Browsing author

SATYA SANDHANA DESK

ଗିରଫହେଲେ ୨ବାଉନ୍ସର

ଭୁବନେଶ୍ୱର,୭ା୯(ଏସଏସନିଉଜ) ଦାଦାବଟି ନଦେବାରୁ ଜଣେ ବାରକର୍ମଚାରୀଙ୍କୁ ଅପହରଣ କରି ମାଡମାରିବା ଅଭିଯୋଗରେ ୨ଜଣବାଉନ୍ସରକୁ ଏୟାରଫିଲ୍ଡ ଥାନା ପୁଲିସ ୧୮୨/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଆଶିଷସାହୁ ଓ ଆଦିତ୍ୟବରାଳ । ଅପହରଣକାରୀମାନେ କଟକରୋଡ଼ ମହାନ୍ତିବାରରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ କରିଥିଲୋ ଫ୍ଲୋରମ୍ୟାନେଜର ମୁଜିବୁର ରେହମାନଙ୍କୁ ଏକ ସ୍କର୍ପିଓ ଗାଡ଼ିରେ ଅପହରଣ କରି ମାସକୁ ୫୦ହଜାରଟଙ୍କା ବଟି ଦେବାକୁ ଦାବୀ କରିଥିଲେ । ପରେ ଟଙ୍କା ନଦେବାରୁ ମାଡ଼ ମାରି […]

ଭୁଜାଲିରେ ହାଣି ବେପାରୀଙ୍କଠାରୁ ଲୁଟିଲେ

କେନ୍ଦୁଝର,୭ା୯(ଏସଏସନିଉଜ) ଆଜି ଅପରାହ୍ନରେ ତେଲକୋଇ ଅଞ୍ଚଳରେ ଆକୁଳ ସାପ୍ତାହିକହାଟରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେଆସି ୨ଜଣବେପାରୀଙ୍କୁ ବନ୍ଧୁକଦେଖାଇ ଭୁଜାଲିରେ ହାଣି ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।ଲୁଟର ଶିକାର ହୋଇଥିବା ବେପାରୀ ହେଲେ ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା ଗୋଳାଗାଡିଆ ଗ୍ରାମର ଦୁଇ ଭାଇ ଶରତ ଓ ଭରତ ସାହୁ ।ଆଜି ୨ଭାଇ ଦୋକାନ ବନ୍ଦକରୁଥିବାସମୟରେ ୨ଲୁଟେରା ଟଙ୍କାବ୍ୟାଗ୍ ଝାମ୍ପିବାକୁ ଉଦ୍ୟମ କରି ନିରାଶ ହୋଇଥିଲେ ।ଏହାକୁନେଇ ଉଭୟଙ୍କ ମଧ୍ୟରେ ମାରଧର ଆରମ୍ଭ ହୋଇଥିଲା ।ଶେଷରେ ଦୁର୍ବୁତମାନେ ଏକ ବନ୍ଧୁକ ଦେଖାଇ […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୮ତାରିଖ ଶୁକ୍ରବାର। ସର୍ବବୈଷ୍ଣବ ସମ୍ମତ ନନ୍ଦୋତ୍ସବ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/ ୩୬/୧,ସୂର୍ଯ୍ୟାସ୍ତ- ଘ୫/ ୫୩/୧,ଭାଦ୍ରବ ମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି- ନବମୀ ଅପରାହ୍ନ ଘ୫/୧୧ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଅପରାହ୍ନ ଘ୫/୧୧ମି ପରେ ଉତ୍ତର ଦିଗରେ। ରିକ୍ତାତିଥି ଓ ବ୍ୟତିପାତ ଦୋଷ ହେତୁ ଅପରାହ୍ନ ଘ୫/୧୧ମି ପରେ ରାତ୍ରି ଘ୧୧/୯ମି ମଧ୍ୟେ ଯାତ୍ରା ଶୁଭ। ଉତ୍ତର ଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ […]

ଧାର୍ଯ୍ୟହେଲା ନୂଆଁଖାଇ ଲଗ୍ନ

ଭୁବନେଶ୍ୱର,୭ା୯(ଏସଏସନିଉଜ)ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟହୋଇଛି । ସେପ୍ଟେମ୍ବର ୨୦ରେ ନୂଆଁଖାଇ ଲଗ୍ନଧାର୍ଯ୍ୟ କରାଯାଇଛି । ସକାଳ୧୦ଟା୨୭ରୁ ୧୦ଟା ୪୨ ମଧ୍ୟରେ ମାସମଲେଶ୍ୱରୀଙ୍କ ନିକଟରେ ନବାନ୍ନଲାଗି ହେବ । ସମ୍ବଲପୁରର ଅଧିଷ୍ଠାତ୍ରୀଦେବୀ ମାସମଲେଇଙ୍କ ନିକଟରେ ପ୍ରଥମ ନୂଆଅନ୍ନ ଲାଗି ହେବା ପରେ ସାଧାରଣ ଲୋକେ ନୂଆ ଖାଇବୋବ୍ରହ୍ମପୁରା ପଣ୍ଡିତମହାସଭାରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ।

ଭିଜିଲାନ୍ସ ଜାଲରେ ଅବକାରୀବାବୁ

ଭୁବନେଶ୍ୱର,୭ା୯(ଏସଏସନିଉଜ) ଆଜି ଆୟବହିର୍ଭୁତସମ୍ପତ୍ତି ଠୁଳଅଭିଯୋଗରେ ଅବକାରୀ ବିଭାଗର ଏଏସଆଇ ସୁଦୀପ୍ତ ଦାଶ ଭିଜିଲାନ୍ସ ଜାଲରେ ପଡିଛନ୍ତି । ସୁଦୀପ୍ତଙ୍କ ବାସଭବନ ସମେତ କାର‌୍ୟ୍ୟାଳୟରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବାଲୁଗାଁରେ ଅବକାରୀ ଏଏସଆଇ ଭାବେ କାର‌୍ୟ୍ୟରତ ଅଛନ୍ତି ସୁଦୀପ୍ତ । ଏକକାଳୀନ ଭାବେ ଭିଜିଲାନ୍ସ ପକ୍ଷରୁ ନୟାଗଡରେ ଥିବା ସୁଦୀପ୍ତଙ୍କ ନିଜଘର, ଭଡାଘର, ବାଲୁଗାଁରେ ଥିବା ଭଡାଘର ଓ ଅବକାରୀ କାର‌୍ୟ୍ୟାଳୟରେ ଚଢ଼ାଉ ଚାଲିଛି ।

ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ମହୋତ୍ସବ

ବାରଙ୍ଗ,୬ା୯(ଲିଙ୍ଗରାଜରାଉତ)ପ୍ରତ୍ୟକବର୍ଷଭଳି ଚଳିତବର୍ଷ ମେଣ୍ଢାଶାଳଗ୍ରାମର ଦୁଲାଦେବୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ନଜନ୍ମୋସ୍‌ବ ମହାସମାରୋହରସହ ପାଳିତ ହୋଇଯାଇଛି ।ଆସନ୍ତାକାଲି ନନ୍ଦୋସ୍‌ବ ପାଳନକରାଯାଇ ଅଂଚଳର ଦଶଗୋଟି ଗ୍ରାମର ଚାରିହଜାରେରୁଉର୍ଦ୍ଧ ଶିଶୁମାନଙ୍କୁ ଉସ୍‌ସବକମିଟିତରଫରୁ ପ୍ରସାଦ ବତରଣୀ ବ୍ୟବସ୍ଥା କରାଯାଇଥିବାର କମିଟିପକ୍ଷରୁ କୁହାଯାଇଛି ।ସେହିଭଳିଭାବେ କୁହ୍ନେଇଁପଡା ଗ୍ରାମ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିରରେ ବୁଧବାରଦିନ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହାସହିତ ଗୁରୁବାର ଦିନ ନନ୍ଦୋତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ରାତି୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା । […]

ଆଜିର ରାଶିଫଳ

ସ୍ମାର୍ତ୍ତସମ୍ମତ ନନ୍ଦୋତ୍ସବ ,୭-୯-୨୦୨୩(ଗୁରୁବାର) ସିଂହ ଦି୨୨ନ, ଭାଦ୍ରବ କୃଷ୍ଣଅଷ୍ଟମୀ ଦ୨୫।୫୮ ଦିଘ୩।୫୯,ରୋହିଣୀ ଦ୧୨।୫୫ଦିଘ୧୦।୪୬,କୃଷ୍ଣ ଚନ୍ଦ୍ର ଦ୪୫।୧୪ରାଘ୧୧।୪୨।ଯୋଗିନୀ ଐଶାନ୍ୟେ । ଦିବା ଘ୩।୫୯ ଗତେ ପୂର୍ବେ ।ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ, ନୌକାଗଠନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ, ଉଗ୍ର ଦେବତା ପ୍ରତିଷ୍ଠା ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୦।୪୬ ଗତେ ଆର୍ଦ୍ରା ପୁର୍ନବସୁ ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ୱାତୀ ବିଶାଖା […]

