ଆଜିର ରାଶିଫଳ

ରୁଦ୍ରାକ୍ଷ ପିନ୍ଧିଲେ କେବେବି ହୁଏନି ରୋଗ...

ଜୁନମାସ ୨୪ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୭/୧୧ଗତେ ଅମାବାସ୍ୟା,ନକ୍ଷତ୍ର-ରୋହିଣୀ ଦିବାଘ୦୧/୪୩ଗତେ ମୃର୍ଗଶିରା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୨୭,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୬/୧୫/୧୫,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୧୧ଗତେ ଐଶାନ୍ୟେ,ବିଛାରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୨୮ଗତେ ଘ୦୩/୦୬ମଧ୍ୟେ,ବାରବେଳା-ଦିବାଘ୦୬/୫୨ ଗତେ ଘ୦୮/୨୧ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୧୪ଗତେ ଘ୧୧/୪୮ମଧ୍ୟେ ଓ ଘ୦୩/ ୩୮ଗତେ ଘ୦୪/୨୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୦୬ ଗତେ ଘ୦୩/୩୭ ମଧ୍ୟେ ଓ ଘ୦୪/୪୦ଗତେ ଘ୦୫/୨୫ମଧ୍ୟେ,ଅଦ୍ୟ ବିରିଭକ୍ଷଣ ନିଷେଧ।
ମେଷ👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣାଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ଦୀର୍ଘ ସମୟଧରି ଅପେକ୍ଷାବନ୍ଧୁଙ୍କୁ ଭେଟିପାରନ୍ତି।ସାଧାରଣକଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷପର୍ୟ୍ୟାୟରେ କାମଗୁଡିକ ଅଧାରେଅଟକିଯିବ।ପାରିବାରିକଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟସ୍ବୀକାର କରିବେ।
ବୃଷ👉ଆଜି ଆପଣଙ୍କର ମାନସିକସ୍ବାସ୍ଥ୍ୟ କେତେକାଂଶରେ ଭଲ ରହିନପାରେ।ଅଭାବ ନଥିଲେମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣକ୍ଷେତ୍ରରେ ଅସୁବିଧା ମନେକରିବେ।କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁଯାଇ ନିଜେ ହଇରାଣରେ ପଡିପାରନ୍ତି।ପଡୋଶୀଙ୍କକଥାରେ ପ୍ରଭାବିତହୋଇ କୌଣସି ଭୁଲ୍‌ କାମକରିପାରନ୍ତି।
ମିଥୁନ👉ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗିପଡିଥିବା ସ୍ବାସ୍ଥ୍ୟରେ ଉନ୍ନତିଘଟିପାରେ।ସହକର୍ମୀଙ୍କ କାର୍ୟ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକଘଟଣାକୁ ସନ୍ଦେହଦୃଷ୍ଟିରେ ଦେଖିବେ।ପ୍ରତୀକ୍ଷିତଖବରଟି ଆଜି ପାଇପାରନ୍ତି।ବନ୍ଧୁଙ୍କ ପ୍ରତିଶ୍ରୁତିଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ।କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲକରିବା କଷ୍ଟକର ହୋଇପଡିବ।
କର୍କଟ👉ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତହୋଇ ମରିଚିକାପଛରେଦୌଡି ପରିଶେଷରେ ଅନୁତାପ କରିପାରନ୍ତି।ବନ୍ଧୁଗହଣରେ ବାକ୍‌ ଅସଂଯମତାଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତକରି ନେଇପାରନ୍ତି।
ସିଂହ👉ନିକଟ ଅତୀତରେ ସୃଷ୍ଟିହୋଇଥିବା ପରିସ୍ଥିତିକୁ ସମ୍ଭାଳିନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେକରିବେ।କର୍ମକ୍ଷେତ୍ରରେ ଅଯଥା ମିଥ୍ୟାଅଭିଯୋଗ ସକାଶେ ଅନ୍ୟଉପରେ ବିରକ୍ତି ପ୍ରକାଶ କରିପାରନ୍ତି।ପରିବାରର ବ୍ୟୟବୃଦ୍ଧିଯୋଗୁ କିମ୍ବା ପରିବହନରେ ସମସ୍ୟାକାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା👉ପାରିବାରିକସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟହୋଇ ଆଲୋଚନାକାଳରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।କର୍ମକ୍ଷେତ୍ରରେ ଶେଷସମୟରେ ସୁଯୋଗ ହରାଇବାସକାଶେ ବ୍ୟଥିତ ହୋଇପାରନ୍ତି।ଅପରାହ୍ନରେ ପୁରାତନରୋଗର ପୀଡା ଅନୁଭବକରିପାରନ୍ତି।ସାହିତ୍ୟ,କଳାକ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା👉ଆନୁଷ୍ଠାନିକକାମରେ ସାଙ୍ଗଠନିକକାର୍ୟ୍ୟରେ ନେତୃତ୍ୱନେଇ ପ୍ରଶଂସିତହେବେ।ସାମାଜିକ ସ୍ତରରେ ସମ୍ମାନଲାଭ ଓ ପଦମର୍ୟ୍ୟାଦା ବୃଦ୍ଧିପାଇବ।ପ୍ରତ୍ୟେକକ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି।ପ୍ରତ୍ୟୁଷଯାତ୍ରା ସମୟରେ ଯାନ୍ତ୍ରିକତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା👉ସାଧାରଣକଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।ସଭାସମିତିରେ ଆଲୋଚନାଦ୍ୱାରା ସମସ୍ୟାର ସରଳସମାଧାନ ହୋଇପାରିବ।ପାରିବାରିିକସମସ୍ୟାର ସରଳସମାଧାନ କରିବାରେ ପଡୋଶୀଙ୍କଅବଦାନ ସ୍ମରଣୀୟ ରହିବ।ଗତକାଲିଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।
ଧନୁ👉ସାମାନ୍ୟ ଶାରୀରିକଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କସହ ସମ୍ପର୍କ ହାନିଯୋଗୁ ଚିନ୍ତିତ ହେବାକୁ ପଡିବ।ଘରେ ଭୁଲ୍‌ ବୁଝାମଣାହେତୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।ଆଜିର ପ୍ରତ୍ୟୁଷଯାତ୍ରାରେ ସଫଳତାମିଳିବ।ବିବାଦୀୟପରିସ୍ଥିତିରେ ଘଟଣାର ଗୁରୁତ୍ୱନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର👉ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନଦିଗରୁ ଉପକୃତ ହୋଇପାରିବେ।କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟଲାଭକରି ସ୍ଥଗିତକାମକୁ ପୂରାଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକକ୍ଷେତ୍ରରେ ନୀରବଦ୍ରଷ୍ଟାଭଳି କାମକରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ👉ସରଳଭାବରେ କୌଣସିକଥାକୁ ଗ୍ରହଣ ନକରି ପରୀକ୍ଷାକରି କାମରେ ଲଗାଇଲେ ଉପକୃତ ହୋଇପାରିବେ।