ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୨ତାରିଖ ବୁଧବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୩୩ ,ସୂର୍ଯ୍ୟାସ୍ତ- ଘ୬/୨୫/୩୩ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଦଶମୀ ସନ୍ଧ୍ୟା ଘ୬/୧୭ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ଦ୍ବିଜା ରାତ୍ରିଘ୮/୩୯ମିପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାନକ୍ଷତ୍ର। ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ। ସନ୍ଧ୍ୟାଘ୬/୧୭ମି ପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ପ୍ରାତଃଘ୬/୧୮ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗ ସନ୍ଧ୍ୟାଘ୬/୧୭ମି ପରେ ରାତ୍ରିଶେଷପର୍ଯ୍ୟନ୍ତ ଅଗ୍ନିକୋଣ, ପୂର୍ବଦିଗ, ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ମେଷରାଶିର ଏବଂ ରାତ୍ରିଘ୨/୫୩ମିପରେ ବିଛାରାଶିରଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- କଳମଶାଗ, ସନ୍ଧ୍ୟାଘ୬/୧୭ମି ପରେ ଶିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବାଘ୮/୩୮ମି ରୁ ଘ୧୦/୧୫ମି ପର୍ଯ୍ୟନ୍ତ।ବାରବେଳା ଦିବାଘ୧୧/୫୮ମି ରୁ ଘ୧/୩୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୨/୩୮ମି ରୁ ଘ୪/୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବାଘ୭/୪୪ମି ରୁ ଘ୧୦/୫୬ମି ମଧ୍ୟେ, ଘ୧/୨୦ମି ରୁ ଘ୪/୩୨ମି ମଧ୍ୟେ, ସୂର୍ଯ୍ୟାସ୍ତରୁ ରାତ୍ରିଘ୧୦/୨୫ମି ମଧ୍ୟେ, ଘ୧୨/୪୯ମି ରୁ ଘ୨/୨୫ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ନାହିଁ।
ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
ବୃଷ-ଅର୍ଥ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ବିତ୍ତ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ-ବ୍ୟସନ ଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।
ମିଥୁନ-ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।
କର୍କଟ-ସଙ୍କଟରେ ପଡିଲେ ବି ମୁକାବିଲା କରି କୃତକାର୍ଯ୍ୟ ହେବେ। ଏ ନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।
ସିଂହ-ଗୁରୁଜନ ତଥା ପିତା, ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
କନ୍ୟା-ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କର୍ମ ଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା-ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁ ସୁଖ ଭୋଗ କରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
ବିଛା-କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି|
ଧନୁ-ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
ମକର-ଅଟକି ଥିବା କାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖ ପାଇ ଉତ୍ଫୁବଲ୍ଲିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।
କୁମ୍ଭ- ଦେବ-ଗୁର-ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋ
ମୀନ-ଠାକୁର ଆଶୀର୍ବାଦ ପାଇ ଆଶ୍ୱସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବଦା ସତ୍ପ।ଥ ଅନୁସରଣ କରିବେ। କଥା-ବାର୍ତ୍ତାରେ ଶାଳୀନତା ରକ୍ଷା କରିବେ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। କୃଷି କାର୍ଯ୍ୟରେ ମନଦେବେ।

ନୀତିବାଣୀ-ଜୀବନରେ ସବୁ କିଣିପାରିବେ, କିନ୍ତୁ ଆଶୀର୍ବାଦ ଓ ଭଲପାଇବା କିଣିପାରିବେ ନାହିଁ। ଏହା ଆପଣଙ୍କୁ କମାଇବାକୁ ପଡ଼ିଥାଏ।
ବାସ୍ତୁଟିପ୍ପଣୀ-ସକାଳେ ଘରର ମୁଖ୍ୟକବାଟ ଖୋଲିବାପରେ କରନ୍ତୁ ଏହି ଛୋଟକାମ, ଘରକୁ ଆସିବ ସୁଖସମୃଦ୍ଧି◆◆◆ବାସ୍ତୁଶାସ୍ତ୍ର ଅନୁସାରେ ଘରତିଆରି କରିବା ଉଚିତ । ଘରେ ସୁଖଶାନ୍ତି ରହିବାକୁହେଲେ କେତେକ ଉପାୟ କରିବାକୁ ପଡିଥାଏ । ସେହିଭଳି ରହୁଥିବା ଘରର ମୁଖ୍ୟଦ୍ୱାରର ବହୁତ ମହତ୍ୱ ରହିଥାଏ ।
ଯଦି ଘରର ଦ୍ୱାରମୁହଁ ବାସ୍ତୁଅନୁଯାୟୀ ହୋଇଥାଏ ତେବେ ସେହିଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକରହିଥାଏ ଏବଂ ସେହିଘରେ ରହୁଥିବାଲୋକଙ୍କ ସୁଖସମୃଦ୍ଧି ବଢିଯାଏ । ଶାସ୍ତ୍ରରେ ମୁଖ୍ୟ ଦ୍ୱାରକୁ ଗ୍ରହମାନଙ୍କଦ୍ୱାର ବୋଲି ମନାଯାଏ ।ଭାରତୀୟ ହିନ୍ଦୁଶାସ୍ତ୍ର ଅନୁସାରେ ଘରର ଦ୍ୱାe କୁ କଳସ,ଆମ୍ବପତ୍ର,ନଡ଼ିଆ ,ଫୁଲ,ଅଶୋକଦ୍ଵାରା ସଜାଇବାର ପରମ୍ପରା ରହିଛି । ଘରର କିଛିସମସ୍ୟା ଦୂର କରିବାପାଇଁ ଉପାୟ ।ଘରର ଦ୍ଵାରମୁହଁରେ ଏହି ଦୁଇଟିଉପାୟ କରିବାଦ୍ଵାରା ଘରର ସମସ୍ୟା ଦୂରହୋଇଯିବ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ୱାର ଅନେକ ଗୁଡିଏ ଦୋଷରୁ ଦୂରକରିଥାଏ । ଯଦି ଆପଣ କିଛି ଛୋଟବଡ ଅସୁବିଧାକୁ ନେଇକି ଚିନ୍ତିତରହୁଛନ୍ତି ତେବେ କିଛିଉପାୟ କରିବାଦ୍ୱାରା ତାହା ଦୂର ହୋଇଯିବ ।
ଯେତେବେଳ ଆପଣ ଦ୍ୱାରମୁହଁ କବାଟଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗାଜଳ ଆଣିକି ଛିଞ୍ଚନ୍ତୁ । ଘରର କବାଟରେ ସ୍ୱସ୍ତିକଚିହ୍ନ ମଧ୍ୟ ବନାନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସେହି ସ୍ୱସ୍ତିକ ଚିହ୍ନକୁ ହଳଦୀ ଓ ସିନ୍ଦୁରଦ୍ଵାରା କରନ୍ତୁ । ଆପଣ ଏହାକୁ ସୂର୍ଯ୍ୟଉଦୟ ପୂର୍ବରୁ ହି କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଘରର ଦ୍ଵାରମୁହଁରେ ଅଶୋକ ଓ ଆମ୍ବରପତ୍ରକୁ ସୂତାରେବାନ୍ଧି ଘରର ଦୁଆରମୁହଁରେ ଲଗାନ୍ତୁ । ଏହିସବୁ ଉପାୟ କରିବାଦ୍ଵାରା ଆପଣଙ୍କ ଘରକୁ କୌଣସି ଖରାପଶକ୍ତି ପ୍ରଵେଶ କରିପାରିବନାହିଁ ।
ଏପରି କରିବାଦ୍ୱାରା ଆପଣଙ୍କର କୌଣସିସମସ୍ୟା ରହିବନାହିଁ । ଆପଣଙ୍କଘରେ ସର୍ବଦା ସୁଖ ଶାନ୍ତି ବଜାୟରହିବ । କେବେମଧ୍ୟ କାହାର କୌଣସିଅସୁବିଧା କିମ୍ବା ଅଭାବ ରହିବନାହିଁ । ଅର୍ଥ ଜନିତ କୌଣସିସମସ୍ୟା ଦେଖିବାକୁ ମିଳିବନାହିଁ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଖୁବ ଭଲରହିବ । ଆପଣଙ୍କ ଘରଉପରେ କୌଣସି କୁଦୃଷ୍ଟି ପଡିବନାହିଁ । ଯଦି ଆପଣ ଏହି ନିୟମଗୁଡିକୁ ମାନି ଚଳିବେ ତେବେ ଆପଣଙ୍କଘରେ ଥିବା ସମସ୍ତ ବାସ୍ତୁଦୋଷର ବିନାଶଘଟିବ ।ଯଦି ଆପଣଙ୍କର ଦ୍ୱାର ସବୁବେଳେ ପରିଷ୍କାରରହିଥାଏ ତେବେ ସେହି ମୁଖ୍ୟଦ୍ୱାର ମାଧ୍ୟମରେ ଘରକୁ ସମସ୍ତପ୍ରକାର ଭଲଶକ୍ତି ପ୍ରବେଶକରିଥାନ୍ତି । ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ସବୁବେଳେ ଖୁସିରେ ରହିଥାନ୍ତି । ଘରର ମୁଖ୍ୟଦ୍ୱାର ଉପରେ କେବେମଧ୍ୟ କୌଣସିପ୍ରକାର ବୃକ୍ଷର ଛାଇ ପଡିବା ଉଚିତନୁହେଁ ।
ଆଜିର ଦିନଟି ମଙ୍ଗଳମୟ ହେଉ!

 

Comments (0)
Add Comment