ଆଜିର ରାଶିଫଳ

ମଇମାସ ୦୧ତାରିଖ ୨୦୨୪ ମସିହା(ବୁଧବାର) ବୈଶାଖମାସ- କୃଷ୍ଣପକ୍ଷ,ତିଥି-ସପ୍ତମୀ ପ୍ରାତଃ ଘ୦୫ /୩୪ଗତେ ଅଷ୍ଟମୀ,ନକ୍ଷତ୍ର- ଶ୍ରବଣା ରାତ୍ରି ଘ୦୩/୫୭ ଗତେ ଧନୀଷ୍ଟା,ସୌରମାସ-ମେଷ ୧୮ଦିନ, ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୨୪, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/ ୦୭,ଯୋଗିନୀ ବାୟବ୍ୟେ ପ୍ରାତଃ ଘ୦୫/୫୪ଗତେ ଐଶାନ୍ୟେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଦ୍ୟ ମୃତେ ପ୍ରାତଃଘ୦୫/୫୪ ମଧ୍ୟେ ଏକ ପୁଷ୍କରଦୋଷ,କାଳବେଳା -ଦିବା ଘ୦୮/୨୫ଗତେ ଘ୧୦/୦୦ ମଧ୍ୟେ,ବାରବେଳା -ଦିବା ଘ୧୧/୪୧ ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ ମଧ୍ୟେ ଓ ରାତ୍ରି ଘ୦୬/୫୫ ଗତେ ଘ୦୯ /୨୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୪୩ ଗତେ ଘ୦୫/ ୨୦ ମଧ୍ୟେ,ନଡ଼ିଆଭକ୍ଷଣ ନିଷେଧ।
ମେଷ-ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି।ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ ନାହିଁ।ବୃଥାବିବାଦ,ଟଣାଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।
ବୃଷ-ବାଣିଜ୍ୟ,ସନ୍ତାନଙ୍କସମସ୍ୟା ସମାଧାନ ହେବ । ବିବାଦ,ଚୋରି,ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ।ଗୃହସୀମା,ଗାଡିମୋଟର,ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ର ରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।
ମିଥୁନ-ଆଜି ଆକସ୍ମିକଭାବରେ କେତେକ ସାଧାରଣ ଘଟଣାକୁକେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟିହେବ।ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦରସୁଯୋଗ ପ୍ରାପ୍ତହେବ।
କର୍କଟ-ଆତ୍ମୀୟସ୍ବଜନଙ୍କ ସହ କଳହ ହୋଇପାରେ ।ଭଲଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେନାହିଁ।କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନହେବ।
ସିଂହ-ଆଜି ଆପଣଙ୍କପରିବାର ଓ ବନ୍ଧୁସମ୍ପର୍କ କ୍ଷୁଣ୍ଣ ହୋଇପାରେ ।କିନ୍ତୁ ଉପରିସ୍ଥଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିରସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।ଦିନଟି ପୀଡାଦାୟକ
କନ୍ୟା-ଆଜି ନୂତନକର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ।ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇ ପାରନ୍ତି।ପରିବାର ସଦସ୍ୟଙ୍କସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।
ତୁଳା-ଆଜି ପାରିବାରିକଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନପ୍ରକାରର ସମସ୍ୟା ଦେଖାଦେଇ ପାରେ।ସ୍ବାସ୍ଥ୍ୟ,ପରିବାର,କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
ବିଛା-ଆଜି ସୁଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢପଦକ୍ଷେପ ନେଇ କାର୍ଯ୍ୟହାସଲ କରିବା ସହ ବ୍ୟବସାୟ,ବାଣିଜ୍ୟକ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣାବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।
ଧନୁ- ଆଜିଦିନରେ ମନ ଭଲ ରହିବନାହିଁ ।ପ୍ରତ୍ୟୁଷ ଯାତ୍ରାରେ ଦେବଦର୍ଶନ ସାଙ୍ଗକୁ ଭ୍ରମଣସୁଯୋଗ ଜୁଟିବ।ସତ୍‌ କାମରେ ବ୍ୟୟକରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମକରିବାରେ ଆଗ୍ରହପ୍ରକାଶ କରିପାରନ୍ତି।
ମକର-ଆଜି ପ୍ରତ୍ୟେକକ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କରହି କାମକରିବା ଭଲ ହେବ।ସାମାନ୍ୟ ବଚସା ପରେ ଯାଇ ବକେୟାଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗପ୍ରତି ମନରେ ଦୁର୍ବଳତା ଆସିପାରେ।
କୁମ୍ଭ-ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟସମସ୍ୟାର ସମ୍ମୁଖୀନହେବାକୁ ପଡିବ।ଶିଳ୍ପ,ବାଣିଜ୍ୟ,ବ୍ୟବସାୟ, ପରିବହନ,ନିର୍ମାଣ, କଚେରିମାମଲାରେ ଉନ୍ନତି ପରିଲକ୍ଷିତ ହେବ।ସାମୟିକଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି
ମୀନ:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣିବଢିଯିବ କିନ୍ତୁ ଆଶାନୁରୂପସଫଳତା ପାଇବେ ନାହିଁ।କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷାକରି ଦେଖା ପାଇବେନାହିଁ।ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment