ଆମ୍ବ ଗଛରେ ଚାଷୀ

ନୟାଗଡ଼,୧୪/୯(ଏସଏସନିୟୁଜ) ଆମ୍ବ ଗଛରେ ବସିଛନ୍ତି ଚାଷୀ ।ବିଲକୁ ଯାଇଥିଲେ । ହଠାତ ଅଧରକ ବନ୍ୟାଜଳ ପଶିଆସିବାରୁ ନିଜକୁ ରକ୍ଷା କରିବାକୁ ଯାଇ ଏକଆମ୍ବଗଛରେ ଚଢିଯାଇଥିଲେ ।ଏହିଦୃଶ୍ୟ ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୁଞ୍ଜ ବିହାରୀପୁରରେ ଦେଖିବାକୁ ମିଳିଛି । ନୂଆସାହାସ ପୁର ଗାଁର ଚାରି ଜଣଚାଷୀ ବିଲ ଦେଖୀ ବାକୁ ଯାଇଥିଲେ।ହଠାତ ବନ୍ୟାଜଳ ପଶିଆସିଥିଲା ।ସୈାଭାଗ୍ୟବଶତ ୩ଜଣ ଚାଷୀ ପଳାଇଆସିଥିବାବେଳେ କିଶୋର ଚନ୍ଦ୍ର ପ୍ରଧାନ ନାମକ ଚାଷୀ ଘରକୁ ଫେରିପାରିନଥିଲେ ।ବାଧ୍ୟ ହୋଇ ନିଜ ଜୀବନକୁ ବଂଚାଇବାକୁଯାଇ ପାଖରେ ଥିବା ଏକ ଅମ୍ବଗଛରେ ଚଢିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଯାଇ ବୋଟ ଯୋଗେ କିଶୋରଙ୍କୁ ଗଛ ଉପରୁ ଉଦ୍ଧାର କରିଥିଲେ।

Comments (0)
Add Comment