ମେଣ୍ଢାଶାଳ,୨୬ା୭(ଏସଏସନିଉଜ)ଚନ୍ଦକା-ପିତାପଲ୍ଲୀରାସ୍ତାର ମେଣ୍ଢାଶାଳବଜାରପୁର୍ବରୁ ପଂଚବଟିହୋଟେଲଠାରେ ଶୁକ୍ରବାରଦ୍ୱହିପହର ସମୟରେ ଏକ ମିନିଟ୍ରକ ଭାରସମ୍ୟହରାଇ ରାସ୍ତାଉପରେ ଓଲଟିପଡିଛି ।ଯାହାଫଳରେ ଜଣେଶ୍ରମିକର ମୃତ୍ୟୁଘଟିଥିବାବେଳେ ଚାଳକ ସହ ୩ଜଣଶ୍ରମିକ ଗୁରୁତରଆହତ ହୋଇଛନ୍ତି ।ଚାଳକର ଅବସ୍ଥା ଗୁରୁତରହେଉଥିବାରୁ ତାଙ୍କୁ ଚିକିସ୍ାପାଇଁ ରାଜଧାନୀ ଚିକିସ୍ାଳୟକୁ ସ୍ଥାନାନ୍ତର କରାଯାଇଛି ।
ପ୍ରକାସ ଯେ,ଶୁକ୍ରବାର ଦ୍ୱିହିପହର ସମୟରେ ଗୋଠପାଟଣାଗ୍ରାମରୁ ଓଡି୦୨-ସିଏଚ୍-୧୬୬୫ନଂ ମିନିଟ୍ରକଟି ଇଟାନେଇ ଛତାବର ଆସୁଥିଲା ।ଦ୍ରୁତଗତିରେଆସୁଥିବାରୁ ମିନିଟ୍ରକର ଡାହଣପଟ ପଛଚକ ଫାଟିଯିବାରୁ ଭାରସମ୍ୟହରାଇ ରାସ୍ତା ଉପରେ ଓଲଟିପଡିଥିଲା ।ସେହିସମୟରେ ଇଟା ଉପରେ ବସିଥିବା ବାପିନାୟକନାମକ ଶ୍ରମିକ ଡେଇଁପଡିବାରୁ ଗାଡିତଳେଚାପିହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଇଟାଉପରେ ବସିଥିବା ମୟୁରଭଞର ଅନ୍ୟ୩ଜଣଶ୍ରମିକ ଛିଟିକିହୋଇ ରାସ୍ତାଉପରେ ପଡିଥିଲେ ।ଗାଡିଟିରାସ୍ତାଉପରେ ଓଲଟିପଡିବାରୁ ବୋଝେଇହୋଇଥିବା ଇଟା ରାସ୍ତା ଉପରେ ବିଛାଡିହୋଇପଡିଥିଲା ।ଖବରପାଇ ମେଣ୍ଢାଶାଳ ଫାଣ୍ଡିପୋଲିସ ପହଁଚି ପିସିଆର ଯୋଗେଆହତମାନଙ୍କୁ ଚିକିସ୍ାପାଇଁ ମେଣ୍ଢାଶାଳ ସ୍ୱାସ୍ଥକେନ୍ଦ୍ରକୁ ନେଇଥିଲେ । ଟାଙ୍ଗିଥାନା ଅଧିନସ୍ଥ କୁହୁଡିଅଂଚଳର ଅନିଲନାୟକନାମକ ଚାଳକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାସହ ଅଂଟାରେ ଶକ୍ତଆଘାତ ଲାଗିଥିବାରୁ ଚିକିସ୍ାପାଇଁ ତାଙ୍କୁ ରାଜଧାନୀ ଚିକିସ୍ାଳୟକୁ ସ୍ଥାନାନ୍ତର କରାଯାଇଥିଲା ।ପୋଲିସ ଦର୍ଘଟଣାଗ୍ରସ୍ଥ ଗାଡିକୁ ଜବତକରିବାସହ ମୃତଶରୀରକୁ ଜବତକରି ବ୍ୟବଛେଦପାଇଁ ପଠାଇଥିଲା ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)
Prev Post
Next Post
