Browsing author

SATYA SANDHANA DESK

୧୬ରେ ଧାରଣାରେ ବସିବେ ବିଦ୍ୟୁତଶ୍ରମିକ

ଭୁବନେଶ୍ୱର,୧୧/୪(ଏସଏସନିୟୁଜ) ୧୭ଦଫାଦାବୀନେଇ ୧୬ତାରିଖରେ ଧାରଣାରେ ବସିବେ ବିଦ୍ୟୁତଶ୍ରମିକ ।ଦେଇଥିଲେ ୧୭ଦଫା ସମ୍ଭଳିତ ଦାବୀପତ୍ର,କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ମ୍ୟାନେଜମେଂଟ ଗ୍ରହଣ ନକରିଥିବାରୁ ଟିପିସିଓଡିଏଲ କାର୍ଯ୍ୟାଳୟଠାରେ ଯୋନର କର୍ମଚାରୀମାନେ ୧୦ରୁ୫ଟା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଆଜି ରାଜ୍ୟ ବିଦ୍ୟୁତଶ୍ରମିକ କର୍ମଚାରୀସଂଘର ଜରୁରୀକାଳିନ ବୈଠକ ମୁଖ୍ୟକାର୍ଯ୍ୟାଳୟ ପାୱାରହାଉସକଲୋନୀଠାରେ ଅନୁଷ୍ଟିତ ହୋଇଯାଇଛି ।ସଂଘର ସଭାପତି ପ୍ରଶାନ୍ତକୁମାରମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ସମ୍ପାଦକ ଅକ୍ଷୟକୁମାର ତ୍ରିପାଠୀଙ୍କ ସମେତକେନ୍ଦ୍ରିୟକର୍ମକର୍ତା ଓ ୫ଟି ସର୍କଲ ସହ ୧୬ଟି ଡିଭିିଜନର ର […]

ଆସିକା ଚିନି କଳ ଆଗରେ ବସିଲେ ଶ୍ରମିକ

ଆସିକା ୧୧/୪(ଏସଏସନିୟୁଜ) ଅ।ସିକା ଚିନି କଳରେ ବଢିଲା ଶ୍ରମିକ ଅଶାନ୍ତି ଦେଖାଦେଇଛି ।ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମାରୁ ଇପିଏଫ ଟଙ୍କା କାଟିବା ଦାବିନେଇ ଶତାଧିକ ଶ୍ରମିକ ମାନେ ଆଜି ଦିନ ତମାମ ଚିନିକଳ ଗେଟ ସାମ୍ନାରେ ଧାରଣାରେ ବସିଛନ୍ତି । କର୍ତ୍ତୃପକ୍ଷ ଓ ଶ୍ରମିକ ମଧ୍ୟରେ ହୋଇଥିବା ।ାଲୋଚନାରେ କୈାଣସି ସୁଫଳ ମିଳିପାରିନଥିବାବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଢେଲା ମାଡ଼ାହୋଇ କର୍ତ୍ତୃପକ୍ଷଙ୍କ ଗାଡି ଭାଙ୍ଗିଥିବାର ଜଣାପଡିଛି ।ପୋଲିସ ଖବରପାଇ ଆସି ପରିସ୍ଥିତିକୁ ନିୟନ୍ତ୍ରଣ […]

ପୁଣି ବଢିଲା- ଦିନକରେ ୧୩୭୯ ପଜିଟିଭ୍

ଭୁବନେଶ୍ୱର,୧୧/୪(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୩୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରେ କ୍ୱାରେଣ୍ଟିନରେ ୮୦୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୫୭୧ ରହିଛି।ଏମାନଙ୍କ ମଧ୍ୟରେ ନୂଆପଡ଼ାରୁ ୯୦, ସମ୍ବଲପୁରରୁ ୮୬, ନବରଙ୍ଗପୁରରୁ ୭୧, ବରଗଡ଼ରୁ ୬୮, କଟକରୁ ୫୬, ବଲାଙ୍ଗୀର ୫୪, ମୟୁରଭଞ୍ଜରୁ ୪୯, ପୁରୀରୁ ୪୩ ଏବଂ ଝାରସୁଗୁଡ଼ାରୁ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୮ […]

ଆଜିର ଅନୁଚିନ୍ତା

?କିଛି ସମ୍ପର୍କ ବଡ଼ ଅଜବ ପ୍ରକାର ଥାଏ ନା\’ ତାକୁ ପାଇ ହୁଏ ନା\’ ତାକୁ ଛାଡି ହୁଏ ! ପାଇବାକୁ ହଜାରେ ଇଛା ଥାଏ କିନ୍ତୁ ପରିସ୍ଥିତି ତାହା କରାଇ ଦିଏ ନାହିଁ ! ?ସବୁ ସମୟରେ ପ୍ରାର୍ଥନା କର ଦୁନିଆର ସକଳ ଧର୍ମ ଗ୍ରନ୍ଥ ପାଠ କର ଏବଂ ଯେତେ ସବୁ ଦେବ-ଦେବୀ ଅଛନ୍ତି ପୂଜା କର.. କିନ୍ତୁ ଯେ ପର‌୍ୟ୍ୟନ୍ତ ତୁମେ ନିଜ ( ଆତ୍ମା )କୁ ଠିକ ରୂପେ ହୃଦୟଙ୍ଗମ ନ\’କରିଛ, […]

ତାତିଲେ ଛାତ୍ରଛାତ୍ରୀ

୧-IPL-2021 -ଗର୍ଜିଲା ପୃଥ୍ଵୀ ଓ ଧାଓ୍ଵନଙ୍କ ବ୍ୟାଟ୍, ଗୁରୁ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ଧୂଳି ଚଟାଇଲା ଶିଷ୍ୟ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ୨-ଡାକ୍ତରଖାନା ବେଡ୍‌ରୁ ଚମ୍ପଟ ମାରିଛି କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ ମାରି ହସ୍ପିଟାଲ୍ ବେଡରୁ ହାଇଦର ଫେରାର ମାରିଛି।  । ୩-ରାଜ୍ୟରେ ବିସ୍ଫୋରକ ହେଉଛି ‌ଦୈନିକ ସଂକ୍ରମଣ: ରେଡ୍ ଜୋନ୍‌ରେ ଖୋର୍ଧା ଓ ସୁନ୍ଦରଗଡ଼ । ୪-ସୁନ୍ଦରଗଡ଼ ଜିଲ୍ଲାରେ “ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ – ଭିଡିଓ କନଫରେନ୍ସିଂ ଜରିଆରେ […]

ଆଜିର ରାଶିଫଳ

ମେଷ:-ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ବୃଷ:-ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ […]

ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର

କଟକ ,୧୦/୪(ଏସଏସନିୟୁଜ) ଚିକିତ୍ସାଧିନ ଅବସ୍ଥାରେ କଟକଏସସିବି ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଛି ଗ୍ୟାଙ୍ଗଷ୍ଟର ହାଇଦର ।ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ୧୨ଦିନ ତଳେ ଏସ୍‌ସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା ହାଇଦର। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲ୍‌ରୁ ଫେରାର୍ ହୋଇଯାଇଥିଲା ହାଇଦର। ବୁର୍ଲା ମେଡ଼ିକାଲ୍‌ରୁ ରେଫର ହୋଇ କଟକ ଏସ୍‌ସିବି ଆସି ଚିକିତ୍ସିତ ହେଉଥିଲା। ସୁଲେମାନ ହତ୍ୟାକାଣ୍ଡରେ ସେ ସମ୍ପୃକ୍ତି ଥିଲା। ଚିକିତ୍ସାଧୀନ ଅବସ୍ଥାରେ ହାଇଦର କିଭଳି ଚମ୍ପଟମାରିଛି ତାହାକୁ ନେଇ […]

ନେଗେଟିଭ ରିପୋର୍ଟ ବିନା ନବରଙ୍ଗପୁର ମନା

ନବରଙ୍ଗପୁର , ୧୦/୪(ଏସଏସନିୟୁଜ) ନେଗେଟିଭ ରିପୋର୍ଟ ବିନା ନବରଙ୍ଗପୁର ମନା ।କରୋନାର ଭୟବହତା ଛତିଶଗଡରେ ଦେଖିବାକୁ ମିଳୁଥିବାବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ସୀମାକୁ ସିଲ୍ କରିଛି ପ୍ରଶାସନ । ଛତିଶଗଡ ପଟରୁ ଆସୁଥିବା ସମସ୍ତ ଗାଡିମଟର ସାହ ଲୋକମାନଙ୍କ ଉପରେ ଏହି କଟକଣା ଲଗାଯାଇଛି । ସୀମାରେ ଥିବା ଚେକପୋଷ୍ଟକୁ ସିଲ୍ ସହ କଡାକଡି ଚେକିଂ କରାଯାଉଛି ।ଏହାସହ ନେଗେଟିଭ ରିପୋର୍ଟକୁ କଡାକଡିଭାବେ ଯାଂଚ କରାଯାଉଛି ।

ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର,୧୦/୪(ଏସଏସନିୟୁଜ) ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ପାଇଁ ଜଞଚଉଜ ଟେଷ୍ଟ ବାଧ୍ୟତାମୂଳକ କରିଛି ପୂର୍ବତଟ ରେଲ୍‌ୱେ । ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ ପୂର୍ବତଟ ରେଲ୍‌ୱେ RTPCR ଟେଷ୍ଟ ବାଧ୍ୟତାମୂଳକ କରିଛି । ରେଳ ରେ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଜଞଚଉଜ ଟେଷ୍ଟ କରାଇବାକୁ ପଡିବ ।ଯାହାର ନେଗେଟିଭ ରିପୋର୍ଟ ଆସିଥିବ ନଚେତ ଦ୍ୱିତୀୟ ଡୋଜ୍ ଟିକାକରଣର ସାର୍ଟିଫିକେଟର ବୈଧ ପ୍ରମାଣ ପତ୍ର ଦେଲେ ଯାତ୍‌ାର […]

ଏମାର ମଠରୁ ମିଳିଲା ରୂପା ଇଟା

ପୁରୀ,୧୦/୪(ଏସଏସନିୟୁଜ)ପୁରୀ ଶ୍ରୀମନ୍ଦିର ନିକଟସ୍ଥ ଏମାର ମଠର ପଛପଟୁ ୪୫ ଖଣ୍ଟ ରୂପା ଇଟା ମିଳିଛି । ଏମାର ମଠ ମୁଖ୍ୟ ଗାଦି ପଛପଟେ ଖୋଳା ଚାଲିଥିବା ବେଳେ ମିଳିଲା ଇଟା । ଇଟା ଖଣ୍ଡର ଓଜନ ୩୨ ରୁ ୩୫ କିଲେ ହେବ ବୋଲି ଜଣାପଡିଛି । ଏମାର ମଠର ମରାମତି କାମ ଚାଲିଥିବା ବେଳେ ୨୦୧୧ ମସିହାରେ ୫୧୧ ଖଣ୍ଡ ରୂପା ଇଟା ମିଳିଥିଲା ।