Browsing author

SATYA SANDHANA DESK

ପଦ ହରାଇବେ ନିମାପଡା ଏନଏସି ଅଧ୍ୟକ୍ଷା!

ନିମାପଡ଼ା,୨୦/୮(ଏସଏସନିଉଜ)ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ପଡ଼ିଲା ଅନାସ୍ଥା ଭୋଟ୍। କିଛିଦିନ ତଳେ ୮ଜଣ କାଉନସିଲର ଅନାସ୍ଥାପ୍ରସ୍ତାବ ପାଇଁ ପୁରୀ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ଅନାସ୍ଥା ପ୍ରସ୍ତାବକୁ ଜିଲ୍ଲାପାଳ ଗ୍ରହଣ କରିଥିଲେ। ଏହାପରେ ଆଜି ଭୋଟ୍ ପଡ଼ିଛି।

ଭାରତୀୟ ହକିଦଳ କାଲି ଭୁବନେଶ୍ବରରେ କରିବ ରୋଡ଼ସୋ

ଭୁବନେଶ୍ବର,୨୦/୮(ଏସଏସନିଉଜ)ଭାରତୀୟ ହକି ଦଳ ଆସନ୍ତାକାଲି ଓଡ଼ିଶାରେ ରୋଡ଼ସୋ କରିବାକୁ ଯାଉଛି।ଚଳିତବର୍ଷ ପ୍ୟାରିସ୍‌ ଅଲିମ୍ପିକ୍ସରେ ହକିରେ କାଂସ୍ୟପଦକ ଭାରତୀୟ ହକିଦଳ ଜିତିବାପରେ ଓଡ଼ିଶା ସରକାର ପ୍ରତିଟି ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି।ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ମନ୍ତ୍ରୀଙ୍କ ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧୨.୩୦ରେ ଭାରତୀୟ ହକିଦଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ପରେ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଖେଳାଳିଙ୍କ ପାଇଁ ଶୋଭାଯାତ୍ରା ଆୟୋଜନ କରାଯିବ। କଳିଙ୍ଗ […]

ଚିକିଟି ବିଷାକ୍ତ ମଦ ପ୍ରସଙ୍ଗ

ଗଞ୍ଜାମ,୨୦/୮(ଏସଏସନିଉଜ)ଗତକାଲିରାତିରେ ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ପଡିଛନ୍ତି।ଏହି ଘଟଣାକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଛନ୍ତି ଯେ, ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।ରାଜ୍ୟରେ ଚୋରା ମଦ କାରବାରକୁ କିପରି ରୋକିହେବ ସେ ନେଇ ପଦକ୍ଷେପ ନୂଆ ଅବକାରୀ ନୀତିରେ ସାମିଲ କରାଯିବ ।ତେବେ ଚିକିଟିରେ ଯେଉଁମାନେ ମଦପିଇ ଅସୁସ୍ଥ ସେମାନଙ୍କ ସ୍ୱାସ୍ୟାବସ୍ଥା ଭଲ ଅଛି ବୋଲି ମନ୍ତ୍ରୀ […]

ଆଜିର ରାଶିଫଳ

ଅଗଷ୍ଟମାସ ୨୦ ତାରିଖ ୨୦୨୪ ମସିହା(ମଙ୍ଗଳବାର) ,ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୮/୫୫ ଗତେ ଦ୍ଵିତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୫/୩୨ /୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮ /୩୪,ଯୋଗିନୀ ପୂର୍ବେ ରାତ୍ରି ଘ୦୮/୫୫ ଗତେ ଉତ୍ତରେ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମକର ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,କାଳବେଳା -ଦିବା ଘ୦୭/୦୭ ଗତେ ଘ୦୮/୪୨ ମଧ୍ୟେ,ବାରବେଳା – ଦିବା ଘ୦୧/୧୯ ଗତେ ଘ୦୨/୫୪ ମଧ୍ୟେ,ଅଦ୍ୟ ମୃତେ ଏକପାଦଦୋଷ ଓ ରାତ୍ରି ଘ ୦୮/୫୫ ଗତେ ଦ୍ଵୀପାଦ ପୁଷ୍କର ଦୋଷ, […]

ଭଉଣୀକୁ ମାରିଦେଲା ଭାଇ

ବ୍ରହ୍ମପୁର ,୧୯ା୮(ଏସଏସନିଉଜ) ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଜଣେ ଭାଇ ଭଉଣୀର ଜୀବନ ନେଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ। ବଡ଼ବଜାର ଥାନା ଅଞ୍ଚଳରେ ଜଣେ ସମ୍ପର୍କୀୟ ଭାଇର ଛୁରାମାଡରେ ୧୩ ବର୍ଷୀୟା ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଘଟଣାରେ କାରଣ ଜଣାପଡିନାହିଁ। ଗୁରୁତର ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଆସନ୍ତାବର୍ଷ ହେବ ଛାତ୍ରସଂସଦ ନିର୍ବାଚନ

ଭୁବନେଶ୍ୱର, ୧୯ା୮(ଏସଏସନିଉଜ) ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ ହେବାନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି କରାଯିବ । ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହୋଇସାରିଥିବା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ।ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ […]

ଚାଲିଗଲା ରାମୁର ଜୀବନ

ଭୁବନେଶ୍ୱର, ୧୯ା୮(ଏସଏସନିଉଜ) ଖୋର୍ଦ୍ଧା ଜିଲ୍ଲାର ସବୁଠୁ ବଡ଼ ଦନ୍ତାହାତୀ ରାମୁର ମୃତ୍ୟୁ ହୋଇଛି ।ସୋମବାରଦିନ ତାର ମୃତୁ୍ୟହୋଇଥିବାନେଇ ବିଦୁ୍ୟତବିଭାଗ ବନବିଭାଗକୁ ଜଣାଇବାପରେ ରାମୁ ମୃତୁ୍ୟ ବିଷୟ ଜଣାପଡିଥିଲା ।ତେବେ ରାମୁର ମୃତୁ୍ୟ ବିଦୁ୍ୟତଆଘାତ ନା ଆଉ କଣ ତାହା ଜାଣିବାପାଇଁ ବନବିଭାଗ ତଦନ୍ତ ଆରମ୍ଭ କରିଛି । ଦନ୍ତାହାତୀ ରାମୁ ମୃତଦେହର ପୋଷ୍ଟମର୍ଟମ ପରେ ମୃତୁ୍ୟର ପକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।

ଆଜିର ରାଶିଫଳ

[ଗହ୍ମାପୂର୍ଣିମା ଓ ରାକ୍ଷୀବନ୍ଧନ]୧୯-୮-୨୦୨୪ (ସୋମବାର)ଅଦ୍ଯ ସିଂହ ଦି୪ନ, ଶ୍ରାବଣଶୁକ୍ଳ ପୂର୍ଣ୍ଣିମା ଦ୪୬।୫୬ ରାଘ ୧୨।୧୭ ଶ୍ରବଣା ଦ୯।୪ ଦିଘ ୯।୯,ମକର ଚନ୍ଦ୍ର ଦ୩୬।୨ ରାଘ୭।୫୬। ଯୋଗିନୀ ବାୟବ୍ୟେ ।ରାତ୍ରି ଘ୧୨।୧୭ ଗତେପୂର୍ବେ ।ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି ।ଦିବା ଘ୯।୯ ଗତେ ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ୱାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ରାତ୍ରି […]

ଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ

ପୁରୀ,୧୮ା୮(ଏସଏସନିଉଜ)ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ । ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ଏଥିପାଇଁ ବିଭିନ୍ନ ଦାତାଙ୍କ ସହ ଆଲୋଚନା ହୋଇଛି।ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ଯେଭଳି ଅଧାରୁ ବନ୍ଦ ନହୁଏ ସେ ଦିଗରେ ଆନୁସଙ୍ଗିକ ବ୍ୟବସ୍ଥା ମାନ ପ୍ରସ୍ତୁତ ହେଉଛିା ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତ ଅବଢ଼ା ଟିକିଏ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।ଏହାସହ ଶ୍ରୀମନ୍ଦିର ଭକ୍ତଙ୍କ ଗହଳି […]

ଆପର୍ଟମେଂଟରୁ ଚୋରୀ

ମେଣ୍ଢାଶାଳ,୧୭/୮(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଲୋଟସ ଏଭେନ୍ୟୁ ଆପର୍ଟମେଣ୍ଟର ୨ଟି ଫ୍ଲାଟରୁ ତାଲାଭାଙ୍ଗି ଚୋରୀହେବାର ୧୨ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଚୋରମାନଙ୍କ ପତା କିମ୍ବା ଚୋରୀସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇପାରିନାହିଁ ପୋଲିସ । ପ୍ରକାସଯେ, ଗତ୫ତାରିଖବିଳମ୍ଭିତରାତିରେ ୪ଜଣ ମୁଖାପିନ୍ଧା ଚୋର ଲୋଟସ ଏଭେନ୍ୟୁ ଆପାର୍ଟମେଟଭିତରେ ପଶିଥିଲେ ।ଏହାଜାଣିପାରି ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ ।କିନ୍ତୁ ମୁଖାପନ୍ଧା ଚୋରମାନେ ସେମାନଙ୍କୁ ଭୁଜାଲିରେ ହାଣିଦେବାକୁ ଉଦ୍ୟମକରିବାସହ ବୋମିଂକରିବାକୁ ଧମକ ଦେଇଥିଲେ ।ସୁରକ୍ଷାକର୍ମୀମାନଙ୍କୁ ଭୟଭିତକରି ଏକ ଜାଗାରେ ରଖି ଅନ୍ୟ୩ଜଣ […]