ଗୁରୁବାର୨୦୨୨ ମସିହା ଅଦ୍ୟ ଜୁନ ମାସ ୯ ତାରିଖ,ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦ ଘ୮/୪୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୫/୧୦/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୨୦,ତୁଳା ଓ କୁମ୍ଭ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉଦିବା ଘ୮/୪୬ ଗତେ କଳମ ଶାଗ ଭକ୍ଷଣ ନିଷେଧ।
🐏ମେଷ👉ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ। କୌଣସି କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ।
🐮ବୃଷ👉ଛୋଟଛୋଟ କଥାରେ ଧ୍ୟାନ ଦେଲେ ଯାଇ ସଫଳତା ପାଇବେ। ବାପା ମାଆଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ଅଧିକାରୀଙ୍କୁ କୋମଳ ବ୍ୟବହାର ଦେଖାନ୍ତୁ।
👩❤️👨ମିଥୁନ👉ଅଫିସର ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
🦀କର୍କଟ👉ଅଧିକାରୀ ମାନଙ୍କ ସହ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ। ଜୀବନ ସାଥୀଙ୍କ ପରାମର୍ଶ ଗ୍ରହଣ କରିବା ଭଲ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।
🦁ସିଂହ👉ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମ ରେ ଦୂର ସ୍ଥାନକୁ ଯିବାର ଯୋଜ ନା କରିବେ। ମହିଳା ମାନେ କିଣାକିଣି ପାଇଁ ସହରକୁ ଯାଇପାରନ୍ତି।
🙎♀️କନ୍ୟା👉ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ।
⚖️ତୁଳା👉ଧନଲାଭର ସୁଯୋଗ ପାଇବେ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଠିକ୍ ରହିବ। ଛାତ୍ରୀମାନେ ସହପାଠୀଙ୍କ ସାହାଯ୍ୟ ପାଇବେ।🦂ବିଛା👉କାମରେ ଭାଇ ଭଉଣୀଙ୍କ ସହଯୋଗ ପାଇ ପାରିବେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ପ୍ରେମ ଜୀବନ ମଧୁର ହେବ।
🏹ଧନୁ👉ନିତିଦିନିଆ କାମରେ ସଫଳତା ପାଇବେ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି।
🐊ମକର👉ଅଫିସ କାମରେ ବ୍ୟସ୍ତ ରହିବେ। ସମ୍ପର୍କକୁ ନେଇ ଅଧିକ ଭାବୁକ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ।
🏺କୁମ୍ଭ👉ବୈବାହିକ ଜୀବନ ଖୁସିରେ ଭରା ରହିବ। ଅଫିସ ରେ ପରିବେଶ ଅନୁକୂଳ ରହିବ। ରାଜନୀତିରେ ସଫଳତା ପାଇ ବେ। ନିଜର ଚକ୍ଷୁ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
🐟ମୀନ👉ଶୁଭ ଖବର ମିଳିବା ଯୋଗୁଁ ପରିବାରରେ ସୁଖଦ ପରିବେଶ ରହିବ। ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ହେବେ। ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ।
!! ଧର୍ମ କେବଳ ଏକମାତ୍ର ସ୍ଥାୟୀ ଅଟେ। ଏହା ଅଟଳ ଅବିଚଳ ଯେହେତୁ ଧର୍ମ ସତ୍ୟ ଉପରେ ଆଧାରିତ !!”ଧର୍ମ ଜ୍ଞାନର ଭଣ୍ଡାର। ଜ୍ଞାନ ସ୍ଥାୟୀ ଏହା କାହାକୁ ଛାଡି ଚାଲିଯାଏ ନାହିଁ। ଥରେ ଜଣେ କିଛି ଶିକ୍ଷା ଲାଭ କଲେ ଜୀବନଯାକ ତାହା ଭୁଲେ ନାହିଁ !!”ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚାରିଟି କ୍ଷେତ୍ରରେ ସଫଳତା ପାଇବା ପାଇଁ ଯିଏ ପ୍ରଯତ୍ନ ନକରେ ତାର ଜୀବନ ବୃଥା ହୋଇଯାଏ। ସେ ଏକ ବୋଝ ପରି ହୋଇଥାଏ 🙏🏻ଜୟ ଜଗନ୍ନାଥ,ଜୟ ସୋମ
ନାଥ,ଜୟ ଶ୍ରୀଗଣେଶ🙏🏻