Browsing author

SATYA SANDHANA DESK

ଇଟାାଭାଟିରେ କରୁଥିଲେ କାମ

ଭୁବନେଶ୍ୱର ,୨୬ା୬(ଏସଏସନିଉଜ)ଚନ୍ଦକାଥାନା ଅନ୍ତ୍ରଗର୍ତ ସୁନ୍ଦରପୁର ଅଂଚଳରୁ ୪ଜଣ ଶିଶୁଶ୍ରମିକକୁ ଗୁରୁବାର ସଂଧ୍ୟାରେ ଉଦ୍ଧାର କରିଛି ଚନ୍ଦକା ପୋଲିସ। ମିଳିଥିବା ସୂଚନା ମୁତାବକ ସୁନ୍ଦରପୁରଠାରେ ଥିବା ଏକ ସିମେଣ୍ଟ ଇଟାକମ୍ପାନୀରେକାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ କିଛି ଶିଶୁ ଶ୍ରମିକ ଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଥିଲା।ଏହି ଆଧାରରେ ସିଡବ୍ଲୁସି ଓ ଚନ୍ଦକା ପୋଲିସ ମିଳିତ ଭାବରେ ଉକ୍ତ ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଥିଲେ । ସେ କମ୍ପାନୀରୁ ଜଣେ ଝିଅ ଓ ତିନିଜଣ ବାଳକକୁ ଚଢାଉ କରି […]

ଗଞ୍ଜେଇମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର,୨୬।୬(ଏସଏସନିଉଜ) ଗଞ୍ଜେଇ ମୁକ୍ତ ହେବଓଡ଼ିଶାରାଜ୍ୟ ହେବ ଗଞ୍ଜେଇ ମୁକ୍ତ।ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀ ଅପିଲ୍ କରିଛନ୍ତି।

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ବର,୨୬।୬(ଏସଏସନିଉଜ)ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ବସ୍।ଅଳକାନନ୍ଦା ନଦୀକୁ ଖସିପଡ଼ିଲା ବସ୍।ବସରେ ଥିଲେ ୧୮ ଯାତ୍ରୀ।ଦୁର୍ଘଟଣା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୭ଜଣଙ୍କୁ ଉଦ୍ଧାର କରାଯାଇଛି।ଏହାସହ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି SDRF।

SCOସମ୍ମିଳନୀରେ ଭାରତର କଡ଼ା ଆଭିମୁଖ୍ୟ

ଭୁବନେଶ୍ବର,୨୬।୬(ଏସଏସନିଉଜ)ମିଳିତ ଘୋଷଣାପତ୍ରରେ ସ୍ବାକ୍ଷର କଲାନି ଭାରତ।ଚୀନ୍‌ରେ ଅନୁଷ୍ଠିତ SCO ସମ୍ମିଳନୀରେ ଆଭିମୁଖ୍ୟ କଠୋର କଲା ଭାରତ।ସ୍ବାକ୍ଷର କରିବାକୁ ସିଧା ମନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ପହଲଗାମ ଆତଙ୍କୀ ଆକ୍ରମଣ କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ୍‌ କଲେ।ଏହାକୁ ଦେଶ (ପାକିସ୍ତାନ) ପ୍ରାୟୋଜିତ ଆତଙ୍କୀ କାର୍ଯ୍ୟ ବୋଲି କହିଲେ।

ଅଗଷ୍ଟ୯ରେ ସୁଭଦ୍ରାର ତୃତୀୟ କିସ୍ତି

ଭୁବନେଶ୍ବର,୨୬।୬(ଏସଏସନିଉଜ)ଆସନ୍ତା ରାକ୍ଷୀପୂର୍ଣ୍ଣିମା ଅର୍ଥାତ୍ ଅଗଷ୍ଟ୯ରେ ସମସ୍ତ ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ସୁଭଦ୍ରାର ତୃତୀୟକିସ୍ତି ମିଳିବ।ଏନେଇ ବୁଧବାର ଲୋକସେବାଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଏଥିସହ ସୁଭଦ୍ରା ଯୋଜନାର ଅଦ୍ୟାବଧି ପ୍ରଶାସନିକ ଓ ଆନୁସଙ୍ଗିକ ଖର୍ଚ୍ଚକୁ ମଧ୍ୟ ବୈଠକ ରେ ଅନୁମୋଦନ କରାଯାଇଛି।

ଶଙ୍କରାଚାର୍ଯ୍ୟଙ୍କ ପ୍ରେସମିଟ୍

ଭୁବନେଶ୍ବର,୨୬।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ।ଧର୍ମୀୟ ଭାବନା ପାଇଁ ନୁହେଁ, ଆୟପାଇଁ ଏହା କରାଯାଇ ଛି।ବହୁତସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀକୁ ଆସିଥାନ୍ତି।ଏହାକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ଦୀଘାରେ ଜଗନ୍ନାଥ ମନ୍ଦିର କରିଛନ୍ତି ବୋଲି କହିଛନ୍ତି।

ଶ୍ରୀଶ୍ରୀଆୟୁର୍ବେଦ ମହାବିଦ୍ୟାଳୟ ପକ୍ଷରୁ ଚିକିତ୍ସା ଶିବିର

କଟକ,୨୫|୬ (ଏଏସନିଉଜ) ବୁଧବାରଦିନ ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଥିବା ଶ୍ରୀଶ୍ରୀ ଆୟୁବେଦ ମହାବିଦ୍ୟାଳୟ ତରଫରୁ ବେଲଗଛିଆ ପଞ୍ଚାୟତରେ ଏକ ବହୁମୁଖୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଉଦ୍‌ଘାଟନ କରିଥିଲେ ଏବଂ ଡେପୁଟି ଡିନ୍ ପ୍ରଫେସର ଦୁର୍ଗାପ୍ରସାଦ ଦାଶ ଜନ ସାଧାରଣଙ୍କୁ ଏହାର ସୁବିଧା ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ୩୦୦ରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ ଏବଂ ସମସ୍ତଙ୍କର ମଧୁମେହ […]

ବଜ୍ରାଘାତରେ ଦୁଇ ବ୍ୟବସାୟୀ ଗୁରୁତର

ବାରଙ୍ଗ,୨୫|୬ (ଏଏସନିଉଜ) ବଜ୍ରାଘାତ ଘଟି ଦୁଇଜଣ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି।ଦୁଇ ଗୁରୁତର ହେଲେ କଟକ ବାଦାମବାଡ଼ି ଅଞ୍ଚଳର ଦିପ୍ତିରଞ୍ଜନ ଦାସ ଏବଂ ଜିତନ୍ ମାହାର।ଉଭୟଙ୍କୁ ସ୍ଥାନୀୟ ଲୋକ ଉଧାର କରି ଚିକିତ୍ସା ପାଇଁ କଟକ ମେଡିକାଲକୁ ପଠାଇଛନ୍ତି।ଏଭଳି ଘଟଣା ପାଟପୁର ଗାଁ ମୁଣ୍ଡରେ ଘଟିଛି। ପ୍ରକାଶଯେ,ସବୁଦିନ ଭଳି ବୁଧବାର ଅପରାହ୍ନରେ ତ୍ରିଶୂଳିଆ-ବାଙ୍କୀ ମୁଖ୍ୟରାସ୍ତାର ପାଟପୁର ଗାଁ ନିକଟରେ ବାଦାମବାଡ଼ି ଅଞ୍ଚଳରଦିପ୍ତିରଞ୍ଜନ ଦାସ ଏବଂ ଜିତନ୍ ମାହାର ରାସ୍ତାକଡ଼ରେ ଲୁଗା ବ୍ୟବସାୟ କରୁଥିଲେ।ଏହି ସମୟରେ ପ୍ରବଳ ବର୍ଷା […]

ଆଜିର ରାଶିଫଳ

ଜୁନମାସ ୨୬ତାରିଖ୨୦୨୫ମସିହା(ଗୁରୁବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ପ୍ରତିପଦ ଦିବା ଘ୦୧/୩୪ଗତେ ଦ୍ଵିତୀୟା ,ନକ୍ଷତ୍ର-ଆର୍ଦ୍ରା ଦିବା ଘ୦୯/୩୦ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୫୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୬/୨୫/୨୯ ,ଯୋଗିନୀ ପୂର୍ବେ ଦିବାଘ୦୧/୩୪ ଗତେ ଉତ୍ତରେ ,କନ୍ୟାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ଵିତୀୟାର ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବାଘ୦୩/୦୮ ଗତେ ଘ୦୬/୨୬ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୩/୩୭ ଗତେ ଘ୦୬/୦୮ମଧ୍ୟେ ଓ ଘ୦୭/୦୮ଗତେ ଘ୦୯/୨୨ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା […]

ଆଜିର ରାଶିଫଳ

ଜୁନମାସ ୨୫ତାରିଖ ୨୦୨୫ମସିହା(ବୁଧବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ଅମାବାସ୍ୟା ଦିବା ଘ୦୪/୧୬ ଗତେ ପ୍ରତିପଦ ,ନକ୍ଷତ୍ର-ମୃର୍ଗଶିରା ଦିବା ଘ୧୧/୩୦ ଗତେ ଆର୍ଦ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୩୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୬/୨୫/୨୫ ,ଯୋଗିନୀ ଐଶାନ୍ୟେ ଦିବା ଘ୦୪/୧୬ ଗତେ ପୂର୍ବେ ,କନ୍ୟାରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଅମାବାସ୍ୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୮/୩୧ଗତେ ଘ୧୦/୧୦ମଧ୍ୟେ ,ବାରବେଳା- ଦିବା ଘ୧୧/୪୭ ଗତେ ଘ୦୧/୨୬ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୧୦/୧୧ଗତେଘ୧୧/୦୦ ମଧ୍ୟେ ଓ ଘ୦୧/୫୧ ଗତେ ଘ୦୫/୨୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।– […]