ଆକ୍ରମଣାତ୍ମକ ମନୋଭାବ ଛାଡ଼-ରାଜନାଥ ଓଡ଼ିଶାଜିଲ୍ଲାମହାନଗର By SATYA SANDHANA DESK On Sep 6, 2020 0 300 Share ସଂକ୍ଷେପରେ ଆଜି ସକାଳର ଖବର , ୦୬/୦୯/୨୦ ରବିବାର ୧-ଭାରତୀୟ ସରକାରୀ ଚାକିରି କ୍ଷେତ୍ରରେ ପଦବୀ ପୂରଣ କରିବାରେ କୌଣସି କଟକଣା କିଂବା ନିଷେଧାଜ୍ଞା ନାହିଁ ବୋଲି ଶନିବାର ଦିନ ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ୨-ଆବେଦନକାରୀଙ୍କ ପାଇଁ ଖୁସି ଖବର, ଡିସେମ୍ବର ୧୫ରୁ ଆରମ୍ଭ ହେବ ରେଲ୍ଓ୍ବେ ପରୀକ୍ଷା। ୩–ସାଂସଦ ଅନୁଭବଙ୍କୁ ଅଦାଲତକୁ ଟାଣିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ, ନିର୍ଯାତନା ଅଭିଯୋଗ କରି ଭରଣ ପୋଷଣ ପାଇଁ କରିଛନ୍ତି କେସ୍। ୪-ଗଞ୍ଜାମରୁ ଶ୍ରମିକ ନେଇ ସୁରତ ଯାଉଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୮ ଶ୍ରମିକ ମୃତ ; ବେଲଗୁଣ୍ଠା ବ୍ଲକ୍ ରୁ ଦୁଇ ଶ୍ରମିକ ମୃତ । ୫-ଓଡ଼ିଶାରେ ବ୍ୟବସାୟ କରିବା ସହଜ ନୁହେଁ କି ? ଇଜ୍ ଅଫ ଡୁଇଙ୍ଗ୍ ବିଜନେସ୍ ତାଲିକାରେ ୨୯ ତମ ସ୍ଥାନକୁ ଖସିଲା ରାଜ୍ୟ । ୬-ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ। ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି। ୭-ଭୋଡାଫୋନ ଆଇଡିଆଙ୍କ ନିଷ୍ପତ୍ତି, କ୍ଷତିଭରଣା ଲାଗି ୨୫ ହଜାର କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବ କମ୍ପାନୀ। ୮-ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ : ଯୁକ୍ତ ୨ କଳା ପରୀକ୍ଷାରେ ସମୁଦାୟ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ୯-ଓପିଜିସି ବନହରପାଲିସ୍ଥିତ ଇବ୍ଥର୍ମାଲ ତୃତୀୟ ୟୁନିଟ୍ର ହପର୍ ଶନିବାର ରାତି ୯ ଟାରେ ଭୁଶୁଡ଼ି ପଡ଼ିବାରୁ ସେଠାରେ କରୁଥିବା ୪ ଜଣ ଆହତ ହୋଇଛନ୍ତି। ୧୦-ରବିବାର ଦିନ ପ୍ରକାଶ ପାଇବ ଆଇପିଏଲ୍ ୨୦୨୦ ସମୟସୂଚୀ: ଅଧ୍ୟକ୍ଷ ବ୍ରଜେଶ ପଟେଲ୍। ୧୧-ଋଷ ଟୀକା ପୁଣି ବଢାଇଲା ଆଶା, ହ୍ୟୁମାନ ଟ୍ରାଏଲରେ ମିଳିଲା ପଜିଟିଭ୍ ରେଜଲ୍ଟ। ୧୨-ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାଜନାଥଙ୍କ ପରାମର୍ଶ : ଆକ୍ରମଣାତ୍ମକ ମନୋଭାବ ଛାଡ଼। ୧୩-କରୋନା ସଂକ୍ରମଣ ରୋକିବା ଲାଗି ସେପ୍ଟେମ୍ବର ୭, ୧୧ ଓ ୧୨ ତାରିଖରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍ଡାଉନ ହେଉଥିବାରୁ ୫ଟି ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। 0 300 Share