ଆଜିର ରାଶିଫଳ

୨୦୨୩ ମସିହା ଅପ୍ରେଲମାସ ୪ତାରିଖ ମଙ୍ଗଳବାର।ଶ୍ରୀମନ୍ଦିରରେ ଅନଙ୍ଗତ୍ରୟୋଦଶୀ, ଦୟଣାଚୋରୀ, ଶିବଦମନକଯାତ୍ରା, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା, ମାତାରାତାରିଣୀଯାତ୍ରା ଶେଷ, ମହାବୀରଜୟନ୍ତୀ, ମାମଙ୍ଗଳାଓଷା ଶେଷପାଳି, ସ୍ନୁହୀ ଚତୁର୍ଦ୍ଦଶୀ।ସୁର୍ଯ୍ୟୋଦୟ- ପ୍ରାତଃଘ୫/୪୧/୫୭ ,ସୂର୍ଯ୍ୟାସ୍ତ-ଘ୫/୫୭/୫୧ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ତ୍ରୟୋଦଶୀ ଦିବା ଘ୮/୧୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ। ଦିବା ଘ୮/୧୮ମି ପରେ ପଶ୍ଚିମଦିଗରେ। ମଙ୍ଗଳବାର, ରିକ୍ତାତିଥି, ଶନିସପ୍ତପରେ ରବିସପ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।କର୍କଟ ଓ ମକରରାଶିର ଏବଂ ଦିବା ଘ୪/୫୫ମି ପରେ ବୃଷରାଶିର ଘାତଚନ୍ଦ୍ର।ମକରରାଶିର ଘାତବାର।ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବାଇଗଣ, ଦିବା ଘ୮/୧୮ମି ପରେ ବିରିଭକ୍ଷଣ ନିଷେଧ।କାଳରାତ୍ରି ରାତ୍ରି ଘ୭/୨୬ମି ରୁ ଘ୮/୫୩ମି ପର୍ଯ୍ୟନ୍ତ। (ଅମୃତ) ଦିବା ଘ୮/୪ମି ରୁ ଘ୧୦/୨୮ମି ମଧ୍ୟେ, ଘ୧୨/୫୨ମି ରୁ ଘ୨/୨୮ମି ମଧ୍ୟେ, ଘ୩/୧୬ମି ରୁ ଘ୪/୫୨ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୫/୫୮ମି ରୁ ସନ୍ଧ୍ୟା ଘ୬/୪୭ମି ମଧ୍ୟେ, ରାତ୍ରି ଘ୯/୧୧ମି ରୁ ଘ୧୧/୩୫ମି ମଧ୍ୟେ, ଘ୧/୫୯ମି ରୁ ଘ୩/୩୫ମି ପର୍ଯ୍ୟନ୍ତ।(ମାହେନ୍ଦ୍ର ବେଳା):- ନାହିଁ ।
🐏ମେଷ-ଆଳସ୍ୟ ଅନୁଭବ କରିପାରନ୍ତି। ନିଜସମ୍ମାନକୁ ଜଗି ଚଳିବାକୁପଡ଼ିବ। ଦୁଶ୍ଚିନ୍ତା ମଧ୍ୟଦେଇ ଗତିକରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦିଲାଭ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନାମିଳୁଛି। ବ୍ୟବସାୟ ଲାଭଜନକ ହେବ।
🐮ବୃଷ-ଭ୍ରମଣାଦି ଶାନ୍ତିପୂର୍ଣ୍ଣହେବ। ଦ୍ରବ୍ୟନଷ୍ଟର ସମ୍ଭାବନାଅଛି। ସୁ-ସମ୍ବାଦପାଇ ଖୁସି ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନାମିଳୁଛି। ଭାଇମାନଙ୍କମଧ୍ୟରେ ଶ୍ରେଷ୍ଠହେବେ। କୃଷିକର୍ମକାରୀ ହେବେ। ଯାନବାହନସୁଖ ମିଳିବ। ସୁଖଭୋଗଲାଭ କରିବେ।
👩❤️👨ମିଥୁନ-ପ୍ରେମଘଟଣାରେ ସଫଳହେବେ। କାର୍ଯ୍ୟର ସଫଳରୂପାୟନ କରି ପ୍ରଶଂସିତହେବେ। ସର୍ବାଙ୍ଗୀଣଉନ୍ନତି ଆଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରଜ୍ଞ ହେବେ।
🦀କର୍କଟ-କୌଣସି କାର୍ଯ୍ୟକୁନେଇ ନିଜେନିଜକୁ ସଙ୍କୁଚିତ ମନେକରିବେ। ଘାତଚନ୍ଦ୍ର ଭୋଗହେତୁ ସତର୍କରେଚଳିବାକୁ ପଡ଼ିବ। ଧନାଗମ ହେବାର ସୂଚନା ମିଳୁଛି। ମିଷ୍ଟଭାଷୀ ହୋଇପାରନ୍ତି। ଚଞ୍ଚଳମନା, କୀର୍ତ୍ତିମାନ୍‌, ଅତି ସୁଖୀ ହେବେ।
🦁ସିଂହ-ବାଣିଜ୍ୟ-ବ୍ୟବସାୟରେ ଆୟବୃଦ୍ଧି ହେବ। ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତିମାର୍ଗରେ ଆଗକୁ ବଢ଼ିବେ। ଦାମ୍ପତ୍ୟଜୀବନ ସୁଖପ୍ରଦହେବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ।
🙎♀️କନ୍ୟା-ବିପଦରସୂଚନା ପାଇପାରନ୍ତି। କାର୍ଯ୍ୟକଷ୍ଟସାଧ୍ୟ ହୋଇପାରେ। ଅସୁବିଧାରୁ ଉଧୁରିବାକୁହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କଅଁଳକଥାରେ ଅନ୍ୟକୁ ଭୁଲାଇପାରିବେ। ଚଞ୍ଚଳ ପ୍ରକୃତିର ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
⚖️ତୁଳା-ଚିନ୍ତାରୁମୁକ୍ତି ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନ ମିଳିପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ।
🦂ବିଛା-ଧନ ସଞ୍ଚୟପାଇଁ ମନ ବଳାଇପାରନ୍ତି। କାର୍ଯ୍ୟରେ ସଫଳତାଲାଭ କରିବେ। ଭୋଗ-ବିଳାସ କରିପାରନ୍ତି। ସମ୍ମାନବୃଦ୍ଧି ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପ୍ରବଳ ଉଦ୍ୟମ କରି କାର୍ଯ୍ୟ ହାସଲ କରିବେ।
🏹ଧନୁ-ପିଲାମାନଙ୍କକାର୍ଯ୍ୟରେ ସନ୍ତୁଷ୍ଟହେବେ। ମନରେ ଭକ୍ତିଭାବଜାଗ୍ରତ ହେବ। ଠାକୁରଙ୍କ ଦର୍ଶନଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
🐊ମକର-ପାରିବାରିକକ୍ଷେତ୍ରରେ ଉନ୍ନତିଘଟିବ। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଆପଣଙ୍କପାଇଁ ପୀଡ଼ାଦାୟକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହୋଇପାରେ।
🏺କୁମ୍ଭ-ଯାନବାହନ କିଣିବାର ସୁଯୋଗ ସୃଷ୍ଟିହୋଇଛି। ସମ୍ମାନିତହେବେ। ଦାୟିତ୍ବ ନିର୍ବାହକରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
🐟ମୀନ-କୌଣସିକାରଣରୁ କ୍ରୋଧିତହୋଇପାରନ୍ତି। ଭବିଷ୍ୟତପାଇଁ ନୂତନଯୋଜନା ପ୍ରସ୍ତୁତକରିବେ। ସୁସ୍ଥ ଓ ନିରାମୟଜୀବନ ଯାପନ କରିପାରନ୍ତି। ବଳବାନ୍‌ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହୋଇପାରନ୍ତି। ଜନ କଲ୍ୟାଣ ଲାଭ କରିବେ।

ନୀତିବାଣୀ-ଅତୀତକୁ କେବେବି ଫେରେଇ ହୁଏନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏନାହିଁ ତଥାପି ଏମଣିଷ ବଞ୍ଚିରହି ପ୍ରତ୍ୟେକ ମୁହୂର୍ତ୍ତରେ ଖୁସିଚାହିଁଥାଏ,ବୋଧହୁଏ ଏହା ହିଁ ଜୀବନର ସଂଜ୍ଞା ।
ବାସ୍ତୁଟିପ୍ପଣୀ-କବାଟପାଖରେ କେଉଁ 3ଟି ଜିନିଷ ରଖିବାଦ୍ୱାରାଆମର କ୍ଷତି ହେବାର ସଂକେତ ମିଳେ ?
ବାସ୍ତୁଶାସ୍ତ୍ର ଅନୁସାରେ ଏହି ସବୁଜିନିଷ ରଖିବାଦ୍ୱାରା ଆମର ହିଁ କ୍ଷତି ହୋଇଥାଏ । ସେହି ଭଳି ୩ଟି ଜିନିଷଅଛି ଯାହା ରଖିବାଦ୍ୱାରା ମଣିଷର କ୍ଷତି ହିଁ ହୋଇଥାଏ । ପ୍ରଥମ ଜିନିଷଟି ହେଲା କାକଟସଗଛ ବା କୌଣସି କଣ୍ଟାଜାତୀୟଗଛ ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁନାହିଁ । ଦ୍ଵତୀୟଟି ହେଲା କୌଣସି ଭଙ୍ଗାଖଟ, ପଲଙ୍କ , ଚଉକି ଆଦି ରଖିବେନାହିଁ ।ତୃତୀୟଟି ହେଲା ଭଙ୍ଗାବାସନ ରଖିବେନାହିଁ ଏହାପାଇଁ ଦେବାଦେବୀ ଘର ଭିତରକୁ ପ୍ରବେଶ କରନ୍ତିନି । ଏହାପାଇଁ ଶନିଦେବ ମଧ୍ୟ କ୍ରୋଧକରନ୍ତି । ଯାହାଫଳରେ ଆପଣଙ୍କ ଉପରେ ଶନିଙ୍କ କୁଦୃଷ୍ଟି ପଡିପାରେ ଦରିଦ୍ର ଓ ଘରେ ଅଶାନ୍ତି ସୃଷ୍ଟିହୁଏ । ତେଣୁ ଭୁଲରେ ଘରର ମୁଖ୍ୟଦ୍ୱାରରେ ଏହି ଜିନିଷ ରଖିବେନାହିଁ ।ଆଜିର ଦିନଟି ମଙ୍ଗଳମୟ ହେଉ।

Comments (0)
Add Comment