Browsing author

SATYA SANDHANA DESK

ଆର୍ ଆଇ ଅଫିସରେ ପଶିଲେ

ବାରଙ୍ଗ,୧୫।୨(ଏସଏସନିଉଜ)ପୂର୍ବ ଜମିବାଡି ବିବାଦକୁ କେନ୍ଦ୍ରକରି ଆରଆଇ ଅଫିସରେ ଜଣଙ୍କୁ ଉଠା ଇନେଇ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ନନ୍ଦନକାନନଥାନା ପୋଲିସ । ପ୍ରକାଶଯେ,ଶନିବାର ଧରଣୀ ହରିଚନ୍ଦନ ନାମକ ବ୍ୟକ୍ତି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ଶନିବାର ସକାଳେ ୧୧ ଟା ପାଖାପାଖି କାରରେ ଡ୍ରାଇଭରଙ୍କୁ ସାଥିରେ ନେଇ ଅନୁଗୁଳରୁ ବାଲିପଡା ଆରଆଇ ଅଫିସକୁ କୌଣସି ବ୍ୟକ୍ତିଗତ କାର୍ଯ୍ୟ ଲାଗି ଆସିଥିଲେ ।ସେ ଆରଆଇ ଅଫିସରେ ଥିବାବେଳେ ଗଣ୍ଡରପୁର ବ୍ରାହ୍ମଣସାହିର ଦୁର୍ଯୋଧନ ହରିଚନ୍ଦନ,ଦେବିପ୍ରସାଦ […]

ଦିନ ଦିହିପହରରେ ଲୁଟିନେଲେ ଦୁଇଲକ୍ଷ ଟଙ୍କା

ବାରଙ୍ଗ, ୧୫।୨(ଏସଏସନିଉଜ) ବାରଙ୍ଗଥାନାଠାରୁ ମାତ୍ର ଅଳ୍ପ ଦୂର ସିତାରାମ ବଜାରରୁ ଦିନ ଦିହି ପହରରେ ୨.୩୫ଲକ୍ଷ ଟଙ୍କା ଲୁଟ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶଯେ,ବାରଙ୍ଗଥାନା ଅଧିନସ୍ତ ଚଣ୍ଡିପ୍ରସାଦ ଗ୍ରାମର ନିରଞ୍ଜନ ବେଉରା ନାମକ ବ୍ୟକ୍ତି ବାରଙ୍ଗ ବ୍ଲକ ସମ୍ମୁଖରେ ଥିବା ୟୁକୋବ୍ୟାଙ୍କରୁ ୨ ଲକ୍ଷ ୩୫ହଜାର ଟଙ୍କା ୧୨ଟା ସମୟରେ ଉଠାଇ ଥିଲେ। ଏହାପରେ ସେ ତାଙ୍କ ବାଇକରେ ଟଙ୍କାଭର୍ତି ବ୍ୟାଗକୁ ଟାଙ୍ଗୀ ସିତାରାମ ବଜାରରେ ଥିବା ଏକ ଗ୍ରୋସରି ଦୋକାନକୁ ଆସିଥିଲେ।ଦୋକାନରୁ ଏକ ତେଲଟିଣକିଣି […]

ଦେଶୀମଦ ବୋଝେଇ କାର ସହ ଗିରଫ

ବାରଙ୍ଗ, ୧୫/୨(ଏସଏସନିଉଜ)ଦେଶୀମଦ ଚାଲାଣବେଳେ ଏକ କାରକୁ ଫିଲ୍ମ ଷ୍ଟାଇଲରେ ଧରିଛି ବାରଙ୍ଗ ପୋଲିସ। ଦାମୀକାର ଭିତରୁ ୨୧୦ ଲିଟର ମଦ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରୁଛି। ଗିରଫ ଦୁଇଜଣ ହେଉଛନ୍ତି ଆଠଗଡ଼ଥାନା ଅନ୍ତର୍ଗତ ଜେନାପଦା ଅଞ୍ଚଳର ପ୍ରକାଶ କୁମାର ନାୟକ ଓ ଅସିତ୍ ରଞ୍ଜନ ସ୍ବାଇଁ। ବେଆଇନ ଦେଶୀମଦ ଚୋରା ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗଥାନା ପୋଲିସ ଶନିବାର ଦିନ ୧ଟା ପାଖାପାଖି ମୁଣ୍ଡଳୀ ବ୍ରିଜନିକଟରେ ଜଗି ରହିଥିଲେ। ଏକ […]

ଟ୍ରାକ୍ଟର ଓଲଟିଲା

ବାରଙ୍ଗ, ୧୫।୨(ଏସଏସନିଉଜ) ବାରଙ୍ଗବ୍ଲକ ଛକ ମୁଖ୍ୟରାସ୍ତା ଉପରେ ଶନିବାର ଅପରାହ୍ନ ୨ଟା ପାଖାପାଖି ରେ ଏକ ନଡ଼ାବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଟ୍ରାକ୍ଟରଟି ନଡ଼ାବୋଝେଇ କରି କେନାଲ ବନ୍ଧ ରାସ୍ତାରେ ଆସୁଥିବା ସମୟରେ ବ୍ଲକ ଛକ ନିକଟ ବାରଙ୍ଗ ମୁଖ୍ୟରାସ୍ତାକୁ ଆସୁଥିବା ବେଳେ ଭାରସମ୍ୟ ହରାଇଓଲଟି ପଡ଼ିଥିଲା।ଅତ୍ୟଧିକ ଲୋଡ଼ିଂ ଯୋଗୁଁ ଗାଡିଟି ଓଲଟି ପଡିଵାରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।ଫଳରେ ବାରଙ୍ଗ ମୁଖ୍ୟ ରାସ୍ତା ରେ ସହସହ ଗାଡି ଅଟକି ରହିଥିଲା।ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

ଆଜିର ରାଶିଫଳ

ଫେବୃଆରୀମାସ ୧୬ତାରିଖ ୨୦୨୫ମସିହା (ରବିବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ରାତ୍ର ଘ୦୨/୨୦ ଗତେ ପଞ୍ଚମୀ,ନକ୍ଷତ୍ର- ହସ୍ତା ରାତ୍ର ଘ୦୫/୧୭ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/ ୩୩,ଯୋଗିନୀ ନୈରୁତେ ରାତ୍ରି ଘ୦୨/୧୯ ଗତେ ଦକ୍ଷିଣେ,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୧୦/୩୩ଗତେ ଘ୦୧/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୫ ଗତେ ଘ୧୦/୧୮ମଧ୍ୟେ ଓ ଘ୦୭/ ୨୦ଗତେ ଘ ୦୮/୫୭ ମଧ୍ୟ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୦୪ମଧ୍ୟେ ଓ ଘ୦୧/୩୦ଗତେ […]

ବଢିଲା E-KYC ଅବଧି

ଭୁବନେଶ୍ଵର ,୧୫।୨(ଏସଏସନିଉ ଜ)E-KYC ଅବଧି ବଢିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ସେ କହିଛନ୍ତିଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି,ସେମାନଙ୍କ ପାଇଁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ ଇ-କେୱାଇସି ଅବଧିକୁ ବୃଦ୍ଧି କରାଯାଇଛି।ଏ ଯାଏଁ୯୦ ପ୍ରତିଶତ ପଞ୍ଜିକରଣ ସରିଛି। ରାଜ୍ୟବାହାରେ ରହୁଥିବା ୧ଲକ୍ଷ ୩୫ ହଜାର ୨୫୮ଲୋକଙ୍କ ପଞ୍ଜିକରଣ ହୋଇଛି। ଗାଁରେ ଏ ଯାଏଁ ୧୨ ଲକ୍ଷ ଲୋକଙ୍କ EKYC ସମ୍ପାଦନ ହୋଇ ପାରିନାହିଁ। ରାଜ୍ୟରେ ସମୁଦାୟ ୧୧୮୪୦ ଟି […]

ଜୀବନ ନେଲା ମୋ ବସ

ଭୁବନେଶ୍ବର,୧୪।୨(ଏସଏସନିଉଜ)ପୁଣି ଜୀବନ ନେଇଛି ମୋ ବସ।ଭାଇ ଆଗରେ ଚାଲିଯାଇଛି ଭଉଣିରଜୀବନ।ଭୁବନେଶ୍ବର ପାତ୍ରପଡା ନିର୍ମାଣଧିନ ଫୁଟ ଓଭର୍ ବ୍ରିଜ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । OD 34K9877 ନମ୍ବର ସ୍କୁଟି ଯୋଗେ ଭାଇ ଓ ଭଉଣୀ ଯାଉଥିଲେ । ଏହି ସମୟରେ OD 02 BJ 9410 ନମ୍ବର ଥିବା ଏକ ମୋବସ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇ ମହିଳାଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ […]

ପ୍ରଶାସନ ଧମକ କାମ କଲାନି

ବାରଙ୍ଗ,୧୪।୨(ଏସଏସନିଉଜ) ବନ୍ଦ ହୋଇଯାଇ ଥିବା ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୁନ କାର୍ଯ୍ୟକ୍ଷମକରିବା ଦାବୀରେ ଅଭିଭାବକମାନେ ୧୨ଦିନ ହେବ ଧାରଣା ଦେଇଛନ୍ତି।ଏହି ଧାରଣାକୁ ବନ୍ଦ କରିବାପାଇ ଶୁକ୍ରବାର ଦିନ ପ୍ରଶାସନପକ୍ଷରୁ ଧାରଣାରତ ଅଭିଭାବକମାନଙ୍କୁ ଗିରଫର ଭୟ ଦିଆଯାଇଥିଲେ ସୁଦ୍ଧା କୌଣସି ପ୍ରଭାବ ପଡ଼ିପାରିନାହି। ଯାହାଫଳରେ ଅଭିଭାବକମାନେ ନିଜ ଜିଦ୍ ରେ ଅଟଳରହି ପ୍ରତିବାଦ ଚଳାଇଥିବାରୁ ପ୍ରଶାସନକୁ ଫେରିବାକୁ ପଡ଼ିଛି। ପ୍ରକାଶ ଯେ,ପିଲାସଂଖ୍ୟା କମଥିବାର ଦର୍ଶାଯାଇ ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପାଖ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା ।କିନ୍ତୁ […]

ପୁଣି ଭାଙ୍ଗିଲା ରେଳ ସୁରକ୍ଷା ବାଡ଼

ବାରଙ୍ଗ, ୧୪/୨ (ଏସଏସନିଉଜ)ଶୁକ୍ରବାର ସଂଧ୍ୟା୬ଟାରେ ଏପି ୩୧ଟିଡି ୨୨୫୧ନମ୍ୱର ଗାଡ଼ିଟି ରେଳ ସୁରକ୍ଷା ବାଡ଼କୁ ଧକା ଦେଇ ରାସ୍ତା ଉପରେ ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।ପରେ ରେଳବିଭାଗ ଘଟଣାସ୍ଥଳରେ ପହଂଚି ଭାରିଯାନକୁ ଜବତ କରି ରାସ୍ତାରୁ ଉଠାଇବା ପରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା ଦୂର ହୋଇଥିଲା। ପ୍ରକାଶ ଯେ,ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ନିକଟରେ ମୁଖ୍ୟରାସ୍ତା ଉପରେ ରହିଥିବା ରେଳ ସୁରକ୍ଷା ବାଡକୁ ଏପି ୩୧ଟିଡି ୨୨୫୧ନମ୍ୱର ଗାଡ଼ିଟି ଧକା ଦେଇ […]

ଆଜିର ରାଶିଫଳ

ଫେବୃଆରୀ ମାସ ୧୫ ତାରିଖ ୨୦୨୫ ମସିହା (ଶନିବାର)ଫାଲଗୁନ ମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ରାତ୍ର ଘ୧୨/୦୪ ଗତେ ତୃତୀୟା,ନକ୍ଷତ୍ର- ଉତ୍ତର ଫା ରାତ୍ର ଘ୦୨/୩୨ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୦/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୦୩,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୨/୦୪ ଗତେ ନୈରୁତେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୃଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର,କାଳବେଳା -ଦିବା ଘ୦୭/୪୪ମଧ୍ୟେ ଓ ଦିବା ଘ୦୪/୨୨ ଗତେ ଘ୦୫/୪୮ ମଧ୍ୟେ,ବାରବେଳା – ଦିବା ଘ୦୧/୩୨ ଗତେ ଘ୦୨/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଘ୧୦/୧୭ […]