ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୧ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୧/୫୩,ସୂର୍ଯ୍ୟାସ୍ତ- ଘ୬/୨୩/୫୩,ଶ୍ରାବଣମାସ,ଚାନ୍ଦ୍ରମଳ ଶୁକ୍ଳପକ୍ଷ,ଭୃଗୁ ବାସ,ତିଥି- ତୃତୀୟା ମଳ ଦିବା ଘ୭/୭ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ,ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର,ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣ ପକ୍ଷ ମଳ ମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୭/୭ମି ପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୩୮ମି ରୁ ଘ୧୧/୫୩ମି ପର୍ଯ୍ୟନ୍ତ,କାଳରାତ୍ରି ରାତ୍ରି ଘ୯/୮ମି ରୁ ଘ୧୦/୩୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୬/୫୯ ମି ମଧ୍ୟେ, ଘ୭/୪୭ମି ରୁ ଘ୧୦/୧୧ମି ମଧ୍ୟେ, ଘ୧୨ /୩୫ମିରୁ ଘ୨/୧୧ମି ମଧ୍ୟେ, ଘ୩/୪୭ମିରୁ ଘ୫/୨୪ମି ମଧ୍ୟେ, ରାତ୍ରି ଘ୭/୫୯ମି ରୁ ଘ୯/୩୫ମି ମଧ୍ୟେ, ଘ୩/୫୯ମିରୁ ଘ୪/୩୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ରାତ୍ରିଘ୧୧/୧୧ମିରୁ ଘ୧୧/୫୯ମି ମଧ୍ୟେ, ଘ୪/୩୭ମି ରୁ ରାତ୍ରିଶେଷ ଘ୫/୨୨ମି ପର୍ଯ୍ୟନ୍ତ ।
🐏ମେଷ👉ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ିପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି ନପହଁଞ୍ଚିବ ଏହାର ଧ୍ୟାନ ରଖିବେ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକକାର୍ଯ୍ୟରେ ଯିବାକୁ ହୋଇପାରେ। ପାରିବାରିକ ଜୀବନ ସୁଖମୟ ରହିବ। ହଜିଯାଇଥିବା କୌଣସି ବସ୍ତୁ ଆଜି ମିଳିବାର ସମ୍ଭାବନା ଅଧିକ ଅଟେ। ନିଜର ବିଚାର ଏବଂ ଇଚ୍ଛାକୁ ଅଂକୁଶରେ ରଖିବେ। ବିଦେଶୀ ବ୍ୟାପାରରେ ଜଡ଼ିତ ହୋଇଥିବା ଲୋକମାନଙ୍କୁ ସଫଳତା ଏବଂ ଲାଭ ମିଳିବ।
🐮ବୃଷ👉ଆଜି ଆପଣ ଶାରୀରିକ ତଥା ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାର ଉପଦେଶ ଦିଆଯାଉଛି। ଖାଇବା ପିଇବାରେ ସତର୍କ ରୁହନ୍ତୁ, ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସମ୍ଭବ ହେଲେ ଯାତ୍ରା ଟାଳି ଦିଅନ୍ତୁ। ନିଶ୍ଚିତ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଅସୁବିଧା ଆସି ପାରେ। ଧ୍ୟାନ ଲଗାଇଲେ ମାନସିକ ଶାନ୍ତି ମିଳିବ। ଆଜି ସମଗ୍ର ଦିନ ଆନନ୍ଦପୂର୍ଣ୍ଣ ରହିବ। ନିଜର କାର୍ଯ୍ୟ ବ୍ୟବସ୍ଥିତ ରୂପରେ କରି ଆପଣ ଆଗକୁ ବଢ଼ି ପାରିବେ ଏବଂ ଯୋଜନା ଅନୁସା ରେ କାର୍ଯ୍ୟ କରି ପାରିବେ। ଅସଂପୂର୍ଣ୍ଣ କାର୍ଯ୍ୟକୁ ସଫଳତା ପୂର୍ବକ ପୂର୍ଣ୍ଣ କରି ପାରିବେ। କାର୍ଯ୍ୟାଳୟରେ ସହକର୍ମି ମାନଙ୍କର ସହଯୋଗ ଭଲ ମିଳିବ।
👩‍❤️‍👨ମିଥୁନ👉ଆଜି ଆପଣ ମନୋରଞ୍ଜନ ତଥା ଆନନ୍ଦରେ ବ୍ୟସ୍ତ ରହିବେ। ମିତ୍ରମାନଙ୍କ ତଥା ପରିଜନମାନଙ୍କ ସହିତ ଆନନ୍ଦିତ ବାତାବରଣରେ ଦିନ ବିତାଇ ପାରିବେ। ସାମାଜିକ ରୂପରେ ସମ୍ମାନ ଏବଂ ପ୍ରସିଦ୍ଧି ମଧ୍ୟ ପ୍ରାପ୍ତ କରି ପାରିବେ। ଦାମ୍ପତ୍ୟଜୀବନରେ ସୁଖ ମିଳିବ। ଆଜିର ଦିନ ମଧ୍ୟମ ରହିବ। ଜୀବନସାଥୀ ଏବଂ ସନ୍ତାନ ମାନଙ୍କର ବିଷୟରେ ଚିନ୍ତା ହୋଇପାରେ ଅଟେ। ସ୍ଵାସ୍ଥ୍ୟ କିଛି ନରମ-ଗରମ ରହିବ। ବିଦ୍ୟାର୍ଥି ମାନଙ୍କପାଇଁ ସମୟ ଅନୁକୂଳ ଅଟେ। ସମ୍ଭବ ହେଲେ ବାଦ- ବିବାଦ ଟାଳନ୍ତୁ, ମନମାଳିନ୍ୟର ପ୍ରସଙ୍ଗ ଉପସ୍ଥିତ ନ ହେଉ ଏହା ଧ୍ୟାନ ରଖିବେ।
🦀କର୍କଟ👉 ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜିର ଦିନ ଆପଣଙ୍କପାଇଁ ସଫଳତା ପ୍ରଦାନ କରିବ। ପରିଜନମାନଙ୍କ ସହିତ ସମୟ ସୁଖ ପୂର୍ବକ ବିତିବ। ଆବଶ୍ୟକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ତଥାପି ଆର୍ଥିକ ଲାଭ ପାଇଁ ଭଲ ଦିନ ଅଟେ। ଚାକିରି କରିଥିବା ଲୋକ ମାନଙ୍କପାଇଁ କାର୍ଯ୍ୟାଳୟରେ ଆଜି ବାତାବରଣ ଅନୁକୂଳ ରହିବ। ଆଜି ଆପଣ ସମ୍ଭାଳି କରି ଚାଲିବେ। ଛାତିରେ ପୀଡ଼ା ଅଥବା ଅନ୍ୟ ଯନ୍ତ୍ରଣାରୁ ମଧ୍ୟ କଷ୍ଟର ଅନୁଭୂତି ହୋଇପାରେ। ଘରେ ସଦସ୍ୟମାନଙ୍କ ସହିତ ଉଗ୍ର ଚର୍ଚ୍ଚା କିମ୍ବା ବାଦ-ବିବାଦ ନହେଉ ଏହାର ଧ୍ୟାନ ରଖିବେ। ଧନ ଅଧିକ ଖର୍ଚ୍ଚ ହୋଇପାରେ। ମାନ-ସମ୍ମାନ ପ୍ରତି ଧ୍ୟାନ ରଖିବେ।
🦁ସିଂହ👉ଆଜି ଆପଣଙ୍କ ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ସୃଜନାତ୍ମକ କାର୍ଯ୍ୟ ସୁନ୍ଦରରୂପେ ସଂପନ୍ନ ହେବ। ସନ୍ତାନମାନଙ୍କର ଶୁଭ ସମାଚାର ମିଳିବ। ମିତ୍ରମାନଙ୍କ ସହିତ ଭେଟ ଆନନ୍ଦଦାୟୀ ହେବ। ଧାର୍ମିକ ପରୋପକାର କାର୍ଯ୍ୟ ଆପଣ କରିବେ। ଭାଇ- ଭଉଣୀମାନଙ୍କ ସହିତ ସମ୍ବନ୍ଧ ଭଲ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ କୌଣସି ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ-ଯିବାର ଆନନ୍ଦ ଉଠାଇ ପାରିବେ। ଆର୍ଥିକ ରୂପରେ ମଧ୍ୟ ଆପଣଙ୍କୁ ଲାଭ ହେବ। ଭାଗ୍ୟବୃଦ୍ଧି ହେବାର ମଧ୍ୟ ସଂକେତ ଅଛି।
