ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୨୨ତାରିଖ ଶୁକ୍ରବାର। ସୁର୍ଯ୍ୟୋଦୟ- ଘ୬/୨୧/୨ ,ସୂର୍ଯ୍ୟାସ୍ତ- ଘ୫/୯/୧୪ ,ମାର୍ଗଶିରମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଦଶମୀ ଦିବାଘ୮/୩୦ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଦିବା ଘ୮/୩୦ମି ପରେ ଆଗ୍ନେୟ କୋଣରେ। ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି, ଦିବା ଘ୮/୩୦ମି ପରେ ରାତ୍ରି ଘ୭/୫୨ମିମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ମେଷ ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ଦିବା ଘ୮/୩୦ମି ପରେ ଶିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-(କାଳ ଓ ବାରବେଳା) ଦିବା ଘ୯/୫ମି ରୁ ଘ୧୧/୪୭ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୮/୩୦ମି ରୁ ଘ୧୦/୯ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ସୂର୍ଯ୍ୟୋଦୟରୁ ଦିବା ଘ୭/୧୧ମି ମଧ୍ୟେ, ଘ୭/୫୯ମି ରୁ ଘ୧୦/୧୧ମି ମଧ୍ୟେ, ସନ୍ଧ୍ୟା ଘ୫/୫୯ମି ରୁ ରାତ୍ରି ଘ୯/୧୧ମି ମଧ୍ୟେ, ଘ୧୧/୩୫ମି ରୁ ଘ୨/୪୭ମି ମଧ୍ୟେ, ଘ୩/୩୫ମି ରୁ ନିଶାନ୍ତ ଘ୫/୧୧ମି ପର୍ଯ୍ୟନ୍ତ।(ମାହେନ୍ଦ୍ରବେଳା-ନାହିଁ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୧୦/୨୩ମିପରେ ଦଶମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ବେଶ୍ୟା। ଘୃତପୂର୍ଣ୍ଣକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ । ଦିବା ଘ୮/୩୦ମି ଗତେ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ ଶାନ୍ତି କରଣୀୟ। ଶୁଭକର୍ମ- ଅଦ୍ୟ ୧ ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ନାମକରଣ, ନିଷ୍କ୍ରାମଣ, ନୌକାଗଠନ, ଚାଳନ ଓ ଯାତ୍ରା, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ନବବସ୍ତ୍ର ପରିଧାନ, ଔଷଧକରଣ ଓ ସେବନ, ବାଣିଜ୍ୟକରଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ରାଜଦର୍ଶନ, ହଳପ୍ରବାହ, ବୀଜବପନ ।
ମେଷ-ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଆପଣଙ୍କ ପ୍ରଭାବ ଲୋକମାନଙ୍କ ଉପରେ ପଡିବ । କୌଣସି ନୂଆ କମ୍ପାନୀରେ ଚାକିରିର ପ୍ରସ୍ତାବ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ
ବୃଷ-ଆଜି ଆପଣ ସମସ୍ତ କାମରେ ସଫଳ ହେବେ । ସମସ୍ତ ବିଷୟ ପ୍ରତି ଆପଣଙ୍କ ଭାବନା ସକାରାତ୍ମକ ରଖନ୍ତୁ । ରାଜନୀତିରେ ବିଭିନ୍ନ ନେତାଙ୍କ ସହିତ ମିଶିବାର ଅବସର ପାଇବେ । ବ୍ୟବସାୟ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ ।
ମିଥୁନ-ଆଜି ଆପଣଙ୍କ ଲାଗି ଉନ୍ନତି ଓ ଲାଭ ମିଳିବାର ଦିନଟିଏ । ନୂଆ ଯୋଜନାରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ । ସରକାରୀ ଚାକିରିଆଙ୍କୁ କୌଣସି ଉଚ୍ଚପଦ ମିଳିପାରେ । ନୂଆ ଗାଡି କିଣିବାର ଯୋଗ ରହିଛି । ମନ ପ୍ରଫୁଲ୍ଲ ରହିବ ।
କର୍କଟ- ଆଜି ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗି ରହିବ । ପ୍ରଭୁଙ୍କ ଆରାଧନାରେ ସାରା ଦିନ ବିତିବ । ମନକୁ ଶାନ୍ତି ମିଳିବ । ଅନେକ ଦିନରୁ ମନରେ ଉପୁଜିଥିବା ପ୍ରଶ୍ନର ସମାଧାନ ମିଳିବ । ବ୍ୟବସାୟରେ ଆମଦାନୀର ନୂଆ ରାସ୍ତା ମିଳିବ । ପରିବାର ସମ୍ବନ୍ଧରେ କୌଣସି କାମ ପୂରା ହୋଇଯିବ ।
ସିଂହ-ଆଜି ଅନେକକିଛି ନୂଆକାର୍ଯ୍ୟ କରିବେ ।ବ୍ୟବସାୟରେ ନୂଆନିବେଶର ସମ୍ଭାବନାରହିଛି । ସରକାରୀ ଚାକିରିଆ ଅଶାନ୍ତିରେ ରହିପାରନ୍ତି । ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି ।ଅଚାନକ ଖୁସିଖବର ମିଳିବା ଫଳରେ ପରିବାରରେ ଆନନ୍ଦରବାତାବରଣ ଖେଳିଯିବ ।ବିଦ୍ୟାର୍ଥୀ ଆଜି ଅଧ୍ୟୟନରେ ଧ୍ୟାନ ଦେବେ
କନ୍ୟା-ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ସଂପର୍କ ମଜଭୁତ ହେବ। ଭାଇ-ଭଉଣୀଙ୍କ ସହ ଖୁସିମଜାରେ ଦିନ କାଟିବେ। ଶତ୍ରୁ ଦବି ରହିବେ।
ତୁଳା- ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ସବୁ କଥାରେ ଦ୍ୱନ୍ଦ୍ୱରେ ରହିବେ, ନିଷ୍ପତ୍ତି ନେଇ ପାରିବେ ନାହିଁ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା- ଦିନଟି ଆମୋଦ-ପ୍ରମୋଦରେ କଟିବ। ମନ ପ୍ରସନ୍ନ ରହିବ। ପ୍ରିୟଜନଙ୍କ ସହିତ ଭେଟ ହେବ। ପୁରୁଣା ବନ୍ଧୁଙ୍କ ଦ୍ୱାରା ଲାଭବାନ ହେବେ।
ଧନୁ-ଦିନଟି କଷ୍ଟ ଦେଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ଯଥାସମ୍ଭବ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
ମକର-ଆପଣଙ୍କ ପାଇଁ ଦିନଟି ଖୁବ୍ ଭଲ ଅଛି। କିଛି ଶୁଭ ଖବର ପାଇ ପାରନ୍ତି। କୌଣସି ଦାମୀ ଜିନିଷ କିଣିବା ପାଇଁ ଆଜି ଦିନଟି ଭଲ ରହିଛି। ଗାଡ଼ି, ଘର ଓ ଜମି ଆଦି କିଣି ପାରିବେ। କୌଣସି କ୍ଷେତ୍ରରେ ଅର୍ଥନିବେଶ କରିଥିଲେ ତା’ର ସୁଫଳ ପାଇବେ।
କୁମ୍ଭ-ବଡ଼ ଲୋକଙ୍କ ଆଶୀର୍ବାଦ ମିଳିବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ କୃପାଦୃଷ୍ଟି ପଡ଼ିବ। ସବୁ କାମ ସହଜରେ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ନୂଆ ଯୋଜନା ପ୍ରସ୍ତୁତ କରିବେ।
ମୀନ-ଥକା ଲାଗିବ। କାମରେ ମନ ଲାଗିବ ନାହିଁ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। ଅଫିସ୍‌ରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment