ଭୁବନେଶ୍ୱର,୧୨।୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ୍ ଠାରେ ଆରମ୍ଭ ହେବାକୁ ଫୁଟବଲ ମହାକୁମ୍ଭ।ପୂର୍ବ ବର୍ଷ ଭଳି ଚଳିତବର୍ଷ ଗଣ୍ଡରପୁର ୟୁନାଇଟେଡ଼ ୟୁଥ୍ ସ୍ପୋର୍ଟସକ୍ଲବ୍ ଆନୁକୁଲ୍ୟରେ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ୍ ଠାରେ ୧୪ରୁ ୨୧ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପି ୨୩ତମ ସର୍ଵଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣାମେଣ୍ଟ ଅନୁଷ୍ଟିତ ହେବାକୁ ଯାଉଛି।ପୂର୍ବରୁ ୮ ଟି ଦଳକୁ ନେଇ ଆରମ୍ଭ ହୋଇଥିବା ଏହି ଟୁର୍ଣାମେଣ୍ଟ ଏବେ ଫୁଟବଲର ମହାକୁମ୍ଭ ପାଲଟିଛି। ଏବର୍ଷ ୩୬ରୁ ଉର୍ଦ୍ଧ ଟିମ୍ ଭାଗ ନେବାକୁ ଯାଉଛନ୍ତି।ପୂର୍ବରୁ ଗ୍ରାମାଞ୍ଚଳ ଟିମ୍ କୁ ବାଇକି ଦିଆଯାଉଥିବା ବେଳେ ଚଳିତ ବର୍ଷ ସବୁ ଟିମ୍ କୁ ବାଇକ ପ୍ରଦାନ କରାଯିବ।ଦର୍ଶକମାନଙ୍କ ପାଇ ଫ୍ରିଲଟେରୀର ବ୍ୟବସ୍ଥା ମଧ୍ୟ କରାଯାଇଛି।ଯାହାଫଳରେ ଦର୍ଶକମାନେ ଖେଳ ଦେଖିବା ସହ ଆକର୍ଷଣୀୟ ଉପହାର ମଧ୍ୟ ପାଇପାରିବେ ବୋଲି ଶୁକ୍ରବାର ଦିନ ଷ୍ଟାଡିୟମ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଜ୍ଞାନରଞ୍ଜନ ରାଉତ(ହିରୋ) ସୂଚନା ଦେଇଛନ୍ତି।
ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଦୁଇଟି ବିଭାଗକୁ ନେଇ ୩ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଟୁର୍ଣାମେଣ୍ଟରେ ସହରାଞ୍ଚଳରେ ଓଡ଼ିଶା ଓ ଓଡ଼ିଶା ବାହାରୁ ବଛାବଛା ୮ଟି ଦଳ,ଗ୍ରାମାଞ୍ଚଳର ଏ.ଡିଭିଜନରେ ୧୬ ଓ ବି.ଡିଭିଜନରେ ୧୨ଟି ଦଳକୁ ନେଇ ସମୁଦାୟ ୩୬ଟି ଦଳ ଭାଗ ନେବେ। ଗତବର୍ଷ ତୁଳନାରେ ଏଥର ୮ଟି ନୂଆଦଳ ଅଂଶ ଗ୍ରହଣ କରିବେ।
ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଏ.ଡିଭିଜନର ଚମ୍ପିୟାନଙ୍କୁ ୧ଲକ୍ଷ ଟଙ୍କା ଓ ଗ୍ରାମାଞ୍ଚଳର ବି.ଡିଭିଜନର ଚମ୍ପିୟାନଙ୍କୁ ୩୦ହଜାରେ ଟଙ୍କା ପ୍ରଦାନ କରାଯିବ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟକମିଟି ସଭାପତି ଭାସ୍କର ପଢ଼ିହାରି ଓ ସମ୍ପାଦକ ଜିତେନ୍ଦ୍ର ସେନାପତି,ଲଛମନ ରାଉତ , ଟୁର୍ଣାମେଣ୍ଟ ସମ୍ପାଦକ ମାନସରଞ୍ଜନ ପଢ଼ିହାରି, କାଶୀନାଥ ରାଉତ,ସୁକାନ୍ତ ରାଉତ,ବିଶ୍ଵନାଥ ବେହେରା , ବିଷ୍ଣୁ ପଢ଼ିହାରୀ ,ଅଚ୍ୟୁତରାଉତ ପ୍ରମୁଖ ଉପସ୍ଥିତ ଥିଲେ।(ଜିତ ରାଉତଙ୍କ ରିପୋର୍ଟ)