🙎‍♀️କନ୍ୟା👉 ଆଜିର ଦିନ କିଛି ଅସୁବିଧାରେ ଭରା ହୋଇ ପାରେ। ଅନେକ କଥାକୁ ନେଇ କରି ଆପଣଙ୍କୁ ଚିନ୍ତା ହୋଇ ପାରେ। ଆପଣ ଶାରୀରିକ ତଥା ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ପରିବାରର ସଦସ୍ୟମାନଙ୍କ ସହିତ ମନ ମାଳିନ୍ୟ ହୋଇପାରେ। ମାତାଙ୍କ ର ସ୍ଵାସ୍ଥ୍ୟକୁ ନେଇ କରି ସାବ ଧାନ ରହିବେ। କୌଣସି କାଗଜ ପତ୍ର ଉପରେ ହସ୍ତାକ୍ଷର କରିବା ସମୟରେ ସାବଧାନ ରହିବେ। ଧନ ଖର୍ଚ୍ଚ ଯୋଗ ଅଛି। ଆପଣ ଙ୍କପାଇଁ ଆଜିର ଦିନ ଶୁଭ ରହିବ। ବାଣୀର ମଧୁରତାରେ ଦ୍ୱିତୀୟ ଲୋକଙ୍କର ମନରେ ନିଜର ସକାରାତ୍ମକ ଛାପ ଛାଡ଼ି ପାରିବେ। ପାରିବାରିକ ବାତାବରଣ ମଧ୍ୟ ଭଲ ରହିବ। ଆର୍ଥିକ କାର୍ଯ୍ୟ ମଧ୍ୟ ଆଜି ସୁଖ ପୂର୍ବକ ସଂପନ୍ନ ହେବ। ନକାରା ତ୍ମକ ବିଚାରରୁ ଆପଣ ଦୂରରେ ରୁହନ୍ତୁ।
⚖️ତୁଳା👉 ଆଜିର ଦିନ ଭାଗ୍ୟବୃଦ୍ଧି ହେବ। ଭାଇ- ଭଉଣୀମାନଙ୍କ ସହିତ ସମ୍ବନ୍ଧରେ ସୁଧାର ହେବ। କୌଣସି ଧାର୍ମିକ ଯାତ୍ରାର ଆୟୋଜନ ହୋଇ ପାରେ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜି ଦିନ ଶୁଭ ଅଟେ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ବିଦେଶରୁ ଶୁଭ ସମାଚାର ମିଳିବ। ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ ହୋଇପାରେ। ସମ୍ମାନ ପ୍ରାପ୍ତ ହେବ। ଆପଣ ପ୍ରତ୍ୟେକ କାର୍ଯ୍ୟରେ ଆତ୍ମ ବିଶ୍ଵାସ ଛଳନା ହେଲା ପରି ଦେଖିବେ। ଆର୍ଥିକ ଯୋଜନା ମଧ୍ୟ ସରଲତା ପୂର୍ବକ କରି ପାରିବେ। ଶାରୀରିକ ତଥା ମାନସିକ ରୂପରେ ପ୍ରସନ୍ନତା ଅନୁଭବ ହେବ। ବସ୍ତ୍ରାଭୂଷଣ ଏବଂ ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହୋଇପାରେ। ବୈଚାରିକ ରୂପରେ ଦୃଢତା ରହିବ।
🦂ବିଛା👉 ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ଅଟେ। ଅନାବଶ୍ୟକ ଖର୍ଚ୍ଚ ଉପରେ ଅଂକୁଶ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ ପରିବାରରେ ସୁଖ-ଶାନ୍ତି ବନାଇ ପାରିବେ। ବିଚାର ଉପରେ ନକାରାତ୍ମକତାକୁ ହାବୀ ହେବାକୁ ଦିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ବ୍ୟୟ ହୋଇପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆଜିର ଦିନ ମଉଜ ସଉକ ଏବଂ ମନୋରଞ୍ଜନ ପଛରେ ଅର୍ଥ ଖର୍ଚ୍ଚ ହୋଇ ପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। କୁଟୁମ୍ବଜନମାନଙ୍କ ଏବଂ ପରିଜନମାନଙ୍କ ସହିତ ଭୁଲ ବୁଝାବଣା କିମ୍ବା ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। କୋର୍ଟ-କଚେରୀ ସମ୍ବନ୍ଧୀତ କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ।
🏹ଧନୁ👉ଆଜି ନିର୍ଦ୍ଧାରିତ କରାଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଲକ୍ଷ୍ମୀଙ୍କ କୃପା ରହିବ। ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଆପଣଙ୍କୁ ପ୍ରସନ୍ନ ରଖିବ। କୌଣସି ଯାତ୍ରା ସ୍ଥଳକୁ ଭ୍ରମଣ କରିବାର ସମ୍ଭାବନା ଅଛି। ସ୍ଵଜନମାନଙ୍କ ସହିତ ମିଳିବାରେ ମନ ଆନନ୍ଦିତ ରହିବ। ଯଶ-କୀର୍ତ୍ତିରେ ବୃଦ୍ଧି ହେବ। ଶୁଭ ପ୍ରସଂଗରେ ସାମିଲ ହେବାର ନିମନ୍ତ୍ରଣ ମିଳିବ। ଆର୍ଥିକ ଲାଭ ଏବଂ ସାମାଜିକ ପ୍ରତିଷ୍ଠା ମିଳିବା ସହିତ ଆପଣ ପାରିବାରିକ ଜୀବନରେ ସୁଖ-ସନ୍ତୋଷର ଭାବନା ଅନୁଭବ କରିବେ। ଆୟରେ ବୃଦ୍ଧି ଏବଂ ବ୍ୟାପାରରେ ଲାଭ ମିଳିବ। ମିତ୍ରମାନଙ୍କ ସହିତ ପର୍ଯ୍ୟଟନର ଆୟୋଜନ ହେବ। ଜୀବନସାଥୀ ଏବଂ ସନ୍ତାନ ମାନଙ୍କଠାରୁ ଲାଭ ମିଳିବ।
🐊ମକର👉ଆଜି ମନ ଅସୁସ୍ଥ ହୋଇପାରେ। ଧାର୍ମିକ, ସାମାଜିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚର ଯୋଗ ଅଛି। ପ୍ରିୟଜନ ମାନଙ୍କ ସହିତ ମନମାଳିନ୍ୟ ହୋଇପାରେ, ମନ ଶାନ୍ତି ରଖିବେ। ଧନ ଏବଂ ମାନକୁ ନେଇକରି ସତର୍କ ରୁହନ୍ତୁ। ଆଧ୍ୟାତ୍ମିକତା ଆଡ଼କୁ ଅଧିକ ଢଳିବେ। କୋର୍ଟ-କଚେରୀ କାର୍ଯ୍ୟରେ ଅସୁବିଧା ଆସିପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ହୋଇଥିବା ଭେଟରେ ଆପଣଙ୍କ ମନ ପ୍ରସନ୍ନ ହେବ। ବ୍ୟବସାୟିକ କ୍ଷେତ୍ରରେ ଧନ ତଥା ମାନ- ପ୍ରତିଷ୍ଠାରେ ବୃଦ୍ଧି ହେବ। ଉଚ୍ଚ ଅଧିକାରୀମାନଙ୍କର ପ୍ରସନ୍ନତା ଆପଣଙ୍କ ଉପରେ ରହିବ। ବ୍ୟବସାୟରେ ମଧ୍ୟ ଆପଣଙ୍କୁ ପ୍ରମୋସନ ମିଳିବାର ପୂରା ସମ୍ଭାବନା ଅଛି।
🏺କୁମ୍ଭ👉ଏହି ସମୟରେ ମିଳୁଥିବା ଲାଭରେ ଆପଣଙ୍କ ଆନନ୍ଦ ଦୁଇଗୁଣ ହୋଇଯିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଶୁଭ ସିଦ୍ଧ ହେବ। ବ୍ୟାପାରିମାନଙ୍କର ବ୍ୟାପାରରେ ବିଶେଷ ଲାଭ ହେବ। ସାମାଜିକ କ୍ଷେତ୍ରରେ କୀର୍ତ୍ତି ମିଳିବ। ସନ୍ତାନମାନଙ୍କ ସହିତ ମିଳାମିଶା ଭଲ ରହିବ। ଆୟ ବଢିବ। ଯାତ୍ରାର ଆୟୋଜନ ହେବ। ପ୍ରତିଦ୍ୱନ୍ଦ୍ୱୀ ମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ବ୍ୟବସାୟରେ ଉଚ୍ଚ ଅଧିକାରୀମାନଙ୍କ ସହିତ କାର୍ଯ୍ୟ କରବା ସମୟରେ ସମ୍ଭାଳି କରି ରୁହନ୍ତୁ। ଆମୋଦ-ପ୍ରମୋଦ ପଛରେ ଆଜି ଧନ ଖର୍ଚ୍ଚ ହୋଇପାରେ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ।
🐟ମୀନ👉ଆପଣଙ୍କ ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଚାକିରି କିମ୍ବା ବ୍ୟାପାରରେ ଆପଣଙ୍କୁ ସଫଳତା ମିଳିବ ତଥା ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଏହି କଥାରେ ଆପଣଙ୍କ ପ୍ରସନ୍ନତା ମଧ୍ୟ ବୃଦ୍ଧି ହେବ। ବ୍ୟାପାରରେ ବାକି ପଡ଼ିଥିବା ଟଙ୍କା ଅସୁଲି କରିବେ। ବଡ଼ ଭାଇ ଏବଂ ପିତାଙ୍କ ତରଫରୁ ଲାଭ ହେବ। ପାରିବାରିକ ଆନନ୍ଦରେ ଆପଣ ଆନନ୍ଦିତ ରହିବେ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ଚିକିତ୍ସା ପଛରେ ଧନ ଖର୍ଚ୍ଚ ହେବାର ଆଶଂକା ଅଛି। ମାନସିକ ରୂପରେ ଆପଣ ଅସ୍ଵସ୍ଥ ରହିବେ। ପରିଜନମାନଙ୍କ ସହିତ ସମ୍ବନ୍ଧରେ ନକାରାତ୍ମକତା ପ୍ରବେଶ ନହେଉ ଏହାର ଧ୍ୟାନ ରଖିବେ।
ନୀତିବାଣୀ-କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ !!

ବାସ୍ତୁଟିପ୍ପଣୀ-ଘରର କାନ୍ଥ ବା ଛାତଉପରେ ଅସ୍ଵସ୍ଥଗଛ ଉଠିଲେ କେଉଁ ସଂକେତ ମିଳିଥାଏ ?
ଅନେକସମୟରେ ଦେଖାଯାଏ କି ଘରର ଛାତଉପରେ ଓସ୍ତ ବା ଅଶ୍ବସ୍ତଗଛ ଆପେଆପେ ଉଠିଥାଏ । ଯେଉଁବ୍ୟକ୍ତିମାନେ ବିଧିବିଧାନ ଅନୁଯାୟୀ ଅଶ୍ବସ୍ତ ଗଛକୁ ଲଗାଇ ତାର ସେବା କରିଥାନ୍ତି ସେମାନେ ପରଲୋକରେ ଭଗବାନ ଶ୍ରୀ ହରିଙ୍କ ସାନିଧ୍ୟପ୍ରାପ୍ତ କରିଥାନ୍ତି । ତେଣୁ ଅଶ୍ବସ୍ତଗଛର ମହିମା ସନାତନଧର୍ମରେ ବହୁ ଉର୍ଦ୍ଧରେ ରହିଛି । ଏହାସହ ଶ୍ରୀମଦ ଭଗବତଗୀତାରେ ବିଭୂତି ଯୋଗରେ ମଧ୍ୟ ସୁନ୍ଦର ଭାବେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ସବୁ ଗଛମାନଙ୍କରେ ମଧ୍ୟରେ ଓସ୍ତଗଛ ହେଉଛି ଶ୍ରେଷ୍ଠ । ଶାସ୍ତ୍ରଅନୁଯାୟୀ ଭଗବାନ ହରି ଓ ବିଷ୍ଣୁଙ୍କ ଓସ୍ତଗଛର ସ୍ୱରୂପ ବୋଲି ମାନା ଯାଇଥାଏ ।
ଯେଉଁବ୍ୟକ୍ତି ଓସ୍ତଗଛକୁ ରୋପଣ କରି ତାର ସେବାଯତ୍ନ କରିଥାନ୍ତି ସେମାନେ ମୃତ୍ୟୁପରେ ଭଗବାନ ଵିଷ୍ଣୁଙ୍କ ସାନିଧ୍ୟ ଲାଭ କରିଥାନ୍ତି ଯାହା ଶାସ୍ତ୍ରରେ କୁହାଯାଇଛି । ସ୍କନ୍ଧପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ଓସ୍ତଗଛକୁ ଲଗାଇଥାନ୍ତି ସେମାନେ ଐଶ୍ଚର୍ଜ୍ୟଲାଭ କରିଥାନ୍ତି । ଏହାସହ ଧନ ଓ ଆୟୁଷ ବୃଦ୍ଧିହୋଇଥାଏ । ପିତୃ ପୁରୁଷମାନେ ମୁକ୍ତି ପାଇଥାନ୍ତି । ସେମାନଙ୍କୁ ମୋକ୍ଷପ୍ରାପ୍ତି ହୋଇଥାଏ ।
ଯଦି ଆପଣଙ୍କଘରେ ବା କାନ୍ଥ ରେ ଆପେଆପେ ଓସ୍ତଗଛ ଉଠିଥାଏ ତେବେ ଆପଣ ଜାଣିବାକୁ ପାଇବେକି ଆପଣଙ୍କର ଘରର ପିତୃପୁରୁଷ ମୋକ୍ଷ ପାଇନାହାନ୍ତି । ଯେଉଁ ଘରେ ପିତୃଦୋଷ ଥାଏ ବା ଯେଉଁଜାଗାରେ ପିତୃଦୋଷ ରହିଥାଏ ସେଠାରେ ଓସ୍ତଗଛ ଆପେଆପେ ଉଠିଥାଏ । ଏଭଳି ଜାଗାରେ ଅଶ୍ବସ୍ତଗଛର ଆବିର୍ଭାବ ହୋଇଥାଏ ।
ଓସ୍ତଗଛ ହେଉଛି ଦେବବୃକ୍ଷ । ତେଣୁ ଦେବବୃକ୍ଷକୁ ଏମିତି ଓପାଡିଦେବା ଉଚିତନୁହେଁ । ଆପଣଙ୍କଘରେ ବା କାନ୍ଥରେ ଓସ୍ତଗଛ ଉଠିଥିଲେ ଜାଣିବେ ପିତୃଦୋଷ ଲାଗିଛି ଯାହାପାଇଁ ଆପଣଙ୍କଘରର ଓ ପରିବାର ସଦସ୍ୟଙ୍କର ଅବନ୍ନତି ଘଟିବାର ସୂଚନାମିଳିଥାଏ । ତେଣୁ ଏଭଳିହେଲେ ଚିନ୍ତାକରିବାର କିଛି କାରଣନାହି ।ଏହାରପ୍ରତିକାର ବବାଦରେ ରବିବାରଦିନ ଅପରାହ୍ନ୧୨ଟା ସମୟରେ ଗୋଟେ ଲେମ୍ବୁ ଓ କଞ୍ଚାଲଙ୍କାନେଇ ଓସ୍ତଗଛ ମୂଳରେ ରଖି ନମସ୍କାରକରନ୍ତୁ । ନମସ୍କାର କରିବାପରେ ଦିନ ୪ଟାବେଳକୁ ଓସ୍ତଗଛ ପାଖକୁ ଯାଇ ଚେରସହ ଗଛ ଓପାଡି ଦିଅନ୍ତୁ । ଯଦି ଗଛଚେର ସହ ଓପାଡିଗଲା ତେବେ ଅନ୍ୟ ଜାଗାରେ ନେଇ ଏହାକୁ ରୋପଣ କରନ୍ତୁ ।
ଯଦି ଚେରଛିଡିଯାଏ ତେବେ ଗଛ ସହ ନଦୀରେ ପ୍ରବାହିତ କରନ୍ତୁ । ଯେଉଁ ଲେମ୍ବୁ ଓ ଲଙ୍କା ଗଛମୂଳରେ ରଖିଥିବେ ତାହାକୁ ସେମିତି ରହିବାକୁ ଦେବେ । ଆପଣଙ୍କଘରେ ଯେଉଁ ପିତୃ ଦୋଷଅଛି ତାହା ଦୂରହେବ।
ଆଜିର ଦିନଟି ମଙ୍ଗଳମୟ ହେଉ🙏ଜୟଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା🙏

Comments (0)
Add Comment