ଜୁନମାସ ୧୦ତାରିଖ ୨୦୨୫ମସିହା(ମଙ୍ଗଳବାର)
ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୧/୨୯ ଗତେ ପୂର୍ଣ୍ଣିମା,ନକ୍ଷତ୍ର- ଅନୁରାଧା ସନ୍ଧ୍ୟା ଘ୦୬/୩୮ଗତେ ଜ୍ୟେଷ୍ଠା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୪୦,
ଯୋଗିନୀ ପଶ୍ଚିମେ ଦିବା ଘ୧୧/୨୯ ଗତେ ବାୟବ୍ୟେ,ମକର ରାଶିର ଘାତବାର,ପୂର୍ଣ୍ଣିମାର ପାର୍ବଣଶ୍ରାଦ୍ଧ,ମୃତେ ଦିବା ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୬/୫୦ ଗତେ ଘ୦୮/୩୦ ମଧ୍ୟେ,ବାରବେଳା- ଦିବା ଘ୦୧/୨୨ ଗତେ ଘ୦୩/୦୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୯ ମଧ୍ୟେ ଓ ଘ୦୯/୧୨ ଗତେ ଘ୧୧/୩୫ ମଧ୍ୟେ ଓ ଘ୦୩/୩୫ ଗତେ ଘ୦୪/୨୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୨ ଗତେ ଘ୦୫/୧୦ ମଧ୍ୟେ ଓ ରାତ୍ରି ଘ୦୮/୪୦ ଗତେ ଘ୧୦/୧୦ ମଧ୍ୟେ, ଅଦ୍ୟ ବିରି ଦିବା ୧୧/୨୯ଗତେ ଆମିଷଭକ୍ଷଣ ନିଷେଧ।
ମେଷ :-ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରିପାରିବେ।
ବୃଷ :-ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନହେବ।ନୂଆମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି।ବ୍ୟବସାୟ ଏବଂ ଆର୍ଥିକରୂପରେ ଲାଭ ହେବ। ମଧ୍ୟାହ୍ନପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ ।
ମିଥୁନ :- ଆଜିରଦିନ ଲାଭଦାୟୀ ଅଟେ।ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗଖୋଲିବ।ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି।ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳିପାରେ।କୌଣସି ସାମାଜିକକାର୍ଯ୍ୟରେ ଯୋଗ ଦେବାକୁବାକୁ ପଡ଼ିପାରେ।
କର୍କଟ :-ଆଜି ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ।ଆର୍ଥିକଦୃଷ୍ଟିରୁ ଲାଭ ହେବ।ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ।ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକକ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।
ସିଂହ :-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ।ପରିଜନମାନଙ୍କ ସହିତ କଳହରପ୍ରସଂଗ ବନିପାରେ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।
କନ୍ୟା :-ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ।ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
ତୁଳା :-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକକାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ।ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ।ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ।ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
ବିଚ୍ଛା :-ମାନସିକରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକରହିବ।ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରିପାରିବେ।ଘରର ବାତାବରଣରେ ସୁଖ-ଶାନ୍ତି ରହିବ।ବ୍ୟବସାୟରେ ସଫଳତାପ୍ରାପ୍ତ ହେବ।
ଧନୁ :-ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ।ନିରର୍ଥକ ବାଦ-ବିବାଦ କରନ୍ତୁନାହିଁ।ଧନ ଏବଂ ପ୍ରତିଷ୍ଠାରେ ହାନି ନହେଉ, ଏହାର ଧ୍ୟାନରଖିବେ।ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ।ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
ମକର :-ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ।ଛୋଟଯାତ୍ରାର ଆୟୋଜନ ହୋଇପାରେ।ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
କୁମ୍ଭ :- ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।ନକାରାତ୍ମକବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ।ଖାଇବାପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିବେ। ରଚନାତ୍ମକକ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।
ମୀନ :-ଦିନ ଶୁଭଫଳଦାୟୀ ଅଟେ।ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବାପାଇଁ ସମୟ ଅନୁକୂଳ ଅଟେ।ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକକାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
ସବୁସ
ପୁଦିନା ଆମର ପାଚନକ୍ରିୟାକୁ ସଠିକ୍ ରୂପେ ତ୍ୱରାନିତ କରିଥାଏ।ଏହା ଆପଣଙ୍କ ସବୁପ୍ରକାର ପେଟ ରୋଗକୁ ଭଲକରିଥାଏ।ଯେପରିକି ପେଟକାଟିବା,ଗ୍ୟାସ ଆଦି ସମସ୍ୟାକୁ ଏହା ଦୂରକରିଥାଏ। ତେବେ ଆପଣ ନିଜଖାଦ୍ୟରେ ପୁଦିନାର ବ୍ୟବହାରକରନ୍ତୁ।ଏହା ଆପଣଙ୍କୁ ବହୁତ ଲାଭଦେବ।
ବେଳେବେଳେ ଅନୁଭବ କରୁଥିବେ ବେଶିସମୟ ପାଟି ବନ୍ଦକରି ରଖିଲେ ସେଥିରୁ ଦୁର୍ଗନ୍ଧ ବାହାରିଥାଏ।ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ପୁଦିନାପତ୍ରକୁ ସେବନକରନ୍ତୁ।ପୁଦିନାପତ୍ର ସତେଜ ହୋଇଥିବାରୁ ଏହାକୁ ସେବନକଲେ ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିରେ ଜୀବାଣୁନାଶକ ଉତ୍ପାଦ ଥିବାରୁ ଏହାପାଟିରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜୀବାଣୁ ସହ ଲଢ଼ିଥାଏ ଏବଂ ପାଟିରୁ ଦୁର୍ଗନ୍ଧ ବାହାରିବାକୁ ଦିଏନାହିଁ।!!ଜୟଜଗନ୍ନାଥ,ଜୟସୋମନାଥ, ଜୟ ମାଯୋଗମାୟା!!