଷୟରେ ଚିନ୍ତା ହୋଇପାରେ ଅଟେ। ସ୍ଵାସ୍ଥ୍ୟ କିଛି ନରମ-ଗରମ ରହିବ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ। ସମ୍ଭବ ହେଲେ ବାଦ-ବିବାଦ ଟାଳନ୍ତୁ, ମନମାଳିନ୍ୟର ପ୍ରସଙ୍ଗ ଉପସ୍ଥିତ ନ ହେଉ ଏହା ଧ୍ୟାନ ରଖିବେ।
କର୍କଟ-ଆଜି ଆପଣ ସମ୍ଭାଳିକରି ଚାଲିବେ। ଛାତିରେପୀଡ଼ା ଅଥବା ଅନ୍ୟଯନ୍ତ୍ରଣାରୁ ମଧ୍ୟ କଷ୍ଟରଅନୁଭୂତି ହୋଇପାରେ। ଘରେ ସଦସ୍ୟମାନଙ୍କସହିତ ଉଗ୍ରଚର୍ଚ୍ଚା କିମ୍ବା ବାଦ-ବିବାଦ ନହେଉ ଏହାର ଧ୍ୟାନ ରଖିବେ। ଧନ ଅଧିକ ଖର୍ଚ୍ଚ ହୋଇପାରେ। ମାନ-ସମ୍ମାନ ପ୍ରତି ଧ୍ୟାନ ରଖିବେ।
ସିଂହ- ଭାଇଭଉଣୀମାନଙ୍କ ସହିତ ସମ୍ବନ୍ଧ ଭଲରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କସହିତ କୌଣସି ପର୍ଯ୍ୟଟନସ୍ଥଳକୁ ବୁଲିବାକୁଯିବାର ଆନନ୍ଦ ଉଠାଇପାରିବେ। ଆର୍ଥିକରୂପରେ ମଧ୍ୟ ଆପଣଙ୍କୁ ଲାଭ ହେବ। ଭାଗ୍ୟବୃଦ୍ଧି ହେବାର ମଧ୍ୟ ସଂକେତ ଅଛି।
କନ୍ୟା- ଆପଣଙ୍କପାଇଁ ଆଜିର ଦିନ ଶୁଭ ରହିବ। ବାଣୀର ମଧୁରତାରେ ଦ୍ୱିତୀୟ ଲୋକଙ୍କର ମନରେ ନିଜର ସକାରାତ୍ମକ ଛାପ ଛାଡ଼ି ପାରିବେ। ପାରିବାରିକ ବାତାବରଣ ମଧ୍ୟ ଭଲ ରହିବ। ଆର୍ଥିକ କାର୍ଯ୍ୟ ମଧ୍ୟ ଆଜି ସୁଖ ପୂର୍ବକ ସଂପନ୍ନ ହେବ। ନକାରାତ୍ମକ ବିଚାରରୁ ଆପଣ ଦୂରରେ ରୁହନ୍ତୁ।
ତୁଳା- ଆପଣ ପ୍ରତ୍ୟେକକାର୍ଯ୍ୟରେ ଆତ୍ମବିଶ୍ଵାସ ଛଳନା ହେଲାପରି ଦେଖିବେ। ଆର୍ଥିକଯୋଜନା ମଧ୍ୟ ସରଲତାପୂର୍ବକ କରିପାରିବେ। ଶାରୀରିକ ତଥା ମାନସିକରୂପରେ ପ୍ରସନ୍ନତା ଅନୁଭବହେବ। ବସ୍ତ୍ରାଭୂଷଣ ଏବଂ ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହୋଇପାରେ। ବୈଚାରିକ ରୂପରେ ଦୃଢତା ରହିବ।
ବିଛା- ଆଜିରଦିନ ମଉଜସଉକ ଏବଂ ମନୋରଞ୍ଜନପଛରେ ଅର୍ଥଖର୍ଚ୍ଚ ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। କୁଟୁମ୍ବଜନମାନଙ୍କ ଏବଂ ପରିଜନମାନଙ୍କ ସହିତ ଭୁଲ ବୁଝାବଣା କିମ୍ବା ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। କୋର୍ଟ-କଚେରୀ ସମ୍ବନ୍ଧୀତ କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ।
ଧନୁ- ଆର୍ଥିକଲାଭ ଏବଂ ସାମାଜିକପ୍ରତିଷ୍ଠା ମିଳିବାସହିତ ଆପଣ ପାରିବାରିକ ଜୀବନରେ ସୁଖସନ୍ତୋଷର ଭାବନା ଅନୁଭବକରିବେ। ଆୟରେ ବୃଦ୍ଧି ଏବଂ ବ୍ୟାପାରରେ ଲାଭ ମିଳିବ। ମିତ୍ରମାନଙ୍କ ସହିତ ପର୍ଯ୍ୟଟନର ଆୟୋଜନ ହେବ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଲାଭ ମିଳିବ।
ମକର-ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କସହିତ ହୋଇଥିବା ଭେଟରେ ଆପଣଙ୍କ ମନ ପ୍ରସନ୍ନ ହେବ। ବ୍ୟବସାୟିକକ୍ଷେତ୍ରରେ ଧନ ତଥା ମାନପ୍ରତିଷ୍ଠାରେ ବୃଦ୍ଧିହେବ। ଉଚ୍ଚଅଧିକାରୀମାନଙ୍କର ପ୍ରସନ୍ନତା ଆପଣଙ୍କ ଉପରେ ରହିବ। ବ୍ୟବସାୟରେ ମଧ୍ୟ ଆପଣଙ୍କୁ ପ୍ରମୋସନମିଳିବାର ପୂରା ସମ୍ଭାବନାଅଛି।
କୁମ୍ଭ- ପ୍ରତିଦ୍ୱନ୍ଦ୍ୱୀମାନଙ୍କସହିତ ବାଦବିବାଦ କରନ୍ତୁନାହିଁ। ବ୍ୟବସାୟରେ ଉଚ୍ଚଅଧିକାରୀମାନଙ୍କ ସହିତ କାର୍ଯ୍ୟ କରବା ସମୟରେ ସମ୍ଭାଳିକରି ରୁହନ୍ତୁ। ଆମୋଦପ୍ରମୋଦ ପଛରେ ଆଜି ଧନଖର୍ଚ୍ଚ ହୋଇପାରେ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ।
ମୀନ-କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖିବେ। ସରକାରବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେରୁହନ୍ତୁ। ଚିକିତ୍ସାପଛରେ ଧନଖର୍ଚ୍ଚ ହେବାର ଆଶଂକା ଅଛି। ମାନସିକ ରୂପରେ ଆପଣ ଅସ୍ଵସ୍ଥ ରହିବେ। ପରିଜନମାନଙ୍କ ସହିତ ସମ୍ବନ୍ଧରେ ନକାରାତ୍ମକତା ପ୍ରବେଶ ନ ହେଉ ଏହାର ଧ୍ୟାନ ରଖିବେ।

ନିତୀବାଣୀ-କେବେବି ନିଜର ଚରିତ୍ରକୁ ବଗିଚାର ସେହି ଘାସର ଗାଲିଚାପରି କରନାହିଁ.. ଯେମିତିକି କେହି ସେହି ଘାସରଗାଲିଚାକୁ ଦଳିଚକଟି ନଷ୍ଟକରିଦେବେ, ଯଦି କରିବାରଅଛି ସେହି ଆକାଶପରି କର ଯେମିତିକି ସେଠାରେ ପହଞ୍ଚିବାକୁ ସମସ୍ତେ ଇଚ୍ଛା ହିଁ କରିବେ ।
ବାସ୍ତୁଟିପ୍ପଣୀ-ବେପାର ବଢେଇବା ଉପାୟ…..ସବୁରୁ ପ୍ରଥମଉପାୟ ଅନୁସାରେ ନିଜଦୋକାନରେ ବିକ୍ରିହେଉଥିବା ଜିନିଷ ରଖିବାପାଇଁ ଯେଉଁ ଥାକ , ଆଲମାରୀ, ସୋକେଶ୍, କ୍ୟାସ୍ କାଉଣ୍ଟରରଖିବେ ତାହାସବୁବେଳେ ଉତ୍ତରପଶ୍ଚିମ ଦିଗରେ କରନ୍ତୁ । ଏଦିଗରେ ବେପାରରେ ଲାଭହୋଇଥାଏ । ପଇସା , ଦାମୀଜିନିଷ ଉତ୍ତରଦିଗରେ ଆଲମାରୀରେ ରଖନ୍ତୁ । ବାସ୍ତୁଅନୁସାରେ ଆକାଉଣ୍ଟଡିପାର୍ଟମେଣ୍ଟ ସବୁବେଳେ ଦକ୍ଷିଣପୂର୍ବ ଓ ରିସେପ୍ସନଙ୍କଜାଗା ସବୁବେଳେ ଉତ୍ତରପୂର୍ବରେ ହେବା ଉଚିତ । କାମକରିବାପାଇଁ ସବୁବେଳେ ଆୟତାକର ମେଜ ବନାନ୍ତୁ । ମନ୍ଦିରପାଖରେ ଆପଣଙ୍କପୀଠ କେବେବିହେବା ଅନୁଚିତ ।
ଏହାବ୍ୟତୀତ ଫ୍ୟାକ୍ଟ୍ରିକାମ କରିବା କେନ୍ଦ୍ରସ୍ଥାନ ଖାଲିରଖିବା ଦରକାର, କିଛିବି ଭାରିବସ୍ତୁ ମଝିରେ ରଖନ୍ତୁନି । ମାଲିକ ସବୁବେଳେ ପୂର୍ବ ବା ଉତ୍ତରଦିଗକୁ ମୁଁହକରିବସିବା ଉଚିତ । ଏଥିରେ ବେପାର ଓ ବ୍ୟକ୍ତି ଦୁଇଜଣଙ୍କରେ ସକାରାତ୍ମକ ଉର୍ଯାର ସଞ୍ଚାର ହୋଇଥାଏ ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

Comments (0)
Add Comment