ଆସିକା ଚିନି କଳ ଆଗରେ ବସିଲେ ଶ୍ରମିକ

ଆସିକା ୧୧/୪(ଏସଏସନିୟୁଜ) ଅ।ସିକା ଚିନି କଳରେ ବଢିଲା ଶ୍ରମିକ ଅଶାନ୍ତି ଦେଖାଦେଇଛି ।ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମାରୁ ଇପିଏଫ ଟଙ୍କା କାଟିବା ଦାବିନେଇ ଶତାଧିକ ଶ୍ରମିକ ମାନେ ଆଜି ଦିନ ତମାମ ଚିନିକଳ ଗେଟ ସାମ୍ନାରେ ଧାରଣାରେ ବସିଛନ୍ତି । କର୍ତ୍ତୃପକ୍ଷ ଓ ଶ୍ରମିକ ମଧ୍ୟରେ ହୋଇଥିବା ।ାଲୋଚନାରେ କୈାଣସି ସୁଫଳ ମିଳିପାରିନଥିବାବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଢେଲା ମାଡ଼ାହୋଇ କର୍ତ୍ତୃପକ୍ଷଙ୍କ ଗାଡି ଭାଙ୍ଗିଥିବାର ଜଣାପଡିଛି ।ପୋଲିସ ଖବରପାଇ ଆସି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ଲାଠି ମାଡ କରିବାକୁ ପଡିଥିବାର ଜଣାପଡିଛି ।କିଛି ଶ୍ରମିକଙ୍କୁ ଅଟକ ରଖାଯାଇଥିବାବେଳେ ୨ଜଣ ଶ୍ରମିକ ଲାଠି ମାଡ଼ରେ ଆହତ ହୋଇ ଡାକ୍ତରଖାନାରେ ଭର୍ତିହୋଇଥିବାର ଜଣାପଡିଛି ।

Comments (0)
Add Comment