ଆକ୍ରମଣାତ୍ମକ ମନୋଭାବ ଛାଡ଼-ରାଜନାଥ

ସଂକ୍ଷେପରେ ଆଜି ସକାଳର ଖବର , ୦୬/୦୯/୨୦ ରବିବାର
୧-ଭାରତୀୟ ସରକାରୀ ଚାକିରି କ୍ଷେତ୍ରରେ ପଦବୀ ପୂରଣ କରିବାରେ କୌଣସି କଟକଣା କିଂବା ନିଷେଧାଜ୍ଞା ନାହିଁ ବୋଲି ଶନିବାର ଦିନ ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି।
୨-ଆବେଦନକାରୀଙ୍କ ପାଇଁ ଖୁସି ଖବର, ଡିସେମ୍ବର ୧୫ରୁ ଆରମ୍ଭ ହେବ ରେଲ୍ଓ୍ବେ ପରୀକ୍ଷା।
୩–ସାଂସଦ ଅନୁଭବଙ୍କୁ ଅଦାଲତକୁ ଟାଣିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ, ନିର୍ଯାତନା ଅଭିଯୋଗ କରି ଭରଣ ପୋଷଣ ପାଇଁ କରିଛନ୍ତି କେସ୍।
୪-ଗଞ୍ଜାମରୁ ଶ୍ରମିକ ନେଇ ସୁରତ ଯାଉଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୮ ଶ୍ରମିକ ମୃତ ; ବେଲଗୁଣ୍ଠା ବ୍ଲକ୍ ରୁ ଦୁଇ ଶ୍ରମିକ ମୃତ ।
୫-ଓଡ଼ିଶାରେ ବ୍ୟବସାୟ କରିବା ସହଜ ନୁହେଁ କି ? ଇଜ୍ ଅଫ ଡୁଇଙ୍ଗ୍ ବିଜନେସ୍ ତାଲିକାରେ ୨୯ ତମ ସ୍ଥାନକୁ ଖସିଲା ରାଜ୍ୟ ।
୬-ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ। ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି।
୭-ଭୋଡାଫୋନ ଆଇଡିଆଙ୍କ ନିଷ୍ପତ୍ତି, କ୍ଷତିଭରଣା ଲାଗି ୨୫ ହଜାର କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବ କମ୍ପାନୀ।
୮-ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ : ଯୁକ୍ତ ୨ କଳା ପରୀକ୍ଷାରେ ସମୁଦାୟ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌
୯-ଓପିଜିସି ବନହରପାଲିସ୍ଥିତ ଇବ୍‌ଥର୍ମାଲ ତୃତୀୟ ୟୁନିଟ୍ର ହପର୍ ଶନିବାର ରାତି ୯ ଟାରେ ଭୁଶୁଡ଼ି ପଡ଼ିବାରୁ ସେଠାରେ କରୁଥିବା ୪ ଜଣ ଆହତ ହୋଇଛନ୍ତି।
୧୦-ରବିବାର ଦିନ ପ୍ରକାଶ ପାଇବ ଆଇପିଏଲ୍ ୨୦୨୦ ସମୟସୂଚୀ: ଅଧ୍ୟକ୍ଷ ବ୍ରଜେଶ ପଟେଲ୍।
୧୧-ଋଷ ଟୀକା ପୁଣି ବଢାଇଲା ଆଶା, ହ୍ୟୁମାନ ଟ୍ରାଏଲରେ ମିଳିଲା ପଜିଟିଭ୍ ରେଜଲ୍ଟ।
୧୨-ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାଜନାଥଙ୍କ ପରାମର୍ଶ : ଆକ୍ରମଣାତ୍ମକ ମନୋଭାବ ଛାଡ଼।
୧୩-କରୋନା ସଂକ୍ରମଣ ରୋକିବା ଲାଗି ସେପ୍ଟେମ୍ବର ୭, ୧୧ ଓ ୧୨ ତାରିଖରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେଉଥିବାରୁ ୫ଟି ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି।
Comments (0)
Add Comment