Browsing author

SATYA SANDHANA DESK

ଗୋଚାଲାଣ ରୋକିବା ବେଳେ ବ୍ଲାଙ୍କ୍ ଫାୟାରିଂ

ବୌଦ୍ଧ,୧୩।୬(ଏସଏସନିଉଜ) ଗୋଚାଲାଣ ରୋକିବା ବେଳେ ମାଫିଆଙ୍କ ଫାଙ୍କା ଗୁଳିଚାଳନା କରାଯାଇଛି।ବଜରଙ୍ଗ ଦଳ ଉପରେ ଫାଙ୍କା ଗୁଳିଚାଳନା ହୋଇଥିବା ଅଭିଯୋଗ ଆସିଛି।ବାଉଁଶୁଣି ଥାନା ଟାଲୁପାଲି ରେଲୱେ ବ୍ରିଜ ନିକଟରେ ଫାଙ୍କା ଗୁଳିଚାଳନା ହୋଇଛି।ଘଟଣାସ୍ଥଳରୁ ୭୫ ଗୋରୁ ଉଦ୍ଧାର ହୋଇଥିବା ବେଳେ ମାଫିଆମାନେ ଫେରାର ହୋଇଯାଇଛନ୍ତି।ସେହିଭଳି ଭାବେ ଜଳେଶ୍ୱରରେ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ କମର୍ଦ୍ଦା ଥାନାଞ୍ଚଳରେ ୬ ଗୋମାଫିଆଙ୍କ ଘରେ ପୋଲିସ ଚଢ଼ାଉ କରିଛି।ଜଳେଶ୍ୱର ଓ ବସ୍ତା SDPOଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି।ଅଭିଯୁକ୍ତ ଗୋମାଫିଆ ଫେରାର ହୋଇଯାଇଥିବା ବେଳେ […]

କେନାଲକୁ ଖସିଲା ହାଇଓ୍ବା

ବାରଙ୍ଗ,୧୨।୬(ଏସଏସନିଉ ଜ)ଗୁରୁବାର ବିଳମ୍ବିତ ରାତିରେ ଭାରସମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ ମେନ କେନାଲ ଭିତରକୁ ପଶିଯାଇଛି।ଗାଡ଼ିଟି ଦୃତଗତିରେ ବାରଙ୍ଗରୁ ଗୋଡିସାହି ପଟକୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି।ତେବେ ଅଧିକ ରାତି ହୋଇଥିବାରୁ ଚାଲକର ଆଖି ଲାଗିଯିବାରୁ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ମାଡ ହୋଇ କେନାଲ ମଧ୍ୟକୁ ପଶିଯାଇଥିବାର କୁହାଯାଇଛି।ତେବେ ଏହି ଅଘଟଣ ଘଟିଥିବାର କୁହାଯାଉଥିବା ବେଳେ ଅନ୍ୟ କାହାର କ୍ଷତି ହୋଇନଥିବାର ଜଣାପଡିଛି।ଦୁର୍ଘଟଣା ପରେ ଚାଲକ […]

ଆଜିର ରାଶିଫଳ

ଜୁନ୍ ମାସ ୧୩ତାରିଖ ୨୦୨୬ ମସିହା (ଶନିବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୦୪/୨୨ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ୦୨/୦୬ ଗତେ ରୋହିଣୀ,ସୁର୍ୟୋଦୟ ପ୍ରାତଃଘ୦୫/ବ୧୨/୧/୨୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୩୪,ଯୋଗିନୀ ଦକ୍ଷିଣେ ଦିବା ଘ୦୪/୨୨ ଗତେ ପଶ୍ଚିମେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, ମେଷରାଶିର ଘାତଚନ୍ଦ୍ର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୨/୦୬ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୬/୫୨ ମଧ୍ୟେ ଓ ଘ୦୪/୪୩ ଗତେ ଘ୦୬/୨୪ ମଧ୍ୟେ,ବାରବେଳା- ଦିବା ଘ୦୨/୨୫ ଗତେ ଘ୦୩/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୩/୦୬ […]

OAS ପରୀକ୍ଷାର୍ଥୀଙ୍କ ପତ୍ତା ମିଳିଲା

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଭୁବନେଶ୍ଵରରୁ ନିଖୋଜ OAS ପରୀକ୍ଷାର୍ଥୀଙ୍କ ମିଳିଲା ସନ୍ଧାନ। କଟକ ରେଳଷ୍ଟେସନରୁ ଠାବ ହେଲେ ପରୀକ୍ଷାର୍ଥୀ ପ୍ରଭଞ୍ଜନ ସାହୁ। ଉଦ୍ଧାର କରି ପରିବାରଲୋକଙ୍କୁ ପୋଲିସ ଜିମା ଦେଇଥିବା ସୂଚନା ମିଳିଛି।OAS ପରୀକ୍ଷାର୍ଥୀ ପ୍ରଭଞ୍ଜନ ସାହୁଙ୍କ ଘର ଭୀମଟାଙ୍ଗୀ ଅଞ୍ଚଳରେ। ପ୍ରଭଞ୍ଜନଙ୍କ ବିଷୟରେ ଖବର ପାଇଲେ ଜଣାଇବାକୁ ପୋଲିସ ଅନୁରୋଧ କରିଥିଲା। ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲା ଏୟାରଫିଲ୍ଡ ପୋଲିସ।

ଜାଳିଦେଇଥିବା କନଷ୍ଟେବଳଙ୍କ ମୃତ୍ୟୁ

ବ୍ରହ୍ମପୁର,୧୨।୬(ଏସଏସନିଉଜ)କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ହୋଇଛି। ୮୦% ପୋଡ଼ି ଯିବାପରେ ଭୁବନେଶ୍ବର AIIMSରେ ଚିକିତ୍ସାଧୀନ ଥିଲେ। ୨ଦିନ ତଳେ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିଯିବାରୁ ଭେଣ୍ଟିଲେଟରରେ ଥିଲେ। ଆଶୁତୋଷଙ୍କ ପତ୍ନୀ ଓ ତାଙ୍କ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବାର ଅଭିଯୋଗ ଆସିଥିଲା।ସଙ୍ଗିନ ଅଭିଯୋଗ ପରେ ପୋଲିସ କରୁଥିଲା ତଦନ୍ତ।ଆଶୁତୋଷ ୨ ଥର ପତ୍ନୀ ସନ୍ଧ୍ୟାରାଣୀଙ୍କ ବିରୋଧରେ ଦେଇଥିଲେ ବୟାନ।କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ ବ୍ରହ୍ମପୁରଏସ୍‌ପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅଧିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ […]

କେଜିରୁ ପିଜି ଯାଏଁ ଦେୟମୁକ୍ତ ଶିକ୍ଷା

ଭୁବନେଶ୍ୱର,୧୨।୬(ଏସଏସନିଉଜ)ମାଗଣାରେ କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ସୁଯୋଗ ମିଳିବ। ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଏହି ସୁବିଧା ମିଳିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ଆଉ କୌଣସି ଦେୟଦେବାକୁ ପଡ଼ିବନି ବୋଲି କହିଛନ୍ତି।

ଦୁଇ ଦିନିଆ ରଜ: ନନ୍ଦନକାନନରେ ଭିଡ଼ ବଢ଼ିବା ଆଶଙ୍କା

ବାରଙ୍ଗ,୧୧।୬(ଏସଏସନିଉଜ)ରଜପର୍ବ ତିନିଦିନ ହୋଇଥିଲେ ଭିଡ଼ ଅଧିକ ବଢ଼ିଥନ୍ତା। ହେଲେ ଏଥର ମାତ୍ର ଦୁଇଦିନ ନନ୍ଦନକାନନ ଖୋଲା ରହୁଥିବାରୁ ପର୍ଯ୍ୟଟକଙ୍କ ଗହଳି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଚଳିତ ବର୍ଷ ରଜସଂକ୍ରାନ୍ତି ଜୁନ ୧୫ ତାରିଖ ସୋମବାର ପଡୁଛି। ଏହି ଦିନ ନନ୍ଦନକାନନ ଓ ବାଟାନିକାଲ୍ ଗାର୍ଡେନ୍ ଖୋଲା ରହି ପରଦିନ ମଙ୍ଗଳବାର ବନ୍ଦ ରହିବ ବୋଲି ଗୁରୁବାର ନନ୍ଦନକାନନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏଥର ମାତ୍ର ଦୁଇଦିନ ସମୟ ମିଳୁଥିବାରୁ ରବିବାର ଓ ସୋମବାର ନନ୍ଦନକାନନରେ […]

ବ୍ୟାଙ୍କ ସମ୍ମୁଖରୁ ଝାମ୍ପି ନେଲେ ଟଙ୍କା

ବାରଙ୍ଗ, ୧୧।୬(ଏସଏସନିଉଜ) ପୁରୁଣା ବାରଙ୍ଗ ଛକ ନିକଟରୁ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପି ନେଇଥିବା ନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ବାରଙ୍ଗ ବ୍ଲକରେ ଲକ୍ଷ୍ମୀଧର ନନ୍ଦ ନାମକ ବ୍ୟକ୍ତି ବ୍ଲକରେ ଠିକା ଶ୍ରମିକ ମାନଙ୍କୁ ନିୟୋଜିତ କରି କାର୍ଯ୍ୟ କରନ୍ତି। ଶ୍ରମିକ ମାନଙ୍କୁ ଟଙ୍କା ଦେବା ନିମନ୍ତେ ଲକ୍ଷ୍ମୀଧର ଗୁରୁବାର ଅପରାହ୍ନ ୩ଟାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ୟୁକୋ ବ୍ୟାଙ୍କରୁ ୪ଲକ୍ଷ ୭୬ ହଜାର ଟଙ୍କା ଉଠାଇ ବ୍ୟାଙ୍କ୍ […]

ଆଜିର ରାଶିଫଳ

ଜୁନ୍ ମାସ ୧୨ତାରିଖ୨୦୨୬ମସିହା (ଶୁକ୍ରବାର)ଜ୍ୟେଷ୍ଠମାସ(ମଳ)-କୃଷ୍ଣପକ୍ଷ ,ତିଥି-ଦ୍ୱାଦଶୀ ରାତ୍ରି ଘ୦୭/୪୮ଗତେ ତ୍ରୟୋଦଶୀ ,ନକ୍ଷତ୍ର-ଅଶ୍ୱିନୀ ଦିବା ଘ୦୭/୧୫ଗତେ ଦ୍ୱିଜା ,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୧୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୧୪ ,ଯୋଗିନୀ ନୈରୁତେ ରାତ୍ରି ଘ୦୭/୪୮ଗତେ ଦକ୍ଷିଣେ ,ବିଛା,ଧନୁ ଓ ମୀନରାଶିର ଘାତବାର ,ମେଷରାଶିର ଘାତଚନ୍ଦ୍ର ,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ରାତ୍ରି ଘ୦୭/୪୮ମଧ୍ୟେ ଓ ଏକପାଦ ଓ ରାତ୍ରି ଘ୦୪/୪୫ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୮/୨୫ ଗତେ ଘ୧୧/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୧୧/୪୨ଗତେ ଘ୦୨/୦୦ମଧ୍ୟେ […]

୪ ଦିନ ପରେ କୂଅରୁ ଜୀବନ୍ତ ଉଦ୍ଧାର

ପଦ୍ମପୁର,୧୧।୬(ଏସଏସନିଉଜ)୪ଦିନପରେ କୂଅଭିତରୁ ଉଦ୍ଧାର ହେଲେ ଜୀବନ୍ତ ମଣିଷ।ବିଜେପୁର ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଉଦ୍ଧାର।୫ଜଣ ମାଡ଼ମାରି ମରିଗଲା ଭାବି କୂଅରେ ପକାଇ ଚାଲି ଯାଇଥିଲେ।ଗତ ରବିବାର ପୂର୍ବାହ୍ନ ପ୍ରାୟ୩ଟା ସମୟରେ ପିଟି କୂଅରେ ପକାଇଥିଲେ।ସମଲାଇପଦରଗାଁର ଜଣେ କାଠସଂଗ୍ରହପାଇଁ ଯାଇ କୂଅରେ ଦେଖିଲେ।ସୂଚନାପାଇ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଓ ପୋଲିସ।ବ୍ୟକ୍ତି ଜଣକ ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର,ନିଖୋଜ ଏତଲା ଥିଲା।ପୋଲିସ ଘଟଣାରେ ୨ଜଣଙ୍କୁ ଅଟକରଖି ପଚରାଉଚରା କରୁଛି।