ଦେଶୀମଦ ସହ ବେପାରୀ ଗିରଫ

ବାରଙ୍ଗ, ୬।୯(ଏସଏସନିଉଜ) ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଗୋଡ଼ିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ ପକ୍ଷରୁ ପୁରୀ ମୁଖ୍ୟ କେନାଲ ନିକଟରେ ନାକାବନ୍ଦୀ କରାଯାଇଥିଲା। ଏହି ସମୟରେ ଏକ ନାଲି ରଙ୍ଗର ଆକ୍ଟିଭା ସ୍କୁଟି ଓଡ଼ି୦୫ଏୱାଇ୪୮୮୦ ରେ ଦେଶୀମଦ ନେଇ ଆସୁଥିବା ସାନମୁଣ୍ଡଳୀ ଗ୍ରାମର କାହୁଁ ଚରଣ ଦଳେଇ(୨୬) ପୋଲିସ ଅଟକାଇବାପରେ ବ୍ୟବସାୟ ଉଦେଶ୍ୟରେ ନେଇଯାଉଥିବା ୪ଟି ବ୍ଲାଡରରେ ଥିବା ୮୦ ଲିଟର ଦେଶୀରନ୍ଧାମଦକୁ ଜବତ କରିବାରେ ପୋଲିସ ସକ୍ଷମ ହୋଇଥିଲା।ଏହାସହ ସ୍କୁଟି […]

ହାତୀ ନଷ୍ଟକଲା ଧାନଫସଲ

ବାରଙ୍ଗ,୬ା୯(ଏସଏସନିଉଜ) ଚନ୍ଦକା ଡମପଡା ଅଭୟାରଣ୍ୟରେ ନିକଟସ୍ଥ ବାଆଁରା ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି।ଏହି ହାତୀପଲ ଉପଦ୍ରଵ ଯୋଗୁ ବ୍ୟାପକ ଧାନଫସଲ ନଷ୍ଟ ହୋଇଛି । ଗତ ଦୁଇ ଦିନ ହେବ ବାଁଆରା ଅଞ୍ଚଳରେ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି । ଦୁଇଦିନ ଧରି ଚନ୍ଦକା ଅଞ୍ଚଳରୁ ୭ ଟିକିଆ ହାତୀପଲ ଆସି ବାଆଁରା , ରାମଚଣ୍ଡୀ ଅଞ୍ଚଳରେ ହେକ୍ଟର ହେକ୍ଟର ଧାନ ଫସଲ ଦଳି ନଷ୍ଟ କରି ଦେଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି […]

ନଦୀପଠାରୁ ଉଦ୍ଧାରହେଲା ଯୁବତୀଙ୍କ ରକ୍ତାକ୍ତମୃତଦେହ

ବରଗଡ଼, ୬ା୯(ଏସଏସନିଉଜ)ଭଟଲିଥାନା ଭଡିଗାଁଜୀରା ବ୍ରିଜ୍ ନିକଟରୁ ଜଣେ ଅଚିହ୍ନା ଯୁବତୀର ରକ୍ତାତ ମୃତଦେହକୁ ଠାବ କରିଛି ପୋଲିାସ । ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖିବାପରେ କଥା ପ୍ରଘଟ ହୋଇଥିଲା ଦେଖଣାହାରୀଙ୍କ ଭୀଡ ଲାଗିଥିଲା ।ଏହାସହ ବ୍ରିଜଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡ଼ିଥିବାର ଦେଖିବାକୁ ମିଳିଥିଲା ।ଯାହାଫଳରେ କେହି ଯୁବତୀଙ୍କୁ ହତ୍ୟାକରି ନଦୀ ତଳେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।ଅଦ୍ୟାବଧି ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ […]