ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୩୦ତାରିଖ ଶନିବାର । ଅପରପକ୍ଷ ପିତୃତର୍ପଣ ଆରମ୍ଭ ଓ ମହାଳୟାଶ୍ରାଦ୍ଧ ଆରମ୍ଭ।ସୁର୍ଯ୍ୟୋଦୟ- ଘ୫/୪୦/୪୩ ,ସୂର୍ଯ୍ୟାସ୍ତ-ଘ୫/୩୩/୩ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି- ପ୍ରତିପଦ୍ ଦିବା ଘ୧୨/୩୪ମି ପର୍ଯ୍ୟନ୍ତ ତଦନ୍ତ ଦ୍ବିତୀୟା।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ବ ଦିଗରେ, ଦିବାଘ୧୨/୩୪ମିପରେ ଉତ୍ତରଦିଗରେ।ଶନିବାର, ଦର୍ଷତିଥି, ରବିମଙ୍ଗଳସପ୍ତ, ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଧନୁରାଶିର ଏବଂ ରାତ୍ରି ଘ୯/୫୩ମିପରେ ମେଷରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଏବଂ ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟାବିଧିରେ ହେବ।ନିଷିଦ୍ଧଖାଦ୍ୟ- ପାଣିକଖାରୁ, ଦିବା ଘ୧୨/୩୪ମିପରେ ବୋଇତାଳୁ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ପ୍ରାତଃ ଘ୫/୪୧ମି ରୁ ଘ୭/୧୦ମି ମଧ୍ୟେ, ଦିବା ଘ୪/୨ମି ରୁ ସୂର୍ଯ୍ୟାସ୍ତ ଘ୫/୩୩ମି ପର୍ଯ୍ୟନ୍ତ।କାଳରାତ୍ରି ସୂର୍ଯ୍ୟାସ୍ତ ଘ୫/୩୩ମି ରୁ ଘ୭/୨ମି ମଧ୍ୟେ, ରାତ୍ରି ଘ୪/୯ମି ରୁ ନିଶାନ୍ତ ଘ୫/୪୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୬/୩୦ମି ମଧ୍ୟେ,ଘ୭/୧୮ମି ରୁ ଘ୯/୪୨ମି ମଧ୍ୟେ, ଘ୧୨/୬ମି ରୁ ଘ୩/୧୮ମି ମଧ୍ୟେ, ଘ୪/୬ମି ରୁ ସୂର୍ଯ୍ୟାସ୍ତ ଘ୫/୩୩ମି ମଧ୍ୟେ, ରାତ୍ରି ଘ୧୨/୪୨ମି ରୁ ଘ୨/୧୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ରାତ୍ରି ଘ୨/୧୮ ମି ରୁ ଘ୩/୬ମି ପର୍ଯ୍ୟନ୍ତ। ପୁଷ୍କର ଦୋଷ- ମୃତ ବ୍ୟକ୍ତିର ୧ ପାଦ ବାର ପୁଷ୍କର ଦୋଷ‌। ଫଳଂ କୃଷିହାନି ଓ ଭୂମି ଦାନ। ଦିବା ଘ୧୨/୩୪ମି ପରେ ୨ ପାଦ ବାର ଓ ତିଥି ପୁଷ୍କରଦୋଷ।ଫଳଂ କୃଷି ଓ ଗୋପଶୁ ସମ୍ପଦର ବିନାଶ।ଭୂମି, ଅନ୍ନବସ୍ତ୍ର ଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେବେଶ୍ୟା। ଦିବା ଘ୧୨/୩୪ମି ପର୍ଯ୍ୟନ୍ତ ବାର ଓ ତିଥି ଦୋଷହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ, ତାପରେ ବାରଦୋଷହେତୁ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ -ନାହିଁ ।
