ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୧୨ତାରିଖ ରବିବାର। ଦୀପାବଲ୍ୟୁତ୍ସବ, ଶ୍ୟାମା (କାଳୀ) ପୂଜା, ପୟାଶ୍ରାଦ୍ଧ, ଗୃହେ ଓ ମନ୍ଦିରରେ ଦୀପଦାନ, ଅମାବାସ୍ୟାର ନିଶାପାଳନ, ନଷ୍ଟ ଚନ୍ଦ୍ରୋପବାସ ଓ ମହାଳୟା।ବିବିଧ – ଦିବା ଘ୧୧/୨୭ମି ପରେ ଚନ୍ଦ୍ରକ୍ଷୟାରମ୍ଭ। ଗୋଦୋହନ ନିଷେଧ। ଦିବା ଘ୨/୩୩ମି ପରେ ସ୍ତ୍ରୀ ତୈଳ ବର୍ଜ୍ଜନ।ସୁର୍ଯ୍ୟୋଦୟ- ଘ୫/୫୬/୫୫ ,ସୂର୍ଯ୍ୟାସ୍ତ- ଘ୫/୪/୪୧ ,କାର୍ତ୍ତିକମାସ ,କୃଷ୍ଣପକ୍ଷ ,ଆଦିତ୍ୟବାସ ,ତିଥି- ଚତୁର୍ଦ୍ଦଶୀ ଦିବା ଘ୨/୩୩ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ନକ୍ଷତ୍ର- ସ୍ବାତୀ ନକ୍ଷତ୍ର ରାତ୍ରି ଘ୩/୨୪ମି ପର୍ଯ୍ୟନ୍ତ ତଦନ୍ତେ ବିଶାଖା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ଦିବା ଘ୨/୩୩ମି ପରେ ଐଶାନ୍ୟକୋଣରେ। ରିକ୍ତାତିଥି, ରବିମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–ମେଷ ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଏବଂ ଅମାବାସ୍ୟାର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବିରି ଦିବା ଘ୨/୩୩ମିପରେ ଆମିଷଭକ୍ଷଣନିଷେଧ। ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୮ମି ରୁ ଘ୧୨/୫୮ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୧/୯ମି ରୁ ଘ୨/୪୬ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ପ୍ରାତଃ ଘ୬/୪୭ମି ରୁ ଦିବା ଘ୯/୧୧ମି ମଧ୍ୟେ, ଦିବା ଘ୧୨/୨୩ମି ରୁ ଘ୩/୩୫ମି ମଧ୍ୟେ, ରାତ୍ରି ଘ୭/୨୮ମି ରୁ ଘ୯/୪ମି ମଧ୍ୟେ, ଘ୧୧/୨୮ମି ରୁ ଘ୧/୫ମି ମଧ୍ୟେ, ଘ୧/୫୨ମି ରୁ ନିଶାନ୍ତ ଘ୫/୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୪/୨୩ମି ରୁ ସୂର୍ଯ୍ୟାସ୍ତ ଘ୫/୫ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାରପୁଷ୍କର ଦୋଷ। ଫଳଂ କୃଷିହାନି ଓ ଭୂମି ଦାନ। ରାତ୍ରି ଘ୩/୨୪ମି ପରେ ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା)। ବାର ଓ ତିଥି ଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ- ନାହିଁ।
ମେଷ-ଆଜି ଆପଣଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫାସୁତୁରା କିମ୍ବା କର୍ତ୍ତବ୍ୟକୁନେଇ ହୋଇପାରେ ।କଳିଠାରୁ ବଞ୍ଚନ୍ତୁ ଏବଂ ନିଜଘରର ଶାନ୍ତି ବଜାୟ ରଖନ୍ତୁ ।
ବୃଷ-ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।
ମିଥୁନ-ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।
କର୍କଟ-ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳିଯିବ ।ଏହା ବୋଧହୁଏ ଆପଣଙ୍କଘରେ ପର୍ବ ପର୍ବାଣି ବା କୈ।ଣସିଆନୁଷ୍ଠନିକ କାରଣରୁ ହୋଇପାରେ ।ବହୁଦିନର ପୁରାତନ ବନ୍ଧୁଦର୍ଶନ ଯୋଗ ଅଛି।
ସିଂହ-ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।
କନ୍ୟା-ସପ୍ତାହରୁ ଚ଼ାଲିଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ ।ବେଶୀ ଚ଼ିନ୍ତା କରନ୍ତୁନାହିଁ ଏବଂ କଳିରୁବଞ୍ଚିବାକୁ ଚ଼େଷ୍ଟାକରନ୍ତୁ ।ନିଜବନ୍ଧୁ ଏବଂ ପରିବାରରେ ଭଲବ୍ୟବହାର କରନ୍ତୁ ।
ତୁଳା-ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ ।
ବିଛା-ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ, ଆପଣ ନିଜ ମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟ ଧରି ନିଜ କେଶ ସଜାଇବେ । ଆପଣଙ୍କ ଏହି ନୂଆ ରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସା କରିବେ ।
ଧନୁ-ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବାପାଇଁ ପ୍ରସ୍ତୁତରହିବେ ।ଏହାରମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ ।
ମକର-କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । ଆପଣଙ୍କ ଚାହିଁବା ମୁତାବକ କାଯ୍ୟ ହୋଇପାରିବ ନାହିଁ।
କୁମ୍ଭ-ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେକି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି ।ମନେରଖନ୍ତୁଯେ ସବୁବେଳେ ଆମେସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।ନିଜକର୍ମ କରିଚାଲନ୍ତୁ ସଫଳନିଶ୍ଚୟଁ ହେବେ।
ମୀନ-ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment