ବଜ୍ରାଘାତରେ ଦୁଇ ବ୍ୟବସାୟୀ ଗୁରୁତର

ବାରଙ୍ଗ,୨୫|୬ (ଏଏସନିଉଜ) ବଜ୍ରାଘାତ ଘଟି ଦୁଇଜଣ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି।ଦୁଇ ଗୁରୁତର ହେଲେ କଟକ ବାଦାମବାଡ଼ି ଅଞ୍ଚଳର ଦିପ୍ତିରଞ୍ଜନ ଦାସ ଏବଂ ଜିତନ୍ ମାହାର।ଉଭୟଙ୍କୁ ସ୍ଥାନୀୟ ଲୋକ ଉଧାର କରି ଚିକିତ୍ସା ପାଇଁ କଟକ ମେଡିକାଲକୁ ପଠାଇଛନ୍ତି।ଏଭଳି ଘଟଣା ପାଟପୁର ଗାଁ ମୁଣ୍ଡରେ ଘଟିଛି।
ପ୍ରକାଶଯେ,ସବୁଦିନ ଭଳି ବୁଧବାର ଅପରାହ୍ନରେ ତ୍ରିଶୂଳିଆ-ବାଙ୍କୀ ମୁଖ୍ୟରାସ୍ତାର ପାଟପୁର ଗାଁ ନିକଟରେ ବାଦାମବାଡ଼ି ଅଞ୍ଚଳରଦିପ୍ତିରଞ୍ଜନ ଦାସ ଏବଂ ଜିତନ୍ ମାହାର ରାସ୍ତାକଡ଼ରେ ଲୁଗା ବ୍ୟବସାୟ କରୁଥିଲେ।ଏହି ସମୟରେ ପ୍ରବଳ ବର୍ଷା ସାଂଗକୁ ବଜ୍ରାଘାତ ହୋଇଥିଲା। ଫଳରେଦୁଇଜଣ ଲୁଗାବ୍ୟବସାୟୀ ଗୁରୁତର ଆହତ ହୋଇଥିଲେ। ବଜ୍ରାଘାତରେ ତାଙ୍କ ବଡ଼ଛତା ଏବଂ ଲୁଗାପଟାକୁ ଘୋଡ଼ାଇ ରଖିଥିବା ଜରିପାଲ ମଧ୍ୟ ଜଳି ଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଧାର କରାଯାଇ କଟକ ବଡ ଡାକ୍ତରଖାନାକୁ ପଠାଯାଇଛି।

Comments (0)
Add Comment