ମେଷ-ପରିବାରର ସମସ୍ତ ଆଶାପୂରଣ କରିବାକୁ ସାମର୍ଥ୍ୟହେବେ ।ମହିଳାମାନେ ପୁରାତନରୋଗର ପୀଡାରୁ ଉପସମପାଇବେ ।ନିଜେଅସୁବିଧାଭିତରେ ଚଳୁଥିଲେମଧ୍ୟ ବନ୍ଧୁଙ୍କୁ ଯଥାସାଧ୍ୟ ସାହାଯ୍ୟକରିବେ ।ସନ୍ତାନଙ୍କ ଶୁଭସୂଚନା ଶୁଣି ଆନନ୍ଦିତହେବେ ।ରାଜନୀତିରେ ଆବଶ୍ୟକତା ପୂରଣକରି ପ୍ରଶଂସାପାଇବେ ।ମହିଳାମାନେ ଆତ୍ମୀୟଙ୍କୁ ସାହାଯ୍ୟକରି ପାରିବାରିକଶାନ୍ତିକୁ ବଜାୟ ରଖିବେ ।ବିଦ୍ୟାକ୍ଷେତ୍ରରେ ମନଯୋଗଦେଇ ସଫଳ ହେବେ । କୃଷିଦ୍ରବ୍ୟ ବାଣିଜ୍ୟରେ ଆଶାତୀତଲାଭ ପାଇବେ ।
ବୃଷ-ଅଟକିଥିବାକାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନହେବ ।ବ୍ୟବସାୟକ୍ଷେତ୍ରରେ ପରିବର୍ତ୍ତନଆଣିବାର ଯୋଜନା ପ୍ରସ୍ତୁତକରିବେ ।ଗଛିତଅର୍ଥ ବୃଦ୍ଧି କରିବାପାଇଁ ଚେଷ୍ଟିତହେବେ ।ପାରିବାରିକସମସ୍ୟା ବୁଝାମଣା ମଧ୍ୟରେ ସମାଧାନହେବ ।ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ କର୍ମରତଥିବା ବ୍ୟକ୍ତିମାନେ ସମସ୍ୟାକୁ ସୁଧାରିନବା ଫଳରେ କର୍ମକ୍ଷେତ୍ର ସୁଦୃଢ଼ହେବ ।ମହିଳାମାନଙ୍କରଆଶା ପୂରଣହେବ ଓ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କପାଖରେ ଆଦୃତହେବେ ।ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ ।ରାଜନୀତିରେ ବିବେକବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତାଜନ୍ମହେବ ।
ମିଥୁନ-ପରିବାରରସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କରହିବ ।ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟସହଯୋଗ ପାଇବେ ।ସାମାନ୍ୟ ପରିଶ୍ରମକରି ଅଧିକଲାଭ ପାଇବେ ।ଆକସ୍ମିକ ଧନପ୍ରାପ୍ତି ହେବ । କୌଣସିଆନୁଷ୍ଠାନିକ, ସାମାଜିକ ଓ ସାଙ୍ଗଠନିକକାର୍ଯ୍ୟରେ ଯୋଗଦେବେ ।ଆର୍ଥିକସ୍ଥିତିରେ ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ ।ଲେଖାପଢ଼ାରୁ, ସଭାସମିତିରୁ, ବନ୍ଧୁମିଳନରୁଶୁଭଫଳ ପାଇବେ । ବ୍ୟବସାୟୀ ମାନେ ନିଜରପ୍ରାଧାନ୍ୟ ବିସ୍ତାରକରି ସମସ୍ୟାକୁ ସୁଧାରିନେବେ ।ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତାକ୍ଷେତ୍ରରେ ବିଜୟ ଲାଭ କରିବେ ।ଉତ୍ସାହଉଲ୍ଲାସରେ ସମୟଅତିବାହିତ କରିବେ ।
କର୍କଟ-ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ପରିବାରରେ ନିଜରପଦ ଗରିମା ବଜାୟ ରହିବ । ବିଦ୍ୟାରେ ଉନ୍ନତି, କୃଷିରେ ଉନ୍ନତି, ରାଜନୀତିରେ ଉନ୍ନତି ହେବା ସହ ପ୍ରତିଷ୍ଠା ପ୍ରତ୍ତିପତ୍ତି, ମାନସମ୍ମାନ ପ୍ରାପ୍ତିହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇପାରିବେ । ସହକର୍ମୀ ଓ ପଡୋଶୀମାନଙ୍କ ସାହାଯ୍ୟ ମିଳିବ । ମହିଳାମାନେ ଦୀର୍ଘଦିନର ଯୋଜନାକୁ କାର୍ଯ୍ୟକାରୀ କରିବେ । ଖେଳ ଓ ବିଦ୍ୟାରେ ଉନ୍ନତି ହେବ ।
ସିଂହ-ସନ୍ତାନମାନଙ୍କର ଉନ୍ନତ୍ତି ଓ ଅଗ୍ରଗତିଘଟିବ, ବିଦ୍ୟାକ୍ଷେତ୍ରରେ ମଧ୍ୟ ସଫଳହେବେ ।ଆୟ ଉତ୍ତମହେବ ଆର୍ଥିକସ୍ଥିତି ସ୍ଵଛଳରହିବ ଓ କେତେକମୁଲ୍ୟବାନ ଆସବାସପତ୍ର କ୍ରୟକରିବେ ।ନିଜଲୋକଙ୍କ ତରଫରୁ ଆଶ୍ଵାସନା ବା ସହାନୁଭୂତିପାଇବେ ।ସ୍ୱାସ୍ଥ୍ୟଦିଗରୁ ବିଶେଷସତର୍କ ରହିବାଉଚିତ୍ ।ଖର୍ଚ୍ଚ ବଢ଼ିବାଯୋଗେ ପରିବାରରେ ଅସନ୍ତୋଷଦେଖାଦେବ ।ମନୋରଞ୍ଜନ କରିବାପାଇଁ ସମୟମିଳିବ ।ବ୍ୟବସାୟରେ ଭାଗିଦାରୀଙ୍କ ପାଇଁ କ୍ଷତିରୁବଞ୍ଚିଯିବେ ।ମହିଳାମାନେ ବନ୍ଧୁବାନ୍ଧବଙ୍କନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ ।ପରିବାରରେ ମହତ୍ୱପୂର୍ଣ୍ଣକାର୍ଯ୍ୟକରି ପ୍ରଶଂସିତହେବେ ।
କନ୍ୟା-ପରିବହନ ବ୍ୟବସାୟିକସ୍ଥିତି ସୁଦୃଢହେବ ।ପରିବାରର ସାହାଯ୍ୟରେ ଉପକୃତହେବେ ।ରାଜନୀତିରେ ଈର୍ଷାପରାୟଣବ୍ୟକ୍ତିମାନେ ପ୍ରତିବନ୍ଧକ ସୃଷ୍ଟିକଲେମଧ୍ୟ ପ୍ରଶଂସାପାଇବେ ।ମହିଳାମାନଙ୍କର ବୁଦ୍ଧିମତା କାରଣରୁ ପ୍ରଚୁରଅର୍ଥ ଲାଭହେବ ଓ ପରିସ୍ଥିତିରେ ଉନ୍ନତିଘଟିବ ।ପ୍ରତ୍ୟେକକ୍ଷେତ୍ରରେ ଧୈର୍ଯ୍ୟ ନହରାଇ କାର୍ଯ୍ୟକଲେ ଭଲହେବ ।ସାବଧାନତା ଅବଲମ୍ବନ ନକଲେ ଧନହାନି ହେବ ।ସ୍ୱାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ଭୁଲବୁଝାମଣା ସୃଷ୍ଟି ନହେଲାଭଳି କାମକଲେ ଭଲହେବ ।ଛାତ୍ରଛାତ୍ରୀମାନେ ଧାର୍ମିକକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକକାମରେ ଭ୍ରମଣପ୍ରିୟ ହେବେ ।
