ଜୁଲାଇମାସ ୨୪ତାରିଖ ୨୦୨୫ମସିହା(ଗୁରୁବାର)ଶ୍ରାବଣମାସ- କୃଷ୍ଣପକ୍ଷ ,ତିଥି- ଅମାବାସ୍ୟା ରାତ୍ରି ଘ୦୧/୦୦ଗତେ ପ୍ରତିପଦ ,ନକ୍ଷତ୍ର- ପୁନର୍ବସୁ ଦିବା ଘ୦୫/୪୩ ଗତେ ପୂଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୩/୪୩ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୨୫ ,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୧/୦୧ ଗତେ ପୂର୍ବେ ,ତୁଳା ଓ କୁମ୍ଭରାଶିର ଘାତବାର ,ଅମାବାସ୍ୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୩/୦୭ ଗତେ ଘ୦୬/୨୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୧୨/୪୬ ଗତେ ଘ୦୩/୧୧ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୫୮ ମଧ୍ୟେ ଓ ଘ୧୦/୧୦ ଗତେ ଘ୧୨/୩୫ ମଧ୍ୟେ ,ଅଦ୍ୟ ଆମିଷଭକ୍ଷଣ ନିଷେଧ।
ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନାବିଳାସୀ ହୋଇପାରନ୍ତି। ବିଭିନ୍ନଦିଗରୁ ଧନାଗମ ହେବ।ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
ବୃଷ:-କାର୍ୟ୍ୟହାସଲ କରିବେ; ମାତ୍ର ବିଳମ୍ବରେ।ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ।ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ।ଧୈର୍ୟ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବବହନ କରିପାରନ୍ତି। କାର୍ୟ୍ୟରେ ବାଧା ଉପୁଜିପାରେ। ବ୍ୟୟବୃଦ୍ଧିର ସୂଚନା ମିଳୁଛି।କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମାବାବଦ ବିବାଦ ବୃଦ୍ଧିହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ୟ୍ୟହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତିଲାଭ ହେବ।
ସିଂହ;-କାର୍ୟ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:-କାର୍ୟ୍ୟରେ ଅବହେଳାକଲେ ଧନକ୍ଷୟ ହେବାର ସମ୍ଭାବନା ଅଛି।ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।ଖର୍ଚ୍ଚପରିମାଣ ବୃଦ୍ଧି ପାଇବ।ମିଥ୍ୟା ଅଭିଯୋଗପାଇଁ ଅନ୍ୟଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟପାଇ ଉତ୍ଫୁ ଲ୍ଲିତ ହୋଇପାରନ୍ତି।ଯଶସ୍ୱୀ ହେବେ। ଭାଗ୍ୟବାନହେବେ।ବିନୀତ ସ୍ୱଭାବର ହୋଇପାରନ୍ତି।କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାରକରିବେ।ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳନେଇ କାର୍ୟ୍ୟ ସମ୍ପାଦନକରିବେ।ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ।ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି।ବସ୍ତ୍ର-ଭୂଷଣ ଲାଭହେବ।କର୍ମତତ୍ପରତା ପ୍ରକାଶପାଇବ।ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ।ପରଚର୍ଚ୍ଚା ଆପଣଙ୍କପାଇଁ ଶୁଭଙ୍କର ନୁହେଁ। ଭ୍ରମଣଯୋଗ ଅଛି।ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିରବାତାବରଣ ସୃଷ୍ଟିହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକକ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି।ଭୟ ଓ ଆଶଙ୍କା ଲାଗି ରହିଥିଲେ ବି ବହୁ ଶୁଭଫଳ ଆଶା କରାଯାଏ।ଖଳଲୋକଙ୍କୁ ଚିହ୍ନଟକରି ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ୟ୍ୟ ନକରନ୍ତୁ; ଯୋଉଁଥିରେ କି ନିଜସୁନାମର ଆଞ୍ଚଆସିବ।ଭବିଷ୍ୟତପାଇଁ ନୂତନ ଯୋଜନା ପ୍ରସ୍ତୁତକରିବେ।ସୁସ୍ଥ ଓ ନିରାମୟ ରହିବେ।ମାନସିକସ୍ତରରେ ଶାନ୍ତିରବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।
ସକାଳୁ ଖାଲି ପେଟରେ ହଳଦୀ ପାଣି ପିଉଛନ୍ତି କି ?
ଜାଣିବା ଦରକାର ହଳଦୀପାଣି ସକାଳୁ ସକାଳୁ ପିଇବାଦ୍ୱାରା କଣ ଲାଭ ହୋଇଥାଏ। ହଳଦୀ ଯାହାକୁ ଆମେ ରୋଷେଇରେ ମସଲା ଭାବେ ବ୍ୟବହାର କରୁ, ତାହା ଏକ ଔଷଧୀୟ ଗୁଣସମ୍ପନ୍ନ ଉପାଦାନ। ଏହାର ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି- ବାକ୍ଟେରିଆଲ ଗୁଣ ହେତୁ ଏହା ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ଲାଭଦାୟକ।ଏକ୍ସପର୍ଟମାନଙ୍କ ମତରେ, ସକାଳୁ ଖାଲିପେଟରେ ହଳଦୀପାଣି ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ।
ହଳଦୀପାଣି ହଜମତନ୍ତ୍ରକୁ ସକ୍ରିୟ କରିଥାଏ। ଏହା ପାଚନରସର ଉତ୍ପାଦନକୁ ବୃଦ୍ଧି କରେ ଓ ଅମ୍ଳତା, ଗ୍ୟାସ୍ ଓ ଫୁଲୁଣି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଡାକ୍ତରୀ ମତ ଅନୁସାରେ ଖାଲିପେଟରେ ହଳଦୀ ପାଣିପିଇବା ପେଟରେ ଥିବା କ୍ଷତି କାରକ ବାକ୍ଟେରିଆକୁ ମଧ୍ୟ ନଷ୍ଟ କରେ। ଏକଗ୍ଲାସ୍ ଗରମପାଣିରେ ଅଧାଚାମଚ ହଳଦୀପାଉଡର, ଅଳ୍ପ ମହୁ ଓ ଏକଚିମଟିଏ ଗୋଲମରିଚ ମିଶାଇପିଅନ୍ତୁ।ଗୋଲମରିଚ ହଳଦୀ ର ଗୁଣକୁ ଆହୁରି ବଢ଼ାଇଥାଏ। ହଳଦୀପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ।ଏହା ଯକୃତ (ଲିଭର)କୁ ଡିଟକ୍ସିଫାଏ କରି ଶରୀରକୁ ସ୍ୱଚ୍ଛ ରଖେ।ଏକ୍ସପର୍ଟମାନେ କୁହନ୍ତିଯେ, ଏହା ମେଟାବୋଲିଜିମ୍ ବୃଦ୍ଧିକରେ ଓ ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇଥାଏ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!