ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୧ତାରିଖ ସୋମବାର।ଜାଗ୍ରତ୍ ଗୌରୀପଞ୍ଚମୀ, ଗ୍ରାମଦେବୀପୂଜା।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୨/୬ସୂର୍ଯ୍ୟାସ୍ତ- ଘ୬/ ୮/୨,ଶ୍ରାବଣମାସ,ଶୁଦ୍ଧ ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ପଞ୍ଚମୀ ରାତ୍ରି ଘ୧/୫୬ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।
ଘାତଚନ୍ଦ୍ର–ସନ୍ଧ୍ୟା ଘ୬/୮ମି ମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବେଲ ଭକ୍ଷଣନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୭/୮ମି ରୁ ଘ୮/୪୨ମି ପର୍ଯ୍ୟନ୍ତ,ବାରବେଳା ଦିବା ଘ୨/୪୬ମି ରୁ ଘ୪/୨୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/ ୨୨ମି ରୁ ଘ୧୧/୪୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୯ମି ମଧ୍ୟେ, ଘ୧୦/ ୨୧ମି ରୁ ଘ୧୨/୪୫ମି ମଧ୍ୟେ, ସନ୍ଧ୍ୟା ଘ୬/୫୩ମି ରୁ ଘ୯/୧୭ ମି ମଧ୍ୟେ, ଘ୧୦/୪୧ମି ରୁ ଘ୨/୫୩ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା ଦିବାଘ୩/୯ମିରୁ ଘ୪/ ୪୪ମି ମଧ୍ୟେ,ଶୁଭକର୍ମ:- ଚିତ୍ରା ନକ୍ଷତ୍ରେ ବାଣିଜ୍ୟକରଣ, ଦୂର ଯାତ୍ରା, ଔଷଧକରଣ, ହଳ ପ୍ରବାହ,ବୃକ୍ଷରୋପଣ, ରାଜ ଦର୍ଶନ, ନାମକରଣ,ନବଦୋଳା ଦ୍ୟାରୋ ହଣ,ଅନ୍ନପ୍ରାଶନ, ନବବସ୍ତ୍ରାଳଙ୍କାରଧାରଣ, ଧାନ୍ୟ ଚ୍ଛେଦନ ଓ ସ୍ଥାପନ, କ୍ରୟ ବାଣିଜ୍ୟକରଣ, ନାଟ୍ୟାରମ୍ଭ, ଦେବତାଗଠନ, ନବଶଯ୍ୟାସ ନାଦ୍ବୁପଭୋଗ, ନୌକାଗଠନ ଓ ଯାତ୍ରା।
🐏ମେଷ👉ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁନାହିଁ ।ପରିବାରରେ ମନୋ ମାଳିନ୍ୟ ଦେଖାଦେବ ।ଆଧ୍ୟାତ୍ମିକଦିଗରେ ରୁଚି ବଢିବ। ନୂତନକାର୍ଯ୍ୟ ଆରମ୍ଭ କରନ୍ତୁନାହିଁ।କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖି ଚାହିଁ କଥାବାର୍ତ୍ତା କରନ୍ତୁ ।
🐮ବୃଷ👉ଆଜି ମିତ୍ରଙ୍କସହ ସାକ୍ଷାତ ହୋଇପାରେ। କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳି ପାରେ।ବ୍ୟାପାରରେ ନୂତନନିବେଶ ଶୁଭରହିବ ।ପରିବାରରେ ସଦସ୍ୟଙ୍କସହ କୌଣସି ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକପ୍ରତିଷ୍ଠା, ଯଶକୀର୍ତ୍ତି ମିଳିପାରେ ।
👩‍❤️‍👨ମିଥୁନ👉ଆଜି ପରିବାରରେ ସୁଖଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ । କର୍ମ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାର ରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।
🦀କର୍କଟ👉ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ। କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କସହ କଳହ ହୋଇପାରେ।ଅଯଥା ଖର୍ଚ୍ଚବୃଦ୍ଧିଯୋଗୁଁ ଚିନ୍ତିତରହିବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ। ବ୍ୟାପାରରେ ନୂତନ ନିବେଶରୁ ଦୂରେଇରୁହନ୍ତୁ ।
🦁ସିଂହ👉ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାର ରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃସମ୍ବାଦମିଳିପାରେ ।କାର୍ଯ୍ୟ କ୍ଷେତ୍ରରେ ଜରୁରୀ କାଗଜ ପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ।
🙎‍♀️କନ୍ୟା👉ଆଜି ଶତ୍ରୁ ପରାଜୟ ହୋଇପାରେ। ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ ।ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।
⚖️ତୁଳା👉ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ ।ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡି ଯାଇପାରେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କସହ ବାକବିତଣ୍ଡା ହୋଇପାରେ।ବ୍ୟାପାରରେ ହାନିହୋଇପାରେ ।ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀନିର୍ଣ୍ଣୟ ନିଅନ୍ତୁନାହିଁ ।
🦂ବିଛା👉ଆଜି ନିଜ ବନ୍ଧୁପରିଜନଠାରୁ ଉପହାର ମିଳିପାରେ । କୌଣସି ଶୁଭସମାଚାରପାଇ ମନ ଉଲ୍ଲସିତ ହେବ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟଦ୍ୱାରା ନିଜକାମ ସଫଳହେବ।ବ୍ୟବସାୟରେ ଉନ୍ନତିଯୋଗୁଁ ମାନସିକଶାନ୍ତି ମିଳିପାରେ।ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।
🏹ଧନୁ👉ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ।ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ।କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ। ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ।
🐊ମକର👉ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ।ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣ ରେ ଯାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ ।ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ। ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।
🏺କୁମ୍ଭ👉ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ। କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ ।ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିପାରେ ।ବ୍ୟାପାରରେ ନିବେଶ ଶୁଭ ରହିବ ।ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ।
🐟ମୀନ👉ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ ।ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।ବ୍ୟାପାରରେ ବାଧା ଆସିପାରେ। ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Comments (0)
Add Comment