ଭୁବନେଶ୍ୱର,୨୭।୧(ଏସଏସନିଉଜ)ଆଜିଠାରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଆରମ୍ଭ ହୋଇଛି।ଖଣ୍ଡଗିରିରିରେ ନାଚିବେ ମୋଟ ୧୫ଟିପାର୍ଟି। ୭ଟି ପେଣ୍ଡାଲରେ ୧୨ଦିନ ଧରି ଚାଲିବ ଯାତ୍ରା ମହୋତ୍ସବ। ଆଜିଠାରୁ ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମୈଦାନକୁ ଓହ୍ଲାଇଛନ୍ତି ୪ଟିପାର୍ଟି।ଅଶ୍ଳୀଳନୃତ୍ୟ କଲେ ସରକାରୀ ଠେଙ୍ଗା ବାଜିବା ନେଇ ଚେତାବନୀ ଦିଆଯାଇଛି।ଅମାନିଆ ହୋଇ ଅଶ୍ଳୀଳନୃତ୍ୟ କଲେ ବାଜିବ ସରକାରୀଠେଙ୍ଗା ବୋଲି ଆଗୁଆ ଚେତାଇ ଦେଲେ ବିଧାୟକ ବାବୁ ସିଂ।ଏନେଇ ପୂର୍ବରୁ ସବୁ ଯାତ୍ରାକମିଟି ସହ ଆଲୋଚନା ହୋଇଛି।ଅଶ୍ଳୀଳନୃତ୍ୟକୁ ଆଦୌ ପ୍ରଶୟ ନଦେବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।ଅନ୍ୟପଟେ ପୋଲିସପକ୍ଷରୁ ସବୁ ଯାତ୍ରା କମିଟିକୁ ୧୪ସୂତ୍ରୀ ନିୟମ ଜାରି ହୋଇଛି।