ତୁଳା-ବିଦ୍ୟୁତ୍ ଯନ୍ତ୍ରଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲକ୍ଷେତ୍ରରେ କର୍ମରତବ୍ୟକ୍ତିମାନଙ୍କର ଆକସ୍ମିକଧନ ପ୍ରାପ୍ତିହେବ ।ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତହେବେ ।ରାଜନୈତିକକ୍ଷେତ୍ରରେ ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତହେବେ ।ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ଯୋଗେଲାଭ ପାଇବେ ।ସାମାଜିକ କାର୍ଯ୍ୟରେ ଭାଗନେବେ ।ପିତାଙ୍କସ୍ୱାସ୍ଥ୍ୟରେ ପରିବର୍ତ୍ତନନେଇ ଖୁସିହେବେ ।ପରିବାରର ସମସ୍ତସଦସ୍ୟଙ୍କର ସହଯୋଗପାଇବେ ।ମାନସିକଦୁଶ୍ଚିନ୍ତା ଦୂରହେବ ।ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟ ପାଇବେ । ରାଜନୀତିକ୍ଷେତ୍ରରେ ଯଶମାନ ବୃଦ୍ଧିହେବ

ବିଛା-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନମିଳିବ ।ବ୍ୟବସାୟରେ ସାହାଯ୍ୟସହଯୋଗ ମିଳିବ । ଶିକ୍ଷା ଓ ପ୍ରତିଦ୍ୱନ୍ଦିତାକ୍ଷେତ୍ରରେ ବିଜୟୀହେବେ ।ପାରିବାରିକସମସ୍ୟା ସତ୍ତ୍ୱେ ଶାନ୍ତିବିରାଜମାନ କରିବ ।ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାରେ ବିଜୟୀହେବେ ।ଦାମ୍ପତ୍ୟଜୀବନ ସୁଖମୟହେବ ।କାର୍ଯ୍ୟରେ ପରିଶ୍ରମଦ୍ୱାରା ଲାଭ ପାଇବେ ।ପ୍ରସିଦ୍ଧବ୍ୟକ୍ତିମାନଙ୍କ ସହ ସମ୍ପର୍କସ୍ଥାପନ ହେବ ।ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ସଂପତ୍ତିକ୍ରୟ ଓ ବିକ୍ରୟଦ୍ୱାରା ପ୍ରଚୁରଲାଭ ପାଇବେ ।ମହତ୍ୱପୂର୍ଣ୍ଣକାର୍ଯ୍ୟ ସମ୍ପୂର୍ଣ୍ଣହୋଇଯିବ ।ନୂଆ ନିଯୁକ୍ତିର ସମ୍ଭାବନା ଅଛି । ବିଦ୍ୟା ଓ ଖେଳରେ ଉନ୍ନତି ହେବ ।
