Browsing author

SATYA SANDHANA DESK

ରାତି ଅଧରେ ବେଆଇନ ଇଟା ଭେଟି ଉପରେ ଚଢାଉ

ବାରଙ୍ଗ,୧୩।୨(ଏସଏସନିଉଜ)ଗୁରୁବାର ରାତି ୭ଟାରେପ୍ରଶାସନ ପକ୍ଷରୁ ବେଆଇନ ଭାବେ ଗଢି ଉଠିଥିବା ଏକ ବେଆଇନ ଉପର ଭାଟି ଇଟାଭାଟିକୁ ଭଙ୍ଗା ଯାଇଛି।ଭାଟିରେ ପ୍ରସ୍ତୁତ ହୋଇ ରହିଥିବା କଞ୍ଚା ଇଟାକୁ ନଷ୍ଟ କରାଯାଇଥିବା ବେଳେ ବିକ୍ରୀ ଉଦ୍ଦେଶ୍ୟରେ ଗଦା ହୋଇଥିବା ନାଲି ଇଟାକୁ ଯେଶିବିରେ ପେଲି ଦିଆଯାଇଛି ।ପ୍ରଶାସନର ଉପର ଦେଖାଣିଆ ଚଢାଉକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ,ବାରଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଜାଗା ମାନଙ୍କରେ ବେଆଇନ ଭାବେ ଉପର ଭାଟିଇଟା ନିର୍ମାଣ […]

ବନ୍ଦ ହେଲା ପୁରୁଣା, ଖୋଲିଲା ନୂଆ ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍

ବାରଙ୍ଗ,୧୩।୨ (ଏସଏସନିଉଜ) ବନ୍ଦ ହେଲା ନନ୍ଦନକାନନର ପୁରୁଣା ମୁଖ୍ୟଫାଟକ । ସେ ପୁଣି ଏକ ମାସ ପର୍ଯ୍ୟନ୍ତ। ପୁଣି କାର୍ଯ୍ୟକ୍ଷମ ହେଲା ୨୦୨୨ ମସିହା ପ୍ରତିଷ୍ଠା ଦିବସରେ ଉଦ୍ଘାଟନ ହୋଇ ବନ୍ଦ ରହିଥିବା ପ୍ରସ୍ତାନପଥ । ଏହି ପ୍ରସ୍ଥାନ ପଥ ଦେଇ ଅସ୍ଥାୟୀ ଭାବେ ପ୍ରବେଶ ଓ ପ୍ରସ୍ଥାନ କରି ପାରିବେ ପର୍ଯ୍ୟଟକ। ଏନେଇ ନନ୍ଦନକାନନ ପକ୍ଷରୁ ଗୁରୁବାରଦିନ ସୂଚନା ଦିଆଯାଇଛି।ତେବେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଗୁରୁବାର ଠାରୁ ଅସ୍ଥାୟୀ ଭାବେ ପ୍ରବେଶ ଏବଂ ପ୍ରସ୍ଥାନ […]

ଫାଷ୍ଟଫୁଡ ଦୋକାନୀଙ୍କୁ ଆକ୍ରମଣ , ଥାନାରେ ଅଭିଯୋଗ

ବାରଙ୍ଗ, ୧୩।୨(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ବଜାର ଉପରେ ଥିବା ନୁନ୍ ଟୁ ନାଇନ ନାମକ ଫାଷ୍ଟଫୁଡ୍ ଦୋକାନ ଉପରେ ବୁଧବାର ରାତି ୧୦ଟା ପାଖାପାଖି ଆକ୍ରମଣ କରାଯାଇଛି।ସ୍ଥାନୀୟ ଗ୍ରାମର ଅନ୍ୟ ଏକ ଫାଷ୍ଟଫୁଡ୍ ଦୋକାନି ଓ ତାର ସହଯୋଗୀ ମିଥୁନ ସେଠ(୨୮) ଓ ରଞ୍ଜନ ଭୋଇ(୨୬) ଆସି ଦୋକାନ ମାଲିକ ମାନସ ଶ୍ରୀଚନ୍ଦନଙ୍କୁ ଆକ୍ରମଣ କରିଛନ୍ତି ।ଫଳରେ ମାନସର ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିବାର ଗୁରୁବାର ଦିନ ଫାଣ୍ଡିରେ କରିଥିବା ଅଭିଯୋଗରେ ସେ ଦର୍ଶାଇଛନ୍ତି।ପୋଲିସ […]

ଆଜିର ରାଶିଫଳ

ଫେବୃଆରୀମାସ ୧୪ତାରିଖ ୨୦୨୫ମସିହା (ଶୁକ୍ରବାର)ଫାଲଗୁନ ମାସ- କୃଷ୍ଣପକ୍ଷ, ତିଥି- ଦ୍ଵିତୀୟା ରାତ୍ର ଘ ୦୯/୫୭ ଗତେ ତୃତୀୟା, ନକ୍ଷତ୍ର- ପୂର୍ବା ଫା ରାତ୍ର ଘ୧୧/୫୫ ଗତେ ଉତ୍ତର ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୩୪, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୩୩,ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୫୭ ଗତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ବିଛା, ଧନୁ ଓ ମୀନରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୦୯/୦୮ ଗତେ ଘ୧୧/୫୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଘ୭/୫୪ ମଧ୍ୟେ ୮/୪୨ଗତେ ଘ୯/୦୬ ମଧ୍ୟେ […]

ଏପ୍ରିଲରୁ ବଢ଼ିପାରେ ବିଜୁଳି ଦର…

ଭୁବନେଶ୍ଵର,୧୩।୨(ଏସଏସନିଉ ଜ)ଲଗାତାର ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ିନଥିବା ବେଳେ ଆସନ୍ତା ଏପ୍ରିଲରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଗତବର୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ ଖୁଚୁରା ଯୋଗାଣ ଦେୟ ୟୁନିଟ ପିଛା ୧୦ ପଇସା ହ୍ରାସ କରାଯାଇଥିଲା।କାରଣ ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ ବିତରଣକମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଶୁଣାଣି ଆସନ୍ତା ୧୭ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗୁଡ଼ିକର ଯୁକ୍ତିକୁ […]

୨୩୫ ଡିଏସପି ପଦବୀ ଖାଲି

ଭୁବନେଶ୍ଵର,୧୩।୨(ଏସଏସନିଉ ଜ)ପଦୋନ୍ନତି ଅପେକ୍ଷାରେ ଅଛନ୍ତି ଇନ୍ସପେକ୍ଟର।୫ ମାସ ଅତିକ୍ରମ ହୋଇଯାଇଥିଲେ ସୁଦ୍ଧା ନିର୍ଦ୍ଦେଶ ମୁତାବକ ଏହି ଖାଲି ପଦବୀଗୁଡ଼ିକ ପୂରଣ ହୋଇପାରିନାହିଁ। ପୋଲିସ୍ ମୁଖ୍ୟକାର୍ଯ୍ୟାଳୟରୁ ୩୩୩ ଯୋଗ୍ୟ ଇନ୍ସ୍ପେକ୍ଟରଙ୍କ ତାଲିକା ପଦୋନ୍ନତି ପାଇଁ ଜାରି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସମସ୍ତ ଖାଲି ଥିବା ପଦବୀ ଯୁଦ୍ଧକାଳୀନ ଭିତିରେ ଶୀଘ୍ର ପୂରଣ କରିବା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗୃହବିଭାଗ ପକ୍ଷରୁ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାର ଜଣାପଡିଛି।

ଧରାପଡିଲା ହାଇପ୍ରୋଫାଇଲ ଲୁଟେରା

ଭୁବନେଶ୍ଵର,୧୩।୨(ଏସଏସନିଉଜ)ବରିଷ୍ଠ କଂଗ୍ରେସନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟ୍ ଘଟଣା ଉପରୁ ପରଦା ହଟାଇଛି ପୋଲିସ।କମିଶନରେଟ ପୋଲିସ କଳାକନା ବୁଲାଇଥିବା ଲୁଟେରାକୁ ବିଶାଖାପଟାଣାରୁ ଧରିବା ସହ ଚୋରି ଜିନିଷ ଜବତ ଚାଲିଛି । ଏହି ଲୁଟାର ସ୍ପାଇଡର ବୋଲି ଜଣାପଡିଛି । ବିଶାଖାପାଟଣାରେ ରହୁଥିବା ସ୍ପାଇଡର ପାଖରୁ ସୁନା ଗହଣା, ହୀରା ଓ ଟଙ୍କା ଜବତ କରିଛି ପୋଲିସ ।ତେବେ୨୦୨୩ ମସିହାରେ ନୟାପଲ୍ଲୀ ଅଂଚଳରେ ଜଣେ ବ୍ୟବସାୟୀଙ୍କ ଘରୁ ୨କୋଟି ଟଙ୍କାର ସୁନା […]

ଆଜିର ରାଶିଫଳ

ଫେବୃଆରୀମାସ ୧୩ତାରିଖ ୨୦୨୫ମସିହା (ଗୁରୁବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ର ଘ ୦୮/୩୧ ଗତେ ଦ୍ଵିତୀୟା,ନକ୍ଷତ୍ର- ମଘା ରାତ୍ର ଘ୦୯/୫୫ ଗତେ ପୂର୍ବାଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/ ୦୮,ଯୋଗିନୀ ପୂର୍ବେ ରାତ୍ରି ଘ୦୮/୩୧ଗତେ ଉତ୍ତରେ,ପ୍ରତିପଦ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା-ଦିବା ଘ୦୨/ ୫୪ ଗତେ ଘ୦୫/୪୫ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୧୨/୫୫ଗତେ ଘ୦୩/୨୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୫୫ ମଧ୍ୟେ ଓ ଦିବା ଘ୧୧/୦୬ଗତେ ଘ୦୧/୩୦ ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ:-ଆଜି […]

ଆଜିର ରାଶିଫଳ

ଫେବୃଆରୀମାସ ୧୨ତାରିଖ ୨୦୨୫ମସିହା (ବୁଧବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ରାତ୍ର ଘ ୭/୩୬ ଗତେ ପ୍ରତିପଦ,ନକ୍ଷତ୍ର- ଅଶ୍ଳେଷା ରାତ୍ର ଘ୦୮/୨୪ ଗତେ ମଘା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧ /୨୮,ଯୋଗିନୀ ବାୟବ୍ୟେ ରାତ୍ରିଘ୦୭/୩୬ ଗତେ ପୂର୍ବେ,ପୂର୍ଣ୍ଣିମା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ରାଶିର ଘାତବାର,ଅଦ୍ୟ କୁମ୍ଭ ସଂକ୍ରନ୍ତି ଓ ଅଗ୍ନିଉତ୍ସଵ, କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୪ ମଧ୍ୟେ,ବାରବେଳା -ଦିବା ଘ୧୧/୫୮ଗତେ ଘ୦୧/୨୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୪ ମଧ୍ୟେ ଓ ଘ୦୧/୨୫ ଗତେ ଘ୦୨/୧୯ ମଧ୍ୟେ ଓ ଘ୦୬/୩୦ ଗତେ […]

ଫାଟକରେ ତାଲା ପକାଇଲେ ଅଭିଭାବକ

ବାରଙ୍ଗ,୧୦।୨(ଏସଏସନିଉଜ) ଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀଙ୍କ ବିବାଦ ଯୋଗୁ ଭୁବନେଶ୍ଵର ବ୍ଲକ ଅଧିନସ୍ତ ଚନ୍ଦକା ପଞ୍ଚାୟତରସିମିଳୀପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକରେ ସୋମବାର ତାଲା ପଡ଼ିରହିଥିଲା।ସକାଳ ସାଢେ଼ ୯ଟା ସୁଦ୍ଧା ପିଲାମାନେ ବିଦ୍ୟାଳୟକୁ ଆସିବା ଆରମ୍ଭ କରିଥିଲେ।କିନ୍ତୁ ନିର୍ଦିଷ୍ଟ ସମୟ ପାଖାପାଖି ୧୦ସୁଦ୍ଧା ପିଲାମାନଙ୍କ ସହ ଶିକ୍ଷକମାନେ ଆସି ପହଂଚି ଥିଲ ମଧ୍ୟ ଫାଟକରେ ତାଲା ପଡ଼ିଥିଲା।ଯାହାଫଳରେ ବିଦ୍ୟାଳୟ ଭିତରକୁ ନଜାଇପରି ସମସ୍ତେ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା।୧୧ଟା ପାଖାପାଖିଅଭିଭାବକମାନେ ଏହି ଖବର ପାଇ ବିଦ୍ୟାଳୟକୁ ଆସି […]