ଜୁନ୍ ମାସ ୨୮ତାରିଖ ୨୦୨୪ ମସିହା(ଶୁକ୍ରବାର) ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ ୦୪/୪୪ ଗତେ ଅଷ୍ଟମୀ,ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ ୧୧/୦୨ ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୯,
ଯୋଗିନୀ ବାୟବ୍ୟେ ଦିବା ଘ୦୪/୪୪ ଗତେ ଐଶାନ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ଧନୁରାଶିର ଘାତଚନ୍ଦ୍ର,ବିଛା ,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୩୩ ଗତେ ଘ୧୧/୫୧ମଧ୍ୟେ,ଅଦ୍ୟ ମୃତେ ଦ୍ଵିପାଦଦୋଷ ଓ ଦିବା ୧୧/୦୨ଗତେ ଦିବା ଘ୦୪ /୪୪ ମଧେ ଏକପାଦ ପୁଷ୍କରଦୋଷ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୧୧/୫୨ଗତେ ଘ୦୨/୦୪ମଧ୍ୟେ ଓ ଘ୦୮/୫୦ ଗତେ ଘ୧୧/୪୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୩ ଗତେ ଘ୦୬/୫୩ ମଧ୍ୟେ, ତାଳ ଦିବା ଘ୦୪/୪୪ ଗତେ ନଡ଼ିଆ ଭକ୍ଷଣ ନିଷେଧ।
ମେଷ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି ।ସହକର୍ମୀ ଓ ପରିବାରର ସମସ୍ତସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
ବୃଷ :-ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
ମିଥୁନ:-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖା ଦେବ ।ସମସ୍ତକର୍ମରେ ଅଯଥା ବିଳମ୍ବ ଓ ବାଧା ବିଘ୍ନ ଉପୁଜିବ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କର୍କଟ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ ।ସହଧର୍ମିଣୀଙ୍କ ସହଯୋଗପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିରଯୋଗ ରହିଛି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନାହେବେ ।ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।
ସିଂହ:-ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହ ଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
କନ୍ୟା:-ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମଚାରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ ।ମହିଳାମାନେ ପରିବାର ରେ ଅସମ୍ମାନିତ ହେବେ ।
ତୁଳା:-ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧାସୁଯୋଗ ହାସଲ କରିବେ।ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍ କର୍ମରେ ସଫଳତାପାଇବେ।ମହିଳାମାନେ ଅତିଥିସତ୍କାର କରିବେ।
ବିଛା:-କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
ଧନୁ:-ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
ମକର :-ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ।ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ।କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ:-ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ ।ବାଣିଜ୍ୟ,ବ୍ୟବସାୟ ରେ ଆୟ ଅଧିକ ହେବ ।ବ୍ୟୟଭାର କମ୍ ରହିବ ।ହୃତଧନ ଫେରି ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଗ୍ରହୀ ହେବେ ।ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ମୀନ:-କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।
ଶୋଇବାଘର କିପରି ହେବା ଦରକାର, ଜାଣନ୍ତୁ…..
🍁ପରିବାରରେ ଯିଏ ମୁଖ୍ୟ ବା ମୂରବୀ,ତାଙ୍କର ଶୋଇବା ଘର ଦକ୍ଷିଣ ଓ ପଶ୍ଚିମଦିଗ ବା ନୈରତକୋଣ ଆଡକୁ ରହିବା ଉଚିତ। ଯଦି ସେହି ରୁମରେ ଛୋଟପିଲା ରୁହନ୍ତି ତାହେଲେ ସେହିପିଲା ଅବାଧ୍ୟ ଓ ବଦମାସ୍ ହୋଇଥାନ୍ତି।
🍁ଘରତିଆରି ସମୟରେ ଶୋଇବାଘର ଉତ୍ତର-ପୂର୍ବଦିଗ ବା ଐଶାନ୍ୟକୋଣରେ କରନ୍ତୁନାହିଁ।କାରଣ ଏହି କୋଠରୀରେ ଯେଉଁବ୍ୟକ୍ତି ଶୋଇବେ,ସେ ଦୁର୍ବଳହେବା ସହିତ ଚଞ୍ଚଳ ସ୍ୱଭାବର ହୋଇଯାଇଥାନ୍ତି।
🍁ପିଲାଙ୍କପାଇଁ ଶୋଇବାଘର ପୂର୍ବଦିଗରେ ରଖନ୍ତୁ।ପିଲାଙ୍କ ପଢାଘର ଐଶାନ୍ୟକୋଣ ଆଡକୁ ଲଗାଇ ଉତ୍ତରଆଡ଼କୁ କରିପାରିବେ।
🍁ଶୋଇବାଘରର ଥାକ, ଆଲମିରା ଆଦି ଦକ୍ଷିଣ-ପଶ୍ଚିମ ଆଡ଼କୁ ରଖନ୍ତୁ।ଏହା ଶୁଭ ହୋଇଥାଏ।
🍁ଶୋଇବାଘରେ ଯଦି ଟିଭି, ରୁମ ହିଟର ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକଜିନିଷ ରଖିବାକୁ ଚାହୁଁଛନ୍ତି,ତାହେଲେ ସେଗୁଡିକୁ ଦକ୍ଷିଣ-ପୂର୍ବ ବା ଆଗ୍ନେୟକୋଣ ଆଡକୁ ରଖନ୍ତୁ।
🍁ଶୋଇବାଘରର ଖଟ ଓ ଗଦି ଘରର ଦକ୍ଷିଣ-ପଶ୍ଚିମ ଆଡ଼କୁ ରହିବା ଉଚିତ। ଏହାଦ୍ଵାରା ଘରର ପୂର୍ବ ଓ ଉତ୍ତରଆଡ଼କୁ ରହିଥିବା ସ୍ଥାନ ଖାଲିରହିବ।ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବାଘରର ଖଟ ସର୍ବଦା କାନ୍ଥ ଆଡକୁ ଭିଡିରହିବା ଉଚିତ।
🍁ଶୋଇବାଘରେ ସର୍ବଦା ଦକ୍ଷିଣଦିଗ କିମ୍ବା ପୂର୍ବଦିଗ ଆଡକୁ ମୁଣ୍ଡକରି ଶୋଇବା ଉଚିତ।ଏହିଦିଗକୁ ମୁଣ୍ଡକରି ଶୋଇଲେ ସୁଖ ନିଦ୍ରା ଓ ମାନସିକଶାନ୍ତି ମିଳିଥାଏ।ଠାକୁରଙ୍କ ଭକ୍ତଗଣ ସବୁ ଦକ୍ଷିଣଦିଗ ଆଡକୁ ମୁଣ୍ଡକରି ଶୋଇଲେ,ସେମାନଙ୍କୁ ଠାକୁର ଙ୍କକୃପା ଲାଭ ହୋଇଥାଏ।!!ଜୟଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!