ଆଜିର ରାଶିଫଳ

ଜାଣନ୍ତୁ କେଉଁଶୈଳୀରେଶୋଇବା ସ୍ୱାସ୍ଥ୍ୟପାଇଁ ହିତକାରକ

୨୦୨୪ ମସିହା ଜୁଲାଇ ମାସ ୨୭ ତାରିଖ ଶନିବାର।ହାଇକୋର୍ଟ ପ୍ରତିଷ୍ଠା ଦିବସ।ସୁର୍ଯ୍ୟୋଦୟ- ଘ୫/୨୪/୨୧ ,ସୂର୍ଯ୍ୟାସ୍ତ- ଘ୬/୨୧/୪୫.ଶ୍ରାବଣମାସ,କୃଷ୍ଣ ପକ୍.ଶୌରିବାସ,ତିଥି- ସପ୍ତମୀ ରାତ୍ରି ଘ୯/୩୩ମିପର୍ଯ୍ୟନ୍ତ ତଦନ୍ତେଅଷ୍ଟମୀ.ନକ୍ଷତ୍ର- ରେବତୀନକ୍ଷତ୍ର ଦିବା ଘ୧/୫୦ମିପର୍ଯ୍ୟନ୍ତ ତଦନ୍ତେ ଅଶ୍ବିନୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ରାତ୍ରି ଘ୯/୩୩ମିପରେ ଐଶାନ୍ୟକୋଣରେ।ଶନିବାର,ଅଗନ୍ତବ୍ୟତିଥି ଓ ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଏବଂ ଦିବା ଘ୧/୫୦ମିପରେ ବୃଷ,ମିଥୁନ,କର୍କଟ,ତୁଳା,ବିଛା, ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ଧନୁରାଶିର ଏବଂ ଦିବା ଘ୧/୫୦ମିପରେ ମେଷରାଶିର ଘାତଚନ୍ଦ୍ର।ଘାତବାର–ବୃଷ,ସିଂହ ଓ କନ୍ୟା ରାଶିର ଘାତବାର।ତାରାଶୁଦ୍ଧି- ୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ଦିବାଘ୧/୫୦ମି ପରେ ୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହିନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ ଏବଂ ରାତ୍ରି ଘ୯/୩୩ମିପରେ ନଡ଼ିଆଭକ୍ଷଣ ନିଷେଧ।ଅଶୁଭବେଳା—କାଳବେଳା ପ୍ରାତଃ ଘ୫/୨୪ମି ରୁ ଘ୭/୨ମି ମଧ୍ୟେ, ଦିବା ଘ୪/୪୪ମି ରୁ ଘ୬/୨୨ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧/୩୦ମି ରୁ ଘ୩/୭ମି ପର୍ଯ୍ୟନ୍ତ।(କାଳରାତ୍ରି) ସୂର୍ଯ୍ୟାସ୍ତ ଘ୬/୨୨ମି ରୁ ଘ୭/୪୪ମି ମଧ୍ୟେ, ରାତ୍ରି ଘ୪/୨ମି ରୁ ଘ୫/୨୫ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ଦିବା ଘ୯/୨୬ମି ରୁ ଘ୧୨/୩୮ମି ମଧ୍ୟେ, ରାତ୍ରି ଘ୮/୪୪ମି ରୁ ଘ୧୧/୮ମି ମଧ୍ୟେ, ଘ୧୨/୪୪ମି ରୁ ଘ୨/୨୦ମି ମଧ୍ୟେ, ଘ୩/୮ମି ରୁ ଘ୪/୪୪ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ।ଭୂମି ଓ ଅନ୍ନବସ୍ତ୍ର ଦାନ। ରାତ୍ରି ଘ୯/୩୩ମିପରେ ୧ପାଦ ବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ବେଶ୍ୟା।ଶାନ୍ତିକରଣୀୟ। ଶୁଭକର୍ମ- ନାହିଁ।
🐏ମେଷ-ଆଳସ୍ୟ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
🐮ବୃଷ-ଭ୍ରମଣାଦି ଶାନ୍ତିପୂର୍ଣ୍ଣ ହେବ। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖଭୋଗ ଲାଭ କରିବେ।
👩❤️👨ମିଥୁନ-ପ୍ରେମ ଘଟଣାରେ ସଫଳ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରଜ୍ଞ ହେବେ।
🦀କର୍କଟ-କୌଣସି କାର୍ଯ୍ୟକୁ ନେଇ ନିଜେ ନିଜକୁ ସଙ୍କୁଚିତ ମନେ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନାଗମ ହେବାର ସୂଚନା ମିଳୁଛି। ମିଷ୍ଟଭାଷୀ ହୋଇପାରନ୍ତି। ଚଞ୍ଚଳମନା, କୀର୍ତ୍ତିମାନ୍‌, ଅତି ସୁଖୀ ହେବେ।
🦁ସିଂହ-ବାଣିଜ୍ୟ-ବ୍ୟବସାୟରେ ଆୟ ବୃଦ୍ଧି ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ।
🙎♀️କନ୍ୟା-ବିପଦର ସୂଚନା ପାଇପାରନ୍ତି। କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ। ଅସୁବିଧାରୁ ଉଧୁରିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କଅଁଳ କଥାରେ ଅନ୍ୟକୁ ଭୁଲାଇ ପାରିବେ। ଚଞ୍ଚଳ ପ୍ରକୃତିର ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
⚖️ତୁଳା-ଚିନ୍ତାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନ ମିଳିପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ।
🦂ବିଛା-ଧନ ସଞ୍ଚୟ ପାଇଁ ମନ ବଳାଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଭୋଗ-ବିଳାସ କରିପାରନ୍ତି। ସମ୍ମାନ ବୃଦ୍ଧି ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପ୍ରବଳ ଉଦ୍ୟମ କରି କାର୍ଯ୍ୟ ହାସଲ କରିବେ।
🏹ଧନୁ-ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ମନରେ ଭକ୍ତିଭାବ ଜାଗ୍ରତ ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
🐊ମକର-ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଆପଣଙ୍କ ପାଇଁ ପୀଡ଼ାଦାୟକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହୋଇପାରେ।
🏺କୁମ୍ଭ-ଯାନବାହନ କିଣିବାର ସୁଯୋଗ ସୃଷ୍ଟି ହୋଇଛି। ସମ୍ମାନିତ ହେବେ। ଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
🐟ମୀନ-କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳବାନ୍‌ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହୋଇପାରନ୍ତି। ଜନକଲ୍ୟାଣ ଲାଭ କରିବେ।

ଜାଣନ୍ତୁ କେଉଁଶୈଳୀରେଶୋଇବା ସ୍ୱାସ୍ଥ୍ୟପାଇଁ ହିତକାରକ
ଉତ୍ତମ ସ୍ୱାସ୍ଥ୍ୟପାଇଁ ନିଦର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରତ୍ୟେକ ଦିନ ୮ ଘଣ୍ଟା ଶୋଇବା ପାଇଁ ଡ଼ାକ୍ତର ମଧ୍ୟ ପରାର୍ମଶ ଦେଇଥାଆନ୍ତି। ମାତ୍ର ୮ ଘଣ୍ଟା ନିଦ ସହ ଶାନ୍ତି ନିଦରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ। ବିଶେଷଜ୍ଞଙ୍କ ମତରେ ଶୋଇବା ସମୟରେ ଅଣ୍ଟା ଓ ଶରୀରର ଅନ୍ୟାନ୍ୟ ଅଙ୍ଗ ସଠିକ ଅବସ୍ଥାରେ ରହିନଥାଏ। ଫଳରେ ଏହା ଶରୀର ଉପରେ କେତେକ କୁପ୍ରଭାବ ପକାଇଥାଏ। ଜାଣନ୍ତୁ କେଉଁ ଶୈଳୀରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ହିତକାରକû
ପେଟ ତଳକୁକରି ଶୋଇବା–ବହୁ ଲୋକେ ପେଟ ମାଡ଼ି ଶୋଇବାକୁ ପସନ୍ଦ କରିଥାଆନ୍ତି। ଅଧିକାଂଶ ଛୋଟ ପିଲାମାନେ ଏଭଳି ଶୈଳୀରେ ଶୋଇ ଥାଆନ୍ତି। ପେଟ ମାଡ଼ି ଶୋଇବା ଫଳରେ ପ୍ରାକୃତିକ ଉପାୟରେ ସ୍ୱାସ୍ଥ୍ୟ ଉପରେ କେତେକ ପ୍ରଭାବ ପକାଏ। ଏହାସହ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା, ମାଂସପେଶୀୟ ଯନ୍ତ୍ରଣା, ବେକରେ ବ୍ୟଥା ଭଳି ସମସ୍ୟା ଦେଖାଦେଇଥାଏ। ମାତ୍ର ପିଠି ତଳକୁ କରି ଶୋଉଥିବା ବ୍ୟକ୍ତିଙ୍କ ତୁଳନାରେ ପେଟ ତଳକୁ କରି ଶୋଉଥିବା ବ୍ୟକ୍ତିଙ୍କୁ ଘୁଙ୍ଘୁଡ଼ି ଖୁବ କମ ହୋଇଥାଏ।
କଡ଼ଲେଉଟାଇ ଶୋଇବା–ବିଶେଷଜ୍ଞଙ୍କ ମତରେ କଡ଼ଲେଉଟାଇ ଶୋଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। କଡ଼ଲେଉଟାଇ ଶୋଇବା ଦ୍ୱାରା ହଜମ ପ୍ରକ୍ରିୟା ସଠିକ ରହିଥାଏ। ଶରୀର ବ୍ୟଥା ହେବା ସମସ୍ୟା ରହିନଥାଏ। ଏହାସହ ଗର୍ଭବତୀ ମହିଳାମାନେ ବାମ ପଟକୁ କଡ଼ଲେଉଟାଇ ଶୋଇଲେ ଏହା ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପାଇଁ ହିତକାରକ ଅଟେ। ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ଭାବେ ହୋଇଥାଏ।
ପିଠି ତଳକୁକରି ଶୋଇବା–ପିଠି ତଳକୁ କରି ଶୋଇବା ଦ୍ୱାରା ଆପଣଙ୍କ ଶରୀର ଓଜନର ବଳ ସମ୍ପୂର୍ଣ୍ଣ ଶରୀର ଉପରେ ସମାନ ଭାବେ ପଡ଼ିଥାଏ। ମସ୍ତିଷ୍କ, ବେକ, ମେରୁଦଣ୍ଡ ସିଧା ରହିଥାଏ। ଏପରି ଶୋଇବା ଶୈଳୀରେ ତକିଆ ମୁଣ୍ଡ ତଳେ ଦେବା ଅପେକ୍ଷା ଆଣ୍ଠୁ ତଳେ ଦେବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.