ଆଜିର ରାଶିଫଳ

ଜୁଲାଇମାସ୧୪ତାରିଖ୨୦୨୫ମସିହା(ସୋମବାର)ଶ୍ରାବଣମାସ-କୃଷ୍ଣପକ୍ଷ ,ତିଥି- ଚତୁର୍ଥୀ ରାତ୍ରି ଘ୧୧/୫୨ ଗତେପଞ୍ଚମୀ ,ନକ୍ଷତ୍ର-ଧନିଷ୍ଟା ଦିବା ଘ୦୭/୨୬ ଗତେ ଶତଭିଶା.ସୁର୍ୟୋଦୟ-ପ୍ରାତଃ ଘ୦୫/୨୦/୨୮ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୬/୨୬/୧୩ ,ଯୋଗିନୀ ନୈରୁତେ ରାତ୍ରି ଘ୧୧/୫୨ଗତେ ଦକ୍ଷିଣେ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୬୦ଗତେ ଘ୦୮/୩୦ମଧ୍ୟେ ,ବାରବେଳା- ଦିବା ଘ୦୨/୪୫ଗତେ ଘ୦୪/୨୩ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୨ ଗତେ ଘ୧୦/୦୮ ମଧ୍ୟେ ଓ ରାତ୍ରି ଘ୦୯/୩୫ଗତେ ଘ୧୨/୪୬ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୪/୩୪ ଗତେ ଘ୦୫/୧୨ ମଧ୍ୟେ ,ଅଦ୍ୟ ମୂଳାଭକ୍ଷଣ ନିଷେଧ ।
ମେଷ:-ଆଜିର ଅସମ୍ପୂର୍ଣ୍ଣକାମକୁ ସମ୍ପୂର୍ଣ୍ଣ କରିବେ ।ଯିବାଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାଭଲ ।ହାତକୁନେଇଥିବା ବ୍ୟବସାୟ ଓ ବାଣିଜ୍ୟକ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବାଲୋକଠାରୁ ଦୂରେଇ ରୁହନ୍ତୁ।
ବୃଷ:-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ।ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟଅଟେ।ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପହେବାର ଆଶଂକା ଅଛି।
ମିଥୁନ:-ସମସ୍ତକାର୍ୟ୍ୟରେ ଆପଣ ଦ୍ୱନ୍ଦ୍ୱଅନୁଭବ କରିବେ।ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ।ଅନିଦ୍ରା କାରଣରୁ ଶାରୀରିକଅସୁସ୍ଥତା ହୋଇପାରେ।ପାଣି କିମ୍ବା ଅନ୍ୟ ତରଳପଦାର୍ଥ ଭୟାନକପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ୟ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ:-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:-ଆଜି ଆପଣ ସୌହାର୍ଦପୂର୍ଣ୍ଣସମ୍ବନ୍ଧ ବିକସିତକରି ନିଜରକାମ କାଢ଼ିପାରିବେ।ବ୍ୟବସାୟ ଦୃଷ୍ଟିରେ ଆଜିରଦିନ ଲାଭଦାୟକ ପ୍ରମାଣିତହେବ।ଆପଣଙ୍କସ୍ଵାସ୍ଥ୍ୟ ଭଲରହିବ ଏବଂ ମନମଧ୍ୟ ସୁସ୍ଥ ରହିବ।ପରିଜନମାନଙ୍କସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦପ୍ରାପ୍ତି ହେବ।ଧନଲାଭ ତଥା ପର୍ୟ୍ୟଟନର ଯୋଗ ଅଛି।
ତୁଳା:-ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନରଶାନ୍ତି ଭଙ୍ଗକରିବ।ଆଧ୍ୟାତ୍ମିକବଚନ କିମ୍ବା ଈଶ୍ଵରଙ୍କରନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା:-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭସମାଚାର ମିଳିବ।ମାଙ୍ଗଳିକ କାର୍ୟ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲଅବସର ଆସିବ।ଆୟରେ ବୃଦ୍ଧିହେବ।ମହିଳାମିତ୍ରମାନଙ୍କଠାରୁ ଲାଭହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କକାର୍ୟ୍ୟ ସଫଳତା ପୂର୍ବକ ସଂପନ୍ନହେବ।ପରୋପକାରଭାବନା ଆଜି ବଲବତ୍ତର ରହିବ।ଆମୋଦ- ପ୍ରମୋଦସହିତ ଆପଣଙ୍କଦିନ କଟିବ।ଚାକିରି-ବ୍ୟବସାୟରେ ମାନସମ୍ମାନ ପ୍ରାପ୍ତି ହେବ।ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର:-ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ୟ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ:-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ:-ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment