ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨୮ ତାରିଖ ରବିବାର।ମଧୁବାବୁ ଜୟନ୍ତୀ, ସତୀ ଅନୁସୂୟା ଜୟନ୍ତୀ।ସୁର୍ଯ୍ୟୋଦୟ- ଘ୫/୨୩/୧୬,ସୂର୍ଯ୍ୟାସ୍ତ- ଘ୬/୫/୧୦,ବୈଶାଖମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି- ଚତୁର୍ଥୀ ଦିବା ଘ୮/୨୦ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୮/୨୦ମି ପରେ ଦକ୍ଷିଣ ଦିଗରେ। ରିକ୍ତାତିଥି ଦୋଷ ହେତୁ ଦିବା ଘ୮/୨୦ମି ପରେ ରାତ୍ରି ଶେଷପର୍ଯ୍ୟନ୍ତ ଯାତ୍ରା ଶୁଭ।ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ମେଷ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ମୂଳା ଏବଂ ଦିବା ଘ୮/୨୦ମି ପରେ ବେଲ ଭକ୍ଷଣ ନିଷେଧ।ଅଶୁଭବେଳା-ବାର କାଳବେଳା ଦିବା ଘ୧୦/୭ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୨ମି ରୁ ଘ୨/୨୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୮ମି ରୁ ଘ୯/୨୦ମି ମଧ୍ୟେ, ରାତ୍ରି ଘ୭/୪୩ମି ରୁ ଘ୯/୧୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ପ୍ରାତଃ ରୁ ଘ୬/୯ମି ମଧ୍ୟେ, ଘ୧୨/୩୨ ମି ରୁ ଘ୧/୨୦ମି ମଧ୍ୟେ, ସନ୍ଧ୍ୟା ଘ୬/୫୫ମି ରୁ ଘ୭/୪୩ମି ମଧ୍ୟେ, ଘ୧୨/୩୧ ମି ରୁ ଘ୩/୪୩ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ ପାଦବାର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ-ରଜଶ୍ଚକ୍ରେ ପୁତ୍ରିଣୀ ଶୁଭ। ଶୁଭକର୍ମ- ଦିବା ଘ୮/୨୦ମିପରେ ସୂର୍ଯ୍ୟାସ୍ତ ମଧ୍ୟେ ୧୯ ନକ୍ଷତ୍ରେ ବୃକ୍ଷରୋପଣ, ନୌକାଗଠନ,ଔଷଧକରଣ ଓ ସେବନ, ହଳପ୍ରବାହ,ବୀଜବପନ,ଧାନ୍ୟଚ୍ଛେଦନ ଓ ସ୍ଥାପନ, ରାତ୍ରୌ ନିଷେକ।
🐏ମେଷ👉ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ ।ଆପଣ ନିଜଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି ।
🐮ବୃଷ👉ଆପଣଙ୍କ ଦିନ ମଙ୍ଗଳମୟ ହେଉ ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବା ଉଚ଼ିତ୍ । ଏହା ହୁଏତ ଛୋଟ ଛୋଟ କଥା ହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ ।
👩‍❤️‍👨ମିଥୁନ👉ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ଆପଣ ବହୁତ ଭଲ ବିଚ଼ାରରେ ଭର୍ତି ଅଛନ୍ତି କିନ୍ତୁ ଏ ବିଚ଼ାର ନିଜର ସହତ୍ତ୍ୱ ହଜାଇ ଦେବେ ଯଦି ଆପଣ ତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ ।
🦀କର୍କଟ👉ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।
🦁ସିଂହ👉ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜି ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ ।
🙎‍♀️କନ୍ୟା👉ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ,ଯାହାକି ଅନ୍ୟଙ୍କଦ୍ୱାରା ସୃଷ୍ଟିକରାଯାଇଛି ।
⚖️ତୁଳା👉ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।
🦂ବିଛା👉ଆପଣଙ୍କ ଦିନ ମଙ୍ଗଳମୟ ହେଉ କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନ ଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ ।କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ ।
🏹ଧନୁ👉ଆପଣଙ୍କ ଦିନ ମଙ୍ଗଳମୟ ହେଉ ପ୍ରେରଣା ହିଁ ଆଜି ଆପଣଙ୍କର ମୂଳ ମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି ।
🐊ମକର👉ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ ,କାରଣ ସେମାନେ ଆପଣଙ୍କ ପ୍ରତିଇର୍ଷାଭାବ ରଖନ୍ତି । ଏଭଳି କଲେ ସବୁ କିଛି ଠିକ୍ ରହିବ ।
🏺କୁମ୍ଭ👉ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆପଣ କେତେକ ପରିସୀମା ପର୍ଯ୍ୟନ୍ତ ଏକ ଭଲ ମନୁଷ୍ୟ ଅଛନ୍ତି କିନ୍ତୁ ଆପଣଙ୍କୁ ଏହି କଥାରେ କୌଣସି ଅନୁମାନ ନାହିଁ କି ଖରାପ ପ୍ରଭାବ ବା ନକାରାତ୍ମକତା କିପରି ଆପଣଙ୍କ ଉପରେ ବୋଝ ହୋଇ ଯାଉଛି ।
🐟ମୀନ👉ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କ ମଧ୍ୟରେ ଇର୍ଷା ସୃଷ୍ଟି ହେଉଛି ଯାହାକି ଆଗକୁ ଯାଇ କ୍ଷତିକାରକ ହୋଇପାରେ ।
!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment