Browsing author

SATYA SANDHANA DESK

ନଦୀପଠାରୁ ଉଦ୍ଧାରହେଲା ଯୁବତୀଙ୍କ ରକ୍ତାକ୍ତମୃତଦେହ

ବରଗଡ଼, ୬ା୯(ଏସଏସନିଉଜ)ଭଟଲିଥାନା ଭଡିଗାଁଜୀରା ବ୍ରିଜ୍ ନିକଟରୁ ଜଣେ ଅଚିହ୍ନା ଯୁବତୀର ରକ୍ତାତ ମୃତଦେହକୁ ଠାବ କରିଛି ପୋଲିାସ । ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖିବାପରେ କଥା ପ୍ରଘଟ ହୋଇଥିଲା ଦେଖଣାହାରୀଙ୍କ ଭୀଡ ଲାଗିଥିଲା ।ଏହାସହ ବ୍ରିଜଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡ଼ିଥିବାର ଦେଖିବାକୁ ମିଳିଥିଲା ।ଯାହାଫଳରେ କେହି ଯୁବତୀଙ୍କୁ ହତ୍ୟାକରି ନଦୀ ତଳେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।ଅଦ୍ୟାବଧି ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ […]

ବ୍ଲାଙ୍କଫାୟରିଂ କରି ଲୁଟିଲେ

କଟକ,୬।୯(ଏସଏସନିଉଜ)କନ୍ଦରପୁରଥାନା ମତଗଜପୁର ରେଳଫାଟକ ନିକଟରେ ବ୍ଲାଙ୍କ ଫାୟରିଂକରି ନଗଦ ୨୫ ହଜାର ଟଙ୍କା ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୁତ।ଆଜି ଦିନ ସାଢ଼େ୧୧ ଟା ସମୟରେ ଏହି ଘଟଣା ଘଟିଛି।କନ୍ଦରପୁରଥାନା ପରମହଂସ ପଞ୍ଚାୟତ ହାଟସାହିରର ବିକାଶ ପାତ୍ର ନିଜ ସ୍କୁଟିରେ ଯାଉଥିବା ସମୟରେ ୬ଜଣ ଦୁବୃତ୍ତ ତିନୋଟି ବାଇକରେ ଆସିଥିବା ତାଙ୍କୁ ରେଳଫାଟକ ନିକଟରେ ରୋକିଥିଲେ।ଜୀବନରୁ ମାରିଦେବାର ଭୟ ଦେଖାଇ ଫଲସ୍ ଫାୟରିଂ କରି ବ୍ୟାଗରେ ଥିବାନଗଦ ୨୫ ହଜାର ଟଙ୍କା ସହିତ ୩ ଟି ସୁନାଚେନ ଏବଂ […]

୭୦ଫୁଟ ତଳକୁ ଖସିଲା ବସ୍

ମୟୂରଭଞ୍ଜ,୬।୯(ଏସଏସନିଉଜ)ରାସ୍ତା ଉପରୁ ୭୦ ଫୁଟ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍।ଯାହାଫଳରେ ବାସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।ମୟୂରଭଞ୍ଜ ଜିଲ୍ଲା ବେତନଟୀଥାନା ଅନ୍ତର୍ଗତ ରାଗଧା କଲେଜଛକ ନିକଟରେ ବୁଧବାର ମଧ୍ୟାହ୍ନରେ ଏହି ଦୀର୍ଘଟଣା ଘଟିଛି।ଯାତ୍ରୀବାହୀ ବସଟି ଯାତ୍ରୀନେଇ ଯାଉଥିବା ବେଳେ ରାସ୍ତାଉପରୁ ପ୍ରାୟ ୭୦ ଫୁଟ ତଳକୁ ଖସିପଡ଼ିଥିଲା।ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ବାରିପଦାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି।

ରାକ୍ଷାସ ସ୍ୱାମୀ !

ଭୁବନେଶ୍ୱର,୬।୯(ଏସଏସନିଉଜ)୫ଲକ୍ଷଟଙ୍କା ପାଇଁ ସ୍ତ୍ରୀକୁ କୂଅରେ ଟାଙ୍ଗିଦେଲା ରାକ୍ଷସ ସ୍ୱାମୀ।ଯୌତୁକପାଇଁ ସ୍ତ୍ରୀକୁ କୂଅରେ ଝୁଲାଇ ଦେଇଛି ସ୍ୱାମୀ ।୫ଲକ୍ଷଟଙ୍କା ଦେଲେ ସ୍ତ୍ରୀକୁ କୂଅରୁ ବାହାର କରିବ ବୋଲି ସମ୍ପର୍କୀୟଙ୍କୁ ଧମକ ମଧ୍ୟ ଦେଇଥିଲା ସ୍ୱାମୀ। ଏମିତି ଘଟଣା ମଧ୍ୟପ୍ରଦେଶ ନିମୁଚ୍‌ରେ ଦେଖିବାକୁ ମିଳିଛି । ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ମାମଲା ମଧ୍ୟ ରୁଜୁ କରିଥିବାର ଜଣାପଡିଛି ।

ନଦୀରେ ଭାସିଗଲେ ନାବାଳିକା

କେନ୍ଦୁଝର,୬।୯(ଏସଏସନିଉଜ)ଗାଧୋଇବା ବେଳେ ନଦୀରେ ଭାସିଯାଇଛନ୍ତି ଜଣେ ନାବାଳିକା।ନାବାଲିକାର ଏଯାଏଁ ମିଳିନି ପତ୍ତା। ଗାଧୋଇବା ବେଳେ ଘଟିଲା ଅଘଟଣ । କେନ୍ଦୁଝରଜିଲ୍ଲା ଘଷିପୁରାଥାନା ଷେଣ୍ଡେଇନଦୀରେ ଏଭଳି ଅଘଟଣ ଘଟିଛି ।ନିଖୋଜ ନାବାଳିକା ସାମୁକନାଣ୍ଡି ଗାଁର ପରିଆ ନାହକଙ୍କ ୯ ବର୍ଷ ବୟସ୍କ ଝିଅ ସସ୍ମିତା ବୋଲି ଜଣାପଡିଛି।

ଆଜିର ରାଶିଫଳ

୨୦୨୩ ମସିହା ସେପ୍ଟେମ୍ବର ମାସ ୬ ତାରିଖ ବୁଧବାର। ଶ୍ରୀମନ୍ଦିରରେ ଓ ସର୍ବବୈଷ୍ଣବ ଭିନ୍ନ ସ୍ମାର୍ତ୍ତଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ବୁଧିବାମନ(ବୁଧେଇ)ଓଷାଆରମ୍ଭ, ବିଶ୍ବ ହିନ୍ଦୁପରିଷଦ ପ୍ରତିଷ୍ଠାଦିବସ।ଅଦ୍ୟ ଅଷ୍ଟମୀତିଥି ଅର୍ଦ୍ଧରାତ୍ରି ଯୁକ୍ତକାରଣରୁ ସ୍ମାର୍ତ୍ତସମ୍ମତ ଶ୍ରୀକୃଷ୍ଣଜନ୍ମାଷ୍ଟମୀବ୍ରତ ଓ ଉପବାସ। ନିଶାର୍ଦ୍ଧ ମୁଖ୍ୟକାଳଃ। ଅଦ୍ୟ ଶ୍ରୀଦୁର୍ଗାଜୟନ୍ତୀ ବ୍ରତଂ, ଅମ୍ବିକା(ଯୋଗମାୟା)ଆବିର୍ଭାବ। ଅଦ୍ୟ ମୋହରାତ୍ରି। ଅଦ୍ୟ ସପ୍ତମୀବିଦ୍ଧ ଅଷ୍ଟମୀଯୋଗୁଁ ପରଦିନ ବୈଷ୍ଣବମାନଙ୍କର ଉପବାସହେବ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୫/୩୭ ,ସୂର୍ଯ୍ୟାସ୍ତ-ଘ୫/୫୪/୪୭ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି-ସପ୍ତମୀ ଦିବାଘ୩/୨୪ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର- କୃତ୍ତିକାନକ୍ଷତ୍ର ଦିବାଘ୯/୪୬ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀନକ୍ଷତ୍ର।ଯୋଗ- ହର୍ଷଣଯୋଗ ରାତ୍ରି […]

ମୁକୁଳା ପାଣିଟାଙ୍କିରୁ ମିଳିଲା ମୃତଦେହ

ବାରଙ୍ଗ,୫ା୯(ଏସଏସନିଉଜ)ରଘୁନାଥପୁର ଗାଁମୁଣ୍ଡରେ ଥିବାଏକ ଖୋଲାପାଣିଟାଙ୍‌କିରୁ ଭାସୁଥିବା ଅବସ୍ଥାରେ ଏକ ମୃତଦେହକୁ ଉଦ୍ଧାର କରିଛି ନନ୍ଦନକାନନଥାନାପୋଲିସ । ମୃତକ ହେଉଛନ୍ତି କେଉଁଝର ଆନନ୍ଦପୁରର ମାର୍ଶାପାଳ ଗାଁରପିତାମ୍ବରମୁର୍ମୁ(୫୮) ।ପିତାମ୍ବର ତାର ଅନ୍ୟଜଣେ ସାଥି ସୁନାରାମ ସୁରେନ ସହିତ ରଘୁନାଥପୁର ଗାଁମୁଣ୍ଡରେ ନିର୍ମାଣଧିନ ଅଟାଳିକାରେ କାମକରିବାକୁ ଶୁକ୍ରବାରଦିନ ଗାଁରୁ ଆସିଥିଲା ।କିନ୍ତୁ ସୋମବାରରାତିରେ ସେ ରହୁଥିବା କ୍ୟାମ୍ପରେ ତାଙ୍କର ଦେଖାନମିଳିବାରୁ ତାଙ୍କପୁଅ ମାଧବକୁ ସୁନାରାମ ଜଣାଇଥିଲେ ।ମାଧବ ମଙ୍ଗଳବାର ଦିହିପହରରେ ପହଁଚିବାପରେ ମୁକୁଳାପାଣିଟାଙ୍କିରେ ଭସୁଥିବା ମୃତଦେହ ତାଙ୍‌କ ବାପାଙ୍କର ବୋଲି ଚିହ୍ନଟ […]

ଗଣ୍ଡଗୋଳରେ ୨ମୃତ, ୪ଆହତ

ଗଞ୍ଜାମ,୫ା୯(ଏସଏସନିଉଜ)କବିସୂର୍ଯ୍ୟନଗରଥାନାଅନ୍ତର୍ଗତ ପଙ୍କଳବାଡି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଦିପୁନ୍ ଭୁୟାଁ ଓ ଲିପୁନ୍ ସ୍ବାଇଁ ନାମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ନେଇଥିଲାବେଳେ ସେଠାରେ ଦୁଇଜଣଙ୍କର ମୃତ୍ୟୁହୋଇଛି । ଏହିଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକରଖି ପଚରାଉଚରା ଆରମ୍ଭ କରିଛି ।

ଚାଲିଗଲା ଦୁଇହାତୀଙ୍କ ଜୀବନ

ଅନୁଗୁଳ,୫ା୯(ଏସଏସନିଉଜ) ସାତକୋସିଆ ଅଭୟାରଣ୍ୟ ନିକଟସ୍ଥ ଜଗନ୍ନାଥପୁରରେ ଏକାଥରକେ ଦୁଇ ହାତୀର ମୃତ୍ୟୁହୋଇଥିବାର ଜଣାପଡିଛି । ମୃତ ହାତୀ ମଧ୍ୟରୁ ଗୋଟିଏ ଦାନ୍ତ ହାତୀ ଏବଂ ଅନ୍ୟଟି ମାଇହାତୀ ରହିଛି । ବିଦ୍ୟୁତ୍ ଆଘାତ ଲାଗି ହାତୀଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିବାବେଳେ ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ତେବେ ହାତୀଦୁଇଟି ମରିବାର ପକୃତକାରଣ ଅଦ୍ୟାବଧି ଜଣାପଡିନାହିଁ ।

ଆଜିର ରାଶିଫଳ

୨୦୨୩ମସିହାସେପ୍ଟେମ୍ବର ମାସ୫ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା, ଜେଉଡ଼ ଭୋଗ,।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୫/୨୫ ,ସୂର୍ଯ୍ୟାସ୍ତ- ଘ୫/୫୫/୩୯ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଭୌମ ବାସ ,ତିଥି- ଷଷ୍ଠୀ ଦିବା ଘ୩/୩୮ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୩/୩୮ମି ପରେ ବାୟବ୍ୟ କୋଣରେ। ମଙ୍ଗଳବାର, ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ମେଷରାଶିର ଏବଂ ଦିବା ଘ୩/୩୪ମି ପରେ ବିଛା ରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ, ଦିବା […]