ଆଜିର ରାଶିଫଳ

ନବରାତ୍ରର ସପ୍ତମଦିବସ ମାଙ୍କ କାଳରାତ୍ରୀରୂପ

୨୦୨୩ମସିହା ଅକ୍ଟୋବରମାସ ୨୨ତାରିଖ ରବିବାର। ଗୃହଦେବୀ ଓ ବଙ୍ଗୀୟ ମତେ ମୃଣ୍ମୟୀ ଦେବୀଙ୍କର ମହାଷ୍ଟମୀପୂଜା,ଶ୍ରୀମନ୍ଦିରରେ ବିମଳାଦେବ୍ୟାଃ ଓ ପୀଠେ ମହାନବମୀପୂଜା, ସନ୍ଧିପୂଜା,ଏକାହପୂଜା।ସୁର୍ଯ୍ୟୋଦୟ- ଘ୫/୪୭/୫ ,ସୂର୍ଯ୍ୟାସ୍ତ- ଘ୫/୧୫/୨୭ ,ଆଶ୍ବିନ ମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଅଷ୍ଟମୀ ରାତ୍ରିଘ୮/୧ମିପର୍ଯ୍ୟନ୍ତ ତଦନ୍ତେନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ, ରାତ୍ରି ଘ୮/୧ମିପରେ ପୂର୍ବଦିଗରେ। ଅଗନ୍ତବ୍ୟ ପରେ ରିକ୍ତାତିଥି, ବିଷ୍ଟିକରଣଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ସିଂହରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନଡ଼ିଆ ରାତ୍ରି ଘ୮/୧ମିପରେଲାଉ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୫ମି ରୁ ଘ୧୨/୫୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୫ମି ରୁ ଘ୨/୪୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୩୭ମି ରୁ ଘ୯/୧ମି ମଧ୍ୟେ, ଘ୧୨/୧୩ମି ରୁ ଘ୩/୨୫ମି ମଧ୍ୟେ,ରାତ୍ରି ଘ୭/୩୭ମିରୁ ଘ୯/୧୩ମି ମଧ୍ୟେ, ଘ୧୧/୩୭ମି ରୁ ୧/୧୩ମି ମଧ୍ୟେ, ଘ୨/୧ମି ରୁ ନିଶାନ୍ତ ଘ୫/୧୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୩/୧୯ମି ରୁ ଘ୪/୨୭ମିପର୍ଯ୍ୟନ୍ତ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣଦାନ।ରାତ୍ରି ଘ୭/୨୩ମି ପରେ ୧ପାଦବାର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ ବିଧବା ।ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ରାତ୍ରି ଘ୮/୧ମି ପରେ ବାର ଓ ତିଥିଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ।ଶୁଭକର୍ମ- ଦିବା ଘ୮/୫୫ମି ପରେ ୨୧ ନକ୍ଷତ୍ରେ ହୋମାଦିସ୍ବସ୍ତ୍ୟୟନ , ନବ ଶଯ୍ୟାସନାଦ୍ବୁପଭୋଗ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଔଷଧସେବନ, ରାଜ ଦର୍ଶନ, ଧାନ୍ୟସ୍ଥାପନ, ଦେବୀ ପ୍ରତିଷ୍ଠା, ଯାନକ୍ରୟ, ଯାନପୂଜା, ନବବସ୍ତ୍ର ପରିଧାନ, ନାମକରଣ, ବାଣିଜ୍ୟ କରଣ।
ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
ବୃଷ-ଅର୍ଥ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ବିତ୍ତ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ-ବ୍ୟସନ ଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।
ମିଥୁନ-ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।
କର୍କଟ- ସଙ୍କଟରେ ପଡିଲେ ବି ମୁକାବିଲା କରି କୃତକାର୍ଯ୍ୟ ହେବେ। ଏ ନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।
ସିଂହ-ଗୁରୁଜନ ତଥା ପିତା, ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
କନ୍ୟା-ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କର୍ମ ଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା-ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁ ସୁଖ ଭୋଗ କରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
ବିଛା-କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି|
ଧନୁ-ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
ମକର-ଅଟକି ଥିବା କାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖ ପାଇ ଉତ୍‍ଫୁଲ୍ଲିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।
କୁମ୍ଭ- ଦେବ-ଗୁର-ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶ ଦେବେ।
ମୀନ-ଠାକୁର ଆଶୀର୍ବାଦ ପାଇ ଆଶ୍ୱସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବଦା ସତ୍‍ପଥ ଅନୁସରଣ କରିବେ। କଥା-ବାର୍ତ୍ତାରେ ଶାଳୀନତା ରକ୍ଷା କରିବେ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। କୃଷି କାର୍ଯ୍ୟରେ ମନଦେବେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ନବରାତ୍ରର ସପ୍ତମଦିବସ ମାଙ୍କ କାଳରାତ୍ରୀରୂପ-
ଏକବେଣୀ ଜପାକର୍ଣ -ପୁରା ନଗ୍ନା ଖରାସ୍ଥିତା,
ଲମ୍ବୋଷ୍ଠୀ କର୍ଣିକାକର୍ଣୀ-ତୈଲାଭ୍ୟଙ୍ଗଶରୀରିଣୀ ।
ବାମପାଦୋଲ୍ଲସଲ୍ଲୋହ-ଲତାକଣ୍ଟକ ଭୂଷଣା,
ବର୍ଧନ୍ମୂର୍ଧଧ୍ୱଜା କୃଷ୍ଣା-କାଲରାତ୍ରିର୍ଭୟଙ୍କରୀ
ଚାଲିଛି ମାଜଗତଜନନୀଙ୍କ ନବରାତ୍ରୀପୂଜା । ଏହି ନବରାତ୍ର ପୂଜାରେ ମହାସପ୍ତମୀ ଦିନ ଅସୁରଙ୍କ ସଂହାର କରିବା ପାଇଁ ମା ଉଗ୍ରରୂପ ଧାରଣ କରିଥିଲେ । ମାନ୍ୟତା ରହିଛି ସପ୍ତମୀତିଥିରେ ମାଙ୍କୁ ବିଧିବିଧାନ ଓ ଭକ୍ତିଭାବରେ ପୂଜାକଲେ ମାପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି । ଏଥିପାଇଁ ମାଶୁଭଙ୍କରୀ ନାମରେ ମଧ୍ୟ ଜଗତରେ ପରିଚିତ । ବିଶେଷ କରି ମାଙ୍କ ଏହିପୂଜା ରାତ୍ରିକାଳରେ ସମ୍ପର୍ଣ୍ଣହୋଇ ଥାଏ।
ନବରାତ୍ରୀର ସପ୍ତମୀ ତିଥିରେ ମାଦୁର୍ଗା କାଳରାତ୍ରୀରୂପ ଧାରଣ କରନ୍ତି। ବିଶ୍ୱାସରହିଛି, ଏହିତିଥିରେ ବିଶ୍ୱର ସମସ୍ତ ଶକ୍ତି ମାଙ୍କ ପାଖରେ ଠୁଳ ହୋଇଥାଏ। ବିଧିଅନୁସାରେ ମାଙ୍କୁ ଏହି ‘କାଳରାତ୍ରୀ’ ବେଶରେ ପୂଜାକଲେ ସିଦ୍ଧିପ୍ରାପ୍ତ ହୋଇଥାଏ। ମାକାଳରାତ୍ରୀଙ୍କ ତିନୋଟିଆଖି ରହିଥାଏ ଓ ଏହି ବେଶରେ ମାଙ୍କ ରୂପ ଅତ୍ୟନ୍ତ ଭୟଙ୍କରହୋଇଥାଏ। ମା କାଳରାତ୍ରୀ ନିଜର ସମସ୍ତ ଭକ୍ତଙ୍କୁ ଅଭୟ ବରଦାନ ଦେବା ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହିତ ଅକାଳମୃତ୍ୟୁରୁ ମଧ୍ୟ ଆଶ୍ରିତମାନଙ୍କୁ ରକ୍ଷା କରିଥାନ୍ତି । ଅଜଣାଭୟ, ଶତ୍ରୁଭୟ ଓ ମାନସିକକଷ୍ଟ ଦୂରକରି ଅଭୟପ୍ରଦାନ କରିଥାନ୍ତି।
ଦେବୀ ଭାଗବତପୁରାଣ ଆଧାରରେ, ମାକାଳରାତ୍ରୀ ଅଭୟବରଦାୟିନୀ । ମାକାଳରାତ୍ରୀ କାଳୀ, ମହାକାଳୀ, ଭଦ୍ରକାଳୀ, ଭୈରବୀ, ରୁଦ୍ରାଣୀ , ଚଣ୍ଡି, ରୌଦ୍ରୀ ଓ ଧୁମୋରଣା, ଚାମୁଣ୍ଡା ଆଦିନାମରେ ବିଦିତ ।ଦେବୀକାଳରାତ୍ରୀଙ୍କ ଶରୀର ଅନ୍ଧାରପରି କଳାବର୍ଣ୍ଣ , ମୁକ୍ତକେଶୀ, ବେକରେ ବିଜୁଳି ପରି ଯାଜୁଲ୍ୟମାନ କରୁଥିବାମାଳ । ମୁଖରେ କ୍ରୋଧରଭାବ । ମାଗଧ ଉପରେ ବିରାଜିତ । ମାଙ୍କ ଡାହାଣହସ୍ତ ସର୍ବଦା ଉପରକୁ ଉଠିଥାଏ ଯାହାରଅର୍ଥ ସମସ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି। ଡାହାଣପାଶ୍ବðର ନିମ୍ନହସ୍ତ ଅଭୟମୁଦ୍ରାରେ ରହିଥାଏ ଓ ବାମପାଶ୍ବðର ଦୁଇହସ୍ତରେ ଅସ୍ତ୍ର ଧରିଥାନ୍ତି । ମାତ୍ରିନୟନା।
ପୌରାଣିକ କଥାବସ୍ତୁଆଧାରରେ , ଶୁମ୍ଭ-ନିଶୁମ୍ଭ ଓ ରକ୍ତବୀଜର ସଂହାର ପାଇଁ ମାପାର୍ବତୀ ଦୁର୍ଗାଙ୍କରୂପ ଧାରଣା କରିଥିଲେ । ଦୁର୍ଗାଙ୍କ ରୂପରେ ଶୁମ୍ଭ-ନିଶୁମ୍ଭ ଦୁଇରାକ୍ଷାସଙ୍କୁ ବଧ କରିଥିଲେ । କିନ୍ତୁ ରକ୍ତବୀଜକୁ ବଧ କଲାବେଳେ ତାଶରୀରରୁ ପଡୁଥିବା ରକ୍ତ ଧରାପୃଷ୍ଠରେ ପଡି ଲକ୍ଷଲକ୍ଷ ରକ୍ତବୀଜ ଜନ୍ମନେଲେ । ସେତେବେଳେ ମାଦୁର୍ଗା କାଳରାତ୍ରୀ ସ୍ବରୂପରେ ଆର୍ବିଭାବ ହୋଇ ରକ୍ତବୀଜ କୁ ବଧ କରି ତାର ରକ୍ତପାନ କରିଥିଲେ। ଏବଂ ଏସୃଷ୍ଟିକୁ ରକ୍ଷା କରିଥିଲେ । ‘କାଳରାତ୍ରୀ’ ହେଉଛନ୍ତି କାଳରଦେବୀ, ଯିଏ ଭୂମିରେପଡ଼ୁଥିବା ରକ୍ତବୀଜର ରକ୍ତକୁ ପାନକରି ସେଥିରୁ ସୃଷ୍ଟିହେଉଥିବା ସହସ୍ର ରକ୍ତବୀଜଙ୍କୁ ସମୂହ ସଂହାରକରିବାରେ ସଫଳ ହୋଇଥିଲେ।ମାକାଳୀ କାଳରଦେବୀ ଥିଲେ ଏବଂ ଶନିଦେବଙ୍କୁ ମଧ୍ୟ କାଳପୁରୁଷ ବୋଲି କୁହାଯାଏ। ଯଦି କୁଣ୍ଡଳୀରେ ଶନିଗ୍ରହଙ୍କଦଶା ଜନିତ କୌଣସିଦୋଷ ଥାଏ, ତେବେ କାଳରାତ୍ରୀଙ୍କୁ ବିଧିବଦ୍ଧ ପୂଜାକଲେ, ଏହା ଦୂର ହୋଇଥାଏ। ମାଙ୍କ ଏହି ସ୍ବରୂପର ପୂଜାକଲେ ସମସ୍ତ ରିଦ୍ଧି-ସିଦ୍ଧି ପ୍ରାପ୍ତ ହୋଇଥାଏ । ଜଗତର କଲ୍ୟାଣପାଇଁ ଆମେ ସେଇଦେବୀଙ୍କ ଚରଣରେ ପ୍ରାର୍ଥନା କରୁଛୁ,ଯା ଦେବୀ ସର୍ବଭୁତେଷୁ ମାକାଳରାତ୍ରୀ ରୂପେଣ ସଂସ୍ଥିତା । ନମତସ୍ମୈ ନମତସ୍ମୈ ନମତସ୍ମୈ ନମୋ ନମଃ ।।
ଏକ ବେଣୀ ଜପାକର୍ଣ୍ଣପୁରା ନଗ୍ନା ଖରାସ୍ଥିତା ।
ଲମ୍ବୋଷ୍ଠି କର୍ଣିକାକଣୀ ତେଲାଭ୍ୟକ୍ତଶରୀରଣୀ।।
ବାମପାଦୋଲସଲୋହଲତାକଣ୍ଟକ ଭୂଷଣା।
ବର୍ଦ୍ଧନମୂର୍ଦ୍ଧଧ୍ଵଜା କୃଷ୍ଣା କାଳରାତ୍ରୀର୍ଭୟଡକରୀ!!ଜୟମାଦୂର୍ଗେ!!

 

Comments (0)
Add Comment