ଧନୁ-ବ୍ୟବସାୟୀମାନଙ୍କର ବହୁତଦିନର ବାକିପଡିଥିବାଅର୍ଥ ପାଇବେ ଓ ଆୟରମାର୍ଗ ପ୍ରଶସ୍ତହେବ । ରାଜନୀତି ରେ ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳହେବ ଓ ବନ୍ଧୁମିତ୍ର, ଭାଇଭଳି ବ୍ୟକ୍ତିମାନେ ସହଯୋଗକରିବେ ।ଖେଳରେ ଓ ବିଦ୍ୟାରେଉନ୍ନତି ହେବ ଏବଂ ଦୂରଯାତ୍ରାରେ ସୁଖମିଳିବାସହ ଲାଭବାନ୍ ହେବେ ।ପରିବାରରେ ଆନନ୍ଦ ଲହରୀ ଖେଳିଯିବ । ଯାନବାହାନ କ୍ରୟ ଓ ବିକ୍ରୟକରିବେ ।ବାଦବିବାଦ ମାଲିମୋକଦ୍ଦମା ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ ।ମହିଳାମାନେ ସମସ୍ୟାସମାଧାନ କରି ଶାନ୍ତିପାଇବେ ।ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକକାର୍ଯ୍ୟରେ ସଫଳ ହେବେ ।
ମକର-ବ୍ୟବସାୟ ବାଣିଜ୍ୟମାମଲାରେ ଦୂରସ୍ଥାନଯିବାକୁ ପଡିବ ଓ ଲାଭହେବ ।ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କହୋଇ ଚଳପ୍ରଚଳହେବା ଅତ୍ୟନ୍ତଜରୁରୀ ।ଶତୃମାନେ କ୍ଷତିକରିବାକୁ ଚେଷ୍ଟାକରି ଅପଦସ୍ତ ହେବେ ।ରାଜନୀତିକ୍ଷେତ୍ରରେ ମାନସିକଦୁଶ୍ଚିନ୍ତା ଦୂରହୋଇ ଯଶମାନବୃଦ୍ଧିହେବ ।ସମୟକୁ ହାତଛଡ଼ା ନକରିବା ଉଚିତ୍ ।ସନ୍ତାନମାନଙ୍କର ଉନ୍ନତି, ସମସ୍ତକାର୍ଯ୍ୟରେ ଶୁଭଫଳପ୍ରାପ୍ତି ହେବ ।ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟପାଇବେ ।ଋଣ ଭରଣାରେ କଷ୍ଟହେବ ।ରାଜନୀତିକ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ ।ପରୀକ୍ଷାପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚପ୍ରଶଂସିତ ହେବେ ।
କୁମ୍ଭ-ଉତ୍ସାହଉଲ୍ଲାସରେ ସମୟଅତିବାହିତ କରିବେ ।କର୍ମକ୍ଷେତ୍ରରେ ନିଜେ କଠିନପରିଶ୍ରମକରି ପତିଆରା ରକ୍ଷା କରିବେ ।ଉପରିସ୍ଥଅଧିକାରୀଙ୍କ କୃପାଦୃଷ୍ଟିରେ ରହିପାରିବେ ।ନିମ୍ନବର୍ଗର ସହକର୍ମୀ କେହିଉଦ୍ଦେଶ୍ୟ ପ୍ରଣୋଦିତ ହାନି ପହଞ୍ଚାଇବାରଉଦ୍ୟମ କରି ଅପଦସ୍ତହେବେ ।ପରିବାରରେଚେଷ୍ଟା ସାର୍ଥକହେବ ଓ ସୁଖଶାନ୍ତି ଫେରି ଆସିବ ।ରାଜନୈତିକକ୍ଷେତ୍ରର ସାବଧାନତାପୂର୍ବକ ପାଦବଢେଇବା ବୁଦ୍ଧିମତାପୂର୍ଣ୍ଣହେବ ।ଆର୍ଥିକ ପରିସ୍ଥିତି ଉତ୍ତମଥିଲେ ମଧ୍ୟ ବସନଭୂଷଣରେ କିଛିବ୍ୟୟ ଘଟିବ ।ମହିଳାମାନଙ୍କରକାର୍ଯ୍ୟ ସହଜସରଳରେ ସମାଧାନ ହେବ ଓ ପ୍ରସିଦ୍ଧବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନହେବ ।
ମୀନ-କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ଆଶ୍ୱସ୍ତିସୂଚକ କଥାଶୁଣି ମନ ଖୁସିରହିବ । ମହିଳାମାନେ ସମ୍ପର୍କୀୟମାନଙ୍କ ଦ୍ୱାରା ସୁବିଧାପାଇବେ ।ରାଜନୀତିରେ ପ୍ରଶଂସା, ବିଦ୍ୟାକ୍ଷେତ୍ରରେ ସଫଳ, କୃଷିଦ୍ରବ୍ୟ ବାଣିଜ୍ୟରେ ଲାଭ । ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ଖେଳ ଓ ବିଦ୍ୟାରେ ସଫଳତା ମିଳିବ । ଅଟକିଥିବା ଧନପ୍ରାପ୍ତି ହେବ । ବ୍ୟବସାୟ,ବାଣିଜ୍ୟରେ ଲାଭପାଇବେ । ପାରିବାରିକଶୃଙ୍ଖଳା ରକ୍ଷାକରିବା ସହ ଆର୍ଥିକସ୍ଥିତି ପ୍ରାୟତଃ ଭଲ ରହିବ ।ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ଆଜି ଜାଣିବା  ଦ୍ବାଦଶଜ୍ୟୋତିର୍ଲିଙ୍ଗ ବିଷୟରେ-
ସୌରାଷ୍ଟ୍ରେ,ସୋମନାଥଂ ଚ ଶ୍ରୀଶୈଲେ ମଲ୍ଲିକାର୍ଜ୍ଜୁନମ,ଉଜ୍ଜୟିନ୍ୟାଂ ମହାକାଳମ, ଓଂକାରମ୍ ଅମଲେଶ୍ୱରମ୍ -୧
ପରଲ୍ୟା ବୈଦ୍ୟନାଥଂ ଚ ,ଡାକିନ୍ୟାଂ ଭିମଶଙ୍କରମ୍, ସେତୁବନେ୍ଧ ତୁ ରାମେଶ. ନାଗେଶõ ଦାରୁକବନେ -୨
ବାରଣସ୍ୟାଂ ତୁ ବିଶ୍ୱେଶଂ, ତ୍ର୍ୟମ୍ବକଂ ଗୈାତମିତଟେ, ହିମାଳୟେ ତୁ କେଦାରଂ.ଘୃଣେଶଂ ଚ ଶିବାଳୟେ -୩
“ଓଁ ନମ ଶିବାୟଃ”ମହାକାଳଙ୍କର ଅତିପ୍ରିୟ ଏହିପଂଚାକ୍ଷର ମନ୍ତ୍ରକୁ ଉଚ୍ଚାରଣ କଲେ ଦେହରେ କିପରି ଶିହରଣ ସୃଷ୍ଟିହୁଏ, ତାହା ଯେକୈାଣସିବ୍ୟକ୍ତି ଅନୁଭବକରିପାରିବ ।ଆମସଂସ୍କୃତିରେ ଶିବହେଉଛନ୍ତି ଆଦ୍ୟଦେବତା । ଆର୍ଯ୍ୟମାନେ ଆସିବାପୁର୍ବରୁ ମହେଞ୍ଜୋଦାରୋ, ସିନ୍ଧୁସଭ୍ୟତାର ଦ୍ରାବିଦମାନେ ପଶୁପତିରୁପେ ତାଙ୍କ ପୁଜା କରୁଥିଲେ ।ଶିବହେଉଛନ୍ତି କାଳାତିତ,ମହାକାଳ,ଭୟଉଦ୍ରେକକାରି ଭୈରବ,ଯାହାଙ୍କର ତୃତୀୟନୟନରେ ରହିଛି ବିଶ୍ୱଧ୍ୱଂସକାରୀ ଅଗ୍ନିଶିଖା ।ସଂସାରର ସମସ୍ତ ବିଭବ ତାଙ୍କର ଅଧିନହେଲେ ମଧ୍ୟ ସେ ସର୍ବସ୍ୱ ତ୍ୟାଗକରି ମହାଶଶ୍ମାନରେ ନିଜର ବାସ ବାଛିନେଇଛନ୍ତି ।ରତ୍ନଆଭୂଷଣ ତ୍ୟାଗକରି ଭସ୍ମକୁ ଲେପନ କରିଛନ୍ତି,ସୂକ୍ଷ୍ମବସ୍ତ୍ରବଦଳରେ ବ୍ୟାଘ୍ରଚର୍ମରେ ଶରୀରଢାଙ୍କିଛନ୍ତି ।ବେକରେ ସର୍ପ ଓ ଅସ୍ଥିମାଳ, ଶିରରେ ଜଟା,ମସ୍ତକରେଚନ୍ଦ୍ରମା, ଗଙ୍ଗାଧାର,ସାଥୀରୁପେ ଭୁତପ୍ରେତ,ଏସବୁ ଆଚରଣମନକୁ ବିସ୍ମୟା ବିଭୁତକରିଦିଏ । ସେ ପ୍ରଳୟର ଦେବତା ।ତଥାପି ଭକ୍ତଙ୍କପାଇଁ ସେ ଅଭୟ ପ୍ରଦାନକାରୀ ମଙ୍ଗଳମୟ ଆଶୁତୋଷଶିବ ।ସଂସାରର ହଳାହଳକୁ ଗ୍ରହଣକରି ସେ ନିଳକଣ୍ଠ ।ଗୌରୀଙ୍କସାଙ୍ଗରେ କୈଳାସଗିରିରେ ସେ ସାଧାରଣ ସଂସାରିଟଏ ଶଙ୍କର ।ଶିବଙ୍କନୃତ୍ୟକୁ ତାଣ୍ଡବକୁହାଯାଏ ।ଶିବ ରୁଦ୍ରରୁପ ଧାରଣକରି ଡମ୍ବରୁ ଧ୍ୱନିକରି ନୃତ୍ୟକରିଥାଆନ୍ତି ।ସେନୃତ୍ୟହେଲେ ପ୍ରକୃତି ବିକ୍ଷୁବ୍ଧହୋଇ ସାରାସଂସାରରେ ଆତଙ୍କ ଖେଳିଯାଏ ।ଶିବତାଣ୍ଡବସ୍ତୋତ୍ର କଥିତଅଛି ସ୍ୱୟଂଲଙ୍କାଧିପତିରାବଣ ରଚନାକରିଥିଲା ।
ଥରେ ରାବଣ ତାର ପୁଷ୍କକବିମାନରେ ଆକାଶମାର୍ଗରେ ଉଡିଗଲାବେଳେ କୈଳାସ ପର୍ବତରେ ହରପାର୍ବତୀ ବସିବାରଦେଖିଲା ।ତାର ହଠାତ ଏକ ଅଦ୍ଭୁତ ଖିଆଲହେଲା କୈଳାସପର୍ବତକୁ ଉପାଡିସେ ଲଙ୍କାକୁନେଇଯିବ ଓ ସେଠାରେତାର ଆରାଧ୍ୟଦେବତା ହର-ପାର୍ବତୀଙ୍କୁ ଘରେରଖି ପୂଜାକରିପାରିବ ।ଏହା ସ୍ଥିରକରି ସେ ପୁଷ୍କକବିମାନରୁ ଓହ୍ଲାଇ କୈଳାସପର୍ବତକୁ Iପାଡିବାକୁ ଚେଷ୍ଟାକଲା ।ପର୍ବତଥରି ଏଠିଲା ତାର ଆକର୍ଷଣରେ । ଭୟଭୀତ ପାର୍ବତ ଶିବଙ୍କୁଜାବୁଡି ଧରିଲେ ।ଶିବ ଧ୍ୟାନରେ ସବୁ ଜାଣିପାରିଲେ । ନିଜର ବାମପାଦର ବୃଦ୍ଧା ଙ୍ଗୁଳିକୁ ସାମାନ୍ୟଚାପିଦେଲେ । ଏତିକିରେ ରାବଣରହାତ ପାହାଡତଳେ ଚାପିହୋଇଗଲା ।ତାରଯନ୍ତ୍ରଣାପୁର୍ଣ୍ଣ ରଡିରେ ବିଶ୍ୱକମ୍ପି ଉଠିଲା ।ସେବିକଳରେ କ୍ଷମାପାଇଁ ମହାଦେବଙ୍କୁ ପ୍ରାର୍ଥନାକଲା ।ମହାଦେବଙ୍କୁ ଖୁସି କରବା ପାଇଁ ଯେଉଁ ପ୍ରାର୍ଥନା ବୋଲିଥିଲା, ଶିବତାଣ୍ଡବ ଶ୍ଳୋକନାମରେ ପରେ ବିଶ୍ୱରେ ଖ୍ୟାତହେଲା ।ରାବଣର ପ୍ରାର୍ଥନାରେ ଶିବ ଖୁସିହୋଇ ରାବଣକୁ ପାହାଡ ଚାପରୁ ମୁକ୍ତକଲେ ଓ ଆର୍ଶିବାଦକଲେ ।ଭୟଙ୍କର ରାବ କରିଥିବାରୁ ତାନାମ ରାବଣଦେଲେ ଓ ଚନ୍ଦ୍ରହାସ ନାମରେ ଏକ ଖଡ୍ଗ ପ୍ରଦାନକଲେ ।ରାବଣ ଦେବାଧିଦେବ ଓ ମା ପାର୍ବତୀଙ୍କୁ ଭୂମିଷ୍ଠପ୍ରଣାମକରି ଲଙ୍କାକୁପ୍ରସ୍ଥାନହେଲା ।ସେହି ଅଗତିର ଗତି, ଅନାଥର ନାଥ, ଅକର୍ମାର କର୍ମଦାୟକ, ମୃତ୍ୟୁଞ୍ଜୟୀ. ତ୍ରିନେତ୍ରଧାରଣ କରିଥିବା ପଂଚାନନ, ଜଗତର କଲ୍ୟାଣକରନ୍ତୁ ସତ୍ୟସନ୍ଧାନ ପରିବାର ପକ୍ଷରୁ ଏତିକି ପ୍ରାର୍ଥନା ।