ଅଫିସରେ ବାଦବିବାଦ କ୍ରମେ ଜଟିଳହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ।ଜମିଜମାବ୍ୟବସାୟରେ ଉନ୍ନତିକରିବା ସହ ନିକଟସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ👉ଆଜିର ନିଜଲକ୍ଷ୍ୟ ପୂରଣହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସିକ୍ଷେତ୍ର୍ରେ ଆଜି ତରବରିଆ ପଦକ୍ଷେପନେବା ଠିକ୍‌ ହେବନାହିଁ।ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ପାରିବାରିକ ଅଶାନ୍ତି ଦେଖାଦେଇପାରେ।

ରୁଦ୍ରାକ୍ଷ ପିନ୍ଧିଲେ କେବେବି ହୁଏନି ରୋଗ…
ରୁଦ୍ରାକ୍ଷପିନ୍ଧିବାର ଫାଇଦା:-ରୁଦ୍ରାକ୍ଷ ପିନ୍ଧିବାର ଧାର୍ମିକ ଦୃଷ୍ଟିକୋଣରୁ ଆମେ ସମସ୍ତେ ଜାଣିଛି।କିନ୍ତୁ ଏହାର ସ୍ୱାସ୍ଥ୍ୟ ସମ୍ବଦ୍ଧରେ ବହୁତ ଫାଇଦା ରହିଛି। ଏହାଦ୍ୱାରା ବହୁତ ସାଂଘାତିକ ରୋଗ ଦୂରରେ ରୁହନ୍ତି ।ସେଥିପାଇଁ ତୁରନ୍ତ ଏହାକୁ ଧାରଣ କରିନେବା ଉଚିତ୍ । ଭାରତୀୟ ସମାଜରେ ଏହାକୁ ବହୁତଶୁଭ ବୋଲି ମାନିଥାନ୍ତି । ଏହାକୁ ପିନ୍ଧିଲେ ବହୁତ ଅସାଧ୍ୟ ରୋଗ ଦୂର ହୋଇପାରିବ ,ଏହାସହ ଆଧ୍ୟାତ୍ମିକ ଫାଈଦା ଓ ଶାରରୀକ ଫାଇଦା ବି ଦେଇଥାଏ ।
ରୁଦ୍ରାକ୍ଷ ପିନ୍ଧିବାର ଫାଇଦା:-ରୁଦ୍ରାକ୍ଷ ପିନ୍ଧିଲେ ବଡରୋଗରୁ ମୁକ୍ତି ମିଳିପାରିବ।ଏହାକୁ କେହି ବି ମନା କରିପାରିବେ ନାହିଁ । ରୋଗ ଗୁଡିକର ଜୋର୍ ଚାଲେନାହିଁ ।ରୋଗ ଗୁଡିକ ଦୁରେଇଯାଏ ,କିନ୍ତୁ ସାବଧାନତାରଖିବା ଜରୁରୀ ଅଟେ ।
ଚିନ୍ତା ଓ ମାନସିକପୀଡାରୁ ଦେଇଥାଏ ମୁକ୍ତି:-ଯଦି ଆପଣ ଦୁଇମୁହଁ ବାଲା ରୁଦ୍ରାକ୍ଷ ପିନ୍ଧିବେ ତେବେ ଚିନ୍ତାରୁ ଦୁରେଇ ରହିବେ। ଏତିକି ନୁହେଁ ଅବସାଦରୁ ଦୂରେଇ ରହିପାରିବେ । ଏହା ସମସ୍ତଙ୍କୁ ପିନ୍ଧିବା ଜରୁରୀ
ହୃଦରୋଗୀଙ୍କ ପାଇଁ :- ଏହାର ଧାରଣ କରିଲେ , ଆପଣଙ୍କୁ ହୃଦ ରୋଗସଂବନ୍ଧିତ ସବୁବିପଦ ଟଳିଯାଇଥାଏ । କାରଣ ଏଥିରେ କେମୋ ଫର୍ମୋକୋଲାଇଜିକଲ୍ ନାମର ଗୁଣ ମିଳିଥାଏ ,ଯାହା ବ୍ଲଡ୍ ପ୍ରେସର୍ ଓ କୋଲେଷ୍ଟୋଲ୍ ଉପରେ କାବୁ କରିଥାଏ ।
ସୁଗର୍ କିମ୍ବା ଡାଇବେଟିଜ୍ :- ରୁଦ୍ରାକ୍ଷ ଧାରଣ କରିଲେ ଆପଣଙ୍କ କିଡନି ଡାଇବେଟୀଜ୍ ସମସ୍ୟା ଦୂରେଇଯାଏ। ଏମିତି ଆପଣଙ୍କୁ ଦୁଇମୁହାଁ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ । ଯାହାଦ୍ୱାରା ଆପଣ ଏହି ରୋଗରୁ ଦୁରେଇ ଯିବେ ।
ନର୍ଭସ୍ ସିଷ୍ଟମ:-ରୁଦ୍ରାକ୍ଷରେ ଆଇରନ୍ ,ଫସଫରସ୍, ଆଲୁମିନିୟମ ,କ୍ୟାଲସିୟମ୍ , ସୋଡିୟମ ପରି ଗୁଣ ମିଳିଥାଏ ,ଯାହା ଗୁଣଗୁଡିକ ସହ୍ ନର୍ଭସ୍ ସିଷ୍ଟମକୁ ସୁଚାରରୁପେ ରଖିଥାଏ।!!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!

Comments (0)
Add Comment