ଦ୍ୱାଦଶଜୋର୍ତିଲିଙ୍ଗ:-ସାରା ଭାରତରେ ବାରଟିଜ୍ୟୋତିର୍ଲିଙ୍ଗ ଅଛି ।
ସେଗୁଡିକହେଲା ହିମାଳୟରକେଦାରନାଥ, ଯାହା ସମୁଦ୍ରପତନରୁ ପ୍ରାୟ ୧୨୦୦୦ଫୁଟ ଉଚ୍ଚତାରେରହିଛି । କିମ୍ବଦନ୍ତୀକହେ, ଆଜିର ବଦ୍ରିନାଥଠାରେ କେଦାରେଶ୍ୱରଙ୍କର ଆଦିବାସସ୍ଥାନ ଥିଲା ।ବିଷ୍ଣୁ ମାୟାକରି ସେସ୍ଥାନ ଅଧିକାର କରିବାରୁ.ଶିବସେଠାରୁ ୧୪ମାଇfଦୂର ଆଜିର କେଦାରନାଥକୁ ଚାଲିଗଲେ । ଦ୍ୱିତୀୟକ୍ଷେତ୍ର ହେଉଛି ପୁରାଣପ୍ରସିଦ୍ଧ କାଶିର ବିଶ୍ୱନାଥ ।ଏଠାରେ ସେ ମାଅନ୍ନପୁର୍ଣ୍ଣାଙ୍କ ସହିତ ଅବସ୍ଥାନ କରୁଛନ୍ତି ।ତାଙ୍କର ମୂଳ ମନ୍ଦିରକୁ ଦିଲ୍ଲୀ ସମ୍ରାଟ ଆଉରଙ୍ଗଦେବ ଭାଙ୍ଗି ସେଠାରେ ଏକମସଜିଦ ତିଆରିକରାଇଥିଲେ ।ଜ୍ଞାନବାପୀ ମସଜିଦନାମରେ ତାହା ଏବେବିରହିଛି ।ପରେ ଇନେ୍ଦାରର ଶାସକରାଣୀ ଅହଲ୍ୟାବାଇ ହୋଲକାର ଅନ୍ୟଏକ ମନ୍ଦିରତିଆରି କରାଇ ସେଥିରେ ସ୍ୱର୍ଣ୍ଣଛାଉଣିକରିଥିଲେ । ତୃତୀୟ ଜ୍ୟୋତକ୍ଷେତ୍ର ହେଉଛି ସୈାରାଷ୍ଟ୍ରର ସୋମନାଥକ୍ଷେତ୍ର ।କିମ୍ବଦନ୍ତୀକହେ ଚନ୍ଦ୍ରଦେବ ନିଜଶ୍ୱଶୁର ଦକ୍ଷପ୍ରଜାପତିଙ୍କ ଅଭିଶାପରୁ ରକ୍ଷାପାଇଁ ଶିବଙ୍କୁ ତପସ୍ୟାକରି ଶାପଋୁ ମୁକ୍ତହୋଇଥିଲେ ।ତେଣୁ ଶିବସେଠାରେ ସୋମନାଥରୂପେ ପୂଜା ପାଉଛନ୍ତି । ଖୋରସାନ ଦେଶର ସୁଲତାନମାମୁଦ ଦିର୍ଘପଥ ଅତିକ୍ରମକରି ସୈନ୍ୟସହ ଏହିମନ୍ଦିର ଆକ୍ରମଣକରି ଏହାକୁଧ୍ୱଂସ କରିଦେଇଥିଲେ ।ପରବର୍ତି ସମୟରେ ଆମର ପ୍ରଥମଗୃହମନ୍ତ୍ରୀ ସର୍ଦାରପଟେଲଙ୍କ ଚେଷ୍ଟାରେ ଏକ ନୂତନମନ୍ଦିରଏହି ପ୍ରଭାସକ୍ଷେତ୍ରରେ ନିର୍ମିତ ହୋଇଯାଇଛି।
ଚତୁର୍ଥକ୍ଷେତ୍ରହେଉଛି ମହାରାଷ୍ଟ୍ରର ନାସିକ ନିକଟବର୍ତି ଗୌତମୀକ୍ଷେତ୍ର ।ଏଠାରେ ଶିବତ୍ରୟମ୍ବକଶ୍ୱର ରୁପେ ପୂଜାପାଉଛନ୍ତି ।ଅଳ୍ପଦୁରରେ ପୂଣ୍ୟତୋୟା ଗୋଦାବରୀନଦୀ, ଏଠାରେଥିବା ବ୍ରହ୍ମପର୍ବତରୁ ଉପ୍ତତିହୋଇଅଛି ଓ ବାର ବର୍ଷରେଥରେ ଏଠାରେ କୁମ୍ଭମେଳା ଅନୁଷ୍ଠିତ ହୋଇଥାଏ ।

 

Comments (0)
Add Comment